Biblia Todo Logo
Bib sou entènèt

- Piblisite -




ନିହିମୀୟା 11:18 - ପବିତ୍ର ବାଇବଲ

18 ପବିତ୍ର ନଗରସ୍ଥ ଲେବୀୟମାନେ ସର୍ବମୋଟ୍ 284 ଜଣ ଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

18 ପବିତ୍ର ନଗରସ୍ଥ ଲେବୀୟମାନେ ସର୍ବସୁଦ୍ଧା ଦୁଇ ଶହ ଚୌରାଶୀ ଜଣ ଥିଲେ।

Gade chapit la Kopi

ଓଡିଆ ବାଇବେଲ

18 ପବିତ୍ର ନଗରସ୍ଥ ଲେବୀୟମାନେ ସର୍ବସୁଦ୍ଧା ଦୁଇ ଶହ ଚୌରାଶୀ ଜଣ ଥିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

18 ପବିତ୍ର ନଗରସ୍ଥ ଲେବୀୟମାନେ ସର୍ବସୁଦ୍ଧା ଦୁଇ ଶହ ଚୌରାଶୀ ଜଣ ଥିଲେ।

Gade chapit la Kopi




ନିହିମୀୟା 11:18
10 Referans Kwoze  

ଇସ୍ରାଏଲମାନଙ୍କର ଅଧିପତିମାନେ ଯିରୁଶାଲମରେ ବାସ କଲେ। ଅବଶିଷ୍ଟ ଲୋକମାନେ ପବିତ୍ର ନଗର ଯିରୁଶାଲମରେ ବାସ କରିବା ନିମନ୍ତେ ପ୍ରତି ଦଶ ଜଣ ମଧ୍ୟରୁ ଜଣକୁ ସେ ସ୍ଥାନକୁ ଆଣିବା ପାଇଁ ଓ ଅନ୍ୟ ନଅ ଜଣଙ୍କୁ ଅନ୍ୟାନ୍ୟ ନଗରରେ ବାସ କରିବାକୁ ଗୁଲିବାଣ୍ଟ କଲେ।


ତା'ପରେ ମୁଁ ପରମେଶ୍ୱରଙ୍କଠାରୁ ସ୍ୱର୍ଗରୁ ପବିତ୍ର ନଗରୀ ତଳକୁ ଆସିବାର ଦେଖିଲି। ଏହି ପବିତ୍ର ନଗରୀ ନୂତନ ଯିରୁଶାଲମ ଅଟେ। ବର ପାଇଁ କନ୍ୟା ଯେପରି ସୁସଜ୍ଜିତା ହୋଇଥାଏ, ଠିକ୍ ସେହିପରି ଏହା ପ୍ରସ୍ତୁତ ଥିଲା।


କିନ୍ତୁ ମନ୍ଦିରର ବାହାର ଅଗଣା ମାପ ନାହିଁ। ତାହାକୁ ସେହିପରି ଛାଡ଼ିଦିଅ, କାରଣ ତାହା ଅଣଯିହୂଦୀୟ ଦେଶଗୁଡ଼ିକର ଲୋକମାନଙ୍କୁ ଦିଆଯାଇଛି। ସେହି ଲୋକମାନେ ବୟାଳିଶ୍ ମାସ ପର୍ଯ୍ୟନ୍ତ ପବିତ୍ର ନଗରକୁ ପଦଦଳିତ କରିବେ।


ଯୀଶୁଙ୍କ ମୃତ୍ୟୁରୁ ବଞ୍ଚି ଉଠିବା ପରେ ସେମାନେ ପବିତ୍ରନଗରକୁ ଯାଇ ଅନେକ ଲୋକଙ୍କୁ ଦେଖା ଦେଲେ।


“ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତା ଦାନିୟେଲ ‘ଧ୍ୱଂସ ସାଧକ ଭୟଙ୍କର ବସ୍ତୁ’ ବିଷୟରେ କହିଲେ। ଏହି ଭୟଙ୍କର ବସ୍ତୁଟି ପବିତ୍ର ସ୍ଥାନରେ ଠିଆ ହୋଇଥିବାର ଦେଖାଯିବ।’’ (ଏହାକୁ ପ‌ଢ଼ୁଥିବା ଲୋକେ ଏହାର ଅର୍ଥ ବୁଝି ପାରିବା ଉଚିତ୍।)


“ହେ ଦାନିୟେଲ, ପରମେଶ୍ୱର ସତୁରି ସପ୍ତାହ ତୁମ୍ଭର ଲୋକମାନଙ୍କ ପାଇଁ ଓ ତୁମ୍ଭର ପବିତ୍ର ନଗର ପାଇଁ ନିରୂପଣ କରିଛନ୍ତି। ଏ ସତୁରି ସପ୍ତାହ ନିରୂପଣ ହେବାର ଲକ୍ଷ୍ୟ ଦେଉଛି, ଆଜ୍ଞା ଲଙ୍ଘନରୁ ଏବଂ ପାପରୁ ବିରତ ହେବା। ଏହାର ଲକ୍ଷ୍ୟ ଲୋକମାନଙ୍କୁ ପ୍ରାୟଶ୍ଚିତ କରିବା ଏବଂ ଅନନ୍ତକାଳସ୍ଥାୟୀ ଧାର୍ମିକତା ଓ ପ୍ରମାଣିକତା ଦର୍ଶନଗୁଡ଼ିକ ଓ ଭବିଷ୍ୟ‌ଦ୍‌ବାଣୀ ଓ ପବିତ୍ର ସ୍ଥାନରେ ଉତ୍ସର୍ଗ କରିବା। ଏହା ଲୋକମାନଙ୍କୁ ଲକ୍ଷ୍ୟ କରେ।


ତଥାପି ସମୁଦାୟ ରାଜ୍ୟ ତୁମ୍ଭ ପୁତ୍ରଠାରୁ ଆମ୍ଭେ ଛଡ଼େଇ ନେବାକୁ ଯାଉ ନାହୁଁ। ତୁମ୍ଭର ପୁତ୍ରକୁ ଏକ ପରିବାରବର୍ଗକୁ ଶାସନ କରିବାକୁ ଦେବା। ଆମ୍ଭେ ଏପରି କରିବା କାରଣ ଆମ୍ଭେ ଆପଣା ଦାସ ଦାଉଦଙ୍କୁ ଭଲ ପାଉ ଓ ଯିରୁଶାଲମ ଆମ୍ଭର ମନୋନୀତ ନଗର ଅଟେ।”


ତା'ପରେ ଶୟତାନ ତାହାଙ୍କୁ ପବିତ୍ର ନଗରୀ ଯିରୁଶାଲମକୁ ନେଇଗଲା। ସେ ଯୀଶୁଙ୍କୁ ମନ୍ଦିରର ସବୁଠାରୁ ଉଚ୍ଚ ସ୍ଥାନରେ ରଖିଲା।


ମୀକାର ପୁତ୍ର ମତ୍ତନିୟ ଯିଏ କି ସ‌‌‌‌ବ୍‌‌‌‌ଦିର ଆସଫର ପୁତ୍ର ଥିଲା, ଯିଏ କି ଶମ୍ମୁୟର ପୁତ୍ର ବ‌କ୍‌ବୁକିୟ ଓ ଅବଦା ସହିତ ଧନ୍ୟବାଦ ଅର୍ପଣର ପ୍ରାର୍ଥନା କରୁଥିଲେ। ଯିଏ କି ଗାଲଲର ପୁତ୍ର, ଗାଲଲ ଯିଏ କି ଯିଦୂଥୂନର ପୁତ୍ର ଥିଲା।


ଦ୍ୱାରପାଳ ଅ‌କ୍‌କୁବ୍, ଟ‌‌‌‌ଲ୍‌‌‌‌‌‌‌ମୋନ ଓ ସେମାନଙ୍କର ଭାଇମାନେ, ଯେଉଁମାନେ ନଗର ଫାଟକର ପ୍ରହରୀ ଥିଲେ, ସେମାନେ 172 ଜଣ ଥିଲେ।


Swiv nou:

Piblisite


Piblisite