ନିହିମୀୟା 1:5 - ପବିତ୍ର ବାଇବଲ5 ତା'ପରେ ମୁଁ ଏହିପରି ପ୍ରାର୍ଥନା କଲି: “ହେ ସଦାପ୍ରଭୁ, ସ୍ୱର୍ଗର ପରମେଶ୍ୱର, ତୁମ୍ଭେ ମହାନ ଓ ଶକ୍ତିଶାଳୀ ପରମେଶ୍ୱର ଅଟ। ଯେଉଁମାନେ ତୁମ୍ଭକୁ ପ୍ରେମ କରନ୍ତି ଓ ତୁମ୍ଭର ଆଜ୍ଞା ସବୁ ପାଳନ କରନ୍ତି, ତୁମ୍ଭେ ତୁମ୍ଭର ଚୁକ୍ତି ରକ୍ଷା କର ଓ ସେମାନଙ୍କ ପ୍ରତି ଅନୁରକ୍ତ ରୁହ। Gade chapit laପବିତ୍ର ବାଇବଲ (Re-edited) - (BSI)5 ହେ ସଦାପ୍ରଭୋ, ସ୍ଵର୍ଗସ୍ଥ ପରମେଶ୍ଵର, ମୁଁ ବିନୟ କରୁଅଛି, ତୁମ୍ଭେ ମହାନ ଓ ଭୟଙ୍କର ପରମେଶ୍ଵର ଅଟ, ଯେଉଁମାନେ ତୁମ୍ଭକୁ ପ୍ରେମ କରନ୍ତି ଓ ତୁମ୍ଭର ସବୁ ଆଜ୍ଞା ପାଳନ କରନ୍ତି, ସେମାନଙ୍କ ପକ୍ଷରେ ତୁମ୍ଭେ ନିୟମ ଓ ଦୟା ପାଳନ କରିଥାଅ; Gade chapit laଓଡିଆ ବାଇବେଲ5 “ହେ ସଦାପ୍ରଭୁ, ସ୍ୱର୍ଗସ୍ଥ ପରମେଶ୍ୱର, ମୁଁ ବିନୟ କରୁଅଛି, ତୁମ୍ଭେ ମହାନ୍ ଓ ଭୟଙ୍କର ପରମେଶ୍ୱର ଅଟ, ଯେଉଁମାନେ ତୁମ୍ଭକୁ ପ୍ରେମ କରନ୍ତି ଓ ତୁମ୍ଭର ସବୁ ଆଜ୍ଞା ପାଳନ କରନ୍ତି, ସେମାନଙ୍କ ପକ୍ଷରେ ତୁମ୍ଭେ ନିୟମ ଓ ଦୟା ପାଳନ କରିଥାଅ; Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT5 “ହେ ସଦାପ୍ରଭୋ, ସ୍ୱର୍ଗସ୍ଥ ପରମେଶ୍ୱର, ମୁଁ ବିନୟ କରୁଅଛି, ତୁମ୍ଭେ ମହାନ ଓ ଭୟଙ୍କର ପରମେଶ୍ୱର ଅଟ, ଯେଉଁମାନେ ତୁମ୍ଭକୁ ପ୍ରେମ କରନ୍ତି ଓ ତୁମ୍ଭର ସବୁ ଆଜ୍ଞା ପାଳନ କରନ୍ତି, ସେମାନଙ୍କ ପକ୍ଷରେ ତୁମ୍ଭେ ନିୟମ ଓ ଦୟା ପାଳନ କରିଥାଅ; Gade chapit la |
“ତେଣୁ ମନେରଖ ଯେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର କେବଳ ଏକମାତ୍ର ପରମେଶ୍ୱର ଅଟନ୍ତି। ସେ ବିଶ୍ୱସ୍ତ ଅଟନ୍ତି। ସେ ତାଙ୍କର ନିୟମ ରକ୍ଷା କରନ୍ତି। ଯେଉଁମାନେ ତାଙ୍କୁ ପ୍ରେମ କରନ୍ତି ଓ ତାଙ୍କର ଆଜ୍ଞା ମାନନ୍ତି, ସଦାପ୍ରଭୁ ସେମାନଙ୍କ ଉପରେ କୃପା କରନ୍ତି। ଲୋକମାନଙ୍କ ପ୍ରତି ତାଙ୍କର କରୁଣା ଓ ତାଙ୍କର ଚୁକ୍ତି ପ୍ରତି ବିଶ୍ୱସନୀୟତା ସହସ୍ର ପୁରୁଷ ପର୍ଯ୍ୟନ୍ତ ଲାଗିରହେ।
ଏଣୁ ହେ ଆମ୍ଭମାନଙ୍କର ପରମେଶ୍ୱର, ମହାନ ପରାକ୍ରାନ୍ତ ଓ ଭୟଙ୍କର ପରମେଶ୍ୱର ତୁମ୍ଭେ ନିୟମ ଓ ଦୟା ପାଳନ କରିଥାଅ। ଅଶୂରୀୟ ରାଜଗଣର ସମୟାବଧି ଆଜି ପର୍ଯ୍ୟନ୍ତ ଆମ୍ଭମାନଙ୍କ ଉପରେ, ଆମ୍ଭମାନଙ୍କ ରାଜଗଣ ଉପରେ, ଆମ୍ଭମାନଙ୍କ ଅଧିପତିଗଣ ଉପରେ, ଆମ୍ଭମାନଙ୍କ ଯାଜକଗଣ ଉପରେ, ଆମ୍ଭମାନଙ୍କ ଭବିଷ୍ୟଦ୍ବକ୍ତୃଗଣ ଉପରେ, ଆମ୍ଭମାନଙ୍କ ପିତୃଗଣ ଉପରେ ଓ ତୁମ୍ଭର ସମସ୍ତ ଲୋକଙ୍କ ଉପରେ ଯେଉଁ କ୍ଳେଶ ଘଟିଅଛି, ତାହା ସବୁ ତୁମ୍ଭ ଦୃଷ୍ଟିରେ କ୍ଷୁଦ୍ର ଦେଖା ନ ଯାଉ।
ଏବଂ କହିଲେ, “ହେ ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱର, ସ୍ୱର୍ଗ କି ପୃଥିବୀରେ ତୁମ୍ଭ ତୁଲ୍ୟ ସଦାପ୍ରଭୁ କେହି ନାହାନ୍ତି। ତୁମ୍ଭେ ଇସ୍ରାଏଲର ସମସ୍ତ ଲୋକମାନଙ୍କ ସହିତ ଏକ ନିୟମ କରିଥିଲ କାରଣ ତୁମ୍ଭେ ସେମାନଙ୍କୁ ପ୍ରେମ କର। ତୁମ୍ଭେ ତୁମ୍ଭର ନିୟମ ରକ୍ଷା କରିଅଛ। ଯେଉଁମାନେ ତୁମ୍ଭକୁ ସର୍ବାନ୍ତଃକରଣରେ ଅନୁସରଣ କରନ୍ତି ତୁମ୍ଭେ ସେମାନଙ୍କ ପ୍ରତି ଦୟାଳୁ ଓ ବିଶ୍ୱସ୍ତ ହୋଇଥାଅ।
ଇସ୍ରାଏଲ ପରି ଆଉ କୌଣସି ଦେଶ ଅଛି କି? ନା! ଇସ୍ରାଏଲ ହିଁ ପୃଥିବୀର ଏକମାତ୍ର ଦେଶ ଅଟେ। ଯାହା ନିମନ୍ତେ ତୁମ୍ଭେ ଏପ୍ରକାର ଆଶ୍ଚର୍ଯ୍ୟ କର୍ମମାନ କରିଅଛ। ତୁମ୍ଭେ ଆମ୍ଭମାନଙ୍କୁ ମିଶରରୁ ବାହାର କରି ଆଣିଲ ଓ ତୁମ୍ଭେ ଆମ୍ଭମାନଙ୍କୁ ମୁକ୍ତ କଲ। ତୁମ୍ଭେ ଆପଣାକୁ ମହାନ କରିଅଛ। ତୁମ୍ଭେ ତୁମ୍ଭର ଲୋକମାନଙ୍କ ଅଗ୍ରତରେ ଗମନ କଲ ଓ ଆମ୍ଭମାନଙ୍କ ନିମନ୍ତେ ଅନ୍ୟ ଦେଶୀୟମାନଙ୍କୁ ସେମାନଙ୍କ ଦେଶରୁ ତଡ଼ି ଦେଲ।