Biblia Todo Logo
Bib sou entènèt

- Piblisite -




ନିହିମୀୟା 2:6 - ପବିତ୍ର ବାଇବଲ

6 ରାଣୀ ମଧ୍ୟ ରାଜାଙ୍କ ନିକଟରେ ବସିଥିଲେ। ରାଜା ଏବଂ ରାଣୀ ମୋତେ ପଗ୍ଭରିଲେ, “ତୁମ୍ଭର ଯାତ୍ରା କେତେ ଦିନ ଲାଗିବ? ତୁମ୍ଭେ ଏଠାକୁ କେବେ ଫେରିବ?” ରାଜା ମୋତେ ପଠାଇବା ପାଇଁ ସନ୍ତୁଷ୍ଟ ହେବାରୁ ମୁଁ ତାଙ୍କୁ ଏକ ନିର୍ଦ୍ଧିଷ୍ଟ ସମୟ ଦେଲି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ତହୁଁ ରାଜା ମୋତେ ପଚାରିଲେ, (ମଧ୍ୟ ରାଣୀ ତାଙ୍କ ପାଖରେ ବସିଥିଲେ,) ତୁମ୍ଭ ଯାତ୍ରା କେତେ ଦିନ ଲାଗିବ? ଓ ତୁମ୍ଭେ କେବେ ଫେରି ଆସିବ? ଏହିରୂପେ ରାଜା ମୋତେ ପଠାଇବା ପାଇଁ ସନ୍ତୁଷ୍ଟ ହୁଅନ୍ତେ, ମୁଁ ତାଙ୍କ ନିକଟରେ ସମୟ ନିରୂପଣ କଲି।

Gade chapit la Kopi

ଓଡିଆ ବାଇବେଲ

6 ତହୁଁ ରାଜା ମୋତେ ପଚାରିଲେ, “(ମଧ୍ୟ ରାଣୀ ତାଙ୍କ ପାଖରେ ବସିଥିଲେ,) ତୁମ୍ଭ ଯାତ୍ରା କେତେ ଦିନ ଲାଗିବ ? ଓ ତୁମ୍ଭେ କେବେ ଫେରି ଆସିବ ?” ଏହିରୂପେ ମୁଁ ତାଙ୍କ ନିକଟରେ ସମୟ ନିରୂପଣ କଲା ପରେ ରାଜା ମୋତେ ପଠାଇବା ପାଇଁ ସନ୍ତୁଷ୍ଟ ହେଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ତହୁଁ ରାଜା ମୋତେ ପଚାରିଲେ, “(ମଧ୍ୟ ରାଣୀ ତାଙ୍କ ପାଖରେ ବସିଥିଲେ,) ତୁମ୍ଭ ଯାତ୍ରା କେତେ ଦିନ ଲାଗିବ? ଓ ତୁମ୍ଭେ କେବେ ଫେରି ଆସିବ?” ଏହିରୂପେ ମୁଁ ତାଙ୍କ ନିକଟରେ ସମୟ ନିରୂପଣ କଲା ପରେ ରାଜା ମୋତେ ପଠାଇବା ପାଇଁ ସନ୍ତୁଷ୍ଟ ହେଲେ।

Gade chapit la Kopi




ନିହିମୀୟା 2:6
9 Referans Kwoze  

ମୁଁ ଏସବୁ ସମୟରେ ଯିରୁଶାଲମରେ ନ ଥିଲି, କାରଣ ବାବିଲର ଅର୍ତ୍ତକ୍ଷସ୍ତ ରାଜାର ଅଧିକାରର ବତିଶ୍ ବର୍ଷରେ ମୁଁ ରାଜାଙ୍କ ନିକଟକୁ ଗଲି ଓ କେତେକ ଦିନ ପରେ ରାଜାଙ୍କୁ ବିଦାୟ ମାଗିଲି।


ପୁଣି ସେମାନେ ଡାକିବା ପୂର୍ବରୁ ଆମ୍ଭେ ଉତ୍ତର ଦେବା ଓ ସେମାନେ କଥା କହୁ କହୁ ଆମ୍ଭେ ଶୁଣିବା।


ମୁଁ ଯିହୁଦା ଦେଶରେ ସେମାନଙ୍କର ଅଧ୍ୟକ୍ଷ ପଦରେ ନିଯୁକ୍ତି ଥିବା ସମୟାବଧି ଅର୍ଥାତ୍ ଅର୍ତ୍ତକ୍ଷସ୍ତ ରାଜାର ଅଧିକାରର କୋଡ଼ିଏ ବର୍ଷଠାରୁ ବତିଶ୍ ବର୍ଷପର୍ଯ୍ୟନ୍ତ ସେହି ବାରବର୍ଷ ମୁଁ କିମ୍ବା ମୋର ଭାତୃଗଣ ଦେଶାଧ୍ୟକ୍ଷର ବୃତ୍ତି ଭୋଗ କଲୁ ନାହିଁ।


ପୁଣି ତୁମ୍ଭ ବଂଶୀୟ ଲୋକେ ପୁରାତନ ଧ୍ୱଂସ ସ୍ଥାନଗୁଡ଼ିକୁ ପୁନଃନିର୍ମାଣ କରିବେ, ତୁମ୍ଭେ ପୂର୍ବକାଳର ଭିତ୍ତିମୂଳ ଉପରେ ନିର୍ମାଣ କରିବ। “ପୁଣି ଭଗ୍ନ ପ୍ରାଚୀର ନିର୍ମାଣକାରୀ ଓ ନିବାସ ନିମନ୍ତେ ପୁନଃ ପଥ ସଂସ୍ଥାପନକାରୀ ବୋଲି ବିଖ୍ୟାତ ହେବ।”


ଏହା ପରେ ରାଜା ମୋତେ କହିଲେ, “ମୋ’ ନିକଟରୁ କ’ଣ ସାହାଯ୍ୟ ତୁମ୍ଭେ ଗ୍ଭହଁ?” ମୁଁ ଉତ୍ତର ଦେବା ପୂର୍ବରୁ ସ୍ୱର୍ଗସ୍ଥ ପରମେଶ୍ୱରଙ୍କୁ ପ୍ରାର୍ଥନା କଲି।


“ସେମାନେ ପୁରାତନ ଧ୍ୱସ୍ତ ବିଧ୍ୱସ୍ତ ସ୍ଥାନଗୁଡ଼ିକୁ ପୁନଃନିର୍ମାଣ କରିବେ। ପୂର୍ବକାଳର ନଷ୍ଟ ସ୍ଥାନସବୁ ଉଠାଇବେ, ଆଉ ସେମାନେ ବିନଷ୍ଟ ଓ ଅନେକ ପୁରୁଷ ପରମ୍ପରାର ନଷ୍ଟ ନଗର ସବୁକୁ ନୂତନ କରି ଗଢ଼ିବେ।


ହେ ସଦାପ୍ରଭୁ, ବିନୟ କରୁଅଛି, ଯେଉଁମାନେ ତୁମ୍ଭ ନାମକୁ ସମ୍ମାନ କରିବାରେ ଆନନ୍ଦ କରନ୍ତି, ଏମନ୍ତ ତୁମ୍ଭ ଦାସର ଓ ସମସ୍ତ ଦାସମାନଙ୍କର ପ୍ରାର୍ଥନା ପ୍ରତି ଟିକେ କର୍ଣ୍ଣପାତ କର। ଆଉ ପ୍ରାର୍ଥନା କରୁଅଛି ଆଜି ଆପଣା ଦାସକୁ ସଫଳ କରାଅ। ଏହି ବ୍ୟକ୍ତିର ଦୃଷ୍ଟିରେ ତାହାକୁ ଦୟାପ୍ରାପ୍ତ ହେବାକୁ ଦିଅ।” ଏ ସମୟରେ, ମୁଁ ରାଜାଙ୍କର ପାନପାତ୍ରବାହକ ଥିଲି।


ଏହା ପରେ ମୁଁ ରାଜାଙ୍କୁ ଉତ୍ତର ଦେଲି, “ଯଦି ମହାରାଜାଙ୍କର ସନ୍ତୋଷ ହୁଏ ଓ ଆପଣଙ୍କ ଦାସ ଯେବେ ଆପଣଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇଥାଏ, ତେବେ ଯିହୁଦା ଦେଶକୁ ମୋର ପିତୃ ଲୋକଙ୍କ କବର ନଗରକୁ ମୋତେ ପଠାଇବାକୁ ଆଜ୍ଞା କରନ୍ତୁ। ମୁଁ ସେଠାକୁ ଯିବାକୁ ଗ୍ଭହେଁ। ଏବଂ ସେଠାରେ ମୁଁ ନଗର ପୁନର୍ବାର ପ୍ରତିଷ୍ଠା କରିବାକୁ ଗ୍ଭହେଁ।”


“ଏହା ଜାଣ ଏବଂ ଏହା ବୁଝ, ଆଦେଶ ହେବାଠାରୁ ଫେରାଇବାକୁ ଏବଂ ଯିରୁଶାଲମ ନିର୍ମିତ କର, ଯେପର୍ଯ୍ୟନ୍ତ ଗୋଟିଏ ଅଭିଷିକ୍ତ ରାଜକୁମାର ସାତ ସପ୍ତାହ ଓ ବାଷଠି ସପ୍ତାହରେ, ସହର ପୂର୍ଣ୍ଣ ନିର୍ମିତ ହେବ। କିନ୍ତୁ ଏହାର ମୁଖ୍ୟ ରାସ୍ତା ଓ କାନ୍ଥ, ଅସୁବିଧା ସମୟରେ ହେବ।


Swiv nou:

Piblisite


Piblisite