ତା'ପରେ ମୁଁ ଦୂତଙ୍କୁ ପ୍ରଣାମ କରିବା ପାଇଁ ତାହାଙ୍କ ପାଦତଳେ ପଡ଼ିଗଲି। କିନ୍ତୁ ସେ ମୋତେ କହିଲେ, “ମୋତେ ପ୍ରଣାମ କର ନାହିଁ। ମୁଁ ତୁମ୍ଭର ଓ ତୁମ୍ଭ ଖ୍ରୀଷ୍ଟ ବିଶ୍ୱାସୀ ଓ ଯୀଶୁଙ୍କର ସାକ୍ଷୀ ଭାଇମାନଙ୍କ ପରି ପରମେଶ୍ୱରଙ୍କର ଜଣେ ସେବକ ମାତ୍ର। ତେଣୁ ପରମେଶ୍ୱରଙ୍କୁ ଉପାସନା କର! କାରଣ ଯୀଶୁଙ୍କ ପାଇଁ ସାକ୍ଷ୍ୟ ହେଉଛି ଭବିଷ୍ୟଦ୍ବାଣୀର ମୂଳ ଆତ୍ମା ସ୍ୱରୂପ।’’