Biblia Todo Logo
Bib sou entènèt

- Piblisite -




ନିହିମୀୟା 5:12 - ପବିତ୍ର ବାଇବଲ

12 ଏହା ପରେ ଧନୀଲୋକମାନେ ଓ ଅଧ୍ୟକ୍ଷମାନେ ତାଙ୍କୁ କହିଲେ, “ଆମ୍ଭେମାନେ ଏସବୁ ଫେରାଇ ଦେବୁ, ସେମାନଙ୍କୁ କିଛି ମାଗିବୁ ନାହିଁ। ଆପଣ ଯେପରି କହୁଛନ୍ତି ଆମ୍ଭେ ସେହିପରି କରିବୁ।” ଏହା ପରେ ମୁଁ ଯାଜକମାନଙ୍କୁ ଡାକି ଏହି ପ୍ରତିଜ୍ଞା ଅନୁସାରେ ସେମାନେ ଯେପରି କର୍ମ କରିବେ, ଏଥିପାଇଁ ସେମାନଙ୍କୁ ଶପଥ କରାଇଲି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ତହିଁରେ ସେମାନେ କହିଲେ, ଆମ୍ଭେମାନେ ଫେରାଇ ଦେବୁ ଓ ସେମାନଙ୍କୁ କିଛି ମାଗିବୁ ନାହିଁ; ଆପଣ ଯେପରି କହୁଅଛନ୍ତି, ଆମ୍ଭେମାନେ ସେପରି କରିବୁ। ତହୁଁ ମୁଁ ଯାଜକମାନଙ୍କୁ ଡାକି ଏହି ପ୍ରତିଜ୍ଞାନୁସାରେ ସେମାନେ ଯେପରି କର୍ମ କରିବେ, ଏଥିପାଇଁ ସେମାନଙ୍କୁ ଶପଥ କରାଇଲି।

Gade chapit la Kopi

ଓଡିଆ ବାଇବେଲ

12 ତହିଁରେ ସେମାନେ କହିଲେ, “ଆମ୍ଭେମାନେ ଯାହା ନେଇଥିଲୁ ତାହା ଫେରାଇ ଦେବୁ ଓ ସେମାନଙ୍କୁ କିଛି ମାଗିବୁ ନାହିଁ; ଆପଣ ଯେପରି କହୁଅଛନ୍ତି, ଆମ୍ଭେମାନେ ସେପରି କରିବୁ।” ତହୁଁ ମୁଁ ଯାଜକମାନଙ୍କୁ ଡାକି ଏହି ପ୍ରତିଜ୍ଞାନୁସାରେ ସେମାନେ ଯେପରି କର୍ମ କରିବେ, ଏଥିପାଇଁ ସେମାନଙ୍କୁ ଶପଥ କରାଇଲି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ତହିଁରେ ସେମାନେ କହିଲେ, “ଆମ୍ଭେମାନେ ଯାହା ନେଇଥିଲୁ ତାହା ଫେରାଇ ଦେବୁ ଓ ସେମାନଙ୍କୁ କିଛି ମାଗିବୁ ନାହିଁ; ଆପଣ ଯେପରି କହୁଅଛନ୍ତି, ଆମ୍ଭେମାନେ ସେପରି କରିବୁ।” ତହୁଁ ମୁଁ ଯାଜକମାନଙ୍କୁ ଡାକି ଏହି ପ୍ରତିଜ୍ଞାନୁସାରେ ସେମାନେ ଯେପରି କର୍ମ କରିବେ, ଏଥିପାଇଁ ସେମାନଙ୍କୁ ଶପଥ କରାଇଲି।

Gade chapit la Kopi




ନିହିମୀୟା 5:12
15 Referans Kwoze  

ତେଣୁ ଏଜ୍ରା ଉଠିଲେ। ସେହି ବାକ୍ୟ ଅନୁସାରେ କାର୍ଯ୍ୟ କରିବା ପାଇଁ ଯାଜକମାନଙ୍କର, ଲେବୀୟମାନଙ୍କର ଓ ସମଗ୍ର ଇସ୍ରାଏଲର ପ୍ରଧାନବର୍ଗଙ୍କୁ ପ୍ରତିଜ୍ଞା କରାଇଲେ।


ଜଖିୟ ପ୍ରଭୁଙ୍କୁ କହିଲେ, “ମୁଁ ଭଲ କାମ କରିବାକୁ ଇଚ୍ଛା କରୁଛି। ମୁଁ ମୋ’ ଧନର ଅଧା ଗରିବଙ୍କୁ ବାଣ୍ଟି ଦେବି। ମୁଁ ଯଦି କାହାରିକୁ ଠକିଥାଏ, ତେବେ ସେହି ଲୋକକୁ ଗ୍ଭରି ଗୁଣ ଧନ ଫେରାଇ ଦେବି।”


ଯୀଶୁ କିନ୍ତୁ ‌‌‌‌‌‌‌‌‌‌ଚୁପ୍‌‌‌‌‌‌‌‌‌ ରହିଲେ। ପୁଣି ଥରେ ମହାଯାଜକ ତାହାଙ୍କୁ ପଗ୍ଭରିଲେ, “ମୁଁ ତୁମ୍ଭକୁ ଜୀବିତ ପରମେଶ୍ୱରଙ୍କ ନାମରେ ଶପଥ କରାଉଛି, ତୁମ୍ଭେ ଆମ୍ଭକୁ କୁହ, ତୁମ୍ଭେ କ’ଣ ଖ୍ରୀଷ୍ଟ, ପରମେଶ୍ୱରଙ୍କ ପୁତ୍ର?”


ତେଣୁ ମୁଁ ସେମାନଙ୍କ ସହିତ ବାଦାନୁବାଦ କଲି ଓ ସେମାନଙ୍କୁ ଅଭିଶାପ ଦେଲି। ସେମାନଙ୍କ ମଧ୍ୟରୁ କେତେକଙ୍କୁ ପ୍ରହାର କଲି। ମୁଁ ସେମାନଙ୍କ ଦାଢ଼ି ମଧ୍ୟ ଉତ୍ପାଟନ କଲି ଏବଂ ପରମେଶ୍ୱରଙ୍କ ନାମରେ ସେମାନଙ୍କୁ ପ୍ରତିଜ୍ଞା କରାଇଲି, “ତୁମ୍ଭେମାନେ ସେମାନଙ୍କ ପୁତ୍ରମାନଙ୍କୁ ଆପଣାର କନ୍ୟା ଦିଅ ନାହିଁ କିମ୍ବା ଆପଣା ପୁତ୍ର ନିମନ୍ତେ ସେମାନଙ୍କ କନ୍ୟା ଗ୍ରହଣ କର ନାହିଁ।


“ଆମ୍ଭେ ପ୍ରତିଜ୍ଞା କରୁଅଛୁ, ଆଉ ଦେଶସ୍ଥ ଲୋକମାନେ ବିଶ୍ରାମ ବାରରେ କୌଣସି ପଦାର୍ଥ କି ଖାଦ୍ୟଦ୍ରବ୍ୟ ବିକିବାକୁ ଆଣିଲେ, ଆମ୍ଭେମାନେ ବିଶ୍ରାମ ଦିନରେ, କି ଅନ୍ୟ କୌଣସି ପବିତ୍ର ଦିନରେ ସେମାନଙ୍କଠାରୁ ତାହା କିଣିବୁ ନାହିଁ। ଆଉ ସପ୍ତମ ବର୍ଷ, ସର୍ବପ୍ରକାର ଋଣ ଆଦାୟ କରିବାର ଛାଡ଼ି ଦେବୁ।


ଏହା ପରେ ସମଗ୍ର ସମାଜ ଏକତ୍ରିତ ହୋଇ ଏଜ୍ରାଙ୍କୁ ଉତ୍ତର ଦେଇ କହିଲେ, “ହେ ଏଜ୍ରା, ତୁମ୍ଭେ ଠିକ୍ କହିଛ। ତୁମ୍ଭେ ଆମ୍ଭକୁ ଯାହା କହିଲ ଆମ୍ଭେ ଠିକ୍ ସେହିପରି କରିବୁ।


ତୁମ୍ଭେମାନେ ଆଜି ନିଶ୍ଚିତ ସେମାନଙ୍କର ଜମି, ଦ୍ରାକ୍ଷାକ୍ଷେତ୍ର, ଜୀତକ୍ଷେତ୍ର ଏବଂ ଗୃହ ଫେରାଇ ଦେବ। ଏହାକୁ ବର୍ତ୍ତମାନ ଫେରାଇ ଦିଅ ଏବଂ ତୁମ୍ଭେମାନେ ସେମାନଙ୍କର ମୁଦ୍ରା, ଶସ୍ୟ, ଦ୍ରାକ୍ଷାରସ ଏବଂ ଜୀତତୈଳ ଯାହା ତୁମ୍ଭେମାନେ ସେମାନଙ୍କଠାରୁ ସୁଧ ହିସାବରେ ନେଇଥିଲ।”


ସେମାନେ ପ୍ରତିଜ୍ଞା କରି କହିଲେ, “ଆମ୍ଭେମାନେ ଅନ୍ୟ ଦେଶୀୟ ଲୋକମାନଙ୍କୁ ଆପଣାମାନଙ୍କ କନ୍ୟାଗଣ ଦେବୁ ନାହିଁ। କି ଆପଣାମାନଙ୍କ ପୁତ୍ରଗଣ ନିମନ୍ତେ ସେମାନଙ୍କ କନ୍ୟାଗଣ ଗ୍ରହଣ କରିବୁ ନାହିଁ।


Swiv nou:

Piblisite


Piblisite