Biblia Todo Logo
Bib sou entènèt

- Piblisite -




ମାର୍କ 9:2 - ପବିତ୍ର ବାଇବଲ

2 ଛଅ ଦିନ ପରେ, ଯୀଶୁ ପିତର, ଯାକୁବ ଓ ଯୋହନଙ୍କୁ ନିଜ ସାଙ୍ଗରେ ନେଇ ଗୋଟିଏ ଉଚ୍ଚ ପର୍ବତ ଉପରକୁ ଗଲେ। ସେଠାରେ କେବଳ ସେହିମାନେ ଥିଲେ। ସେଠାରେ ଶିଷ୍ୟମାନେ ଯୀଶୁଙ୍କୁ ଦେଖୁଥିବା ସମୟରେ ଯୀଶୁଙ୍କ ସ୍ୱରୂପ ପରିବର୍ତ୍ତନ ହୋଇ ଗଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ଛଅ ଦିନ ପରେ ଯୀଶୁ କେବଳ ପିତର, ଯାକୁବ ଓ ଯୋହନଙ୍କୁ ସାଙ୍ଗରେ ଘେନି ଅନ୍ତର ହୋଇ ସେମାନଙ୍କୁ ଗୋଟିଏ ଉଚ୍ଚ ପର୍ବତକୁ ନେଇଗଲେ।

Gade chapit la Kopi

ଓଡିଆ ବାଇବେଲ

2 ଛଅ ଦିନ ପରେ ଯୀଶୁ କେବଳ ପିତର, ଯାକୁବ ଓ ଯୋହନଙ୍କୁ ସାଙ୍ଗରେ ନେଇ ଅନ୍ତର ହୋଇ ସେମାନଙ୍କୁ ଗୋଟିଏ ଉଚ୍ଚ ପର୍ବତକୁ ନେଇଗଲେ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

2 ଏହାର ଛଅ ଦିନ ପରେ ପିତର, ଯାକୁବ ଓ ଯୋହନଙ୍କୁ ସଙ୍ଗରେ ନେଇ ଯୀଶୁ ଗୋଟିଏ ଉଚ୍ଚ ପର୍ବତ ଆରୋହଣ କଲେ। ସେଠାରେ ଅନ୍ୟ କେହି ନ ଥିଲେ। ଶିଷ୍ୟମାନେ ଚାହୁଁ ଚାହୁଁ ଯୀଶୁଙ୍କର ଗୋଟିଏ ଅପୂର୍ବ ରୂପାନ୍ତର ହେଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ଛଅ ଦିନ ପରେ ଯୀଶୁ କେବଳ ପିତର, ଯାକୁବ ଓ ଯୋହନଙ୍କୁ ସାଙ୍ଗରେ ନେଇ ଅନ୍ତର ହୋଇ ସେମାନଙ୍କୁ ଗୋଟିଏ ଉଚ୍ଚ ପର୍ବତକୁ ନେଇଗଲେ।

Gade chapit la Kopi




ମାର୍କ 9:2
23 Referans Kwoze  

ତୁମ୍ଭର ଚକ୍ଷୁ ରାଜାଙ୍କୁ ତାହାଙ୍କ ସୌନ୍ଦର୍ଯ୍ୟରେ ଦର୍ଶନ କରିବ। ଏକ ବହୁ ଦୂରବ୍ୟାପୀ ଦେଶକୁ ଦେଖିବ।


ତା'ପରେ ସେ ସମସ୍ତଙ୍କୁ ଛାଡ଼ି କେବଳ ପିତର, ଯାକୁବ ଓ ତାହାଙ୍କ ଭାଇ ଯୋହନଙ୍କୁ ସାଙ୍ଗରେ ନେଲେ।


ସେ ପିତର, ଯାକୁବ ଓ ଯୋହନଙ୍କୁ ତାହାଙ୍କ ସହିତ ଆସିବାକୁ କହିଲେ। ତା'ପରେ ଯୀଶୁ ଅତ୍ୟଧିକ ବିଚଳିତ ଓ ଦୁଃଖରେ ପୂର୍ଣ୍ଣ ହେବାକୁ ଲାଗିଲେ,


ଏହା ପରେ ମୋଶା ଓ ତାଙ୍କର ପରିଗ୍ଭରକ ଯିହୋଶୂୟ ଉଠିଲେ, ମୋଶା ପରମେଶ୍ୱରଙ୍କର ପର୍ବତକୁ ଆରୋହଣ କଲେ।


ମୁଁ ତୁମ୍ଭମାନଙ୍କ ପାଖକୁ ତୃତୀୟ ଥର ଆସୁଛି। ମନେରଖ: “ପ୍ରତ୍ୟେକ ଅଭିଯୋଗ ପାଇଁ ଦୁଇ ବା ତିନି ଜଣ ସାକ୍ଷୀ ଦେବା ଦରକାର ଯେ ସେମାନେ ତାହାର ସତ୍ୟତା ବିଷୟରେ ଜାଣିଛନ୍ତି।”


କାରଣ ସେ ତାହାଙ୍କ ଦୃଷ୍ଟିରେ ଗ୍ଭରା ତୁଲ୍ୟ ଓ ଶୁଷ୍କ ଭୂମିରେ ଉତ୍ପନ୍ନ ମୂଳତୁଲ୍ୟ ବଢ଼ିଲେ। ତାଙ୍କର ଐଶ୍ୱର୍ଯ୍ୟ କି ରୂପ, ଯାହାକୁ ଆମ୍ଭେ ଦେଖି ପାରିବା, ତାଙ୍କର ସୌନ୍ଦର୍ଯ୍ୟ ନାହିଁ, ଯାହା ଆମ୍ଭକୁ ଆକର୍ଷଣ କରିବ।


ତେଣୁ ରାଜା ଆହାବ ଭୋଜନ ନିମନ୍ତେ ଗଲେ। ଏଲିୟ କର୍ମିଲ ପର୍ବତର ଉପରକୁ ଚଢ଼ିଲେ ଆଶାରେ ପଡ଼ିଲେ ଏବଂ ଆପଣା ଆଣ୍ଠୁ ମଧ୍ୟରେ ମୁଣ୍ତ ରଖିଲେ।


ତା'ପରେ ମୁଁ ଗୋଟିଏ ବିରାଟ ଶୁଭ୍ର ସିଂହାସନ ଦେଖିଲି। ମୁଁ ଜଣେ ବ୍ୟକ୍ତିଙ୍କୁ ସେହି ସିଂହାସନରେ ବସିଥିବାର ଦେଖିଲି। ଆକାଶ ଓ ପୃଥିବୀ ତାହାଙ୍କ ପାଖରୁ ଦୌଡ଼ି ଗ୍ଭଲିଗଲେ ଓ ଉଭେଇ ଗଲେ।


ଏହା ପରେ ଦୁଇଜଣ ଶିଷ୍ୟ ପଡ଼ିଆ ମଧ୍ୟରେ ଯାଉଥିବା ସମୟରେ ଯୀଶୁ ସେମାନଙ୍କ ନିକଟରେ ଅନ୍ୟ ଏକ ରୂପରେ ଦେଖା ଦେଲେ।


ସେ ସ୍ୱର୍ଗରୁ ଆସିବେ ଏବଂ ଯେଉଁ ଶକ୍ତି ବଳରେ ସବୁ ବିଷୟକୁ ନିଜ ଅଧୀନସ୍ଥ କରନ୍ତି, ସେହି ଶକ୍ତି ବଳରେ ସେ ଆମ୍ଭର ହେୟ, ଦେହଗୁଡ଼ିକୁ ପରିବର୍ତ୍ତନ କରି ତାଙ୍କ ନିଜର ଦେହ ଭଳି ଗୌରବମୟ କରିଦେବେ।


ଏହା ପରେ ଏହି ସଂସାରର ରୀତି ଅନୁସାରେ ଆଚରଣ କର ନାହିଁ, ବରଂ ନୂତନ ଚିନ୍ତନ ମାର୍ଗରେ ନିଜର ଅନ୍ତରକୁ ପରିବର୍ତ୍ତିତ କର। ତେବେ ପରମେଶ୍ୱର ତୁମ୍ଭମାନଙ୍କ ପାଇଁ କ’ଣ ଇଚ୍ଛା କରନ୍ତି, ତୁମ୍ଭେମାନେ ଜାଣି ପାରିବ। ତୁମ୍ଭେମାନେ ଜାଣି ପାରିବ ଯେ, କେଉଁ ବିଷୟ ଗୁଡ଼ିକ ଭଲ, ପରମେଶ୍ୱରଙ୍କୁ ପ୍ରିୟ ଓ ସିଦ୍ଧ।


ସେହି ବାକ୍ୟ ମନୁଷ୍ୟ ହେଲେ ଓ ଆମ୍ଭମାନଙ୍କ ସହିତ ବାସ କଲେ ପୁଣି ସେହି ବାକ୍ୟ ପରମେଶ୍ୱରଙ୍କ ଅନୁଗ୍ରହ ଓ ସତ୍ୟରେ ପରିପୂର୍ଣ୍ଣ ଥିଲେ। ଆମ୍ଭେ ତାହାଙ୍କର ମହିମା ଦେଖିଲୁ, ଏହି ମହିମା ପରମପିତାଙ୍କ ଏକମାତ୍ର ପୁତ୍ରଙ୍କର ଥିଲା।


ସେହି ସମୟରେ ଯୀଶୁ ପ୍ରାର୍ଥନା କରିବା ପାଇଁ ଗୋଟିଏ ପର୍ବତ ଉପରକୁ ଗଲେ। ସେ ସେଠାରେ ପରମେଶ୍ୱରଙ୍କୁ ପ୍ରାର୍ଥନା କରିବାରେ ସାରା ରାତିଟି ବିତେଇଲେ।


ଯୀଶୁ ଯୋହନଙ୍କ ବିଷୟରେ ଘଟିଥିବା ସବୁକଥା ଶୁଣିସାରିବା ପରେ ସେ ସ୍ଥାନ ଛାଡ଼ି ଦେଲେ ଓ ଏକୁଟିଆ ଡଙ୍ଗାରେ ବସି ଗୋଟିଏ ନିଛାଟିଆ ଜାଗାକୁ ଗ୍ଭଲିଗଲେ। ଯୀଶୁ ଗ୍ଭଲିଯାଇଥିବା ଖବର ଶୁଣି ଲୋକମାନେ ନିଜ ନଗରମାନ ଛାଡ଼ି ଯୀଶୁଙ୍କୁ ଅନୁସରଣ କଲେ। ଯୀଶୁ ଯେଉଁଠାକୁ ଯାଉଥିଲେ, ସେମାନେ ସ୍ଥଳପଥରେ ଗ୍ଭଲି ଗ୍ଭଲି ସେଠାରେ ଯାଇ ପହଞ୍ଚିଲେ।


ତା'ପରେ ସେ ଯଜ୍ଞବେଦି କାଠ ସଜାଇ ସେହି କାଠ ଉପରେ ବୃଷଭକୁ ଖଣ୍ତ ଖଣ୍ତ କରି କାଟି ଥୋଇଲେ।


Swiv nou:

Piblisite


Piblisite