Biblia Todo Logo
Bib sou entènèt

- Piblisite -




ନାହୂମ 1:13 - ପବିତ୍ର ବାଇବଲ

13 ଆମ୍ଭେ ତୁମ୍ଭମାନଙ୍କର ବେକରେ ଥିବା ଅଶୂରୀୟର ଯୁଆଳୀକୁ କାଢ଼ିନେବା, ଏବଂ ଆମ୍ଭେ ତୁମ୍ଭର ଶିକୁଳିକୁ ଛିଣ୍ତାଇ ଦେବା।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ପୁଣି, ଏବେ ଆମ୍ଭେ ତୁମ୍ଭ ସ୍କନ୍ଧରୁ ତାହାର ଯୁଆଳି ଭାଙ୍ଗି ପକାଇବା ଓ ତୁମ୍ଭର ବନ୍ଧନସବୁ ଛିଣ୍ତାଇ ଦେବା।

Gade chapit la Kopi

ଓଡିଆ ବାଇବେଲ

13 ପୁଣି, ଏବେ ଆମ୍ଭେ ତୁମ୍ଭ ସ୍କନ୍ଧରୁ ତାହାର ଯୁଆଳି ଭାଙ୍ଗି ପକାଇବା ଓ ତୁମ୍ଭର ବନ୍ଧନସବୁ ଛିଣ୍ଡାଇ ଦେବା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ପୁଣି, ଏବେ ଆମ୍ଭେ ତୁମ୍ଭ ସ୍କନ୍ଧରୁ ତାହାର ଯୁଆଳି ଭାଙ୍ଗି ପକାଇବା ଓ ତୁମ୍ଭର ବନ୍ଧନସବୁ ଛିଣ୍ଡାଇ ଦେବା।”

Gade chapit la Kopi




ନାହୂମ 1:13
8 Referans Kwoze  

ସେ ଦିନରେ ଅଶୂର ତୁମ୍ଭମାନଙ୍କ ପ୍ରତି ଦୁଃଖ ଆଣିବ। ସେହି ଦୁଃଖ ବୋଝ ତୁମ୍ଭ ସ୍କନ୍ଧରେ ଯୁଆଳି ସଦୃଶ ହେବ। ମାତ୍ର ସେହି ଯୁଆଳି ତୁମ୍ଭର ଗ୍ରୀବା ଦେଶରୁ କାଢ଼ି ନିଆଯିବ। ସେହି ବୋଝ ରୂପକ ଯୁଆଳି ତୁମ୍ଭର ଶକ୍ତି ବଳରେ ଭଗ୍ନ ହେବ।


ଏପରି କାହିଁକି ହେବ, କାରଣ ତୁମ୍ଭେ ସେମାନଙ୍କର ଶକ୍ତ ଭାର ବହନ କରିବ। ସେମାନଙ୍କର ସ୍କନ୍ଧସ୍ଥିତ ଯୁଆଳି ଓ ବାହୁଙ୍ଗି ଯାହାକୁ ଶତ୍ରୁମାନେ ତୁମ୍ଭର ଲୋକଙ୍କୁ ଦଣ୍ଡ ଦେବାକୁ ବ୍ୟବହାର କରୁଥିଲେ ତାକୁ ତୁମ୍ଭେ ଦୂର କରିବ। ମିଦିୟନକୁ ପରାଜିତ କଲାଭଳି ଏହା ହେବ।


“ହେ ଯିହୁଦା, ବହୁବର୍ଷ ପୂର୍ବେ ଆମ୍ଭେ ତୁମ୍ଭର ଯୁଆଳି ଭାଙ୍ଗି ତୁମ୍ଭର ବନ୍ଧନ ସବୁ ଚ୍ଛେଦନ କରିଅଛୁ। ଆଉ ତୁମ୍ଭେ କହିଛ, ‘ଆମ୍ଭେ ତୁମ୍ଭର ଦାସତ୍ୱ କର୍ମ କରିବୁ ନାହିଁ।’ ପ୍ରକୃତରେ ତୁମ୍ଭେ ପ୍ରତ୍ୟେକ ଉଚ୍ଚ ପର୍ବତ ଉପରେ ଓ ପ୍ରତ୍ୟେକ ସବୁଜ ବୃକ୍ଷ ତଳେ ତୁମ୍ଭର ବ୍ୟଭିଗ୍ଭର କରି ଗ୍ଭଲିଅଛ।


ମୁଁ ନିଜ ରାଜ୍ୟରେ ଅଶୂରୀୟ ରାଜାକୁ ବିନାଶ କରିବି। ମୋର ପର୍ବତ ଉପରେ ତାକୁ ପଦଦଳିତ କରିବି। କାରଣ ସେହି ରାଜା ମୋର ସନ୍ତାନଗଣଙ୍କୁ ଦାସ କରିଥିଲା ଓ ସେମାନଙ୍କ ସ୍କନ୍ଧରେ ଯୁଆଳିର ଭାର ରଖୁଥିଲା। ସେହି ଯୁଆଳି ଯିହୁଦାର ସ୍କନ୍ଧରୁ ଦୂରିଭୂତ ହେବ।


ପରମେଶ୍ୱର ସେମାନଙ୍କୁ ଅନ୍ଧକାର ଓ ମୃତ୍ୟୁ ଛାୟାରୁ ସେମାନଙ୍କୁ ବାହାର କରି ଆଣିଲେ ଓ ସେମାନଙ୍କ ବନ୍ଧନ ଛେଦନ କଲେ।


ମୋତେ ଧନୀ ଲୋକମାନଙ୍କ ପାଖକୁ ଯିବାକୁ ଏବଂ କଥାବାର୍ତ୍ତା ହେବାକୁ ଦିଅ। କାରଣ ସେମାନେ ହିଁ ସଦାପ୍ରଭୁଙ୍କର ପଥ ଏବଂ ସେମାନଙ୍କର ପରମେଶ୍ୱରଙ୍କର ବ୍ୟବସ୍ଥା ଜାଣନ୍ତି।” କିନ୍ତୁ ଏମାନେ ଏକତ୍ର ହୋଇ ଯୁଆଳି ଭାଙ୍ଗି ଅଛନ୍ତି ଓ ବନ୍ଧନସବୁକୁ ଛିଣ୍ଡାଇ ପକାଇ ଅଛନ୍ତି।


ଆମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଅଟୁ। ଆମ୍ଭେ ତୁମ୍ଭମାନଙ୍କୁ ଦାସ ହେବାରୁ ରକ୍ଷା କଲୁ। ଆମ୍ଭେ ତୁମ୍ଭମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଲୁ। ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର। ଆମ୍ଭେ ତୁମ୍ଭମାନଙ୍କର ଯୁଆଳିର ଯୋତ ଭାଙ୍ଗି ଅଛୁ ଓ ତୁମ୍ଭେମାନେ ମୁଣ୍ତ ଉପରକୁ ଉଠାଇ ସିଧା ଗ୍ଭଲିବ।


Swiv nou:

Piblisite


Piblisite