Biblia Todo Logo
Bib sou entènèt

- Piblisite -




ନାହୂମ 3:12 - ପବିତ୍ର ବାଇବଲ

12 କିନ୍ତୁ ନୀନିବୀ, ତୁମ୍ଭର ସମସ୍ତ ସୁଦୃଢ଼ ସ୍ଥାନଗୁଡ଼ିକ ଡିମ୍ବିରି ଗଛ ସଦୃଶ ହେବ। ନୂଆ ଡିମ୍ବିରି ପାଚିବ। ଜଣେ ଲୋକ ଆସିବ ଏବଂ ଗଛକୁ ହଲାଇବ ଏବଂ ଡିମ୍ବିରି ଫଳ ତା'ର ପାଟିରେ ପଡ଼ିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ତୁମ୍ଭର ଦୁର୍ଗସବୁ ଆଦ୍ୟ ପକ୍ଵ ଫଳବିଶିଷ୍ଟ ଡିମିରି ବୃକ୍ଷମାନର ତୁଲ୍ୟ ହେବେ; ସେସବୁ ହଲାଗଲେ ଫଳ ଭକ୍ଷକର ମୁଖରେ ପଡ଼ିବ।

Gade chapit la Kopi

ଓଡିଆ ବାଇବେଲ

12 ତୁମ୍ଭର ଦୁର୍ଗସବୁ ଆଦ୍ୟ ପକ୍ୱ ଫଳବିଶିଷ୍ଟ ଡିମ୍ବିରି ବୃକ୍ଷମାନର ତୁଲ୍ୟ ହେବେ; ସେହିସବୁ ହଲା ଗଲେ ଫଳ ଭକ୍ଷକର ମୁଖରେ ପଡ଼ିବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ତୁମ୍ଭର ଦୁର୍ଗସବୁ ଆଦ୍ୟପକ୍ୱ ଫଳବିଶିଷ୍ଟ ଡିମ୍ବିରି ବୃକ୍ଷମାନର ତୁଲ୍ୟ ହେବେ; ସେହି ସବୁ ହଲା ଗଲେ ଫଳ ଭକ୍ଷକର ମୁଖରେ ପଡ଼ିବ।

Gade chapit la Kopi




ନାହୂମ 3:12
4 Referans Kwoze  

ପ୍ରବଳ ଝଡ଼ରେ ଦୋହଲି ଡିମିରିଗଛରୁ ଅପକ୍ୱ ଡିମିରି ଫଳ ଝଡ଼ି ପଡ଼ିଲା ପରି ଆକାଶର ତାରାଗଣ ପୃଥିବୀରେ ଝଡ଼ି ପଡ଼ିଲେ।


“ବାବିଲ ସୈନ୍ୟମାନେ ଅନ୍ୟ ଦେଶର ରାଜାମାନଙ୍କୁ ଉପହାସ କରିବେ। ବିଦେଶୀ ଶାସକମାନେ ସେମାନଙ୍କ ପାଇଁ ଉପହାସର ପାତ୍ର ହେବେ। ସେମାନେ ସୁଦୃଢ଼ ଉଚ୍ଚ ପ୍ରାଚୀର ବିଶିଷ୍ଟ ନଗରକୁ ଦେଖି ହସିବେ। ସେମାନେ ତ୍ରିଭୁଜାକାର ଚଟାଣ ତିଆରି କରିବେ ଏବଂ ସେହିସବୁ ନଗରକୁ କରାୟତ କରିବେ।


ପର୍ବତ ଉପରିସ୍ଥ ଫଳଶାଳୀ ଉପତ୍ୟକା ବେଷ୍ଟିତ “ମୁକୁଟ ସଦୃଶ ସୁନ୍ଦର ଦେଶ ମ୍ଳାନ ପୁଷ୍ପ ପାଲଟିବ।’ ସେହି ନଗର ଗ୍ରୀଷ୍ମକାଳର ପ୍ରଥମ ପକ୍ୱ ଡିମ୍ବିରି ଫଳ ସଦୃଶ ହେବ। ଯେକେହି ତାକୁ ଦେଖିବ ଶୀଘ୍ର ତାକୁ ତୋଳିବ ଓ ଗ୍ରାସ କରିବ।


ଗୋଟିଏ ଡାଲାରେ ଆଦ୍ୟ ପକ୍ୱ ଡିମ୍ବିରି ଫଳପରି ଅତି ଉତ୍ତମ ଫଳ ଥିଲା। ଅନ୍ୟ ଏକ ଡାଲାରେ ଏପରି ଅତି ମନ୍ଦ ଡିମ୍ବିରି ଫଳ ଥିଲା, ଯାହାକି ଭୋଜନ ଉପଯୋଗୀ ନ ଥିଲା।


Swiv nou:

Piblisite


Piblisite