Biblia Todo Logo
Bib sou entènèt

- Piblisite -




ନିହିମୀୟା 10:34 - ପବିତ୍ର ବାଇବଲ

34 “ଆମ୍ଭେମାନେ ଗୁଲିବାଣ୍ଟ କରି ଯାଜକମାନଙ୍କ ବଂଶ ପାଇଁ, ଲେବୀୟଗଣ ପାଇଁ, ସଦାପ୍ରଭୁଙ୍କ ମନ୍ଦିର ପାଇଁ କାଠ ଆଣୁଥିବା ଲୋକମାନଙ୍କ ପାଇଁ ବାର୍ଷିକ କାର୍ଯ୍ୟ ନିର୍ଘଣ୍ଟ ସ୍ଥିର କରିଅଛୁ। ବ୍ୟବସ୍ଥାରେ ଯାହା ଲିଖିତ ହୋଇଅଛି ସେହି ଅନୁସାରେ ଆମ୍ଭ ସଦାପ୍ରଭୁ ପରମେଶ୍ୱରଙ୍କ ଯଜ୍ଞବେଦିରେ ସେହି କାଠଗୁଡ଼ିକ ଜଳାଯିବା ଉଚିତ୍।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

34 ପୁଣି, ବ୍ୟବସ୍ଥାର ଲିଖନାନୁସାରେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵରଙ୍କ ଯଜ୍ଞବେଦି ଉପରେ ଜ୍ଵଳାଇବା ସକାଶେ ଆମ୍ଭମାନଙ୍କ ପିତୃବଂଶାନୁସାରେ ବର୍ଷକୁ ବର୍ଷ ନିରୂପିତ ସମୟରେ ଆମ୍ଭମାନଙ୍କ ପରମେଶ୍ଵରଙ୍କ ଗୃହକୁ କାଷ୍ଠ ଆଣିବା ନିମନ୍ତେ ଆମ୍ଭେମାନେ, ଅର୍ଥାତ୍ ଯାଜକମାନେ, ଲେବୀୟମାନେ ଓ ଲୋକମାନେ କାଷ୍ଠଦାନ ବିଷୟରେ ଗୁଲିବାଣ୍ଟ କଲୁ।

Gade chapit la Kopi

ଓଡିଆ ବାଇବେଲ

34 ପୁଣି, ବ୍ୟବସ୍ଥାର ଲିଖନାନୁସାରେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଯଜ୍ଞବେଦି ଉପରେ ଜ୍ୱଳାଇବା ସକାଶେ ଆମ୍ଭମାନଙ୍କ ପିତୃବଂଶାନୁସାରେ ବର୍ଷକୁ ବର୍ଷ ନିରୂପିତ ସମୟରେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହକୁ କାଷ୍ଠ ଆଣିବା ନିମନ୍ତେ ଆମ୍ଭେମାନେ, ଅର୍ଥାତ୍‍ ଯାଜକମାନେ, ଲେବୀୟମାନେ ଓ ଲୋକମାନେ କାଷ୍ଠଦାନ ବିଷୟରେ ଗୁଲିବାଣ୍ଟ କଲୁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

34 ପୁଣି, ବ୍ୟବସ୍ଥାର ଲିଖନାନୁସାରେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଯଜ୍ଞବେଦି ଉପରେ ଜ୍ୱଳାଇବା ସକାଶେ ଆମ୍ଭମାନଙ୍କ ପିତୃବଂଶାନୁସାରେ ବର୍ଷକୁ ବର୍ଷ ନିରୂପିତ ସମୟରେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହକୁ କାଷ୍ଠ ଆଣିବା ନିମନ୍ତେ ଆମ୍ଭେମାନେ, ଅର୍ଥାତ୍‍ ଯାଜକମାନେ, ଲେବୀୟମାନେ ଓ ଲୋକମାନେ କାଷ୍ଠଦାନ ବିଷୟରେ ଗୁଲିବାଣ୍ଟ କଲୁ।

Gade chapit la Kopi




ନିହିମୀୟା 10:34
16 Referans Kwoze  

ନିରୂପିତ ସମୟରେ କାଠ ଓ ପ୍ରଥମଜାତ ଫଳର ଉପହାର ନିମନ୍ତେ ଲୋକ ନିଯୁକ୍ତ କଲି। ହେ ମୋର ପରମେଶ୍ୱର, ମଙ୍ଗଳ ନିମନ୍ତେ ମୋତେ ସ୍ମରଣ କର।


ପୁଣି ଲିବାନୋ‌ନ୍‌ର ସମସ୍ତ ବୃକ୍ଷ ସଦାପ୍ରଭୁଙ୍କ ଜାଳ ପାଇଁ ଯଥେଷ୍ଟ ନୁହେଁ ଓ ତାହାର ସମସ୍ତ ପଶୁ ହୋମବଳି ପାଇଁ ଯଥେଷ୍ଟ ନୁହେଁ।


ଗୁଲିବାଣ୍ଟ ବିରୋଧ ମେଣ୍ଟାଇ ଦିଏ ଓ ବଳବାନମାନଙ୍କୁ ପୃଥକ କରେ।


ଇସ୍ରାଏଲମାନଙ୍କର ଅଧିପତିମାନେ ଯିରୁଶାଲମରେ ବାସ କଲେ। ଅବଶିଷ୍ଟ ଲୋକମାନେ ପବିତ୍ର ନଗର ଯିରୁଶାଲମରେ ବାସ କରିବା ନିମନ୍ତେ ପ୍ରତି ଦଶ ଜଣ ମଧ୍ୟରୁ ଜଣକୁ ସେ ସ୍ଥାନକୁ ଆଣିବା ପାଇଁ ଓ ଅନ୍ୟ ନଅ ଜଣଙ୍କୁ ଅନ୍ୟାନ୍ୟ ନଗରରେ ବାସ କରିବାକୁ ଗୁଲିବାଣ୍ଟ କଲେ।


ପ୍ରଥମ ଦଳ ଥିଲା ଯିହୋୟାରୀବଙ୍କ ଦଳ। ଦ୍ୱିତୀୟ ଦଳ ଥିଲା ଯିଦୟିୟଙ୍କ ଦଳ।


ପ୍ରତି ପରିବାରରୁ ଲୋକମାନେ ମନୋନୀତ ହୋଇଥିଲେ। ସେମାନେ ଗୁଲିବାଣ୍ଟ ଦ୍ୱାରା ମନୋନୀତ ହୋଇଥିଲେ। ପବିତ୍ର ସ୍ଥାନର ଦାୟିତ୍ୱରେ ରହିବା ନିମନ୍ତେ କେତେଜଣ ବ୍ୟକ୍ତିଙ୍କୁ ମନୋନୀତ କରାଯାଇଥିଲା। ଆଉ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଯାଜକକର୍ମ ନିମନ୍ତେ ମନୋନୀତ କରାଯାଇଥିଲା। ଏହି ସମସ୍ତ ବ୍ୟକ୍ତିମାନେ ଇଲିୟାସର ଓ ଈଥାମରଙ୍କ ବଂଶରୁ ଆସିଥିଲେ।


ଯିହୋଶୂୟ ଗିବିୟୋନୀୟମାନଙ୍କୁ ଇସ୍ରାଏଲ ପାଇଁ କ୍ରୀତଦାସ ଭାବେ ଗ୍ରହଣ କଲେ। ଆଉ ସେହି ଦିନଠାରୁ ସଦାପ୍ରଭୁଙ୍କ ଯଜ୍ଞବେଦିରେ ଇସ୍ରାଏଲ ଲୋକମାନଙ୍କ ପାଇଁ କାଠ ‌‌କଟାଳୀ ଓ ଜଳ ‌‌କଢ଼ାଳୀରୂପେ କାର୍ଯ୍ୟ କଲେ। ସଦାପ୍ରଭୁ ଏହା କରାଇବାକୁ ଯେବେ ପସନ୍ଦ କଲେ। ସେମାନେ ଆଜି ପର୍ଯ୍ୟନ୍ତ ଦାସ ଅଟନ୍ତି।


ତା'ପରେ ପ୍ରେରିତମାନେ ଏହି ଦୁହିଁଙ୍କ ନାମରେ ଗୁଳା ପକାଇଲେ। କାଗଜରେ ଲେଖାଥିବା ଗୁଳା ମଥିୟଙ୍କ ନାମରେ ଉଠିଲା। ଏହିପରି ସେ ଅନ୍ୟ ଏଗାର ଜଣ ପ୍ରେରିତଙ୍କ ସହିତ ଜଣେ ପ୍ରେରିତ ହିସାବରେ ଗଣିତ ହେଲେ।


“ଆଉ ତୁମ୍ଭେ ସରୁ ମଇଦା ନେଇ ତହିଁରେ ବାରଗୋଟି ପିଠା ପ୍ରସ୍ତୁତ କରିବ, ପ୍ରତ୍ୟେକ ପିଠା ଏକ ଐଫାର ଦୁଇ ଦଶମାଂଶ ହେବ।


ସୁବର୍ଣ୍ଣ ମେଜ ଉପରେ ପ୍ରତି ଧାଡ଼ିରେ ଛଅ ଛଅ କରି ଦୁଇ ଧାଡ଼ିରେ ସେହିସବୁ ପିଠାକୁ ସଦାପ୍ରଭୁଙ୍କ ସମ୍ମୁଖରେ ରଖିବ।


“ଇସ୍ରାଏଲର ଲୋକମାନଙ୍କୁ ଆଜ୍ଞା ଦିଅ ଓ ସେମାନଙ୍କୁ କୁହ, ସେମାନେ ମୋର ନୈବେଦ୍ୟ ମୋର ଖାଦ୍ୟ ଠିକ୍ ସମୟରେ ସୁବାସିତ ଉପହାରରୂପେ ମୋ’ ନିକଟକୁ ଆଣିବେ।


ଏହା ପରେ ଶଲୋମନ, ହୂରମ୍ ନିକଟକୁ ବାର୍ତ୍ତା ପଠାଇଲେ। ହୂରମ୍, ସୋର ସହରର ରାଜା ଥିଲେ। ଶଲୋମନ କହିଲେ, “ମୋର ବାପା ଦାଉଦଙ୍କୁ ସାହାଯ୍ୟ କଲାପରି ମୋତେ ମଧ୍ୟ ସାହାଯ୍ୟ କର। ତୁମ୍ଭେ ଦେବଦାରୁ ଗଛର କାଠ ତାଙ୍କ ନିକଟକୁ ପଠାଇଲ, ଯେପରି ସେ ବାସ କରିବା ନିମନ୍ତେ ଏକ ଗୃହ ନିର୍ମାଣ କରି ପାରନ୍ତି।


ଏହା ପରେ ସେମାନେ ନିତ୍ୟ ହୋମବଳି, ଅମାବାସ୍ୟାରେ ସଦାପ୍ରଭୁଙ୍କ ପବିତ୍ରୀକୃତ ସକଳ ନିରୂପିତ ପର୍ବର ଏବଂ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସ୍ୱେଚ୍ଛାଦତ୍ତ ନୈବେଦ୍ୟ ଉତ୍ସର୍ଗକାରୀ ପ୍ରତ୍ୟେକ ଲୋକର ଉପହାର ଉତ୍ସର୍ଗ କଲେ।


Swiv nou:

Piblisite


Piblisite