Biblia Todo Logo
Bib sou entènèt

- Piblisite -




ନିହିମୀୟା 11:3 - ପବିତ୍ର ବାଇବଲ

3 ପ୍ରଦେଶର ଏହି ପ୍ରଧାନବର୍ଗ ଯିରୁଶାଲମରେ ବାସ କଲେ। କିନ୍ତୁ ଯିହୁଦାର ଏବଂ ଇସ୍ରାଏଲର ଅନ୍ୟ ନଗରରେ ଲୋକମାନେ, ଯାଜକମାନେ, ଲେବୀୟମାନେ, ନଥୀନୀୟମାନେ ଓ ଶଲୋମନଙ୍କର ଦାସଗଣର ସନ୍ତାନମାନେ ପ୍ରତ୍ୟେକ ନିଜ ନିଜ ନଗରରେ ବାସ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ପ୍ରଦେଶରେ ଏହି ପ୍ରଧାନବର୍ଗ ଯିରୂଶାଲମରେ ବାସ କଲେ; ମାତ୍ର ଯିହୁଦାର ନାନା ନଗରରେ ଲୋକମାନେ, ଅର୍ଥାତ୍, ଇସ୍ରାଏଲ, ଯାଜକମାନେ ଓ ଲେବୀୟମାନେ ଓ ନଥୀନୀୟମାନେ ଓ ଶଲୋମନଙ୍କର ଦାସଗଣର ସନ୍ତାନମାନେ ପ୍ରତ୍ୟେକେ ଆପଣା ଆପଣା ଅଧିକାରରେ ଆପଣା ଆପଣା ନଗରରେ ବାସ କଲେ।

Gade chapit la Kopi

ଓଡିଆ ବାଇବେଲ

3 ପ୍ରଦେଶରେ ଏହି ପ୍ରଧାନବର୍ଗ ଯିରୂଶାଲମରେ ବାସ କଲେ; ମାତ୍ର ଯିହୁଦାର ନାନା ନଗରରେ ଲୋକମାନେ, ଅର୍ଥାତ୍‍, ଇସ୍ରାଏଲ, ଯାଜକମାନେ ଓ ଲେବୀୟମାନେ ଓ ନଥୀନୀୟମାନେ ଓ ଶଲୋମନଙ୍କର ଦାସଗଣର ସନ୍ତାନମାନେ ପ୍ରତ୍ୟେକେ ଆପଣା ଆପଣା ଅଧିକାରରେ ଆପଣା ଆପଣା ନଗରରେ ବାସ କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ପ୍ରଦେଶରେ ଏହି ପ୍ରଧାନବର୍ଗ ଯିରୂଶାଲମରେ ବାସ କଲେ; ମାତ୍ର ଯିହୁଦାର ନାନା ନଗରରେ ଲୋକମାନେ, ଅର୍ଥାତ୍‍, ଇସ୍ରାଏଲ, ଯାଜକମାନେ ଓ ଲେବୀୟମାନେ ଓ ନଥୀନୀୟମାନେ ଓ ଶଲୋମନଙ୍କର ଦାସଗଣର ସନ୍ତାନମାନେ ପ୍ରତ୍ୟେକେ ଆପଣା ଆପଣା ଅଧିକାରରେ ଆପଣା ଆପଣା ନଗରରେ ବାସ କଲେ।

Gade chapit la Kopi




ନିହିମୀୟା 11:3
14 Referans Kwoze  

ଏହା ପରେ ଯାଜକମାନେ, ଲେବୀୟମାନେ, ଦ୍ୱାରପାଳମାନେ, ଗାୟକମାନେ ଓ ମନ୍ଦିରର ସେବକମାନେ ଓ ସମଗ୍ର ଇସ୍ରାଏଲୀୟ ନିଜ ନିଜ ନଗରରେ ବାସ କଲେ। ଏଣୁ ସପ୍ତମ ମାସରେ ସମସ୍ତ ଇସ୍ରାଏଲୀୟମାନେ ନିଜ ନିଜ ନଗରରେ ଥିଲେ।


ମନ୍ଦିରର ବିଶେଷ ଦାସମାନଙ୍କ ବଂଶଧରମାନେ ହେଲେ: ସୀହ, ହସୂଫା, ଟବ୍ବୟୋତ।


ପ୍ରଦେଶର ଏହି ଲୋକମାନେ ଯୁଦ୍ଧ ବନ୍ଦୀରୁ ମୁକ୍ତିପାଇ ଫେରି ଆସିଲେ। ଅତୀତରେ ବାବିଲର ରାଜା ନବୂଖ‌ଦ୍‌ନିତ୍ସର ବନ୍ଦୀ ଭାବରେ ବାବିଲୋନକୁ ନେଇଯାଇଥିଲେ। ସେହି ଲୋକମାନେ ଯିରୁଶାଲମ ଓ ଯିହୁଦାକୁ ଫେରି ଆସିଲେ। ପ୍ରତ୍ୟେକ ଲୋକ ସେମାନଙ୍କର ନିଜ ନିଜ ସହରକୁ ଫେରି ଆସିଲେ।


ଇସ୍ରାଏଲର ଯାଜକମାନଙ୍କର ଓ ଲେବୀୟମାନଙ୍କ ଅବଶିଷ୍ଟ ଲୋକମାନେ ଯିହୁଦାର ସମସ୍ତ ନଗରରେ ପ୍ରତ୍ୟେକ ନିଜ ନିଜର ସମ୍ପତ୍ତିରେ ରହିଲେ।


ଯେଉଁମାନେ ବନ୍ଦୀରୂପେ ଥିଲେ, ସେମାନଙ୍କ ମଧ୍ୟରୁ ପ୍ରଦେଶୀୟ ଏହି ସନ୍ତାନଗଣ ପ୍ରତ୍ୟେକ ଯିରୁଶାଲମ ଓ ଯିହୁଦାସ୍ଥିତ ନିଜ ନିଜ ନଗରକୁ ଫେରି ଆସିଲେ। ବାବିଲର ରାଜା ନବୂଖ‌ଦ୍‌ନିତ୍ସର ଯିହୁଦୀୟମାନଙ୍କୁ କରାୟତ କରିଥିଲେ।


ଯାଜକମାନେ ଓ ଲେବୀୟମାନେ ଲୋକମାନଙ୍କ ମଧ୍ୟରୁ କେତେକ ଏବଂ ଗାୟକମାନେ, ଦ୍ୱାରପାଳକମାନେ, ନଥୀନୀୟମାନେ ନିଜ ନିଜ ନଗରରେ ଓ ସମଗ୍ର ଇସ୍ରାଏଲ ନିଜ ନିଜ ନଗରରେ ବାସ କଲେ।


ଯିହୁଦାର ବଂଶଧରଗୁଡ଼ିକ ମଧ୍ୟରୁ ଓ ବିନ୍ୟାମୀନର ବଂଶଧରଗୁଡ଼ିକ ମଧ୍ୟରୁ, କେତେକ ଲୋକ ଯିରୁଶାଲମରେ ବାସ କଲେ। ଯିହୁଦାର ବଂଶଧରମାନଙ୍କ ମଧ୍ୟରୁ ଉଷିୟର ପୁତ୍ର ଅଥାୟ, ସେହି ଉଷିୟ ଜିଖରିୟର ପୁତ୍ର, ତାଙ୍କର ପୁତ୍ର ଅମରିୟ, ଅମରିୟର ପୁତ୍ର ଶଫଟିୟ, ତାଙ୍କର ପୁତ୍ର ମହଲଲେଲ, ତାଙ୍କର ପୁତ୍ର, ପେରସର ପୁତ୍ରମାନଙ୍କ ମଧ୍ୟରୁ ଜଣେ।


ଏମାନେ ସରୁବ୍ବାବିଲ, ଯେଶୂୟ, ନିହିମିୟା, ଅସରିୟ, ରୟମା, ନହମାନି, ମର୍ଦ୍ଦଖୟ, ବି‌‌‌ଲ୍‌‌ଶନ୍, ମମ୍ପର, ବି‌ଗ୍‌ବୟ, ନହୂମ, ବାନା ସଙ୍ଗେ ଫେରି ଆସିଲେ। ଇସ୍ରାଏଲ ବଂଶିୟ ପୁରୁଷମାନଙ୍କ ସଂଖ୍ୟା ଏହିପରି ଥିଲା।


ଯାଜକଗଣ: ଯେଉଁମାନେ ଯିଦୟିୟର ଭବିଷ୍ୟଦ୍ ବଂଶଧର ଓ ଯେଶୂୟ ପରିବାରର ସଭ୍ୟ 973 ଜଣ।


କ‌‌‌‌‌ଦ୍‌‌‌‌‌ମୀୟେଲଙ୍କ ଦ୍ୱାରା ହେଦବାର ମାଧ୍ୟମରେ ଯେଶୂୟ ପରିବାରବର୍ଗରୁ ଆସିଥିବା ଲେବୀୟମାନଙ୍କର ସଂଖ୍ୟା 74 ଜଣ।


ମନ୍ଦିରର ଦାସମାନେ ହେଲେ: ସହୀର ବଂଶଧରମାନେ, ହସୂଫା, ଟବ୍ବାୟୋତର ବଂଶଧର।


Swiv nou:

Piblisite


Piblisite