Biblia Todo Logo
Bib sou entènèt

- Piblisite -




ନିହିମୀୟା 4:5 - ପବିତ୍ର ବାଇବଲ

5 ସେମାନଙ୍କ ଅଧର୍ମ ଆଚ୍ଛାଦନ କର ନାହିଁ ଓ ତୁମ୍ଭ ଦୃଷ୍ଟିରେ ସେମାନଙ୍କ ପାପ ମାର୍ଜ୍ଜିତ ନ ହେଉ। କାରଣ ନିର୍ମାଣକାରୀମାନଙ୍କୁ ସେମାନେ ଅପମାନିତ କରିଅଛନ୍ତି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ଆଉ ସେମାନଙ୍କ ଅଧର୍ମ ଆଚ୍ଛାଦନ କର ନାହିଁ ଓ ତୁମ୍ଭ ସମ୍ମୁଖରୁ ସେମାନଙ୍କ ପାପ ମାର୍ଜ୍ଜିତ ନ ହେଉ; କାରଣ ଗାନ୍ଥକମାନଙ୍କ ସାକ୍ଷାତରେ ସେମାନେ ତୁମ୍ଭକୁ ବିରକ୍ତ କରିଅଛନ୍ତି।

Gade chapit la Kopi

ଓଡିଆ ବାଇବେଲ

5 ଆଉ ସେମାନଙ୍କ ଅଧର୍ମ ଆଚ୍ଛାଦନ କର ନାହିଁ ଓ ତୁମ୍ଭ ସମ୍ମୁଖରୁ ସେମାନଙ୍କ ପାପ ମାର୍ଜ୍ଜିତ ନ ହେଉ; କାରଣ ନିର୍ମାଣକାରୀମାନଙ୍କ ସାକ୍ଷାତରେ ସେମାନେ ତୁମ୍ଭକୁ ବିରକ୍ତ କରିଅଛନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ଆଉ ସେମାନଙ୍କ ଅଧର୍ମ ଆଚ୍ଛାଦନ କର ନାହିଁ ଓ ତୁମ୍ଭ ସମ୍ମୁଖରୁ ସେମାନଙ୍କ ପାପ ମାର୍ଜିତ ନ ହେଉ; କାରଣ ନିର୍ମାଣକାରୀମାନଙ୍କ ସାକ୍ଷାତରେ ସେମାନେ ତୁମ୍ଭକୁ ବିରକ୍ତ କରିଅଛନ୍ତି।

Gade chapit la Kopi




ନିହିମୀୟା 4:5
14 Referans Kwoze  

ହେ ସଦାପ୍ରଭୁ, ମୋର ବିନାଶ ପାଇଁ ସେମାନଙ୍କର ଯୋଜନା ତୁମ୍ଭେ ଜାଣୁଅଛ। ସେମାନଙ୍କର ଅଧର୍ମ କ୍ଷମା କର ନାହିଁ। ତୁମ୍ଭ ଦୃଷ୍ଟିରେ ସେମାନଙ୍କର ପାପ ଲୋପ କର ନାହିଁ। ତୁମ୍ଭେ ସେମାନଙ୍କୁ ବିନାଶ କର। ଆପଣା କ୍ରୋଧ ସେମାନଙ୍କ ପ୍ରତି ବ୍ୟବହାର କର।


ତାଙ୍କ ପିତୃ ଲୋକଙ୍କର ଅପରାଧ ସଦାପ୍ରଭୁଙ୍କ ମନରେ ଥାଉ ଓ ତାହାର ମାତାର ପାପ ପୋଛି ନ ହେଉ।


କ’ଣ ଆଲେକ୍‌ଜାଣ୍ଡାର ମୋର ବହୁତ ଅନିଷ୍ଟ କରିଛି। ପ୍ରଭୁ ତାହାକୁ ଏହି କାର୍ଯ୍ୟଗୁଡ଼ିକ ଲାଗି ଦଣ୍ଡ ଦେବେ।


ମେଘ ସଦୃଶ ତୁମ୍ଭର ପାପକୁ ଓ କୁହୁଡ଼ି ସଦୃଶ ତୁମ୍ଭର ପାପକୁ ଆମ୍ଭେ ମାର୍ଜନା କରିଅଛୁ। ପବନରେ ମେଘ ଗ୍ଭଲିଗଲା ପରି ତୁମ୍ଭର ପାପସବୁ ଦୂରୀଭୂତ ହୋଇଅଛି। ତେଣୁ ତୁମ୍ଭେ ଆମ୍ଭ ନିକଟକୁ ଫେରି ଆସ, କାରଣ ଆମ୍ଭେ ତୁମ୍ଭକୁ ମୁକ୍ତ କରିଅଛୁ।”


“ମୁଁ ଏକମାତ୍ର ପବିତ୍ର ଯେ କି ତୁମ୍ଭର ସମସ୍ତ ଦୋଷକୁ ନଥିପତ୍ରରୁ ପୋଛି ଦିଏ। ଆଉ ମଧ୍ୟ ତୁମ୍ଭର ସମସ୍ତ ପାପକୁ ମୁଁ ଭୁଲିଯାଏ। ମୋର ଗାରିମାକୁ ରକ୍ଷା କରିବାକୁ ଏପରି କରେ।


ହେ ପରମେଶ୍ୱର, ଆପଣଙ୍କ ସ୍ନେହପୂର୍ଣ୍ଣ କରୁଣା ଅନୁସାରେ ମୋ’ ପ୍ରତି ଦୟାକର। ତୁମ୍ଭର ମହାନ କରୁଣା ଅନୁସାରେ, ମୋର ସମସ୍ତ ପାପ କ୍ଷମା କର।


ମୋର ପାପଗୁଡ଼ିକ ପ୍ରତି ତୁମ୍ଭେ ମୁହଁ ବୁଲାଅ। ମୋର ପାପ ସବୁ ପୋଛିଦିଅ।


ଆମ୍ଭେ ଯିରୁଶାଲମର ପ୍ରାଚୀର ଗଠନ କଲୁ। ଆମ୍ଭେ ନଗରର ଚତୁର୍ପାର୍ଶ୍ୱରେ ପ୍ରାଚୀର ଗଠନ କଲୁ। କିନ୍ତୁ ତହିଁର ଉଚ୍ଚତାରୁ ଅର୍ଦ୍ଧ ପର୍ଯ୍ୟନ୍ତ ସମୁଦାୟ ପ୍ରାଚୀର ଏକତ୍ର ସଂଯୁକ୍ତ କରାଗଲା। ଯେହେତୁ କର୍ମ କରିବାକୁ ଲୋକମାନଙ୍କ ମନ ଥିଲା।


ଲୋକମାନେ ମନ୍ଦରୁ ମନ୍ଦତର ହେଉଛନ୍ତି। ସେମାନେ ଅଧୋଗାମୀ ହୋଇଛନ୍ତି। ତେଣୁ ଏହା ନିଶ୍ଚିତ ଯେ, ପରମେଶ୍ୱର କେବେ ସେମାନଙ୍କୁ କ୍ଷମା କରିବେ ନାହିଁ।


“ଆଉ ଦେଖ, ମୋର ଶତ୍ରୁଗଣ କିପରି ଦୁଷ୍ଟତାରେ ପରିପୂର୍ଣ୍ଣ। ମୋର ଅଧର୍ମ ଯୋଗୁଁ ମୋ’ ପ୍ରତି ଯେଉଁପରି ବ୍ୟବହାର କରିଥିଲ, ସେମାନଙ୍କ ପ୍ରତି ସେହି ପ୍ରକାର କର। କାରଣ ମୁଁ ଅନେକ ଥର ବିଳାପ କରୁଛି ଓ ମୋର ହୃଦୟ ମୂର୍ଚ୍ଛିତ ହୋଇଅଛି।”


ସେ କ୍ଳାନ୍ତ ଓ ଦୁର୍ବଳ ଥିବା ବେଳେ ମୁଁ ତାହାକୁ ଆକ୍ରମଣ କରି ଭୟ ଦେଖାଇବି, ତହିଁରେ ସମସ୍ତ ଲୋକମାନେ ପଳାୟନ କରିବେ। ମୁଁ କେବଳ ରାଜାଙ୍କୁ ହତ୍ୟା କରିବି।


Swiv nou:

Piblisite


Piblisite