Biblia Todo Logo
Bib sou entènèt

- Piblisite -




ନାହୂମ 3:9 - ପବିତ୍ର ବାଇବଲ

9 ଇଥିଓପିଆ ଓ ମିଶର ନୋ-ଆମୋନକୁ ବହୁ ଶକ୍ତି ଦେଉଥିଲେ। ପୂଟୀୟ ଓ ଲୂବୀୟ ତାକୁ ସମର୍ଥନ କରୁଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 କୂଶ ଓ ମିସର ତାହାର ବଳ ସ୍ଵରୂପ ଥିଲେ ଓ ତାହା ଅସୀମ ଥିଲା; ପୂଟୀୟ ଓ ଲୂବୀୟମାନେ ତାହାର ସହକାରୀ ଥିଲେ।

Gade chapit la Kopi

ଓଡିଆ ବାଇବେଲ

9 କୂଶ ଓ ମିସର ତାହାର ବଳ ସ୍ୱରୂପ ଥିଲେ ଓ ତାହା ଅସୀମ ଥିଲା; ପୂଟ୍‍ ଓ ଲୂବୀୟମାନେ ତାହାର ସହକାରୀ ଥିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 କୂଶ ଓ ମିସର ତାହାର ବଳ ସ୍ୱରୂପ ଥିଲେ ଓ ତାହା ଅସୀମ ଥିଲା; ପୂଟ୍‍ ଓ ଲୂବୀୟମାନେ ତାହାର ସହକାରୀ ଥିଲେ।

Gade chapit la Kopi




ନାହୂମ 3:9
12 Referans Kwoze  

“‘ଏବଂ ଇସ୍ରାଏଲ ଲୋକମାନଙ୍କ ସହିତ କୂଶ, ପୂଟ୍ ଓ ଲୂଦ୍, ସମସ୍ତ ଆରବୀୟ, ଲିବିୟା ଏବଂ ଇସ୍ରାଏଲର ଲୋକମାନେ ‌‌ଖ‌ଡ଼୍‌ଗରେ ବିନାଶ ହେବେ।


“‘ପାରସ୍ୟ, ଲୁଦ ଓ ପୂଟ ଦେଶୀୟ ଲୋକମାନେ ତୁମ୍ଭ ସୈନ୍ୟବାହିନୀର ଯୋଦ୍ଧା ଥିଲେ। ସେମାନେ ତୁମ୍ଭ ମଧ୍ୟରେ ସେମାନଙ୍କର ଢାଲ ଓ ଟୋପର ଟଙ୍ଗାଇ ରଖିଲେ। ପୁଣି ସେମାନେ ତୁମ୍ଭ ନଗରୀର ସମ୍ମାନ ଓ ଗୌରବ ଆଣିଲେ।


ସେମାନଙ୍କ ସହିତ ପାରସ୍ୟ, କୂଶ ଓ ପୂଟ ଦେଶର ସୈନ୍ୟମାନେ ଥିବେ ଓ ସେମାନେ ଢାଲ ଓ ଟୋପର ଧାରଣ କରିଥିବେ।


ହେ ଅଶ୍ୱାରୋହୀଗଣ, ଅଗ୍ରସର ହୁଅ। ହେ ରଥାରୋହୀଗଣ ଦ୍ରୁତଗତିରେ ରଥ ଗ୍ଭଳନା କର, ହେ ବୀରଗଣ, ଆଗେଇ ଗ୍ଭଲ। ତୁମ୍ଭମାନଙ୍କର ଢାଲ ଧର। କୁଶ୍, ପୁ‌ଟ୍‌ରୁ ଓ ଲୁଦୀୟରୁ ଆସିଥିବା ଢାଲବାହକଗଣ, ତୁମ୍ଭେମାନେ ଧନୁରେ ଭଲଭାବରେ ଗୁଣ ଦିଅ।


ଲୋକମାନେ କୂଶକୁ ସାହାଯ୍ୟ ପାଇଁ ଗ୍ଭହିଁବେ। ମାତ୍ର ସେମାନେ ନିରାଶ ହୋଇ ଭାଙ୍ଗି ପଡ଼ିବେ। ମିଶରର ଦର୍ପ ଚୂର୍ଣ୍ଣ ହେବା ଦେଖି ତା'ର ଲୋକମାନେ ଆଶ୍ଚର୍ଯ୍ୟ ଓ ଲଜ୍ଜିତ ହେବେ।”


ଶୀଶ‌କ୍‌ର 12,000 ରଥ, 60,000 ଅଶ୍ୱାରୋହୀ ଓ ଏତେ ସଂଖ୍ୟକ ସୈନ୍ୟଦଳ ଥିଲେ ଯେ, ଯାହାକୁ କୌଣସି ବ୍ୟକ୍ତି ଗଣନା କରି ପାରିବ ନାହିଁ। ଶୀଶ‌କ୍‌ର ବିଶାଳ ସୈନ୍ୟବାହିନୀରେ ଲୂବୀୟର ସୈନ୍ୟ ସୁ‌କ୍‌କୀୟ ସୈନ୍ୟ ଓ କୁଶୀୟ ସୈନ୍ୟମାନେ ଥିଲେ।


ହାମର ସନ୍ତାନଗଣ ଥିଲେ, କୂଶ୍, ମିଶର, ପୂଟ୍ ଓ କିଣାନ।


ହାମର ସନ୍ତାନମାନେ ଥିଲେ: କୂଶ୍ (ଇଥିଓପିଆ) ଓ ମିଶର, ପୂଟ୍ ଓ କିଣାନ।


କୂଶୀୟ ଓ ଲେବୀୟମାନଙ୍କର ଏକ ଅତି ବୃହତ୍ ଓ ପରାକ୍ରମୀ ସୈନ୍ୟଦଳ ଥିଲା। ସେମାନଙ୍କର ଅନେକ ରଥ ଓ ରଥଗ୍ଭଳକମାନେ ଥିଲେ। କିନ୍ତୁ ଆସା, ତୁମ୍ଭେ ସାହାଯ୍ୟ ନିମନ୍ତେ ଓ ସେହି ବୃହତ୍ ପରାକ୍ରମୀ ସୈନ୍ୟଦଳକୁ ପରାସ୍ତ କରିବା ନିମନ୍ତେ ସଦାପ୍ରଭୁଙ୍କ ଉପରେ ନିର୍ଭର କଲ, ଆଉ ସଦାପ୍ରଭୁ ସେମାନଙ୍କୁ ପରାସ୍ତ କରିବା ନିମନ୍ତେ ତୁମ୍ଭକୁ ସାହାଯ୍ୟ କଲେ।”


“ହେ ମନୁଷ୍ୟ ପୁତ୍ର, ମିଶରର ରାଜା ଫାରୋକୁ ଓ ତାହାର ଲୋକମାନଙ୍କୁ ଏହି କଥା କୁହ, “‘ତୁମ୍ଭେ ମହାନ, ତୁମ୍ଭେ ଆପଣା ମହତ୍ତ୍ୱରେ ତାହାର ତୁଲ୍ୟ?


ସେ ମିଶର ଦେଶରେ ସୁନା ଓ ରୂପାର ଭଣ୍ତାର ସକଳ ଓ ବହୁମୂଲ୍ୟ ଦ୍ରବ୍ୟ ସବୁ ତାହାର ହସ୍ତଗତ ହେବ। ଆଉ ଲୁଦିୟ କୂଶୀୟମାନେ ତା'ର ଅନୁଚର ହେବେ।


ଯେତେବେଳେ ସେମାନେ ତୁମ୍ଭର ହସ୍ତ ଧରିଲେ, ସେତେବେଳେ ତୁମ୍ଭେ ଭଗ୍ନ ହୋଇ ସେମାନଙ୍କର ସ୍କନ୍ଧସବୁ ବିଦୀର୍ଣ୍ଣ କଲ। ଆଉ ଯେତେବେଳେ ସେମାନେ ତୁମ୍ଭ ଉପରେ ଆଉଜିଲେ ସେତେବେଳେ ତୁମ୍ଭେ ଭଗ୍ନ ହୋଇ ସେମାନଙ୍କର ସମସ୍ତ କଟିଦେଶ ଅଚଳ କଲ।’”


Swiv nou:

Piblisite


Piblisite