Biblia Todo Logo
Bib sou entènèt

- Piblisite -




ମାର୍କ 9:43 - ପବିତ୍ର ବାଇବଲ

43 ଯଦି ତୁମ୍ଭର ହାତ ତୁମ୍ଭକୁ ପାପ କରାଏ, ତେବେ ତାକୁ କାଟିଦିଅ। କାରଣ ଦୁଇ ହାତ ଥାଇ ଅନନ୍ତ କାଳ ଧରି ଜଳୁଥିବା ନର୍କର ନିଆଁ ଭିତରେ ତୁମ୍ଭକୁ ଫିଙ୍ଗି ଦିଆଯିବା ଅପେକ୍ଷା ବରଂ ତୁମ୍ଭେ ପଙ୍ଗୁ ହୋଇ ଅନନ୍ତ ଜୀବନ ଲାଭ କରିବା ଭଲ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

43 ପୁଣି, ତୁମ୍ଭର ହସ୍ତ ଯଦି ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହା କାଟିପକାଅ; ଦୁଇ ହସ୍ତ ଘେନି ନରକ, ଅର୍ଥାତ୍, ଅନିର୍ବାଣ ଅଗ୍ନି ମଧ୍ୟକୁ ଯିବା ଅପେକ୍ଷା ବରଂ ପଙ୍ଗୁ ହୋଇ ଜୀବନରେ ପ୍ରବେଶ କରିବା ତୁମ୍ଭ ପକ୍ଷରେ ଭଲ।

Gade chapit la Kopi

ଓଡିଆ ବାଇବେଲ

43 ପୁଣି, ତୁମ୍ଭର ହସ୍ତ ଯଦି ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହା କାଟିପକାଅ; ଦୁଇ ହସ୍ତ ଘେନି ନର୍କ, ଅର୍ଥାତ୍ ଅନିର୍ବାଣ ଅଗ୍ନି ମଧ୍ୟକୁ ଯିବା ଅପେକ୍ଷା ବରଂ ପଙ୍ଗୁ ହୋଇ ଜୀବନରେ ପ୍ରବେଶ କରିବା ତୁମ୍ଭ ପକ୍ଷରେ ଭଲ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

43 ଯଦି ତୁମର ଗୋଟିଏ ହାତ ଯୋଗୁଁ ବିଶ୍ୱାସ ହରାଉଥାଅ, ସେହି ହାତଟିକୁ କାଟି ପକାଅ। ଦୁଇଟି ହାତ ଥାଇ ଅହର୍ନିଶି ଜଳୁଥିବା ନରକାଗ୍ନିରେ ପଡ଼ିବାଠାରୁ ଗୋଟିଏ ହାତ ନ ଥାଇ ଅନନ୍ତ ଜୀବନରେ ପ୍ରବେଶ କରିବା ଶ୍ରେୟସ୍କର।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

43 ପୁଣି, ତୁମ୍ଭର ହସ୍ତ ଯଦି ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହା କାଟିପକାଅ; ଦୁଇ ହସ୍ତ ଘେନି ନର୍କ, ଅର୍ଥାତ୍‍ ଅନିର୍ବାଣ ଅଗ୍ନି ମଧ୍ୟକୁ ଯିବା ଅପେକ୍ଷା ବରଂ ପଙ୍ଗୁ ହୋଇ ଜୀବନରେ ପ୍ରବେଶ କରିବା ତୁମ୍ଭ ପକ୍ଷରେ ଭଲ।

Gade chapit la Kopi




ମାର୍କ 9:43
23 Referans Kwoze  

“ତା'ପରେ ରାଜା ତାହାଙ୍କ ବାମ ପଟର ଲୋକମାନଙ୍କୁ କହିବେ, ‘ମୋ’ ପାଖରୁ ଗ୍ଭଲିଯାଅ। ପରମେଶ୍ୱର ତୁମ୍ଭ ନିମନ୍ତେ ଦଣ୍ଡ ନିରୂପଣ କରିଛନ୍ତି। ତୁମ୍ଭେ ଚିରକାଳ ଜଳୁଥିବା ନିଆଁକୁ ଯିବ, ଯାହାକି ଶୟତାନ ଓ ତା'ର ଦୂତମାନଙ୍କ ପାଇଁ ପ୍ରସ୍ତୁତ ହୋଇଛି।


ଆମ୍ଭର ଗ୍ଭରିପଟେ, ବିଶ୍ୱାସଧାରୀ ଆମ୍ଭର ବହୁ ସଂଖ୍ୟକ ଲୋକ ରହିଛନ୍ତି। ବିଶ୍ୱାସ ବିଷୟରେ ସେମାନଙ୍କ ଜୀବନ ଆମ୍ଭକୁ କହିଥାଏ। ତେଣୁ ଆମ୍ଭେ ସେମାନଙ୍କ ଭଳି ହେବା ଉଚିତ୍। ଆମ୍ଭେ ଜୀବନରେ ଆଗକୁ ଯିବା ପାଇଁ ଯାହାକିଛି ବାଧା ଅଛି, ସେଗୁଡ଼ିକୁ ଆମ୍ଭେ ଆଡ଼େଇ ଦେବା ଉଚିତ୍ ଓ ଆମ୍ଭ ସମ୍ମୁଖରେ ଥିବା ଦୌଡ଼ରେ ଦୌଡ଼ିବା ଉଚିତ୍। ପ୍ରଚେଷ୍ଟା ଥିବା ଦରକାର। ଆମ୍ଭକୁ ସହଜରେ ବାନ୍ଧି ରଖୁଥିବା ପାପକୁ ଆମ୍ଭେ ତ୍ୟାଗ କରିବା ଉଚିତ୍।


କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ତୁମ୍ଭେମାନେ ଅନ୍ୟଉପରେ ରାଗ ନାହିଁ, କାରଣ ପ୍ରତ୍ୟେକ ଲୋକ ତୁମ୍ଭର ଭାଇ ପରି ଅଟେ। ତେଣୁ ଯଦି ତୁମ୍ଭେ ଅନ୍ୟ ଉପରେ ରାଗିବ, ତେବେ ତୁମ୍ଭେ ମଧ୍ୟ ବିଗ୍ଭରାଳୟରେ ବିଗ୍ଭରିତ ହେବ। ତୁମ୍ଭେମାନେ ଯଦି ଅନ୍ୟକୁ ଅପମାନ ଦେଇ ଖରାପ କଥା କୁହ, ତେବେ ତୁମ୍ଭକୁ ଯିହୂଦୀୟ ସର୍ବୋଚ୍ଚ ବିଗ୍ଭରାଳୟରେ ବିଗ୍ଭରିତ ହେବାକୁ ହେବ। ଯଦି ଅନ୍ୟକୁ ମୂର୍ଖ ବୋଲି କୁହ, ତେବେ ତୁମ୍ଭକୁ ନର୍କର ନିଆଁ ଭିତରେ ପକାଇ ଦିଆଯିବ।


ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କର, ସେମାନେ ନିଜର ମନର ଆବେଗ ଓ ପାପମୟ ସ୍ୱଭାବକୁ କ୍ରୁଶରେ ବିଦ୍ଧ କରିଛନ୍ତି। ସେମାନେ ନିଜର ସ୍ୱାର୍ଥପର ମନୋଭାବ ଓ ମନ୍ଦକାର୍ଯ୍ୟ ସବୁକୁ ତ୍ୟାଗ କରିଛନ୍ତି।


ତାହାଙ୍କ ହାତରେ କୁଲା ଅଛି। ସେଥିରେ ସେ ଶସ୍ୟ ସବୁରୁ ଅଗାଡ଼ି ତକ ଅଲଗା କରିଦେବେ। ସେ ତାହାଙ୍କ ଖଳାରୁ ପରିଷ୍କାର ହୋଇଥିବା ଶସ୍ୟତକ ଏକାଠି କରିନେଇ ଅମାର ଭିତରେ ରଖି ଦେବେ ଓ ଅଗାଡ଼ି, କାଠି-କୁଟାତକ ନିଆଁରେ ପକେଇ ଦେବେ। ସେ ନିଆଁ କେବେ ହେଲେ ଲିଭିବ ନାହିଁ।”


ସେହି ଅନୁଗ୍ରହ ଆମ୍ଭକୁ ମିଳିଛି। ସେହି ଅନୁଗ୍ରହ ପରମେଶ୍ୱରଙ୍କ ବିରୋଧୀ ନ ହେବା ଓ ସଂସାର ଗ୍ଭହୁଁ ଥିବା ମନ୍ଦକାମ ନ କରିବା ପାଇଁ ଶିକ୍ଷା ଦିଏ। ସେହି ଅନୁଗ୍ରହ ଏହି ସଂସାରରେ ଜ୍ଞାନରେ ଧାର୍ମିକ ଓ ନ୍ୟାୟ ମାର୍ଗରେ ରହିବା ଶିଖାଏ।


ଅତଏବ, ଯୌନ ପାପଗୁଡ଼ିକ କରିବା, ମନ୍ଦକର୍ମ କରିବା, କାମନାର ବାଶୀଭୂତ ହେବା, ମନ୍ଦ ଇଚ୍ଛା ରଖିବା ଓ ସର୍ବଦା ଲୋଭୀ ହୋଇ ରହିବା, ଯାହା ଏକ ମିଥ୍ୟା ଦେବତାକୁ ପୂଜା କରିବା ସଦୃଶ, ସେଭିଳ ବିଷୟ ଗୁଡ଼ିକୁ ନିଜ ଜୀବନଠାରୁ ଦୂରରେ ରଖ। ଏହିଭଳି ଇଚ୍ଛାଗୁଡ଼ିକ ଥିବାର ଅର୍ଥ ହେଲା ଯେ, ଜଣେ ମିଥ୍ୟା ଦେବତାର ସେବା କରୁଛି।


ଯଦି ତୁମ୍ଭେମାନେ ତୁମ୍ଭ ପାପପୂର୍ଣ୍ଣ ଶରୀର ଅନୁସାରେ ମନ୍ଦ କାମ ପାଇଁ ନିଜ ଜୀବନକୁ ବ୍ୟବହାର କର, ତା'ହେଲେ ତୁମ୍ଭେମାନେ ଆତ୍ମିକ ରୂପରେ ମରିଯିବ। କିନ୍ତୁ ଯଦି ତୁମ୍ଭେମାନେ ଆତ୍ମାଙ୍କୁ ଶରୀର ମାଧ୍ୟମରେ ମନ୍ଦ କାମ କରିବାକୁ ରୋକିବା ପାଇଁ ବ୍ୟବହାର କର, ତା'ହେଲେ ତୁମ୍ଭେମାନେ ପ୍ରକୃତ ଜୀବନ ପାଇବ।


ବରଂ ଭୋଜି ଦେବା ସମୟରେ ଗରିବ, ପଙ୍ଗୁ, ଛୋଟା ଓ ଅନ୍ଧମାନଙ୍କୁ ଡାକ।


ଅନ୍ୟ ଲୋକମାନଙ୍କୁ ଆଘାତ କଲାଭଳି କୌଣସି କାମ କର ନାହିଁ। ମିଛ କୁହ ନାହିଁ, ଲୋକଙ୍କୁ ଠକ ନାହିଁ, ଈର୍ଷାନ୍ୱିତ ହୁଅ ନାହିଁ, ଲୋକମାନଙ୍କର ନିନ୍ଦା କର ନାହିଁ। ନିଜ ଜୀବନରୁ ଏଗୁଡ଼ିକୁ ଦୂର କର।


ମୁଁ ମୋର ନିଜ ଶରୀରକୁ ଆଘାତ କରୁଛି। ମୁଁ ଏହାକୁ ମୋର କ୍ରୀତଦାସ କରୁଛି। ମୁଁ ଏହା କରୁଛି ଯେପରି ମୁଁ ସୁସମାଗ୍ଭର ପ୍ରଗ୍ଭର କରିବା ପରେ ନିଜେ ଯେପରି ପରମେଶ୍ୱରଙ୍କ ଦ୍ୱାରା ଅଗ୍ରାହ୍ୟ ନ ହୁଏ। ଅନ୍ୟ ଲୋକମାନଙ୍କୁ ଉପଦେଶ ଦେଲା ପରେ ଯେପରି ମୁଁ ପରମେଶ୍ୱରଙ୍କ ଦ୍ୱାରା ଅଗ୍ରାହ୍ୟ ନ ହୁଏ, ସେଥିପାଇଁ ମୁଁ ମୋ’ ଶରୀରକୁ ବଶରେ ରଖୁଅଛି।


“ତେଣୁ ଗ୍ଭକରଟି ଫେରି ଆସିଲା। ଯାହାସବୁ ଘଟିଥିଲା, ସେ ତା’ ମାଲିକକୁ ସବୁ କହିଲା, ଏହା ଶୁଣି ମାଲିକ ଖୁବ୍ ରାଗିଗଲେ ଓ କହିଲେ, “ନଗରର ରାସ୍ତା ଗଳିମାନଙ୍କୁ ଶୀଘ୍ର ଦୌଡ଼ିଯାଅ, ଏବଂ ଦୀନଦୁଃଖୀ, ପଙ୍ଗୁ, ଅନ୍ଧ ଓ ଛୋଟାମାନଙ୍କୁ ଏଠାକୁ ନେଇଆସ।’


ଶକ୍ତିଶାଳୀ ମାନବ ଶୁଷ୍କ କାଠି ସଦୃଶ ହେବେ ଏବଂ ସେମାନଙ୍କର କର୍ମ ଅଗ୍ନିକଣା ସଦୃଶ ହେବ। ସେହି ବଳବାନ୍ ଲୋକମାନେ ଓ ସେମାନଙ୍କର କର୍ମ ସବୁ ଅଗ୍ନିରେ ପୋଡ଼ି ଦେବେ। ସେହି ଅଗ୍ନିକୁ କେହି ନିର୍ବାପିତ କରି ପାରିବେ ନାହିଁ।


ହେ ଯିହୁଦା ଓ ଯିରୁଶାଲମର ନିବାସୀଗଣ, ତୁମ୍ଭେମାନେ ସଦାପ୍ରଭୁଙ୍କ ପାଇଁ ନିଜକୁ ସୁନ୍ନତ କର। ତୁମ୍ଭମାନଙ୍କର ହୃଦୟରୁ ଆବିଳତାକୁ ଦୂର କର। ତା’ ନ ହେଲେ ତୁମ୍ଭମାନଙ୍କର ଦୁଷ୍କର୍ମ ଯୋଗୁଁ ଆମ୍ଭର କ୍ରୋଧ ଅଗ୍ନିତୁଲ୍ୟ ପ୍ରଜ୍ୱଳିତ ହେବ। ଓ ସେହି କ୍ରୋଧାଗ୍ନିରେ ତୁମ୍ଭେମାନେ ଭସ୍ମୀଭୂତ ହେବ। କେହି ତାହାକୁ ଲିଭାଇ ପାରିବା ପାଇଁ ସକ୍ଷମ ହେବ ନାହିଁ।”


କିନ୍ତୁ ଏହି କରଆଦାୟକାରୀଙ୍କୁ ଆମ୍ଭେ କ୍ରୋଧିତ କରିବା ନାହିଁ। ତେଣୁ କର ଏହିଭଳି ଭାବରେ ଦେଇଦିଅ: ହ୍ରଦକୁ ଯାଅ। ତୁମ୍ଭର ମାଛ ଧର। ତୁମ୍ଭେ ଧରିଥିବା ପ୍ରଥମ ମାଛଟି ଆଣ, ତା'ର ପାଟି ଖୋଲ। ତା ପାଟିରୁ ତୁମ୍ଭେ ଗ୍ଭରୋଟି ରୌପ୍ୟ ମୁଦ୍ରା ପାଇବ। ସେ ମୁଦ୍ରାଗୁଡ଼ିକୁ ଆଣି ମୋ’ ପାଇଁ ଓ ତୁମ୍ଭ ପାଇଁ ଟିକସ ଆଦାୟକାରୀଙ୍କୁ ଦେଇଦିଅ।”


ତାହାଙ୍କ ହାତରେ ଖଳା ସଫା କରିବାର କୁଲା ଅଛି। ସେଥିରେ ସେ ଶସ୍ୟକୁ ଅଗାଡ଼ିଠାରୁ ଅଲଗା କରିଦେବେ। ସେ ଭଲ ଶସ୍ୟତକ ସଂଗ୍ରହ କରି ଅମାରରେ ନେଇ ରଖିବେ। ତା'ପରେ ଅଗାଡ଼ି ଓ ଦରକାରୀ ଅନାବନା ଜିନିଷଗୁଡ଼ିକୁ ଚିରକାଳ ଜଳୁଥିବା ନିଆଁରେ ପୋଡ଼ି ଦେବେ।”


ଦୁଷ୍ଟ ଲୋକ ଦୁଷ୍ଟାମୀକୁ ଭଲପାଏ। ସେ ଏହା ପରିତ୍ୟାଗ କରିବାକୁ ଘୃଣା କରେ। ଏକ ମିଠା ମିଶ୍ରି ଭଳି ତା'ର ମୁଖରେ ଏହା ଥାଏ।


Swiv nou:

Piblisite


Piblisite