ନାହୂମ 3:6 - ପବିତ୍ର ବାଇବଲ6 ଆମ୍ଭେ କୁତ୍ସିତ ପଦାର୍ଥ ତୁମ୍ଭ ଉପରକୁ ପକାଇବା, ତୁମ୍ଭକୁ ଘୃଣାପୂର୍ଣ୍ଣ ଭାବେ ଆମ୍ଭେ ବ୍ୟବହାର କରିବା। ତୁମ୍ଭକୁ ଲୋକମାନେ ଦେଖି ଉପହାସ କରିବେ। Gade chapit laପବିତ୍ର ବାଇବଲ (Re-edited) - (BSI)6 ପୁଣି, ଆମ୍ଭେ ତୁମ୍ଭ ଉପରେ ଘୃଣାଜନକ ମଳ ନିକ୍ଷେପ କରିବା ଓ ତୁମ୍ଭକୁ ମର୍ଯ୍ୟାଦାରହିତ କରିବା ଓ ଦୃଶ୍ୟରେ କୌତୁକର ବିଷୟ କରିବା। Gade chapit laଓଡିଆ ବାଇବେଲ6 ପୁଣି, ଆମ୍ଭେ ତୁମ୍ଭ ଉପରେ ଘୃଣାଜନକ ମଳ ନିକ୍ଷେପ କରିବା ଓ ତୁମ୍ଭକୁ ମର୍ଯ୍ୟାଦାରହିତ କରିବା ଓ ଦୃଶ୍ୟରେ ଉପହାସର ବିଷୟ କରିବା। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT6 ପୁଣି, ଆମ୍ଭେ ତୁମ୍ଭ ଉପରେ ଘୃଣାଜନକ ମଳ ନିକ୍ଷେପ କରିବା ଓ ତୁମ୍ଭକୁ ମର୍ଯ୍ୟାଦାରହିତ କରିବା ଓ ଦୃଶ୍ୟରେ ଉପହାସର ବିଷୟ କରିବା। Gade chapit la |
ହେ ଅଶୂରର ରାଜା, ସଦାପ୍ରଭୁ ତୁମ୍ଭମାନଙ୍କ ବିଷୟରେ ଏହି ଆଦେଶ ଦେଲେ। “ତୁମ୍ଭର ନାମ ରଖିବା ପାଇଁ ତୁମ୍ଭମାନଙ୍କର କେହି ବଂଶଧର ରହିବେ ନାହିଁ। ତୁମ୍ଭମାନଙ୍କ କାରୁକାର୍ଯ୍ୟ ପିତୁଳାଗୁଡ଼ିକ ଓ ଧାତୁର ମୂର୍ତ୍ତିଗୁଡ଼ିକ ଯାହାକି ତୁମ୍ଭ ଦେବତାଙ୍କ ମନ୍ଦିରରେ ଅଛି ସେହିସବୁକୁ ଆମ୍ଭେ ଧ୍ୱଂସ କରିବା। ଆମ୍ଭେ ତୁମ୍ଭମାନଙ୍କ ପାଇଁ କବର ପ୍ରସ୍ତୁତ କରୁଛୁ କାରଣ ତୁମ୍ଭେମାନେ ଭ୍ରଷ୍ଟ ହୋଇଛ।”
ନୀନିବୀ ବର୍ତ୍ତମାନ ଗର୍ବିତ ଅଟେ। ଲୋକମାନେ ନିଜକୁ ଅତି ନିରାପଦ ମନେ କରନ୍ତି। ସେମାନେ ଭାବନ୍ତି ନୀନିବୀ ପୃଥିବୀରେ ସବୁଠାରୁ ମହାନ ସ୍ଥାନ। କିନ୍ତୁ ସେହି ନଗରୀ ମଧ୍ୟ ଧ୍ୱଂସ ହେବ। ଏହା ଏକ ଶୂନ୍ୟସ୍ଥାନ ହେବ ଯେଉଁଠାରେ କେବଳ ବନ୍ୟପ୍ରାଣୀମାନେ ବିଶ୍ରାମ କରିବେ। ସେହି ବାଟ ଦେଇ ଯାଉଥିବା ଲୋକମାନେ ଶୁଶୁରି ବଜାଇବେ, ମୁଣ୍ତ ହଲାଇବେ ଯେତେବେଳେ ସେମାନେ ସେହି ନଗରୀଟିକୁ ଅତି ଶୋଚନୀୟ ଭାବରେ ଧ୍ୱଂସ ହେବାର ଦେଖିବେ।