Biblia Todo Logo
Bib sou entènèt

- Piblisite -




ମାର୍କ 8:25 - ପବିତ୍ର ବାଇବଲ

25 ଯୀଶୁ ପୁଣି ଥରେ ଅନ୍ଧଟିର ଆଖି ଉପରେ ହାତ ରଖିଲେ। ତା'ର ଆଖି ଭଲ ହୋଇଯାଇଥିଲା ଓ ସେ ସବୁକିଛି ସ୍ପଷ୍ଟ ଦେଖି ପାରୁଥିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

25 ତାହା ପରେ ସେ ପୁଣି ତାହାର ଆଖିରେ ହାତ ଦେଲେ; ସେଥିରେ ସେ ସ୍ପଷ୍ଟ ରୂପେ ଦେଖିଲା ଓ ସୁସ୍ଥ ହୋଇ ଏକଦୃଷ୍ଟିରେ ସମସ୍ତ ବିଷୟକୁ ଚାହିଁବାକୁ ଲାଗିଲା।

Gade chapit la Kopi

ଓଡିଆ ବାଇବେଲ

25 ତାହା ପରେ ଯୀଶୁ ପୁଣି, ତାହାର ଆଖିରେ ହାତ ଦେଲେ; ସେଥିରେ ସେ ସ୍ପଷ୍ଟରୂପେ ଦେଖିଲା ଓ ସୁସ୍ଥ ହୋଇ ଏକଦୃଷ୍ଟିରେ ସମସ୍ତ ବିଷୟକୁ ଚାହିଁଁବାକୁ ଲାଗିଲା ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

25 ଯୀଶୁ ଏଥିରେ ଲୋକଟିର ଆଖି ଉପରେ ନିଜ ହାତ ରଖିଲେ ଓ ଲୋକଟି ଭଲ କରି ନିରୀକ୍ଷଣ କଲା। ହଠାତ୍ ତା’ର ଦୃଷ୍ଟିଶକ୍ତି ଫେରି ଆସିଲା ଓ ସେ ସ୍ପଷ୍ଟଭାବେ ଦେଖି ପାରିଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

25 ତାହା ପରେ ଯୀଶୁ ପୁଣି, ତାହାର ଆଖିରେ ହାତ ଦେଲେ; ସେଥିରେ ସେ ସ୍ପଷ୍ଟ ରୂପେ ଦେଖିଲା ଓ ସୁସ୍ଥ ହୋଇ ଏକଦୃଷ୍ଟିରେ ସମସ୍ତ ବିଷୟକୁ ଚାହିଁବାକୁ ଲାଗିଲା।

Gade chapit la Kopi




ମାର୍କ 8:25
9 Referans Kwoze  

କିନ୍ତୁ ଆମ୍ଭ ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଜ୍ଞାନ ଓ ଅନୁଗ୍ରହରେ ବୃଦ୍ଧି ପାଅ। ତାହାଙ୍କର ମହିମା ବର୍ତ୍ତମାନ ଓ ସଦାସର୍ବଦା ରହିଥାଉ। ଆମେନ୍।


ଧାର୍ମିକ ଲୋକମାନେ ପ୍ରଭାତର ସୂର୍ଯ୍ୟକିରଣ ପରି। ସୂର୍ଯ୍ୟୋଦୟ ପରେ ମଧ୍ୟାହ୍ନରେ ସୂର୍ଯ୍ୟ ଯେପରି ତେଜସ୍ୱୀ ହୋଇ ଉଠେ,


କିନ୍ତୁ ତୁମ୍ଭେମାନେ ମନୋନୀତ ଲୋକ ଅଟ। ତୁମ୍ଭେମାନେ ରାଜାଙ୍କର ଯାଜକ। ତୁମ୍ଭେମାନେ ପବିତ୍ର ଜାତି ଅଟ। ତୁମ୍ଭେମାନେ ପରମେଶ୍ୱରଙ୍କ ଲୋକ। ପରମେଶ୍ୱର କରିଥିବା ଆଶ୍ଚର୍ଯ୍ୟ ଘଟଣାମାନ କହିବା ପାଇଁ ପରମେଶ୍ୱର ତୁମ୍ଭକୁ ମନୋନୀତ କରିଛନ୍ତି। ସେ ଅନ୍ଧକାରରୁ ତୁମ୍ଭମାନଙ୍କୁ ତାହାଙ୍କର ଆଶ୍ଚର୍ଯ୍ୟ ଜନକ ଆଲୋକକୁ ଆଣିଛନ୍ତି।


ପରମେଶ୍ୱର ତୁମ୍ଭର ମଙ୍ଗଳ କରିବା ଆରମ୍ଭ କରିଛନ୍ତି ଓ ବର୍ତ୍ତମାନ ମଧ୍ୟ ତାହା କରୁଛନ୍ତି। ଯୀଶୁ ଖ୍ରୀଷ୍ଟଙ୍କ ଆଗମନ ଦିନ ପର୍ଯ୍ୟନ୍ତ ସେ ସେହି କାମ ସାଧନ କରି ସମାପ୍ତ କରିବେ। ମୁଁ ଏଥିରେ ନିଶ୍ଚିତ ଅଟେ।


ଯାହା ପାଖରେ କିଛି ହେଲେ ବୁଝିବା ଶକ୍ତି ଅଛି, ତାକୁ ଆହୁରି ଅଧିକ ଦିଆଯିବ ଏବଂ ସେ ଆବଶ୍ୟକତାଠାରୁ ଅଧିକ ପାଇବ। କିନ୍ତୁ ଯାହା ପାଖରେ ବିଶେଷ ବୁଝିବା-ଶକ୍ତି ନାହିଁ, ସେ ତା'ପାଖରେ ଥିବା ସେହି ଟିକେ ବୁଝିବାଶକ୍ତି ମଧ୍ୟ ହରେଇ ବସିବ।


ସେହି ଲୋକଟି ଉପରକୁ ଗ୍ଭହିଁ କହିଲା, “ମୁଁ ଲୋକମାନଙ୍କୁ ଦେଖି ପାରୁଛି। ସେମାନେ ଗ୍ଭରିଆଡ଼େ ଗ୍ଭଲୁଥିବା ଗଛ ଭଳି ମୋତେ ଦେଖାଯାଉଛନ୍ତି।”


ଯୀଶୁ ତାକୁ ଘରକୁ ପଠେଇ ଦେଲେ ଓ କହିଲେ, “ଗାଁ ଭିତରକୁ ତୁମ୍ଭେ ଏବେ ଆଦୌ ଯିବ ନାହିଁ।”


ଯୀଶୁ ଗ୍ଭଲି ଯାଉଥିଲେ ଓ ପ୍ରେରିତମାନେ ଆକାଶକୁ ଗ୍ଭହିଁ ରହିଥିଲେ। ହଠାତ୍ ଦୁଇଜଣ ଧଳା ବସ୍ତ୍ର ପିନ୍ଧିଥିବା ପୁରୁଷ ସେମାନଙ୍କ ପାଖରେ ଆସି ଠିଆ ହେଲେ।


ସେ ବସି ପାଉଲଙ୍କ କଥା ଶୁଣୁଥିଲା। ପାଉଲ ତାକୁ ସିଧାସଳଖ ଅନାଇ ଦେଖିଲେ ଯେ ସେ ସୁସ୍ଥ ହୋଇପାରିବ ବୋଲି ତା'ର ବିଶ୍ୱାସ ଅଛି।


Swiv nou:

Piblisite


Piblisite