Biblia Todo Logo
Bib sou entènèt

- Piblisite -




ନିହିମୀୟା 2:19 - ପବିତ୍ର ବାଇବଲ

19 କିନ୍ତୁ ହୋରୋଣୀୟ ସ‌ନ୍‌ବଲ୍ଲଟ୍ ଓ ଅମ୍ମୋନୀୟ ଟୋବିୟ ଓ ଆରବୀୟ ଗେଶମ ଏହା ଶୁଣି ଆମ୍ଭମାନଙ୍କୁ ପରିହାସ କଲେ ଓ ଘୃଣା କଲେ। ସେମାନେ କହିଲେ, ତୁମ୍ଭେମାନେ କ’ଣ ଏ କି କାର୍ଯ୍ୟ କରୁଅଛ? “ତୁମ୍ଭେମାନେ କ’ଣ ରାଜଦ୍ରୋହ କରୁଅଛ?”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

19 ମାତ୍ର ହୋରୋଣୀୟ ସନ୍ବଲ୍ଲଟ୍ ଓ ଅମ୍ମୋନୀୟ ଦାସ ଟୋବୀୟ ଓ ଆରବୀୟ ଗେଶମ୍ ଏହା ଶୁଣି ଆମ୍ଭମାନଙ୍କୁ ପରିହାସ ଓ ତୁଚ୍ଛ କରି କହିଲେ, ତୁମ୍ଭେମାନେ ଏ କି କାର୍ଯ୍ୟ କରୁଅଛ? ତୁମ୍ଭେମାନେ କି ରାଜଦ୍ରୋହ କରିବ?

Gade chapit la Kopi

ଓଡିଆ ବାଇବେଲ

19 ମାତ୍ର ହୋରୋଣୀୟ ସନ୍‍ବଲ୍ଲଟ୍‍ ଓ ଅମ୍ମୋନୀୟ ଦାସ ଟୋବୀୟ ଓ ଆରବୀୟ ଗେଶମ୍‍ ଏହା ଶୁଣି ଆମ୍ଭମାନଙ୍କୁ ପରିହାସ ଓ ତୁଚ୍ଛ କରି କହିଲେ, “ତୁମ୍ଭେମାନେ ଏ କି କାର୍ଯ୍ୟ କରୁଅଛ ? ତୁମ୍ଭେମାନେ କି ରାଜଦ୍ରୋହ କରିବ ?”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

19 ମାତ୍ର ହୋରୋଣୀୟ ସନ୍‍ବଲ୍ଲଟ୍‍ ଓ ଅମ୍ମୋନୀୟ ଦାସ ଟୋବୀୟ ଓ ଆରବୀୟ ଗେଶମ୍‍ ଏହା ଶୁଣି ଆମ୍ଭମାନଙ୍କୁ ପରିହାସ ଓ ତୁଚ୍ଛ କରି କହିଲେ, “ତୁମ୍ଭେମାନେ ଏ କି କାର୍ଯ୍ୟ କରୁଅଛ? ତୁମ୍ଭେମାନେ କି ରାଜଦ୍ରୋହ କରିବ?”

Gade chapit la Kopi




ନିହିମୀୟା 2:19
22 Referans Kwoze  

ସେଥିରେ ଏହିପରି ଲେଖା ଯାଇଥିଲା, “ଗୋଷ୍ଠୀୟମାନଙ୍କ ମଧ୍ୟରେ ଏହି ଜନରବ ହୋଇଅଛି। ମଧ୍ୟ ଗଶୁମୁ ଏହା କହୁଅଛି ଯେ ତୁମ୍ଭେ ଓ ଯିହୁଦୀୟମାନେ ରାଜଦ୍ରୋହ କରିବାକୁ ବିଗ୍ଭର କରୁଅଛ। ତେଣୁ ତୁମ୍ଭେ ପ୍ରାଚୀର ନିର୍ମାଣ କରୁଅଛ। ଏହି ଜନରବ ଅନୁସାରେ ତୁମ୍ଭେ ସେମାନଙ୍କର ରାଜା ହେବାକୁ ଇଚ୍ଛା କରୁଅଛ।


ଏହା ଶୁଣି ସବୁ ଲୋକ ଯୀଶୁଙ୍କୁ ପରିହାସ କଲେ। କିନ୍ତୁ ସେ ସମସ୍ତଙ୍କୁ ଘରର ବାହାରକୁ ପଠେଇ ଦେଲେ। କେବଳ ପିଲାଟିର ବାପାମା ଓ ତାହାଙ୍କ ସହିତ ଆସିଥିବା ଶିଷ୍ୟମାନଙ୍କୁ ସାଙ୍ଗରେ ନେଇ ପିଲାଟି ଯେଉଁ କୋଠରିରେ ଥିଲା, ସେହି କୋଠରିକୁ ଗଲେ।


କେତେ ଲୋକ ହାସ୍ୟର ପାତ୍ର ହେଲେ ଓ କୋରଡ଼ା ଆଘାତ ପାଇଲେ। ଅନ୍ୟମାନେ ବନ୍ଧା ହେଲେ, ଓ ବନ୍ଦୀଘରେ ରଖା ଗଲେ।


ଏ ବ୍ୟକ୍ତି ଜଣେ ଗଣ୍ଡଗୋଳକାରୀ। ସେ ସାରା ପୃଥିବୀର ଯିହୂଦୀମାନଙ୍କ ମଧ୍ୟରେ ବିଦ୍ରୋହ ସୃଷ୍ଟି କରୁଛି ଓ ଆନ୍ଦୋଳନ କରିବା ପାଇଁ ମତାଉଛି। ସେ ନାଜରିତୀୟ ସମ୍ପ୍ରଦାୟର ଜଣେ ମୁଖ୍ୟ ନେତା।


ଏହା ପରେ ପୀଲାତ ଯୀଶୁଙ୍କୁ ମୁକ୍ତି ଦେବାକୁ ଚେଷ୍ଟା କଲେ। କିନ୍ତୁ ଯିହୂଦୀମାନେ ଚିତ୍କାର କରି କହିଲେ, “ଆପଣ ଯଦି ଏ ବ୍ୟକ୍ତିକୁ ମୁକ୍ତ କରି ଦିଅନ୍ତି, ତେବେ ଆପଣ କାଇସରଙ୍କର ବନ୍ଧୁ ନୁହନ୍ତି। ଯିଏ ନିଜକୁ ରାଜା ବୋଲି ଦାବୀ କରୁଛି, ସେ କାଇସରଙ୍କ ବିରୋଧୀ।”


ସେମାନେ ଯୀଶୁଙ୍କୁ ଦୋଷ ଦେବାକୁ ଲାଗିଲେ। ସେମାନେ ପୀଲାତଙ୍କୁ କହିଲେ, “ଆମ୍ଭର ଲୋକମାନଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଥିବା ବେଳେ ଆମ୍ଭେମାନେ ଏହାଙ୍କୁ ଧରିଛୁ। ସେ ଲୋକମାନଙ୍କୁ କହୁଛନ୍ତି ଯେ କାଇସରଙ୍କୁ କର ଦେବା ଉଚିତ୍ ନୁହେଁ। ସେ ନିଜକୁ ଖ୍ରୀଷ୍ଟ, ଜଣେ ରାଜା ବୋଲି କହୁଛି।”


ପ୍ରତ୍ୟେକ ଥର ମୁଁ କଥା କହେ ଓ କ୍ରନ୍ଦନ କରେ। ଦୌରାତ୍ମ୍ୟ ଓ ବିନାଶର କଥା ଉଚ୍ଚସ୍ୱରରେ କହେ। ସଦାପ୍ରଭୁଙ୍କର ଏହି ବାକ୍ୟ ମୋ’ ପ୍ରତି ହୋଇଅଛି ବୋଲି କହିଲେ ମଧ୍ୟ ଲୋକେ ପ୍ରତିଥର ମୋତେ ଧି‌କ୍‌କାର ଓ ବିଦ୍ରୂପ କରିଛନ୍ତି।


ତୁମ୍ଭେ ଆମ୍ଭର ପ୍ରତିବାସୀଗଣ ଦ୍ୱାରା ଆମ୍ଭମାନଙ୍କୁ ଘୃଣା କରେଇଲ। ପୁଣି ଆମ୍ଭର ଶତ୍ରୁମାନେ ଆମ୍ଭମାନଙ୍କୁ ଉପହାସ କଲେ।


ଆମ୍ଭ ପଡ଼ୋଶୀ ଦେବଗଣ ଆମ୍ଭମାନଙ୍କୁ ଅପମାନିତ କଲେ। ଆମ୍ଭର ସବୁ ଚତୁର୍ପାର୍ଶ୍ୱରେ ଥିବା ଲୋକମାନେ ଆମ୍ଭମାନଙ୍କୁ ପରିହାସ କଲେ।


“କିନ୍ତୁ ବର୍ତ୍ତମାନ ଯେଉଁମାନେ ମୋ'ଠାରୁ ବୟସରେ ସାନ ସେମାନେ ମଧ୍ୟ ମୋତେ ପରିହାସ କରୁଛନ୍ତି। ଆଉ ସେମାନଙ୍କ ପିତାଗଣ ଏଭଳି ଅଯୋଗ୍ୟ ଯେ ମୁଁ ସେମାନଙ୍କୁ ମୋ’ ମେଣ୍ଢା ପଲ ଜଗୁଥିବା କୁକୁରମାନଙ୍କ ସହିତ ରଖାଇବି ନାହିଁ।


ଏହି ଚିନ୍ତାକରି ସେମାନେ ଆମ୍ଭକୁ ଭୟଭୀତ କଲେ, ସେମାନଙ୍କ ହସ୍ତ ଦୁର୍ବଳ ହେବ ଓ “ପ୍ରାଚୀର କାର୍ଯ୍ୟ ଶେଷ ହେବ ନାହିଁ।” ତେଣୁ ମୁଁ ପ୍ରାର୍ଥନା କରି କହିଲି, “ହେ ମୋର ପରମେଶ୍ୱର, ମୋତେ ସବଳ କର।”


ସ‌ନ୍‌ବଲ୍ଲଟ୍ ଯେତେବେଳେ ଶୁଣିଲା ଯେ ପ୍ରାଚୀର ଗଢ଼ା ହୋଇଚି, ସେ ଅତିଶୟ କୋପିତ ହୋଇ ଯିହୁଦୀୟଙ୍କୁ ପରିହାସ କଲା।


ହାରୋଣୀୟ ସ‌ନ୍‌ବଲ୍ଲଟ୍ ଓ ଅମ୍ମୋନୀୟ ଟୋବିୟ ଅଧିକାରୀଗଣ ଅତିଶୟ ଦୁଃଖିତ ହେଲେ, ଯେତେବେଳେ ସେମାନେ ଶୁଣିଲେ ଯେ, ଜଣେ ବ୍ୟକ୍ତି ଇସ୍ରାଏଲର ସନ୍ତାନଗଣଙ୍କୁ ସାହାଯ୍ୟ କରିବା ପାଇଁ ଆସିଅଛି।


ଯୀଶୁ ସମସ୍ତଙ୍କୁ କହିଲେ, “ବାହାରିଯାଅ। ଝିଅଟି ମରି ନାହିଁ। ସେ କେବଳ ଶୋଇ ପଡ଼ିଛି।” ଏହା ଶୁଣି ଲୋକେ ଯୀଶୁଙ୍କୁ ଉପହାସ କଲେ।


ମହାଯାଜକ ଇଲିୟାଶୀ‌‌‌‌ବ୍‌‌‌‌ର ପୁତ୍ର ଯିହୋୟାଦାର ପୁତ୍ରମାନଙ୍କ ମଧ୍ୟରୁ ଜଣେ ପୁତ୍ର ହାରୋଣୀୟ ସ‌ନ୍‌ବଲ୍ଲଟ୍‌ର ଜ୍ୱାଇଁ ଥିଲା। ମୁଁ ସେହି ଲୋକଙ୍କୁ ମୋ'ଠାରୁ ଗ୍ଭଲିଯିବା ପାଇଁ ବାଧ୍ୟ କରିଥିଲି।


ସେହି ଅଳସୁଆ ଓ ଅହଙ୍କାରୀମାନଙ୍କଠାରୁ ଆମ୍ଭକୁ ବହୁତ ଅପମାନ ଓ ଘୃଣ୍ୟ ବାକ୍ୟସବୁ ମିଳିଅଛି।


ଏହା ପରେ ଇ‌ଶ୍‌ମାୟେଲ, ମି‌‌ସ୍‌‌ପାରେ ଅବଶିଷ୍ଟ ଥିବା ସମସ୍ତ ଲୋକଙ୍କୁ ଅର୍ଥାତ୍ ସମସ୍ତ ରାଜକନ୍ୟାଗଣଙ୍କୁ ଓ ମି‌‌ସ୍‌‌ପାରେ ଅବଶିଷ୍ଟ ଥିବା ଯେଉଁସବୁ ଲୋକଙ୍କୁ ପ୍ରହରୀବର୍ଗର ସେନାପତି ନବୂଷରଦନ୍ ଅହୀକାମର ପୁତ୍ର ଗଦଲିୟ ହସ୍ତରେ ସମର୍ପଣ କରିଥିଲା, ସେମାନଙ୍କୁ ବନ୍ଦୀକରି ନେଇଗଲା। ସେ ସେମାନଙ୍କୁ ବନ୍ଦୀକରି ଅମ୍ମୋନ ସନ୍ତାନଗଣର ନିକଟକୁ ଯିବା ପାଇଁ ପ୍ରସ୍ଥାନ କଲା।


ହେ ସୈନ୍ୟାଧିପତି ପରମେଶ୍ୱର, ଆମ୍ଭମାନଙ୍କୁ ପୁନର୍ବାର ବଳବାନ୍ କର। ଆମ୍ଭମାନଙ୍କ ଉପରେ ପ୍ରଫୁଲ୍ଲ ହୁଅ ଓ ରକ୍ଷା କର।


ମୁଁ କହୁଛି ଯୁଦ୍ଧ ପାଇଁ ତୁମ୍ଭମାନଙ୍କର ଏହି ଯେଉଁ ବଳ ଓ ମନ୍ତ୍ରଣା ବୃଥା କଥା, ତୁମ୍ଭେମାନେ କାହା ଉପରେ ବିଶ୍ୱାସ କରି ମୋ’ ବିପକ୍ଷରେ ବିଦ୍ରୋହ କରିଛ?


Swiv nou:

Piblisite


Piblisite