Biblia Todo Logo
Bib sou entènèt

- Piblisite -




ମାର୍କ 9:9 - ପବିତ୍ର ବାଇବଲ

9 ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ପର୍ବତ ଉପରୁ ତଳକୁ ଓହ୍ଲେଇ ଆସୁଥିଲେ। ଯୀଶୁ ଶିଷ୍ୟମାନଙ୍କୁ ଆଜ୍ଞା ଦେଲେ। ଯେ ସେମାନେ ପର୍ବତ ଉପରେ ଯାହାସବୁ ଦେଖିଲେ ତାହା କାହାରି ଆଗରେ ପ୍ରକାଶ କରିବେ ନାହିଁ ଓ ମନୁଷ୍ୟପୁତ୍ର ମୃତ୍ୟୁରୁ ପୁନରୁ‌ତ୍‌ଥିତ ନ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବେ। ତା'ପରେ ସେମାନେ ଲୋକଙ୍କ ଆଗରେ ତାହା ପ୍ରକାଶ କରି ପାରିବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ସେମାନେ ପର୍ବତରୁ ଓହ୍ଳାଇବା ସମୟରେ ଯୀଶୁ ସେମାନଙ୍କୁ ଦୃଢ଼ ଆଜ୍ଞା ଦେଇ କହିଲେ, ତୁମ୍ଭେମାନେ ଯାହା ଯାହା ଦେଖିଅଛ, ସେହିସବୁ ମୃତମାନଙ୍କ ମଧ୍ୟରୁ ମନୁଷ୍ୟପୁତ୍ରଙ୍କ ପୁନରୁତ୍ଥାନ ନ ହେବା ପର୍ଯ୍ୟନ୍ତ କାହାରିକି କୁହ ନାହିଁ।

Gade chapit la Kopi

ଓଡିଆ ବାଇବେଲ

9 ସେମାନେ ପର୍ବତରୁ ଓହ୍ଲାଇବା ସମୟରେ ସେ ସେମାନଙ୍କୁ ଦୃଢ଼ ଆଜ୍ଞା ଦେଇ କହିଲେ, ତୁମ୍ଭେମାନେ ଯାହା ଯାହା ଦେଖିଅଛ, ସେହି ସବୁ ମୃତମାନଙ୍କ ମଧ୍ୟରୁ ମନୁଷ୍ୟପୁତ୍ରଙ୍କ ପୁନରୁତ୍ଥାନ ନ ହେବା ପର୍ଯ୍ୟନ୍ତ କାହାରିକୁ କୁହ ନାହିଁ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

9 ସେମାନେ ପର୍ବତରୁ ଅବତରଣ କଲାବେଳେ ଯୀଶୁ ସେମାନଙ୍କୁ ଆଦେଶ ଦେଇ କହିଲେ, “ଆଜି ଯାହା ଦେଖିଲ, ମନୁଷ୍ୟପୁତ୍ର ମୃତ୍ୟୁରୁ ପୁନରୁତ୍ôଥତ ହେବା ପର୍ଯ୍ୟନ୍ତ ସେକଥା କାହାକୁ କୁହ ନାହିଁ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ସେମାନେ ପର୍ବତରୁ ଓହ୍ଲାଇବା ସମୟରେ ସେ ସେମାନଙ୍କୁ ଦୃଢ଼ ଆଜ୍ଞା ଦେଇ କହିଲେ, ତୁମ୍ଭେମାନେ ଯାହା ଯାହା ଦେଖିଅଛ, ସେହିସବୁ ମୃତମାନଙ୍କ ମଧ୍ୟରୁ ମନୁଷ୍ୟପୁତ୍ରଙ୍କ ପୁନରୁତ୍ଥାନ ନ ହେବା ପର୍ଯ୍ୟନ୍ତ କାହାରିକୁ କୁହ ନାହିଁ।

Gade chapit la Kopi




ମାର୍କ 9:9
15 Referans Kwoze  

ଯୀଶୁ ଏ କଥା ଲୋକମାନଙ୍କୁ ନ କହିବା ପାଇଁ ଝିଅର ବାପା-ମାଙ୍କୁ ଦୃଢ଼ ଭାବରେ ନିର୍ଦ୍ଦେଶ ଦେଲେ। ତା'ପରେ ଯୀଶୁ ଝିଅଟିର ବାପା-ମାଙ୍କୁ ଝିଅକୁ କିଛି ଖାଇବାକୁ ଦେବାକୁ କହିଲେ।


ଯୂନସ ସମୁଦ୍ରର ଗୋଟିଏ ବଡ଼ ମାଛ ପେଟରେ ତିନି ଦିନ ଓ ତିନିରାତି ଥିଲେ। ସେହିପରି ମନୁଷ୍ୟପୁତ୍ର ତିନି ଦିନ ଓ ତିନିରାତି କବର ଭିତରେ ରହିବେ।


ଯୀଶୁ ସେମାନଙ୍କୁ କହିଲେ, “ଖ୍ରୀଷ୍ଟଙ୍କୁ ମାରି ଦିଆଯିବା ଓ ମୃତ୍ୟୁରୁ ତିନି ଦିନ ପରେ ପୁଣି ସେ ବଞ୍ଚି ଉଠିବା କଥା ଲେଖା ଅଛି।


ସେମାନେ କହିଲେ, “ମହାଶୟ, ଆମ୍ଭର ମନେ ଅଛି ଯେ ସେହି ପ୍ରତାରକ ସେ ବଞ୍ଚିଥିବା ବେଳେ କହିଥିଲା, ‘ତୃତୀୟ ଦିନ ପରେ ମୁଁ ମୃତ୍ୟୁରୁ ପୁଣି ପୁନ‌ରୁ‌‌ତ୍‌‌ଥିତ ହେବି।’


ସେ ସମୟରୁ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିବାକୁ ଲାଗିଲେ ଯେ ସେ ନିଶ୍ଚିତ ଭାବରେ ଯିରୁଶାଲମକୁ ଯିବେ। ସେଠାରେ ଯିହୂଦୀ ନେତା, ପ୍ରମୁଖ ଯାଜକ ଓ ଧର୍ମଶାସ୍ତ୍ରୀମାନଙ୍କ ଦ୍ୱାରା ସେ ଅନେକ ଯାତନା ପାଇବେ ଓ ବଧକରି ଦିଆଯିବେ। ସେ ମୃତ୍ୟୁରୁ ତୃତୀୟ ଦିନ ପୁନର୍ଜୀବିତ ହେବେ।


ସେ ଯୁକ୍ତି କରିବେ ନାହିଁ କି ପାଟିତୁଣ୍ଡ କରିବେ ନାହିଁ। ଲୋକେ ଗଳିରେ ତାହାଙ୍କ କଥା ଶୁଣିବେ ନାହିଁ।


ତା'ପରେ ଯୀଶୁ ତାହାକୁ କହିଲେ, “ଦେଖ, ଏ ବିଷୟରେ କାହାକୁ କିଛି କୁହ ନାହିଁ, ବରଂ ଯାଜକଙ୍କ ପାଖକୁ ଯାଅ ଓ ନିଜକୁ ଦେଖାଅ। ମୋଶାଙ୍କ ଆଦେଶ ଅନୁସାରେ ଦାନ ଦିଅ। ଏହା ଦ୍ୱାରା ଲୋକଙ୍କୁ ଦେଖେଇ ଦିଆଯାଇ ପାରିବ ଯେ ତୁମ୍ଭେ ଭଲ ହୋଇ ଯାଇଛ।”


ଯୀଶୁ ସେମାନଙ୍କୁ ଆଜ୍ଞା ଦେଲେ ଯେ ଏ ବିଷୟରେ କାହାକୁ କିଛି ଯେପରି ନ କୁହନ୍ତି। ଯୀଶୁ ସଦାବେଳେ ଲୋକଙ୍କୁ ଆଜ୍ଞା ଦେଉଥିଲେ ଯେ ସେମାନେ ଅନ୍ୟ କାହାକୁ ତାହାଙ୍କ ବିଷୟରେ କିଛି ନ କୁହନ୍ତୁ। କିନ୍ତୁ ଏହାର ପରିଣାମରେ ଲୋକେ ତାହାଙ୍କ ବିଷୟରେ ଅଧିକରୁ ଅଧିକ ପ୍ରଗ୍ଭର କରୁଥିଲେ।


ଏବଂ ସେହି ସମୟରେ ପିତର, ଯାକୁବ ଓ ଯୋହନ ଗ୍ଭରିଆଡ଼କୁ ଗ୍ଭହିଁଲେ କିନ୍ତୁ ସେଠାରେ ସେମାନେ ତାହାଙ୍କ ସହିତ କେବଳ ଯୀଶୁଙ୍କ ଛଡ଼ା ଆଉ କାହାରିକୁ ଦେଖିଲେ ନାହିଁ।


ତେଣୁ ଶିଷ୍ୟମାନେ ଯୀଶୁଙ୍କ କଥା ମାନିଲେ ଓ ସେମାନେ ଯାହା ଦେଖିଲେ ତାହା କାହାରି ଆଗରେ ପ୍ରକାଶ କଲେ ନାହିଁ। କିନ୍ତୁ ସେମାନେ କଥାବାର୍ତ୍ତା କରୁଥିଲେ ଯେ, ମୃତ୍ୟୁରୁ ପୁନରୁ‌ତ୍‌ଥିତ ହେବାର ଅର୍ଥ କ’ଣ?


ଆକାଶବାଣୀ ହୋଇ ସାରିବା ପରେ ସେଠାରେ କେବଳ ଯୀଶୁ ଥିଲେ। ପିତର, ଯାକୁବ ଓ ଯୋହନ ଏ ବିଷୟରେ ନୀରବ ରହିଲେ। ସେମାନେ ଯାହାକିଛି ଦେଖିଥିଲେ, ସେ ବିଷୟରେ ସେ ସମୟରେ କାହାରିକୁ କିଛି କହିଲେ ନାହିଁ।


Swiv nou:

Piblisite


Piblisite