Biblia Todo Logo
Bib sou entènèt

- Piblisite -




ମାର୍କ 9:25 - ପବିତ୍ର ବାଇବଲ

25 ଯୀଶୁ ଦେଖିଲେ ଯେ ଏହି ଘଟଣା ଦେଖିବା ପାଇଁ ଲୋକେ ତାହାଙ୍କ ପାଖକୁ ମାଡ଼ି ଆସୁଛନ୍ତି। ତେଣୁ ସେ ଦୁଷ୍ଟାତ୍ମାକୁ ଧମକ ଦେଇ କହିଲେ, “ହେ ଦୁଷ୍ଟାତ୍ମା, ତୁ ପିଲାଟିକୁ ମୂକ ଓ ବଧିର କରି ଦେଇଛୁ। ମୁଁ ତୋତେ ଆଜ୍ଞା ଦେଉଛି, ପିଲାର ଦେହ ଭିତରୁ ବାହାରିଯା। ଏହାର ଦେହରେ ପୁଣି ଆଉ କେବେ ହେଲେ ପ୍ରବେଶ କରିବୁ ନାହିଁ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

25 ପରେ ଲୋକସମୂହ ଏକତ୍ର ଦୌଡ଼ି ଆସୁଅଛନ୍ତି ଦେଖି ଯୀଶୁ ସେହି ଅଶୁଚି ଆତ୍ମାକୁ ଧମକ ଦେଇ କହିଲେ, ରେ ମୂକ ଓ ବଧିର ଆତ୍ମା, ମୁଁ ତୋତେ ଆଜ୍ଞା ଦେଉଅଛି, ଏହାଠାରୁ ବାହାରିଯା, ପୁଣି ଆଉ କେବେ ହେଁ ଏହାଠାରେ ପଶିବୁ ନାହିଁ।

Gade chapit la Kopi

ଓଡିଆ ବାଇବେଲ

25 ପରେ ଲୋକସମୂହ ଏକତ୍ର ଦୌଡ଼ିଆସୁଅଛନ୍ତି ଦେଖି ଯୀଶୁ ସେହି ଅଶୁଚି ଆତ୍ମାକୁ ଧମକ ଦେଇ କହିଲେ, ରେ ମୂକ ଓ ବଧିର ଆତ୍ମା, ମୁଁ ତୋତେ ଆଜ୍ଞା ଦେଉଅଛି, ଏହାଠାରୁ ବାହାରିଯା, ପୁଣି, ଆଉ କେବେ ହେଁ ଏହାଠାରେ ପଶିବୁ ନାହିଁ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

25 ଯୀଶୁ ଲକ୍ଷ୍ୟ କଲେ, ଚାରିଆଡ଼ୁ ଲୋକେ ତାଙ୍କ ଆଡ଼କୁ ମାଡ଼ି ଆସୁଛନ୍ତି। ତେଣୁ ସେ ପ୍ରେତାତ୍ମାକୁ ଆଦେଶ ଦେଲେ, “ଆରେ ମୂକ ଓ ବଧିର ଆତ୍ମା - ମୁଁ ଆଜ୍ଞା ଦେଉଛି, ଏ ପିଲା ଭିତରୁ ବାହାରି ଯା’ - ଆଉ କେବେ ତା’ ଭିତରେ ପ୍ରବେଶ କରିବୁ ନାହିଁ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

25 ପରେ ଲୋକସମୂହ ଏକତ୍ର ଦୌଡ଼ି ଆସୁଥିବା ଦେଖି ଯୀଶୁ ସେହି ଅଶୁଚି ଆତ୍ମାକୁ ଧମକ ଦେଇ କହିଲେ, ରେ ମୂକ ଓ ବଧିର ଆତ୍ମା, ମୁଁ ତୋତେ ଆଜ୍ଞା ଦେଉଅଛି, ଏହାଠାରୁ ବାହାରିଯା, ପୁଣି, ଆଉ କେବେ ହେଁ ଏହାଠାରେ ପଶିବୁ ନାହିଁ।

Gade chapit la Kopi




ମାର୍କ 9:25
17 Referans Kwoze  

ସେ ଏପରି ବହୁତ ଦିନ ପର୍ଯ୍ୟନ୍ତ କଲା, ପାଉଲ ଏଥିଲେ ବିରକ୍ତ ହୋଇପଡ଼ିଲେ। ସେ ସେହି ଆତ୍ମାକୁ କହିଲେ, “ମୁଁ ଯୀଶୁଙ୍କ ନାମରେ ଆଦେଶ ଦେଉଛି, ଏହି ଝିଅଟି ଦେହରୁ ବାହାରିଯା।” ସେହି ସମୟରେ ସେ ଆତ୍ମାଟି ବାହାରକୁ ଗ୍ଭଲିଆସିଲା।


ପିଲାଟି ଆସୁଥିବା ବେଳେ ଭୂତ ତାକୁ ଭୂମି ଉପରକୁ କଗ୍ଭଡ଼ି ଦେଲା। ପିଲାଟି ନିୟନ୍ତ୍ରଣ ହରାଇ ବସିଲା। କିନ୍ତୁ ଯୀଶୁ ଭୂତକୁ ଗୋଟିଏ କଠୋର ଧମକ ଦେଲେ। ଏହା ପରେ ପିଲାଟି ସୁସ୍ଥ ହୋଇଗଲା। ଯୀଶୁ ତାହାକୁ ତା’ ବାପା ପାଖରେ ସମର୍ପି ଦେଲେ।


ଯେତେବେଳେ ଲୋକମାନେ ଯୀଶୁଙ୍କୁ ଦେଖିଲେ, ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ ତାହାଙ୍କୁ ସ୍ୱାଗତ କରିବାକୁ ତାହାଙ୍କ ପାଖକୁ ଦୌଡ଼ିଗଲେ।


ତା'ପରେ ଯୀଶୁ ପିଲାଟିର ଦେହ ଭିତରେ ରହିଥିବା ଭୂତଟିକୁ କଠୋର ଆଦେଶ ଦେଲେ। ଭୂତଟି ତା’ ଦେହରୁ ବାହାରି ଆସିଲା, ସେହି ମୁହୂର୍ତ୍ତରେ ପିଲାଟି ସୁସ୍ଥ ହୋଇଗଲା।


ପ୍ରଧାନ ସ୍ୱର୍ଗଦୂତ ମୀଖାୟେଲ ମଧ୍ୟ ଏହା କରି ନ ଥିଲେ। ସେ ମୋଶାଙ୍କ ଶରୀର ନେବା ବିଷୟରେ ଶୟତାନ ସହିତ ଯୁକ୍ତି କରିଥିଲେ। କିନ୍ତୁ ମୀଖାୟେଲ ସମାଲୋଚନାମୂଳକ କଥା କହି ତାହାକୁ ଦୋଷୀ କରିବାକୁ ସାହସ କଲେ ନାହିଁ। କିନ୍ତୁ ସେ କହିଲେ, “ପ୍ରଭୁ ତୁମ୍ଭକୁ ଦଣ୍ଡ ଦିଅନ୍ତୁ।”


ଥରେ ଯୀଶୁ କଥା କହି ପାରୁ ନ ଥିବା ଗୋଟିଏ ଲୋକ ଦେହରୁ ଭୂତକୁ ତଡ଼ି ଦେଉଥିଲେ। ଭୂତଟି ମୂକ ଲୋକ ଦେହରୁ ବାହାରି ଆସିବା ମାତ୍ରେ, ଲୋକଟି ପୁଣି କଥା କହିବାକୁ ଲାଗିଲା। ଜମା ହୋଇଥିବା ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ।


ଆଉ ମଧ୍ୟ ସେମାନଙ୍କ ମଧ୍ୟରେ ଥିବା ଅନେକଙ୍କ ଭିତରୁ ଦୁଷ୍ଟାତ୍ମାମାନେ ବାହାରି ଆସିଲେ। ଦୁଷ୍ଟାତ୍ମାମାନେ ଚିତ୍କାର କରୁ ଥିଲେ, “ତୁମ୍ଭେ ପରମେଶ୍ୱରଙ୍କର ପୁତ୍ର।” କିନ୍ତୁ ଯୀଶୁ ଦୁଷ୍ଟାତ୍ମାମାନଙ୍କୁ ଚୁପ୍ ରହିବା ପାଇଁ କଠୋର ଆଜ୍ଞା ଦେଲେ। କାରଣ ସେହି ଦୁଷ୍ଟାତ୍ମାମାନେ ଜାଣିଥିଲେ ଯେ ଯୀଶୁ ହେଉଛନ୍ତି ସ୍ୱୟଂ ଖ୍ରୀଷ୍ଟ।


ଯୀଶୁ ତାହାକୁ ଧମକ ଦେଇ କହିଲେ, “ଚୁପ୍ କର ଏହି ଲୋକର ଦେହରୁ ବାହାରିଯା”। ଏହା ପରେ ଦୁଷ୍ଟାତ୍ମା ସେହି ଲୋକଟିକୁ ସମସ୍ତଙ୍କ ସାମନାରେ ତଳେ ପକାଇ ଦେଲା ଓ ତାହାର କୌଣସି କ୍ଷତି ନ କରି ତା’ ଦେହରୁ ବାହାରିଗଲା।


ତା'ପରେ ସଦାପ୍ରଭୁ କହିଲେ, “ସଦାପ୍ରଭୁ ତୁମ୍ଭକୁ ଭର୍ତ୍ସନା କରିବେ, ହେ ଶୟତାନ, ସେ ତୁମ୍ଭକୁ ସମାଲୋଚନା କରି ଗ୍ଭଲିଥିବେ। ସଦାପ୍ରଭୁ ଯିରୁଶାଲମକୁ ତାଙ୍କ ସ୍ୱତନ୍ତ୍ର ନଗରରୂପେ ମନୋନୀତ କରିଛନ୍ତି। ଗୋଟିଏ ଜଳନ୍ତା କାଠଗଣ୍ତି ନିଆଁରୁ ଟାଣି ଆଣିବାପରି, ସେ ସେହି ନଗରକୁ ରକ୍ଷା କରିଥିଲେ।”


ତା'ପରେ ଲୋକେ ଯୀଶୁଙ୍କ ପାଖକୁ ଗୋଟିଏ ଲୋକକୁ ଆଣିଲେ। ସେ ଲୋକଟି ଅନ୍ଧ ଥିଲା, ତା’ ଦେହରେ ଗୋଟିଏ ଭୂତ ପଶି ଥିବାରୁ ସେ ମୂକ ହୋଇଯାଇଥିଲା। ଯୀଶୁ ଲୋକଟିକୁ ସୁସ୍ଥ କରିଦେଲେ, ଫଳରେ ଲୋକଟି କଥା କହି ପାରିଲା ଓ ଦେଖି ପାରିଲା।


ପିଲାଟିର ବାପା ଉଚ୍ଚସ୍ୱର କରି କହିଲା, “ମୁଁ ବିଶ୍ୱାସ କରୁଛି। ମୋତେ ଅଧିକ ବିଶ୍ୱାସ କରିବା ପାଇଁ ସାହାଯ୍ୟ କରନ୍ତୁ।”


ଦୁଷ୍ଟାତ୍ମା ଯନ୍ତ୍ରଣାରେ ଚିତ୍କାର କଲା, ପିଲାକୁ ଥରାଇ ତଳେ ପକାଇ ଦେଲା। ପୁଣି ଥରେ ପିଲାକୁ ତଳେ କଗ୍ଭଡ଼ି ଦେଇ ଦୁଷ୍ଟାତ୍ମା ତା’ ଦେହରୁ ବାହାରି ଆସିଲା। ଏହି ପିଲା ମରିଗଲା ଭଳି ଦେଖାଗଲା। ଅନେକ ଲୋକ କହିଲେ, “ସେ ମରି ଯାଇଛି।”


Swiv nou:

Piblisite


Piblisite