Biblia Todo Logo
Bib sou entènèt

- Piblisite -




ନାହୂମ 1:9 - ପବିତ୍ର ବାଇବଲ

9 ତୁମ୍ଭେ ସଦାପ୍ରଭୁଙ୍କ ବିରୁଦ୍ଧରେ କାହିଁକି ଷଡ଼ଯନ୍ତ୍ର କରୁଛ? ସେ ସମ୍ପୂର୍ଣ୍ଣ ରୂପେ ତୁମ୍ଭକୁ ଧ୍ୱଂସ କରିବେ, ତେଣୁ ତୁମ୍ଭେ ପୁନର୍ବାର ଏହା କରିବ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ତୁମ୍ଭେମାନେ ସଦାପ୍ରଭୁଙ୍କ ପ୍ରତିକୂଳରେ କି କଳ୍ପନା କରୁଅଛ? ସେ ନିଃଶେଷ ରୂପେ ସଂହାର କରିବେ; ଦ୍ଵିତୀୟ ଥର କ୍ଳେଶ ଉପସ୍ଥିତ ହେବ ନାହିଁ।

Gade chapit la Kopi

ଓଡିଆ ବାଇବେଲ

9 ତୁମ୍ଭେମାନେ ସଦାପ୍ରଭୁଙ୍କ ପ୍ରତିକୂଳରେ କି କଳ୍ପନା କରୁଅଛ ? ସେ ନିଃଶେଷ ରୂପେ ସଂହାର କରିବେ; ଦ୍ୱିତୀୟ ଥର କ୍ଳେଶ ଉପସ୍ଥିତ ହେବ ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ତୁମ୍ଭେମାନେ ସଦାପ୍ରଭୁଙ୍କ ପ୍ରତିକୂଳରେ କି କଳ୍ପନା କରୁଅଛ? ସେ ନିଃଶେଷ ରୂପେ ସଂହାର କରିବେ; ଦ୍ୱିତୀୟ ଥର କ୍ଳେଶ ଉପସ୍ଥିତ ହେବ ନାହିଁ।

Gade chapit la Kopi




ନାହୂମ 1:9
17 Referans Kwoze  

ସଦାପ୍ରଭୁ ସମସ୍ତଙ୍କ ଉପଦେଶକୁ ବ୍ୟର୍ଥ କରି ପାରନ୍ତି। ସେ ସେମାନଙ୍କ ସମସ୍ତ ଯୋଜନାକୁ ବ୍ୟର୍ଥ କରି ପାରନ୍ତି।


କାରଣ ସେହି ଦୁଷ୍ଟ ଲୋକମାନେ ତୁମ୍ଭ ବିରୁଦ୍ଧରେ ମନ୍ତ୍ରଣା କରୁଥିଲେ। ହେ ସଦାପ୍ରଭୁ, ସେମାନେ ମନ୍ଦକାର୍ଯ୍ୟ କରିବାକୁ ଯୋଜନା କରୁଥିଲେ କିନ୍ତୁ ସେମାନେ ସେହି କାର୍ଯ୍ୟରେ ସଫଳ ହେଲେ ନାହିଁ।


ସଦାପ୍ରଭୁଙ୍କ ବିରୁଦ୍ଧରେ କୌଣସି ଜ୍ଞାନ କି ବୁଦ୍ଧି କି ମନ୍ତ୍ରଣା ନାହିଁ।


ଆମ୍ଭେ ପ୍ରତ୍ୟେକ ପ୍ରକାରର ଚିନ୍ତାଧାରାକୁ ଖ୍ରୀଷ୍ଟଙ୍କ ନିୟନ୍ତ୍ରଣାଧୀନ କରୁ ଓ ତାଙ୍କର ଆଜ୍ଞାକାରୀ ହେବା ପାଇଁ ବାଧ୍ୟ କରୁ। ଆମ୍ଭେ ପ୍ରତ୍ୟେକ ପ୍ରକାରର ଚିନ୍ତାଧାରାକୁ ଖ୍ରୀଷ୍ଟଙ୍କ ନିୟନ୍ତ୍ରଣାଧୀନ କରୁ ଓ ତାଙ୍କର ଆଜ୍ଞାକାରୀ ହେବା ପାଇଁ ବାଧ୍ୟ କରୁ।


ଜଣେ ଯିଏ କି ସଦାପ୍ରଭୁଙ୍କ ବିରୁଦ୍ଧରେ ମନ୍ଦ ଯୋଜନା କରିବାକୁ ଉପଦେଶ ଦେବ, ସେପରି ଲୋକ ତୁମ୍ଭମାନଙ୍କ ମଧ୍ୟରୁ ବାହାରି ଯାଇଛି।


ଅବୀଶୟ ଦାଉଦଙ୍କୁ କହିଲା, “ଆଜି ପରମେଶ୍ୱର ତୁମ୍ଭକୁ ତୁମ୍ଭ ଶତ୍ରୁକୁ ପରାସ୍ତ କରିବାର ସୁଯୋଗ ଦେଇଛନ୍ତି। ତେଣୁ ଏହି ବର୍ଚ୍ଛାରେ ତାକୁ ଭୂମିରେ ବଧ କରିବାକୁ ଅନୁମତି ଦିଅ। ମୁଁ ତାକୁ ଏକାଥରେ ହତ୍ୟା କରିବି।”


ମୁଁ ଏଲିର ପରିବାରକୁ ଯାହା ଯାହା କହୁଅଛି ସେ ସମସ୍ତ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ପୁରଣ କରିବ।


ମାତ୍ର ଯୋୟାବର ହସ୍ତସ୍ଥିତ ‌‌ଖ‌ଡ଼୍‌ଗ ପ୍ରତି ଅମାସା କିଛି ଦୃଷ୍ଟି ଦେଲା ନାହିଁ। ଏବଂ ଯୋୟାବ ସେହି ‌‌ଖ‌ଡ଼୍‌ଗରେ ତା'ର ଉଦରକୁ ଆଘାତ କରି ତାହାର ଅନ୍ତବୁଜୁଳି କାଢ଼ି ଭୂମିରେ ପକାଇ ଦେଲା। ସେ ଦ୍ୱିତୀୟ ଥର ଆଘାତ କଲା ନାହିଁ। ସେଥିରେ ହିଁ ସେ ମରି ଯାଇଥିଲା। ତା'ପରେ ଯୋୟାବ ଏବଂ ତାହାର ଭାଇ ଅବୀଶୟ ବିଖ୍ରିର ପୁତ୍ର ପଛରେ ଗୋଡ଼ାଇବାକୁ ଆରମ୍ଭ କଲେ। ଯୋୟାବ ଓ ତା'ର ଭ୍ରାତା ଅବୀଶୟ ବିଖ୍ରିର ପୁତ୍ର ଶେବଃର ପଛେ ପଛେ ଗୋଡ଼ାଇଲେ।


ବର୍ତ୍ତମାନ ଆଉ ତୁମ୍ଭେମାନେ ସିନ୍ଦୁକ ହୁଅ ନାହିଁ। ଯଦି ତୁମ୍ଭେ ତାହା କର, ତୁମ୍ଭ ଗ୍ଭରି ପାଖରେ ଥିବା ବନ୍ଧନ ରଜ୍ଜୁ ଦୃଢ଼ ହେବ। କାରଣ ସର୍ବଶକ୍ତିମାନ ସଦାପ୍ରଭୁଙ୍କ ବାକ୍ୟ ଆମ୍ଭେ ଯାହା ଶୁଣିଛୁ ତାହା ଅନ୍ୟଥା ହେବ ନାହିଁ। ଯେହେତୁ ସେ ସମଗ୍ର ବିଗ୍ଭର ଶାସନକର୍ତ୍ତା, ତାଙ୍କର ବାକ୍ୟ ଓ କାର୍ଯ୍ୟ ନିଶ୍ଚିତରୂପେ କାର୍ଯ୍ୟକାରୀ ହେବ। ଆଉ ସେ ସମଗ୍ର ବିଶ୍ୱକୁ ନିଶ୍ଚିତ ଧ୍ୱଂସ କରିବେ।


ଆଉ ତୁମ୍ଭେ କହିବ, ‘ଆମ୍ଭେ ବାବିଲ ଉପରେ ଯେଉଁ ଅମଙ୍ଗଳ ଘଟାଇବା, ତାହା ଏହିପରି ଜଳମଗ୍ନ ହେବ। ସେ ପୁନର୍ବାର ଉଠିବ ନାହିଁ। ସେ ବୁଡ଼ିବ, କାରଣ ସେ ଭୟଙ୍କର ଦୁଷ୍କର୍ମ କରିଅଛି।”’ ଯିରିମିୟଙ୍କ ବାର୍ତ୍ତା ଏହିଠାରେ ସମାପ୍ତ।


ସଦାପ୍ରଭୁ ମୋର ପ୍ରଭୁ କହନ୍ତି, “ଦେଖ, ଗୋଟିଏ ପରେ ଗୋଟିଏ ଅମଙ୍ଗଳ ଆସୁଅଛି।


ସେତେବେଳେ ପ୍ରତ୍ୟେକ ବ୍ୟକ୍ତି ଜାଣିବେ ଯେ, ମୁଁ ସଦାପ୍ରଭୁ ଆପଣା ‌‌ଖ‌ଡ଼୍‌ଗ କୋଷରୁ ବାହାର କରିଅଛି, ତାହା ଆଉ ଫେରିବ ନାହିଁ।”’


ଯଦିଓ ଆମ୍ଭେ ସେମାନଙ୍କୁ ତାଲିମ ଦେଇ ଶୃଙ୍ଖଳିତ କଲୁ ଓ ସେମାନଙ୍କର ବାହୁକୁ ଶକ୍ତିଶାଳୀ କରାଇଲୁ, ତଥାପି ସେମାନେ ଆମ୍ଭ ବିରୁଦ୍ଧରେ ମନ୍ଦ ଯୋଜନା କଲେ।


Swiv nou:

Piblisite


Piblisite