Biblia Todo Logo
Bib sou entènèt

- Piblisite -




ନିହିମୀୟା 13:13 - ପବିତ୍ର ବାଇବଲ

13 ତହିଁରେ ମୁଁ ଶେଲିମିୟ ଯାଜକକୁ ଓ ଲେଖକ ସାଦୋକ ଓ ଲେବୀୟମାନଙ୍କ ମଧ୍ୟରୁ ପଦାୟକୁ ଭଣ୍ତାର ସମୂହର ଅଧ୍ୟକ୍ଷ କଲି। ଏବଂ ସ‌କ୍‌କୂରର ପୁତ୍ର ହନାନ୍, ମତ୍ତନୀୟର ପୁତ୍ର ସ‌କ୍‌କୂର ସେମାନଙ୍କର ଅଧୀନରେ କାର୍ଯ୍ୟ କଲେ। କାରଣ ସେମାନେ ବିଶ୍ୱସ୍ତ ଥିଲେ। ଏଣୁ ଆପଣା ଭାତୃଗଣକୁ ବିତରଣ କରିବାର କାର୍ଯ୍ୟ ସେମାନଙ୍କର ହେଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ତହିଁରେ ମୁଁ ଶେଲିମୀୟ ଯାଜକକୁ ଓ ସାଦୋକ ଅଧ୍ୟାପକକୁ ଓ ଲେବୀୟମାନଙ୍କ ମଧ୍ୟରୁ ପଦାୟକୁ ଭଣ୍ତାରସମୂହର ଅଧ୍ୟକ୍ଷ କଲି; ସେମାନଙ୍କ ତଳେ ମତ୍ତନୀୟର ପୌତ୍ର ସକ୍କୂରର ପୁତ୍ର ହାନନ୍ ରହିଲା; କାରଣ ସେମାନେ ବିଶ୍ଵସ୍ତ ଗଣିତ ଥିଲେ, ଏଣୁ ଆପଣା ଭ୍ରାତୃଗଣକୁ ବିତରଣ କରିବାର କାର୍ଯ୍ୟ ସେମାନଙ୍କର ହେଲା।

Gade chapit la Kopi

ଓଡିଆ ବାଇବେଲ

13 ତହିଁରେ ମୁଁ ଶେଲିମୀୟ ଯାଜକକୁ ଓ ସାଦୋକ ଅଧ୍ୟାପକକୁ ଓ ଲେବୀୟମାନଙ୍କ ମଧ୍ୟରୁ ପଦାୟକୁ ଭଣ୍ଡାରସମୂହର ଅଧ୍ୟକ୍ଷ କଲି; ସେମାନଙ୍କ ତଳେ ମତ୍ତନୀୟର ପୌତ୍ର ସକ୍କୁରର ପୁତ୍ର ହାନନ୍‍ ରହିଲା; କାରଣ ସେମାନେ ବିଶ୍ୱସ୍ତ ଥିଲେ, ଏଣୁ ଆପଣା ଭ୍ରାତୃଗଣକୁ ବିତରଣ କରିବାର କାର୍ଯ୍ୟ ସେମାନଙ୍କର ହେଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ତହିଁରେ ମୁଁ ଶେଲିମୀୟ ଯାଜକକୁ ଓ ସାଦୋକ ଅଧ୍ୟାପକକୁ ଓ ଲେବୀୟମାନଙ୍କ ମଧ୍ୟରୁ ପଦାୟକୁ ଭଣ୍ଡାରସମୂହର ଅଧ୍ୟକ୍ଷ କଲି; ସେମାନଙ୍କ ତଳେ ମତ୍ତନୀୟର ପୌତ୍ର ସକ୍କୁରର ପୁତ୍ର ହାନନ୍‍ ରହିଲା; କାରଣ ସେମାନେ ବିଶ୍ୱସ୍ତ ଥିଲେ, ଏଣୁ ଆପଣା ଭ୍ରାତୃଗଣକୁ ବିତରଣ କରିବାର କାର୍ଯ୍ୟ ସେମାନଙ୍କର ହେଲା।

Gade chapit la Kopi




ନିହିମୀୟା 13:13
20 Referans Kwoze  

ଏହା ପରେ ମୁଁ ମୋର ଭାଇ ହନାନିକୁ ଓ ଦୁର୍ଗର ଶାସନକର୍ତ୍ତା ହନାନିୟକୁ ଯିରୁଶାଲମ ଉପରେ ନିଯୁକ୍ତ କଲି କାରଣ ହନାନିୟ ବିଶ୍ୱସ୍ତ ଲୋକ ଥିଲା, ଆଉ ସେ ଅନ୍ୟ ଲୋକମାନଙ୍କ ଅପେକ୍ଷା ପରମେଶ୍ୱରଙ୍କୁ ଭୟ କରୁଥିଲା।


ସେହି କାର୍ଯ୍ୟ କରୁଥିବା ଲୋକମାନଙ୍କୁ ଯେଉଁ ମୁଦ୍ରା ଦିଆଗଲା ତା'ର ହିସାବ ରଖାଗଲା ନାହିଁ, କାରଣ ସେମାନେ ବିଶ୍ୱସ୍ତ ରୂପେ କାର୍ଯ୍ୟ କଲେ।”


ଯେଉଁ ଲୋକମାନଙ୍କୁ ଏହି ଦାୟିତ୍ୱ ଦିଆଯାଇଛି ସେମାନେ ଯେ ଏଥିର ଯୋଗ୍ୟ ଏହା ଦର୍ଶାଇବା ଉଚିତ୍।


ଏଥିପାଇଁ ହେ ଭାଇମାନେ, ତୁମ୍ଭେମାନେ ନିଜ ଭିତରୁ ସାତ ଜଣ ପୁରୁଷଙ୍କୁ ବାଛ। ସେମାନେ ଯେପରି ଲୋକମାନଙ୍କ ଦୃଷ୍ଟିରୁ ଉତ୍ତମ, ପବିତ୍ରଆତ୍ମା ଓ ଜ୍ଞାନରେ ପୂର୍ଣ୍ଣ ହୋଇଥିବେ। ଆମ୍ଭେମାନେ ସେମାନଙ୍କୁ ଏହି କାମ କରିବା ପାଇଁ ଦେବୁ।


ଏହି ସମୟ ମଧ୍ୟରେ ଶିଷ୍ୟମାନଙ୍କ ସଂଖ୍ୟା ବଢ଼ିଗଲା। ସେତେବେଳେ ଗ୍ରୀକ୍ ଭାଷା କହୁଥିବା ଯିହୂଦୀମାନେ ଏବ୍ରୀଭାଷା କହୁଥିବା ଯିହୂଦୀମାନଙ୍କ ବିରୁଦ୍ଧରେ ଅଭିଯୋଗ କଲେ। ସେମାନଙ୍କ ବିଧବାମାନଙ୍କୁ ଉଚିତ୍ ପରିମାଣରେ ଖାଦ୍ୟ ବଣ୍ଟା ନ ଯାଉଥିବା କାରଣରୁ ଏପରି ବଚସା ହେଲା।


ସେହି ଦିନରେ ନଗରର ଲୋକମାନେ ଧନ, ଉପହାର, ପ୍ରଥମଜାତ ଫଳ ଓ ଏକ ଦଶମାଂଶ ସାମଗ୍ରୀ, ନିୟମ ଅନୁଯାୟୀ ଆଣିଲେ। ଲୋକମାନଙ୍କୁ କୋଠରୀରେ ନିରୀକ୍ଷଣ କରିବା ପାଇଁ ନିଯୁକ୍ତ କରାଗଲା। ନିରୂପିତ ଅଂଶ ସଂଗ୍ରହ କରିବା ପାଇଁ କୋଠରୀ ସବୁରେ ଲୋକମାନେ ନିଯୁକ୍ତି ହେଲେ। କାରଣ ପରିଚର୍ଯ୍ୟାକାରୀ ଯାଜକ ଓ ଲେବୀୟମାନଙ୍କ ସକାଶୁ ଯିହୁଦୀୟମାନେ ବହୁତ ଆନନ୍ଦିତ ହୋଇଥିଲେ।


ମାତ୍ର ଶ୍ରମିକମାନଙ୍କୁ ଦେବା ପାଇଁ ଯେଉଁମାନଙ୍କ ହସ୍ତରେ ସେ ଟଙ୍କା ଦିଆଗଲା, ସେମାନଙ୍କଠାରୁ କେହି ହିସାବ ନେଲେ ନାହିଁ। କାରଣ ସେମାନେ ଅତି ବିଶ୍ୱସ୍ତ ଭାବରେ କାମ କଲେ।


ତୁମ୍ଭେମାନେ ପ୍ରଥମେ ସେମାନଙ୍କୁ ପରୀକ୍ଷା କରିବ। ଯଦି ସେମାନଙ୍କ ଭିତରେ କୌଣସି ଦୁର୍ଗୁଣ ନାହିଁ, ତା'ହେଲେ ସେମାନେ ବିଶେଷ ସେବକ ଭାବେ ସେବା କରି ପାରିବେ।


ମୋ’ ପ୍ରତି ଭରସା ରଖି ଏହି ସେବା କାର୍ଯ୍ୟରେ ନିଯୁକ୍ତ କରିଥିବାରୁ ମୁଁ ଆମ୍ଭ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କୁ ଧନ୍ୟବାଦ ଦିଏ। ସେ ମୋତେ ଶକ୍ତି ପ୍ରଦାନ କରନ୍ତି।


ସେମାନେ ସେହି ଧନ ପ୍ରେରିତମାନଙ୍କ ପାଦତଳେ ରଖି ଦେଉଥିଲେ। ପ୍ରତ୍ୟେକଙ୍କ ନିଜ ଆବଶ୍ୟକତା ଅନୁସାରେ ଟଙ୍କା ବଣ୍ଟାଗଲା।


ଏହା ଶୁଣି ଯୀଶୁ କହିଲେ, “ବିଶ୍ୱାସୀ ଓ ବୁଦ୍ଧିମାନ ସେବକ କିଏ? ମାଲିକ ଅନ୍ୟ ସେବକମାନଙ୍କୁ ସେମାନଙ୍କର ଖାଦ୍ୟ ଠିକ୍ ସମୟରେ ଦେବା ପାଇଁ ଜଣେ ଗ୍ଭକରକୁ ଦାୟିତ୍ୱ ଦେଇଥା’ନ୍ତି, ଯାହାକୁ ଏ କାମ କରିବା ପାଇଁ ମାଲିକ ବିଶ୍ୱାସ କରିବେ ସେ ସେବକ କିଏ?


କେତେକ ଯାଜକ ତୂରୀ ନେଇ ଗଲେ। ଜିଖରିୟ ଯିଏ କି, ଯୋନାଥନଙ୍କର ପୁତ୍ର, ଯିଏ କି ଶମୟିୟର ପୁତ୍ର, ଯିଏ କି ମତ୍ତନୀୟଙ୍କର ପୁତ୍ର, ଯିଏ କି ମିଖାୟଙ୍କର ପୁତ୍ର, ଯିଏ କି ସ‌କ୍‌କୁରଙ୍କର ପୁତ୍ର, ଯିଏ କି ଆସଫଙ୍କର ପୁତ୍ର ଥିଲେ। ତାଙ୍କର ଭାଇମାନେ ଶମୟିୟ ଅସରେଲ, ମିଲଲୟ, ଗିଲଲୟ, ମାଯିୟ, ନଥନେଲ, ଯିହୁଦା ଓ ହନାନୀ। ପରମେଶ୍ୱରଙ୍କର ଏହି ଲୋକମାନେ ପରମେଶ୍ୱରଙ୍କର ସେବକ ଦାଉଦ ନିକଟକୁ ବିଭିନ୍ନ ପ୍ରକାର ବାଦ୍ୟଯନ୍ତ୍ର ସହିତ ଗଲେ। ଲେଖକ ଏଜ୍ରା ସେମାନଙ୍କ ଆଗରେ ଗଲେ।


ଉଷି ଯିରୁଶାଲମରେ ଲେବୀୟମାନଙ୍କର ନିରୀକ୍ଷକ ଥିଲେ। ଉଷି ବାନିର ପୁତ୍ର, ବାନି ହଶବିୟର ପୁତ୍ର, ହଶବିୟ ଯିଏ କି ମତ୍ତନୀୟର ପୁତ୍ର, ମତ୍ତନିୟ ଯିଏ କି ମୀକାର ପୁତ୍ର ଥିଲେ। ଉଷି ପରମେଶ୍ୱରଙ୍କ ମନ୍ଦିରରେ ସେବା କରୁଥିବା ଗାୟକର ଓ ଆସଫର ବଂଶଧର ଥିଲେ।


ସ‌କ୍‌କୁର, ଶେରେବୀୟ, ଶବନିୟ,


ଏଜ୍ରା ଯାଜକ ସେହି କାର୍ଯ୍ୟ ନିମନ୍ତେ ନିର୍ମିତ କାଠମୟ ମଞ୍ଚା ଉପରେ ଠିଆ ହେଲେ। ଆଉ ଦକ୍ଷିଣ ପାର୍ଶ୍ୱରେ ତାଙ୍କ ନିକଟରେ ମତ୍ତଥିୟ, ଶେମା, ଅନାୟ, ଊରିୟ, ହି‌ଲ୍‌‌‌କିୟ, ମାସେୟ ଠିଆ ହେଲେ, ଏବଂ ତାଙ୍କ ବାମ ପାର୍ଶ୍ୱରେ ପଦାୟ ଓ ମୀଶାୟେଲ, ମ‌‌‌‌ଲ୍‌‌‌‌‌‌‌କିୟ, ହଶୁମ ଓ ହ‌ଶ୍‌ବଦ୍ଦାନା, ଜିଖରିୟ ଓ ମଶୁଲ୍ଲମ ଠିଆ ହେଲେ।


ଶେଲିମିୟର ପୁତ୍ର ହନାନିୟ ଓ ସାଲଫର ଷଷ୍ଠ ପୁତ୍ର ହାନୂନ୍ ଅନ୍ୟ ଏକ ଅଂଶର ଭଗ୍ନାଂଶ ଗଠନ କଲେ। ତାହାପରେ ବେରିଖିୟର ପୁତ୍ର ମଶୁଲ୍ଲମ୍ ଆପଣା କୋଠରୀ ସମ୍ମୁଖରେ ଭଗ୍ନ ଅଂଶ ମରାମତି କଲେ।


ମାତ୍ର ଲେବୀୟମାନେ ଦଶମାଂଶ ଆଦାୟ କରିବା ସମୟରେ ହାରୋଣଙ୍କ ସନ୍ତାନ ଯାଜକ ଲେବୀୟମାନଙ୍କ ସଙ୍ଗେ ରହିବ। ଆଉ ଲେବୀୟମାନେ ପରମେଶ୍ୱରଙ୍କ ମନ୍ଦିରସ୍ଥିତ ଭଣ୍ତାର ଗୃହକୁ ଦଶମାଂଶର ଦଶମାଂଶ ଆଣିବେ।


କୌଣସି ଦୋଷ ପାଇଁ ଓ ପାପ ପାଇଁ ଉତ୍ସର୍ଗୀକୃତ ମୁଦ୍ରା ସଦାପ୍ରଭୁଙ୍କ ମନ୍ଦିରର ପୁନଃନିର୍ମାଣରେ ବ୍ୟବହୃତ ହେଲା ନାହିଁ। ତାହା ଯାଜକମାନଙ୍କର ହେଲା।


Swiv nou:

Piblisite


Piblisite