Biblia Todo Logo
Bib sou entènèt

- Piblisite -




ନିହିମୀୟା 10:39 - ପବିତ୍ର ବାଇବଲ

39 ଇସ୍ରାଏଲର ଲୋକମାନେ ଏବଂ ଲେବୀୟମାନେ ଭଣ୍ତାର ଗୃହକୁ ନିଶ୍ଚିତରେ ତାଙ୍କର ଉପହାର ଆଣିବେ। ସେମାନେ ଶସ୍ୟ, ଦ୍ରାକ୍ଷାରସ, ତୈଳ ସେହି କୋଠରୀକୁ ଆଣିବେ, ଯେଉଁଠାରେ ଦାୟିତ୍ୱରେ ଥିବା ଯାଜକମାନେ, ଦ୍ୱାରପାଳଗଣ ଓ ଗାୟକମାନେ ପବିତ୍ର ସାମଗ୍ରୀ ରଖନ୍ତି। ଏବଂ “ଆମ୍ଭେମାନେ ଆମ୍ଭମାନଙ୍କର ପରମେଶ୍ୱରଙ୍କ ମନ୍ଦିର ପ୍ରତି ହେଳା କରିବୁ ନାହିଁ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

39 କାରଣ ପବିତ୍ର ସ୍ଥାନର ପାତ୍ରସବୁ ଓ ପରିଚାରକ-ଯାଜକମାନେ, ଆଉ ଦ୍ଵାରପାଳ ଓ ଗାୟକମାନେ ଯେଉଁସବୁ କୋଠରିରେ ଥାʼନ୍ତି, ସେଠାକୁ ଇସ୍ରାଏଲ-ସନ୍ତାନଗଣ ଓ ଲେବୀୟ ସନ୍ତାନଗଣ ଶସ୍ୟର, ଦ୍ରାକ୍ଷାରସର ଓ ତୈଳର ଉତ୍ତୋଳନୀୟ ଉପହାର ଆଣିବେ; ପୁଣି, ଆମ୍ଭେମାନେ ଆପଣାମାନଙ୍କ ପରମେଶ୍ଵରଙ୍କ ଗୃହ ପରିତ୍ୟାଗ କରିବୁ ନାହିଁ।

Gade chapit la Kopi

ଓଡିଆ ବାଇବେଲ

39 କାରଣ ପବିତ୍ର ସ୍ଥାନର ପାତ୍ରସବୁ ଓ ପରିଚାରକ ଯାଜକମାନେ, ଆଉ ଦ୍ୱାରପାଳ ଓ ଗାୟକମାନେ ଯେଉଁସବୁ କୋଠରିରେ ଥା’ନ୍ତି, ସେଠାକୁ ଇସ୍ରାଏଲ ସନ୍ତାନଗଣ ଓ ଲେବୀୟ ସନ୍ତାନଗଣ ଶସ୍ୟର, ଦ୍ରାକ୍ଷାରସର ଓ ତୈଳର ଉତ୍ତୋଳନୀୟ ଉପହାର ଆଣିବେ; ପୁଣି, ଆମ୍ଭେମାନେ ଆପଣାମାନଙ୍କ ପରମେଶ୍ୱରଙ୍କ ଗୃହ ପରିତ୍ୟାଗ କରିବୁ ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

39 କାରଣ ପବିତ୍ର ସ୍ଥାନର ପାତ୍ରସବୁ ଓ ପରିଚାରକ ଯାଜକମାନେ, ଆଉ ଦ୍ୱାରପାଳ ଓ ଗାୟକମାନେ ଯେଉଁସବୁ କୋଠରିରେ ଥାʼନ୍ତି, ସେଠାକୁ ଇସ୍ରାଏଲ-ସନ୍ତାନଗଣ ଓ ଲେବୀୟ ସନ୍ତାନଗଣ ଶସ୍ୟର, ଦ୍ରାକ୍ଷାରସର ଓ ତୈଳର ଉତ୍ତୋଳନୀୟ ଉପହାର ଆଣିବେ; ପୁଣି, ଆମ୍ଭେମାନେ ଆପଣାମାନଙ୍କ ପରମେଶ୍ୱରଙ୍କ ଗୃହ ପରିତ୍ୟାଗ କରିବୁ ନାହିଁ।

Gade chapit la Kopi




ନିହିମୀୟା 10:39
12 Referans Kwoze  

କିଛି ଲୋକ ଯେପରି ମଣ୍ଡଳୀ ଉପାସନା ପରିତ୍ୟାଗ କରନ୍ତି, ଆମ୍ଭେ ସେହିପରି ଏକାଠି ମିଳିତ ହେବା ବନ୍ଦ କରିବା ଉଚିତ୍ ନୁହେଁ। ତା’ ପରିବର୍ତ୍ତେ, ସେହି ଦିନଟି ନିକଟତର ହେଉଛି ଦେଖି ଆମ୍ଭେମାନେ ଏକାଠି ମିଳିତ ହୋଇ ପରସ୍ପରକୁ ଅଧିକ ଉତ୍ସାହିତ କରିବା ଉଚିତ୍।


ଏହା ପରେ ଯାଜକମାନେ ନୈବେଦ୍ୟ, ଦଶମାଂଶ ଓ ଅନ୍ୟାନ୍ୟ ବସ୍ତୁସବୁ ଆଣିଲେ, ଯେଉଁଗୁଡ଼ିକ କେବଳ ସଦାପ୍ରଭୁଙ୍କୁ ଦିଆଯିବା ନିମନ୍ତେ ଉଦ୍ଧିଷ୍ଟ ଥିଲା, ସେହି ସମସ୍ତ ସଂଗୃହୀତ ବସ୍ତୁ ମନ୍ଦିର ମଧ୍ୟସ୍ଥ ଭଣ୍ଡାର ଘରମାନଙ୍କରେ ରଖାଗଲା। ଲେବୀୟ କନାନିୟ ସେହି ସମସ୍ତ ସଂଗୃହୀତ ବସ୍ତୁର ଦାୟିତ୍ୱରେ ଥିଲେ, ଶିମିୟି ଦ୍ୱିତୀୟରେ ଏହି ଦାୟିତ୍ୱରେ ଥିଲେ। ଶିମିୟି କନାନିୟଙ୍କ ଭ୍ରାତା ଥିଲେ।


ସଦାପ୍ରଭୁ ଆମ୍ଭର ପରମେଶ୍ୱରଙ୍କର ମନ୍ଦିରର ମଙ୍ଗଳ ନିମନ୍ତେ ମୁଁ ପ୍ରାର୍ଥନା କରେ ଯେ, ଯିରୁଶାଲମ ତୁମ୍ଭ ପାଇଁ ସବୁ ଉତ୍ତମ ଘଟୁ।


“କେତେକ ଦ୍ରବ୍ୟ ତୁମ୍ଭେମାନେ ଭକ୍ଷ୍ୟଣ କରିବ ନାହିଁ ଯେଉଁଠାରେ ତୁମ୍ଭେମାନେ ବାସ କରିବ, ସେଗୁଡ଼ିକ ହେଲା, ଯଥା: ଆପଣା ଶସ୍ୟର କି ଦ୍ରାକ୍ଷାରସର କି ତୈଳର ଦଶମାଂଶ କି ଗୋମେଷାଦିର ପ୍ରଥମଜାତ କିମ୍ବା ତୁମ୍ଭ ମନାସିଲାର ପ୍ରତିଜ୍ଞା ଦ୍ରବ୍ୟ କିଅବା ତୁମ୍ଭ ସ୍ୱେଚ୍ଛାଦତ୍ତ ନୈବେଦ୍ୟ, କି ତୁମ୍ଭ ହସ୍ତର ଉତ୍ତୋଳନୀୟ ଉପହାର।


“ମୋଶା ଲେବୀୟମାନଙ୍କୁ କହିଲେ, ଯେତେବେଳେ ତୁମ୍ଭେ ସର୍ବୋତ୍ତମ ଅଂଶ ଉତ୍ସର୍ଗ କର, ଏହା ଇସ୍ରାଏଲ ଲୋକମାନେ ଉତ୍ସର୍ଗ କରୁଥିବା ଶସ୍ୟ ଓ ଦ୍ରାକ୍ଷାରସ ତୁଲ୍ୟ ଗ୍ରହଣ କରାଯିବା ଉଚିତ୍।


ତେଣୁ ଏହି କୁଷ୍ଠୀମାନେ ଆସି ନଗରର ଦ୍ୱାରୀକୁ ଡାକିଲେ। ସେମାନଙ୍କୁ ଜଣାଇ କହିଲେ, “ଆମ୍ଭେମାନେ ଅରାମୀୟ ଛାଉଣିକୁ ଯାଇଥିଲୁ ଏବଂ ସେଠାରେ କାହାକୁ ପାଇଲୁ ନାହିଁ। ଆମ୍ଭେ କୌଣସି ବ୍ୟକ୍ତି ବିଷୟରେ ଶୁଣିଲୁ ନାହିଁ। କୌଣସି ମଣିଷ ନ ଥିଲେ, କାହାରି ଶବ୍ଦ ଶୁଣିଲୁ ନାହିଁ। ଅଶ୍ୱ ଗର୍ଦ୍ଦଭ ସେଠାରେ ବନ୍ଧା ହୋଇ ରହିଛନ୍ତି ଓ ତମ୍ବୁଗୁଡ଼ିକ ସେହିପରି ଅଛି।”


“ଲେବୀୟମାନଙ୍କୁ କହିବ, ଆମ୍ଭେ ତୁମ୍ଭମାନଙ୍କ ଅଧିକାରାର୍ଥେ ଇସ୍ରାଏଲର ଲୋକମାନଙ୍କଠାରୁ ଯେଉଁ ଏକ ଦଶମାଂଶ ତୁମ୍ଭମାନଙ୍କୁ ଦେଲୁ, ତାହା ଯେତେବେଳେ ତୁମ୍ଭେ ସେମାନଙ୍କଠାରୁ ଗ୍ରହଣ କରିବ ସେତେବେଳେ ତୁମ୍ଭେମାନେ ସଦାପ୍ରଭୁଙ୍କୁ ମୋଟରୁ ପାଇଥିବା ଏକ ଦଶମାଂଶ ଉତ୍ସର୍ଗ କରିବ।


ଏହା ପରେ ହିଜକିୟ, ଯାଜକମାନଙ୍କୁ ସଦାପ୍ରଭୁଙ୍କ ମନ୍ଦିର ନିମନ୍ତେ ଭଣ୍ଡାରଘର ସବୁ ପ୍ରସ୍ତୁତ କରିବାକୁ କହିଲେ। ତେଣୁ ଏହିପରି କରାଗଲା।


ତେଣୁ ସରୁବ୍ବାବିଲ ଓ ନିହିମିୟାଙ୍କ ସମୟରେ ସମଗ୍ର ଇସ୍ରାଏଲ ପ୍ରତିଦିନର ପ୍ରୟୋଜନ ଅନୁସାରେ ଗାୟକମାନଙ୍କର ଓ ଦ୍ୱାରପାଳମାନଙ୍କର ଅଂଶ ଦେଲେ। ଆଉ ଲୋକମାନେ ଲେବୀୟମାନଙ୍କ ନିମନ୍ତେ ସେମାନଙ୍କର ଉପହାରଗୁଡ଼ିକ ସମର୍ପଣ କଲେ ଓ ଲେବୀୟମାନେ ହାରୋଣ ବଂଶଧରଗଣ ନିମନ୍ତେ ଉପହାରଗୁଡ଼ିକ ସମର୍ପଣ କଲେ।


Swiv nou:

Piblisite


Piblisite