Biblia Todo Logo
Bib sou entènèt

- Piblisite -




ନିହିମୀୟା 13:25 - ପବିତ୍ର ବାଇବଲ

25 ତେଣୁ ମୁଁ ସେମାନଙ୍କ ସହିତ ବାଦାନୁବାଦ କଲି ଓ ସେମାନଙ୍କୁ ଅଭିଶାପ ଦେଲି। ସେମାନଙ୍କ ମଧ୍ୟରୁ କେତେକଙ୍କୁ ପ୍ରହାର କଲି। ମୁଁ ସେମାନଙ୍କ ଦାଢ଼ି ମଧ୍ୟ ଉତ୍ପାଟନ କଲି ଏବଂ ପରମେଶ୍ୱରଙ୍କ ନାମରେ ସେମାନଙ୍କୁ ପ୍ରତିଜ୍ଞା କରାଇଲି, “ତୁମ୍ଭେମାନେ ସେମାନଙ୍କ ପୁତ୍ରମାନଙ୍କୁ ଆପଣାର କନ୍ୟା ଦିଅ ନାହିଁ କିମ୍ବା ଆପଣା ପୁତ୍ର ନିମନ୍ତେ ସେମାନଙ୍କ କନ୍ୟା ଗ୍ରହଣ କର ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

25 ତହୁଁ ମୁଁ ସେମାନଙ୍କ ସହିତ ବାଦାନୁବାଦ କଲି ଓ ସେମାନଙ୍କୁ ଶାପ ଦେଲି ଓ ସେମାନଙ୍କର କାହା କାହାକୁ ପ୍ରହାର କଲି ଓ ସେମାନଙ୍କର କେଶ ଉତ୍ପାଟନ କଲି, ଆଉ ପରମେଶ୍ଵରଙ୍କ ନାମରେ ଶପଥ କରାଇ କହିଲି, ତୁମ୍ଭେମାନେ ସେମାନଙ୍କ ପୁତ୍ରମାନଙ୍କୁ ଆପଣା ଆପଣାର କନ୍ୟା ଦିଅ ନାହିଁ, ଅବା ଆପଣା ଆପଣା ପୁତ୍ର ନିମନ୍ତେ କି ଆପଣାମାନଙ୍କ ନିମନ୍ତେ ସେମାନଙ୍କ କନ୍ୟା ଗ୍ରହଣ କର ନାହିଁ।

Gade chapit la Kopi

ଓଡିଆ ବାଇବେଲ

25 ତହୁଁ ମୁଁ ସେମାନଙ୍କ ସହିତ ବାଦାନୁବାଦ କଲି ଓ ସେମାନଙ୍କୁ ଅଭିଶାପ ଦେଲି ଓ ସେମାନଙ୍କର କାହା କାହାକୁ ପ୍ରହାର କଲି ଓ ସେମାନଙ୍କର କେଶ ଉତ୍ପାଟନ କଲି, ଆଉ ପରମେଶ୍ୱରଙ୍କ ନାମରେ ଶପଥ କରାଇ କହିଲି, “ତୁମ୍ଭେମାନେ ସେମାନଙ୍କ ପୁତ୍ରମାନଙ୍କୁ ଆପଣା ଆପଣାର କନ୍ୟା ଦିଅ ନାହିଁ, ଅବା ଆପଣା ଆପଣା ପୁତ୍ର ନିମନ୍ତେ କି ଆପଣାମାନଙ୍କ ନିମନ୍ତେ ସେମାନଙ୍କ କନ୍ୟା ଗ୍ରହଣ କର ନାହିଁ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

25 ତହୁଁ ମୁଁ ସେମାନଙ୍କ ସହିତ ବାଦାନୁବାଦ କଲି ଓ ସେମାନଙ୍କୁ ଅଭିଶାପ ଦେଲି ଓ ସେମାନଙ୍କର କାହା କାହାକୁ ପ୍ରହାର କଲି ଓ ସେମାନଙ୍କର କେଶ ଉତ୍ପାଟନ କଲି, ଆଉ ପରମେଶ୍ୱରଙ୍କ ନାମରେ ଶପଥ କରାଇ କହିଲି, “ତୁମ୍ଭେମାନେ ସେମାନଙ୍କ ପୁତ୍ରମାନଙ୍କୁ ଆପଣା ଆପଣାର କନ୍ୟା ଦିଅ ନାହିଁ, ଅବା ଆପଣା ଆପଣା ପୁତ୍ର ନିମନ୍ତେ କି ଆପଣାମାନଙ୍କ ନିମନ୍ତେ ସେମାନଙ୍କ କନ୍ୟା ଗ୍ରହଣ କର ନାହିଁ।

Gade chapit la Kopi




ନିହିମୀୟା 13:25
21 Referans Kwoze  

ଏଥିପାଇଁ ମୁଁ ଯିହୁଦାର କୁଳୀନ ନାଗରିକମାନଙ୍କ ସଙ୍ଗେ ଯୁକ୍ତି କରି କରି ସେମାନଙ୍କୁ କହିଲି, “ତୁମ୍ଭେମାନେ ବିଶ୍ରାମ ଦିନ ଅପବିତ୍ର କରିବା ପାଇଁ ବହୁତ କୁକର୍ମ କରୁଅଛ।


ତେଣୁ ଏଜ୍ରା ଉଠିଲେ। ସେହି ବାକ୍ୟ ଅନୁସାରେ କାର୍ଯ୍ୟ କରିବା ପାଇଁ ଯାଜକମାନଙ୍କର, ଲେବୀୟମାନଙ୍କର ଓ ସମଗ୍ର ଇସ୍ରାଏଲର ପ୍ରଧାନବର୍ଗଙ୍କୁ ପ୍ରତିଜ୍ଞା କରାଇଲେ।


ତୁମ୍ଭେମାନେ ସେମାନଙ୍କ ସହିତ ବିବାହ ସମ୍ବନ୍ଧ ରଖିବ ନାହିଁ। ତୁମ୍ଭେମାନେ ସେମାନଙ୍କ ପୁତ୍ରମାନଙ୍କ ସହିତ ଆପଣା କନ୍ୟାମାନଙ୍କୁ ବିବାହ ଦେବ ନାହିଁ। କିଅବା ଆପଣା ପୁତ୍ରମାନଙ୍କୁ ସେମାନଙ୍କ କନ୍ୟାମାନଙ୍କ ସହିତ ବିବାହ ଦେବ ନାହିଁ।


ତେଣୁ ମୁଁ ଅଧିକାରୀମାନଙ୍କୁ ପଗ୍ଭରିଲି, “କାହିଁକି ତୁମ୍ଭେ ପରମେଶ୍ୱରଙ୍କ ମନ୍ଦିରର ଅବହେଳା କଲ?” ଏ ବିଷୟରେ ମୁଁ ସେମାନଙ୍କ ସହିତ ଯୁକ୍ତିତର୍କ କଲି। ତା'ପରେ ମୁଁ ଲେବୀୟମାନଙ୍କୁ ଏକତ୍ର କଲି ଏବଂ ସେମାନଙ୍କୁ ସେମାନଙ୍କର ନିଜ କ୍ଷେତ୍ରରେ ନିଯୁକ୍ତି କଲି।


ମୁଁ ପ୍ରହାରକ ଦେବା ପାଇଁ ମୋର ପିଠି ଦେଖାଇ ଦେବି, ମୋର ଦାଢ଼ି ଉପାଡ଼ିବା ପାଇଁ ମୋର ଗାଲ ଦେଖାଇ ଦେବି, ପୁଣି ଅପମାନିତ ହେବାକୁ ଛେପ ପକାଇବାକୁ ମୋର ମୁହଁ ଲୁଗ୍ଭଇବି ନାହିଁ।


ବ୍ୟବସ୍ଥା ତ୍ୟାଗକାରୀମାନେ ଦୁଷ୍ଟମାନଙ୍କୁ ପ୍ରଶଂସା କରନ୍ତି। ମାତ୍ର ଆଜ୍ଞାପାଳିକା ଲୋକମାନେ ସେମାନଙ୍କୁ ବିରୋଧ କରନ୍ତି।


ଯେଉଁ ବ୍ୟକ୍ତି ପରମେଶ୍ୱରଙ୍କୁ ଘୃଣା କରେ ଓ ସମ୍ମାନ କରେ ନାହିଁ, କିନ୍ତୁ ସେହି ବ୍ୟକ୍ତି ଯେଉଁମାନେ ସଦାପ୍ରଭୁଙ୍କ ସେବା କରୁଥିବା ଲୋକମାନଙ୍କୁ ସମ୍ମାନ ଦେଖାଏ। ଯଦି ସେ କୌଣସି ପ୍ରତିଶ୍ରୁତି ନିଜ ପଡ଼ୋଶୀକୁ ଦେଇଥାଏ ତେବେ ସେହି ପ୍ରତିଶ୍ରୁତିକୁ ପାଳନ କରେ।


ମୁଁ ମୋର ବସ୍ତ୍ରର ଭାଙ୍ଗକୁ ଝାଡ଼ିଲି ଏବଂ କହିଲି, “ଯେଉଁ ଲୋକ ଏହି ପ୍ରତିଜ୍ଞା ପାଳନ କରିବ ନାହିଁ, ପରମେଶ୍ୱର ତା'ର ଗୃହ ଓ ପରିଶ୍ରମର ଫଳରୁ ତାହାକୁ ଏପରି ଝାଡ଼ି ଦିଅନ୍ତୁ। ସେ ଏହିପରି କମ୍ପିତ ହେଉ ଓ ଶୂନ୍ୟ ହେଉ।” ତା'ପରେ ସବୁ ଲୋକ ଏକତ୍ରିତ ହେଲେ ଏବଂ କହିଲେ “ଆମେନ୍” ଓ ସଦାପ୍ରଭୁଙ୍କର ପ୍ରଶଂସା କଲେ। ଏହା ପରେ ଲୋକମାନେ ଏହି ପ୍ରତିଜ୍ଞା ଅନୁସାରେ କର୍ମ କଲେ।


ଯଦି କୌଣସି ଲୋକ ତୁମ୍ଭ ପରମେଶ୍ୱରଙ୍କ ବ୍ୟବସ୍ଥା ନ ମାନିବ, ରାଜାଙ୍କର ବ୍ୟବସ୍ଥା ନ ମାନିବ, ସେମାନେ ନିଶ୍ଚିତରେ ଦଣ୍ତିତ ହେବେ। ତାହାର ଏହି ଦଣ୍ତ ତା'ର ଦୋଷ ଉପରେ ନିର୍ଭର କରେ। ତାହା ମୃତ୍ୟୁଦଣ୍ତ ହୋଇପାରେ, ନିର୍ବାସିତ ହୋଇପାରେ, ତାକୁ ଅର୍ଥଦଣ୍ତ ହୋଇପାରେ ବା ବନ୍ଦୀତ୍ୱ ଦଣ୍ତ ଦିଆଯାଇ ପାରେ।


ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ଭୟ କରିବ ଓ ତୁମ୍ଭେ ତାଙ୍କର ସେବା କରିବ ଓ ତାହାଙ୍କ ନାମରେ ଶପଥ କରିବ।


ତୁମ୍ଭେମାନେ ସେମାନଙ୍କର କନ୍ୟାମାନଙ୍କୁ ଗ୍ରହଣ କରିପାର। ତୁମ୍ଭମାନଙ୍କର ପୁତ୍ରମାନଙ୍କ ପାଇଁ, ତାଙ୍କର କନ୍ୟାଗଣ ସେମାନଙ୍କର ଦେବଗଣମାନଙ୍କର ଅନୁଗାମୀ ହୋଇଥିବେ। ସେମାନେ ତୁମ୍ଭମାନଙ୍କୁ ବା ତୁମ୍ଭର ପୁତ୍ରମାନଙ୍କୁ ତାଙ୍କ ଦେବତାମାନଙ୍କର ଅନୁଗାମୀ କରାଇ ପାରନ୍ତି।


“କଦାପି ସଦାପ୍ରଭୁଙ୍କ ଉପଦେଶରୁ ବିଚ୍ୟୁତ ହୁଅ ନାହିଁ। କଦାପି ଅନ୍ୟମାନଙ୍କ ସହିତ ବନ୍ଧୁ ହୁଅ ନାହିଁ। ଯେଉଁମାନେ କି ଇସ୍ରାଏଲଙ୍କର ଅଂଶ ନୁହନ୍ତି। କୌଣସି ଅନ୍ୟ ବଂଶମାନଙ୍କ ସହିତ ବିବାହ କର ନାହିଁ। ଇସ୍ରାଏଲ ନୁହନ୍ତି କିନ୍ତୁ ଯଦି ତୁମ୍ଭେ ସେମାନଙ୍କର ବନ୍ଧୁ ହୁଅ।


ଇଲୀଶାୟ ପଛକୁ ଗ୍ଭହିଁ ବାଳକମାନଙ୍କୁ ଦେଖିଲେ। ସେ ସଦାପ୍ରଭୁଙ୍କ ନାମରେ ସେମାନଙ୍କୁ ଅଭିଶାପ ଦେଲେ। ତା'ପରେ ଦୁଇଟି ଭଲ୍ଲୁକ ଜଙ୍ଗଲରୁ ଆସି ସେମାନଙ୍କୁ ଆକ୍ରମଣ କଲେ ଓ ସେମାନଙ୍କ ମଧ୍ୟରୁ ବୟାଳିଶ୍ ଜଣଙ୍କୁ ଧରି ଚିରି ପକାଇଲେ।


ସେମାନଙ୍କ ବାଳକମାନେ ଅଧେ ଅ‌‌‌‌ସ୍‌‌‌‌ଦୋଦୀୟ ଭାଷାରେ କଥାବାର୍ତ୍ତା କଲେ। ସେମାନେ ଯିହୁଦୀୟ ଭାଷାରେ କଥାବାର୍ତ୍ତା କରି ପାରିଲେ ନାହିଁ। ମାତ୍ର ପ୍ରତ୍ୟେକ ଗୋଷ୍ଠୀର ଭାଷା ଅନୁସାରେ କଥା କହିଲେ।


ମୁଁ କ୍ରୋଧିତ ହୋଇଯାଏ, ଯେତେବେଳେ ଦେଖେ ଦୁଷ୍ଟ ଲୋକମାନେ ତୁମ୍ଭର ଶିକ୍ଷା ସମୂହକୁ ଆଉ ଅନୁସରଣ କରୁ ନାହାନ୍ତି।


ଯେତେବେଳେ ମୁଁ ସେମାନଙ୍କର ଏହି ଅଭିଯୋଗ ସବୁ ଶୁଣିଲି, ମୁଁ ଅତ୍ୟନ୍ତ କୃଦ୍ଧ ହେଲି।


Swiv nou:

Piblisite


Piblisite