Biblia Todo Logo
Bib sou entènèt

- Piblisite -




ନିହିମୀୟା 12:1 - ପବିତ୍ର ବାଇବଲ

1 ଏହିମାନେ ହେଉଛନ୍ତି ଯାଜକ ଓ ଲେବୀୟ, ଶ‌‌‌‌ଲ୍‌‌‌‌‌‌‌ଟୀୟେଲର ପୁତ୍ର ସରୁବ୍ବାବିଲ ଓ ଯେଶୂୟ ସଙ୍ଗେ ଆସିଲେ, ସେମାନେ ହେଲେ ସରାୟ, ଯିରିମିୟ, ଏଜ୍ରା,

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ଯେଉଁ ଯାଜକମାନେ ଓ ଲେବୀୟମାନେ ଶଲ୍ଟୀୟେଲର ପୁତ୍ର ସରୁବ୍ବାବିଲ ଓ ଯେଶୂୟ ସଙ୍ଗେ ଆସିଥିଲେ, ସେମାନେ ଏହି, ଯଥା, ସରାୟ , ଯିରିମୀୟ, ଏଜ୍ରା;

Gade chapit la Kopi

ଓଡିଆ ବାଇବେଲ

1 ଯେଉଁ ଯାଜକମାନେ ଓ ଲେବୀୟମାନେ ଶଲ୍‍ଟୀୟେଲର ପୁତ୍ର ଯିରୁବ୍ବାବିଲ୍‍ ଓ ଯେଶୂୟ ସଙ୍ଗେ ଆସିଥିଲେ, ସେମାନେ ଏହି, ଯଥା, ସରାୟ, ଯିରିମୀୟ, ଏଜ୍ରା;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଯେଉଁ ଯାଜକମାନେ ଓ ଲେବୀୟମାନେ ଶଲ୍ଟୀୟେଲର ପୁତ୍ର ଯିରୁବ୍ବାବିଲ୍‍ ଓ ଯେଶୂୟ ସଙ୍ଗେ ଆସିଥିଲେ, ସେମାନେ ଏହି, ଯଥା, ସରାୟ, ଯିରିମୀୟ, ଏଜ୍ରା;

Gade chapit la Kopi




ନିହିମୀୟା 12:1
22 Referans Kwoze  

ସେହି ରୌପ୍ୟ ଓ ସୁବର୍ଣ୍ଣରେ ମୁକୁଟ ନିର୍ମାଣ କର ଓ ସେହି ମୁକୁଟକୁ ମହାଯାଜକ ଯିହୋଷାଦକଙ୍କ ପୁତ୍ର ଯିହୋଶୂୟ ମସ୍ତକରେ ରଖ। ଯିହୋଶୂୟ ଜଣେ ମହାଯାଜକ ଓ ସେ ଯିହୋଷାଦକଙ୍କ ପୁତ୍ର ଥିଲେ। ତା'ପରେ ଏହିସବୁ ତାଙ୍କୁ କୁହ:


“ଏହି ବାର୍ତ୍ତା ଯିହୁଦାର ଦେଶାଧ୍ୟକ୍ଷ ଶ‌‌ଲ୍‌‌ଟୀୟେଲଙ୍କ ପୁତ୍ର ଯିରୁବ୍ବାବିଲଙ୍କୁ ଓ ମହାଯାଜକ ଯିହୋଷାଦକଙ୍କ ପୁତ୍ର ଯିହୋଶୂୟଙ୍କୁ ଏବଂ ସମସ୍ତ ଲୋକଙ୍କୁ କୁହ।


ତା'ପରେ ସଦାପ୍ରଭୁ ତାଙ୍କର ନିର୍ମାଣ ବିଷୟରେ ଲୋକମାନଙ୍କୁ ଉତ୍ତେଜିତ କଲେ। ଯିହୁଦାର ଶାସକ ଶ‌‌ଲ୍‌‌ଟିୟେଲଙ୍କ ପୁତ୍ର ଯିରୁବ୍ବାବିଲଙ୍କୁ ଓ ମହାଯାଜକ ଯିହୋଷାଦକଙ୍କ ପୁତ୍ର ଯିହୋଶୂୟଙ୍କୁ ମଧ୍ୟ ସଦାପ୍ରଭୁ ଉତ୍ତେଜିତ କଲେ। ତାଙ୍କର ମନ୍ଦିର ନିର୍ମାଣ କରିବା ବିଷୟରେ ସଦାପ୍ରଭୁ ସବୁ ଲୋକଙ୍କୁ ଉତ୍ତେଜିତ କଲେ। ସେମାନେ ସର୍ବଶକ୍ତିମାନ ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କାମ ଆରମ୍ଭ କଲେ।


ଶ‌‌ଲ୍‌‌ଟିୟେଲଙ୍କ ପୁତ୍ର ଯିରୁବ୍ବାବିଲଙ୍କୁ ଓ ଯିହୋଷାଦକଙ୍କ ପୁତ୍ର ମହାଯାଜକ ଯିହୋଶୂୟଙ୍କୁ କହିବାକୁ ସଦାପ୍ରଭୁ ପରମେଶ୍ୱର ହାଗୟଙ୍କୁ ପ୍ରେରଣ କଲେ। ତେଣୁ ଏହି ଲୋକମାନେ ଓ ଅନ୍ୟସବୁ ଲୋକମାନେ ଭବିଷ୍ୟ‌ଦ୍‌ବକ୍ତା ହାଗୟଙ୍କଠାରୁ ସଦାପ୍ରଭୁ ଦେଇଥିବା ବାର୍ତ୍ତା ଶୁଣିଲେ। ସେମାନେ ସେମାନଙ୍କର ଭୟ ଓ ସମ୍ମାନ ସଦାପ୍ରଭୁ ପରମେଶ୍ୱରଙ୍କୁ ଜଣାଇଲେ।


ପାରସ୍ୟ ରାଜା ଦାରିୟାବସଙ୍କର ରାଜତ୍ୱର ଦ୍ୱିତୀୟ ବର୍ଷର ଛଅମାସର ପ୍ରଥମ ଦିବସରେ ହାଗୟ ପରମେଶ୍ୱରଙ୍କଠାରୁ ଏହି ବାର୍ତ୍ତା ପାଇଲେ। ଏହି ବାର୍ତ୍ତା ଶ‌‌ଲ୍‌‌ଟୀୟେଲଙ୍କ ପୁତ୍ର ଯିରୁବ୍ବାବିଲ ଓ ଯିହୋଷାଦକଙ୍କ ପୁତ୍ର ଯିହୋଶୂୟଙ୍କ ପାଇଁ ଥିଲା। ଯିରୁବ୍ବାବିଲ ଯିହୁଦାର ଦେଶାଧ୍ୟକ୍ଷ ଓ ଯିହୋଶୂୟ ଜଣେ ମହାନ ଯାଜକ ଥିଲେ। ଭବିଷ୍ୟ‌ଦ୍‌ବକ୍ତା ହାଗୟଙ୍କ ଦ୍ୱାରା କୁହାଯାଇଥିବା ବାର୍ତ୍ତା ଏହା ହିଁ ଅଟେ।


ଯେଶୂୟ ଯୋୟାକୀ‌‌‌‌‌‌ମ୍‌‌‌‌‌‌ର ପିତା ଥିଲେ, ଯୋୟାକୀମ୍ ଇଲିୟାଶୀବର ପିତା ଥିଲେ ଓ ଇଲିୟାଶୀବ ଯୋୟାଦର ପିତା ଥିଲେ।


ଏମାନେ ସରୁବ୍ବାବିଲ, ଯେଶୂୟ, ନିହିମିୟା, ଅସରିୟ, ରୟମା, ନହମାନି, ମର୍ଦ୍ଦଖୟ, ବି‌‌‌ଲ୍‌‌ଶନ୍, ମମ୍ପର, ବି‌ଗ୍‌ବୟ, ନହୂମ, ବାନା ସଙ୍ଗେ ଫେରି ଆସିଲେ। ଇସ୍ରାଏଲ ବଂଶିୟ ପୁରୁଷମାନଙ୍କ ସଂଖ୍ୟା ଏହିପରି ଥିଲା।


ତେଣୁ ଶ‌‌‌‌ଲ୍‌‌‌‌‌‌‌ଟୀୟେଲର ପୁତ୍ର ସରୁବ୍ବାବିଲ ଓ ଯୋଷାଦକର ପୁତ୍ର ଯେଶୂୟ ଉଠି ଯିରୁଶାଲମରେ ପରମେଶ୍ୱରଙ୍କ ମନ୍ଦିର ନିର୍ମାଣ କରିବାକୁ ଲାଗିଲେ। ଆଉ ପରମେଶ୍ୱରଙ୍କ ଭବିଷ୍ୟ‌ଦ୍‌ବକ୍ତାମାନେ ସେମାନଙ୍କ ସଙ୍ଗେ ରହି ସାହାଯ୍ୟ କଲେ।


ଏହା ପରେ ଦ୍ୱିତୀୟ ବର୍ଷର ଦ୍ୱିତୀୟ ମାସରେ ପରମେଶ୍ୱରଙ୍କ ଯିରୁଶାଲମସ୍ଥିତ ମନ୍ଦିରରେ ଶ‌‌‌‌ଲ୍‌‌‌‌‌‌‌ଟୀୟେଲର ପୁତ୍ର ସରୁବ୍ବାବିଲ, ଯୋଷାଦକର ପୁତ୍ର ଯେଶୂୟ ଓ ସେମାନଙ୍କର ଅବଶିଷ୍ଟ ଯାଜକ ଓ ଲେବୀୟ ଭାତୃଗଣ, ବନ୍ଦୀ ଦଶାରୁ ଯିରୁଶାଲମକୁ ଆଗତ ଲୋକମାନେ ସଦାପ୍ରଭୁଙ୍କ ମନ୍ଦିର କାର୍ଯ୍ୟରେ ତତ୍ତ୍ୱାବଧାରଣ ନିମନ୍ତେ କୋଡ଼ିଏ ବର୍ଷ ଓ ତତୋଧିକ ବୟସ୍କ ଲେବୀୟମାନଙ୍କୁ ନିଯୁକ୍ତ କଲେ।


ଯୋଷାଦକର ପୁତ୍ର ଯେଶୂୟ ଓ ତାର ଯାଜକ ଭାତୃଗଣ, ଶ‌‌‌‌ଲ୍‌‌‌‌‌‌‌ଟୀୟେଲର ପୁତ୍ର ସରୁବ୍ବାବିଲ ଓ ତାର ଭାତୃଗଣ ମିଶି ପରମେଶ୍ୱରଙ୍କ ଲୋକ ମୋଶାଙ୍କର ବ୍ୟବସ୍ଥାର ଲିଖନ ଅନୁସାରେ ହୋମବଳି ଉତ୍ସର୍ଗ କରିବା ପାଇଁ ଇସ୍ରାଏଲର ପରମେଶ୍ୱରଙ୍କ ଯଜ୍ଞବେଦି ନିର୍ମାଣ କଲେ।


ଅର୍ତ୍ତକ୍ଷସ୍ତ ରାଜାର ସପ୍ତମ ବର୍ଷରେ ଇସ୍ରାଏଲ ସନ୍ତାନମାନଙ୍କର ଓ ଯାଜକମାନଙ୍କର ଓ ଲେବୀୟମାନଙ୍କର କେତେକ ଜଣ ପୁଣି ଗାୟକମାନେ ଓ ଦ୍ୱାରପାଳମାନେ ଓ ନଥୀନୀୟମାନେ ଯିରୁଶାଲମକୁ ଗଲେ।


ଆଉ ଯିହୁଦାରେ ବାସ କରୁଥିବା କେତେକ ଲେବୀୟ ବିନ୍ୟାମୀନ ସହିତ ସଂଯୁକ୍ତ ହେଲେ।


ଅମରିୟ, ମଲ୍ଲୂକ, ହଟୂଶ,


Swiv nou:

Piblisite


Piblisite