Biblia Todo Logo
Bib sou entènèt

- Piblisite -




ନାହୂମ 2:4 - ପବିତ୍ର ବାଇବଲ

4 ଅଶ୍ୱଗ୍ଭଳିତ ରଥଗୁଡ଼ିକ ରାସ୍ତାରେ ଧାଉଁଛନ୍ତି। ସେମାନେ ଖୋଲାଛକରେ ଏଣେତେଣେ ଭିଡ଼ କରୁଛନ୍ତି। ସେଗୁଡ଼ିକ ମଶାଲପରି ଓ ବିଜୁଳି ପରି ଦେଖାଯାଉଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ରାଜଦାଣ୍ତସକଳରେ ରଥସବୁ ବ୍ୟଗ୍ରରେ ଗମନାଗମନ କରେ, ପ୍ରଶସ୍ତ ଛକମାନରେ ସେସବୁର ଧକ୍କା ଏକଆରେକର ଉପରେ ଲାଗେ; ସେସବୁର ଦୃଶ୍ୟ ମଶାଲ ତୁଲ୍ୟ, ସେମାନେ ବିଜୁଳି ପରି ଦୌଡ଼ନ୍ତି।

Gade chapit la Kopi

ଓଡିଆ ବାଇବେଲ

4 ରାଜଦାଣ୍ଡସକଳରେ ରଥସବୁ ବ୍ୟଗ୍ରରେ ଗମନାଗମନ କରେ, ପ୍ରଶସ୍ତ ଛକମାନରେ ସେହିସବୁର ଧକ୍କା ଏକଆରେକର ଉପରେ ଲାଗେ; ସେସବୁର ଦୃଶ୍ୟ ମଶାଲ ତୁଲ୍ୟ, ସେମାନେ ବିଜୁଳି ପରି ଦୌଡ଼ନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ରାଜଦାଣ୍ଡସକଳରେ ରଥସବୁ ବ୍ୟଗ୍ରରେ ଗମନାଗମନ କରେ, ପ୍ରଶସ୍ତ ଛକମାନରେ ସେହିସବୁର ଧକ୍କା ଏକଆରେକର ଉପରେ ଲାଗେ; ସେସବୁର ଦୃଶ୍ୟ ମଶାଲ ତୁଲ୍ୟ, ସେମାନେ ବିଜୁଳି ପରି ଦୌଡ଼ନ୍ତି।

Gade chapit la Kopi




ନାହୂମ 2:4
10 Referans Kwoze  

ଦେଖ, ସେ ମେଘଖଣ୍ଡ ସଦୃଶ ଆସୁଅଛି। ତାହାର କଥାଗୁଡ଼ିକ ଘୂର୍ଣ୍ଣିବାୟୁ ସଦୃଶ ଓ ତାହାର ଅସ୍ତ୍ରଗୁଡ଼ିକ ଉତ୍କ୍ରୋଶପକ୍ଷୀଠାରୁ ଅଧିକ ଦ୍ରୁତଗାମୀ ହେବେ। ଏହା ଆମ୍ଭମାନଙ୍କ ପାଇଁ ବହୁ ଅମଙ୍ଗଳ ହେବ ଓ ଆମ୍ଭେମାନେ ବିନଷ୍ଟ ହେବା।


ତାହାର ବିପୁଳ ପରିମାଣର ଅଶ୍ୱ ହେତୁ ଧୂଳିରେ ତୁମ୍ଭେ ଆଚ୍ଛାଦିତ ହେବ। ଯେତେବେଳେ ସେମାନେ ତୁମ୍ଭ ନଗର ଦ୍ୱାରରେ ପ୍ରବେଶ କରିବେ, ସେତେବେଳେ ଅଶ୍ୱାରୋହୀଗଣର ଶଗଡ଼ ଓ ରଥ ସମୂହର ଶବ୍ଦରେ ତୁମ୍ଭର ପ୍ରାଚୀର ସବୁ କମ୍ପି ଉଠିବ। ସେମାନେ ପ୍ରବେଶ କରିବେ, କାରଣ ତୁମ୍ଭର ପ୍ରାଚୀରସବୁ ଭଗ୍ନ ହେବ।


ଦେଖ, ସଦାପ୍ରଭୁ ଅତ୍ୟନ୍ତ କ୍ରୋଧରେ ପ୍ରଜ୍ୱଳିତ ଅଗ୍ନିଧରି ସେମାନଙ୍କୁ ଭର୍ତ୍ସନା କରିବାକୁ ଆଗମନ କରିବେ। ସେ ଅଗ୍ନି ସଦୃଶ ଓ ତାଙ୍କର ରଥସବୁ ଘୂର୍ଣ୍ଣିବାୟୁ ତୁଲ୍ୟ ହେବ।


“ଆଉ ଅନ୍ତିମ କାଳରେ ଦକ୍ଷିଣ ଦେଶର ରାଜା ତାହା ସଙ୍ଗେ ବିରୋଧ କରିବ। ଉତ୍ତର ଦେଶର ରାଜା ରଥ ଅଶ୍ୱାରୋହୀଗଣ ଓ ଅନେକ ଜାହାଜ ନେଇ ତାହା ବିରୁଦ୍ଧରେ ଘୂର୍ଣ୍ଣିବାୟୁତୁଲ୍ୟ ଆସିବ। ସେ ନାନା ଦେଶରେ ପ୍ରବେଶ କରି ବନ୍ୟା ପରି ବହିଯିବ।


ତୁମ୍ଭେ ତୁମ୍ଭର ଦାସମାନଙ୍କ ଦ୍ୱାରା ମୋର ପ୍ରଭୁ ସଦାପ୍ରଭୁଙ୍କୁ ଲାଞ୍ଚିତ କରିଅଛ। ତୁମ୍ଭେ କହିଛ, “ମୁଁ ଅତି ଶକ୍ତିଶାଳୀ ଓ ମୋର ଅପାର ରଥ ସାହାଯ୍ୟରେ ମୁଁ ଲିବାନୋନକୁ ପରାସ୍ତ କରିଅଛି, ତାହାର ଉଚ୍ଚତମ ପର୍ବତ ଶିଖରକୁ ଉଠିଅଛି, ତା'ର ଏରସ ଓ ଦେବଦାରୁ ବୃକ୍ଷସବୁ କାଟି ପକାଇଅଛି। ପୁଣି ତା'ର ଦୂରବର୍ତ୍ତୀ ଉଚ୍ଚସ୍ଥାନରେ ଓ ଫଳପୂର୍ଣ୍ଣ ନିବିଡ଼ ଅରଣ୍ୟରେ ପ୍ରବେଶ କରିଅଛୁ।


ହେ ଅଶ୍ୱାରୋହୀଗଣ, ଅଗ୍ରସର ହୁଅ। ହେ ରଥାରୋହୀଗଣ ଦ୍ରୁତଗତିରେ ରଥ ଗ୍ଭଳନା କର, ହେ ବୀରଗଣ, ଆଗେଇ ଗ୍ଭଲ। ତୁମ୍ଭମାନଙ୍କର ଢାଲ ଧର। କୁଶ୍, ପୁ‌ଟ୍‌ରୁ ଓ ଲୁଦୀୟରୁ ଆସିଥିବା ଢାଲବାହକଗଣ, ତୁମ୍ଭେମାନେ ଧନୁରେ ଭଲଭାବରେ ଗୁଣ ଦିଅ।


ସେମାନେ ଅସ୍ତ୍ରଶସ୍ତ୍ର, ରଥ ଓ ଅଶ୍ୱ ସହିତ ସମସ୍ତ ଗୋଷ୍ଠୀଗଣକୁ ଧରି ତୁମ୍ଭ ବିରୁଦ୍ଧରେ ଆସିବେ। ସେମାନେ ଚର୍ମ, ଢାଲ ଓ ଟୋପର ଧରି ଚତୁର୍ଦ୍ଦିଗରେ ତୁମ୍ଭ ବିରୁଦ୍ଧରେ ବେଢ଼ିଯିବେ। ମୁଁ ତୁମ୍ଭକୁ ଦଣ୍ଡ ଦେବା ପାଇଁ ସେମାନଙ୍କୁ ପ୍ରୟୋଗ କରିବି ଓ ସେମାନେ ସେମାନଙ୍କର ବିଧି ଅନୁସାରେ ତୁମ୍ଭର ଶାସ୍ତି ବିଧାନ କରିବେ।


ମୋର ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, “ଆମ୍ଭେ ଉତ୍ତର ଦିଗରୁ ନବୂଖ‌ଦ୍‌ନିତ୍ସରଙ୍କୁ ସୋର ବିରୁଦ୍ଧରେ ଆଣିବା। ସେ ରାଜାଧିରାଜ ବାବିଲର ରାଜା ଅଶ୍ୱରଥ, ଅଶ୍ୱାରୋହୀ, ସମାଜ ଓ ବିପୁଳ ସୈନ୍ୟବାହିନୀ ସହ ଆସିବେ।


ସେ କେବେହେଲେ ନିଜର ପରିବାର ବିଷୟରେ ଶୀତ ଋତୁରେ ଦୁଃଖିନୀ ହୁଏ ନାହିଁ। ଯେତେବେଳେ ବରଫପାତ ହୁଏ କାରଣ ତାହାର ସମସ୍ତ ପରିବାର ଗରମ ବସ୍ତ୍ର ପିନ୍ଧନ୍ତି।


Swiv nou:

Piblisite


Piblisite