Biblia Todo Logo
Bib sou entènèt

- Piblisite -




ମାର୍କ 8:22 - ପବିତ୍ର ବାଇବଲ

22 ତା'ପରେ ସେମାନେ ବେ‌ଥ୍‌ସାଇଦା ଗ୍ଭଲି ଆସିଲେ। ସେଠାରେ କେତେକ ଲୋକ ଯୀଶୁଙ୍କ ପାଖକୁ ଗୋଟିଏ ଅନ୍ଧକୁ ନେଇ ଆସିଲେ। ସେମାନେ ଯୀଶୁଙ୍କୁ ପ୍ରାର୍ଥନା କଲେ ଯେ ସେ ଅନ୍ଧକୁ କେବଳ ଛୁଇଁ ଦିଅନ୍ତୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

22 ପରେ ସେମାନେ ବେଥ୍ସାଇଦାକୁ ଆସିଲେ। ଆଉ, ଲୋକେ ଜଣେ ଅନ୍ଧକୁ ତାହାଙ୍କ ନିକଟକୁ ଆଣି ତାହାକୁ ଛୁଇଁବା ପାଇଁ ତାହାଙ୍କୁ ବିନତି କଲେ।

Gade chapit la Kopi

ଓଡିଆ ବାଇବେଲ

22 ପରେ ସେମାନେ ବେଥ୍‌ସାଇଦାକୁ ଆସିଲେ । ଆଉ ଲୋକେ ଜଣେ ଅନ୍ଧକୁ ତାହାଙ୍କ ନିକଟକୁ ଆଣି ତାହାକୁ ଛୁଇଁବା ପାଇଁ ତାହାଙ୍କୁ ବିନତି କଲେ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

22 ସେମାନେ ଯେତେବେଳେ ବେଥସାଇଦା ଗ୍ରାମରେ ପହଞ୍ଚିଲେ, ଲୋକମାନେ ଗୋଟିଏ ଅନ୍ଧକୁ ଯୀଶୁଙ୍କ ନିକଟକୁ ଆଣି ତାକୁ ସ୍ପର୍ଶ କରିବା ପାଇଁ ଅନୁରୋଧ କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

22 ପରେ ସେମାନେ ବେଥ୍‌ସାଇଦାକୁ ଆସିଲେ। ଆଉ ଲୋକେ ଜଣେ ଅନ୍ଧକୁ ତାହାଙ୍କ ନିକଟକୁ ଆଣି ତାହାକୁ ଛୁଇଁବା ପାଇଁ ତାହାଙ୍କୁ ବିନତି କଲେ।

Gade chapit la Kopi




ମାର୍କ 8:22
14 Referans Kwoze  

ସେ କହିଲେ, ‘‘ହାୟ କୋରାଜୀନ୍! ହାୟ ବେ‌‌‌‌‌‌ଥ୍‌‌‌‌‌‌ସାଇଦା! ତୁମ୍ଭ ଅଞ୍ଚଳରେ ଯେଉଁ ଆଶ୍ଚର୍ଯ୍ୟ କାର୍ଯ୍ୟଗୁଡ଼ିକ କରାଗଲା, ସେଗୁଡ଼ିକ ଯଦି ସୋର ଓ ସୀଦୋନରେ କରିଥାଆନ୍ତୁ, ତେବେ ବହୁ ପୂର୍ବରୁ ସେ ଲୋକମାନେ ହୃଦୟ ଓ ଜୀବନ ପରିବର୍ତ୍ତନ କରି ସାରି ଥାଆନ୍ତେ। ସେମାନେ ଅଖା ପିନ୍ଧି ଓ ଦେହରେ ପାଉଁଶ ବୋଳି ହୋଇ ତାହାଙ୍କ ପାପ ପାଇଁ ଦୁଃଖ ପ୍ରକାଶ କରି ସାରି ଥାଆନ୍ତେ।


ତା'ପରେ ଯୀଶୁ ଶିଷ୍ୟମାନଙ୍କୁ ଡଙ୍ଗା ଭିତରକୁ ଯିବାକୁ କହିଲେ। ଯୀଶୁ ଶିଷ୍ୟମାନଙ୍କୁ ହ୍ରଦର ଅପର ପାର୍ଶ୍ୱରେ ଥିବା ବେ‌ଥ୍‌ସାଇଦାକୁ ଆଗୁଆ ଯିବାକୁ କହିଲେ ଓ ସେ ନିଜେ ପରେ ଯିବେ ବୋଲି କହିଲେ। ସେଠାରେ ଥିବା ଲୋକମାନଙ୍କୁ ଘରକୁ ଫେରିଯିବା ପାଇଁ କହି ସେ ରହିଲେ।


“ହାୟ କୋରାଜୀନ୍! ହାୟ ବେ‌ଥ୍‌ସାଇଦା! ତୁମ୍ଭମାନଙ୍କ ମଧ୍ୟରେ ମୁଁ ଅନେକ ଆଶ୍ଚର୍ଯ୍ୟକର୍ମ ଦେଖାଇଛି। ଯଦି ଏଗୁଡ଼ିକ ସୋର ଓ ସୀଦୋନରେ ଲୋକମାନଙ୍କୁ କରା ଯାଇଥା’ନ୍ତା, ତେବେ କେବେଠାରୁ ସେମାନେ ନିଜର ହୃଦୟ ପରିବର୍ତ୍ତନ କରି ସାରିଥାଆନ୍ତେ ଓ ପାପ କରିବା ଛାଡ଼ି ଦେଇଥାଆନ୍ତେ। ସେମାନେ ନିଜ ନିଜ ପାପ ପାଇଁ ଅନୁତାପ କରିଥିବା କଥା ଦେଖାଇବା ପାଇଁ ତା'ର ପ୍ରତୀକ ସ୍ୱରୁପ ଅଖାରେ ତିଆରି ଶୋକବସ୍ତ୍ର ଧାରଣ କରିଥାଆନ୍ତେ ଓ ମୁଣ୍ଡରେ ପାଉଁଶ ବୋଳି ହୋଇଥାଆନ୍ତେ।


ସେହି ଗ୍ରୀକ୍ ଲୋକମାନେ ଫିଲି‌ପ୍‌ପଙ୍କ ପାଖକୁ ଗଲେ। ଗ୍ରୀକ୍ ଲୋକମାନେ କହିଲେ, “ମହାଶୟ, ଆମ୍ଭେ ଯୀଶୁଙ୍କୁ ଦେଖିବାକୁ ଗ୍ଭହୁଁ।”


ଫିଲି‌ପ୍‌ପ ମଧ୍ୟ ଆନ୍ଦ୍ରିୟ ଓ ପିତରଙ୍କ ପରି ବେ‌‌ଥ୍‌‌ସାଇଦା ସହରର ଲୋକ ଥିଲେ।


ସେହି ସମୟରେ କେତେକ ଲୋକ ତାହାଙ୍କ ପାଖକୁ ଗୋଟିଏ ପକ୍ଷାଘାତ ରୋଗଗ୍ରସ୍ତ ଲୋକକୁ ଆଣିଲେ। ରୋଗୀକୁ ଗ୍ଭରି ଜଣ ଲୋକ ବୋହି କରି ଆଣିଥିଲେ।


ଯୀଶୁ ତାହାଙ୍କୁ ଛୁଇଁଦେଲେ, ଓ ତାହାଙ୍କର ଜ୍ୱର ଛାଡ଼ିଗଲା। ତା'ପରେ ସେ ଉଠି ଯୀଶୁଙ୍କ ସେବା କରିବାକୁ ଲାଗିଲେ।


ତା'ପରେ ଯୀଶୁ ସେମାନଙ୍କ ଆଖିକୁ ଛୁଇଁଲେ। ସେ କହିଲେ, “ତୁମ୍ଭେ ଯେପରି ବିଶ୍ୱାସ କରିଅଛ, ତୁମ୍ଭ ପ୍ରତି ସେହିପରି ହେଉ।”


ତା'ପରେ ଯୀଶୁ ହାତ ବଢ଼େଇ କୁଷ୍ଠରୋଗୀଟିକୁ ଛୁଇଁଦେଲେ। ସେ କହିଲେ, “ମୁଁ ଗ୍ଭହୁଁଛି ତୁମ୍ଭେ ସୁସ୍ଥ ହୁଅ।’’ ଏବଂ ସଙ୍ଗେ ସଙ୍ଗେ ତା'ର କୁଷ୍ଠରୋଗ ଭଲ ହୋଇଗଲା।


ପ୍ରେରିତମାନେ ଫେରି ଆସି ସେମାନେ ଯାତ୍ରା କରିବା ସମୟରେ ଯାହାସବୁ କରିଥିଲେ, ସେ ବିଷୟରେ ଯୀଶୁଙ୍କ ଆଗରେ ବର୍ଣ୍ଣନା କଲେ। ତା'ପରେ ଯୀଶୁ ପ୍ରେରିତମାନଙ୍କୁ ସାଙ୍ଗରେ ନେଇ ସେଠାରୁ ବେ‌ଥ୍‌ସାଇଦା ନାମକ ନଗରକୁ ଅନ୍ୟମାନଙ୍କଠାରୁ ଅଲଗା ରହିବା ପାଇଁ ଗ୍ଭଲିଗଲେ।


ଲୋକମାନେ ଯୀଶୁଙ୍କୁ ଅନୁରୋଧ କଲେ ଯେ, ରୋଗୀମାନେ ଯେପରି ସୁସ୍ଥ ହୋଇଯାଆନ୍ତି, ସେଥିପାଇଁ ସେ ସେମାନଙ୍କୁ ତାହାଙ୍କୁ ବସ୍ତ୍ରର ଧାରଟି କେବଳ ଛୁଇଁବାକୁ ଅନୁମତି ଦିଅନ୍ତୁ। ଯେଉଁ ରୋଗୀମାନେ ତାହା ଛୁଇଁଲେ, ସେମାନେ ସମସ୍ତେ ସୁସ୍ଥ ହୋଇଗଲେ।


ଯୀଶୁ ଅନେକ ଲୋକଙ୍କୁ ସୁସ୍ଥ କଲେ। ତେଣୁ ସବୁ ରୋଗୀମାନେ ତାହାଙ୍କୁ ଛୁଇଁବା ପାଇଁ ତାହାଙ୍କ ଆଡ଼କୁ ମାଡ଼ି ଆସୁଥିଲେ।


Swiv nou:

Piblisite


Piblisite