Biblia Todo Logo
Bib sou entènèt

- Piblisite -




ମାର୍କ 7:5 - ପବିତ୍ର ବାଇବଲ

5 ତେଣୁ ଫାରୂଶୀ ଓ ଧର୍ମଶାସ୍ତ୍ରୀମାନେ ଯୀଶୁଙ୍କୁ ପଗ୍ଭରିଲେ, “ତୁମ୍ଭର ଶିଷ୍ୟମାନେ ପୂର୍ବ ପୁରୁଷରୁ ପ୍ରଚଳିତ ପରମ୍ପରାଗୁଡ଼ିକୁ କାହିଁକି ପାଳୁ ନାହାନ୍ତି? ସେମାନେ ଅପବିତ୍ର ହାତରେ ଖାଆନ୍ତି, ସେମାନେ ଏଭଳି କାହିଁକି କରନ୍ତି?”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ଏଣୁ ଫାରୂଶୀମାନେ ଓ ଶାସ୍ତ୍ରୀମାନେ ତାହାଙ୍କୁ ପଚାରିଲେ, ଆପଣଙ୍କର ଶିଷ୍ୟମାନେ ପ୍ରାଚୀନମାନଙ୍କର ପରମ୍ପରାଗତ ରୀତିନୀତି ଅନୁସାରେ କାହିଁକି ଆଚରଣ ନ କରି ଅଶୁଚି ହସ୍ତରେ ଭୋଜନ କରନ୍ତି?

Gade chapit la Kopi

ଓଡିଆ ବାଇବେଲ

5 ଏଣୁ ଫାରୂଶୀମାନେ ଓ ଶାସ୍ତ୍ରୀମାନେ ତାହାଙ୍କୁ ପଚାରିଲେ, ଆପଣଙ୍କର ଶିଷ୍ୟମାନେ ପ୍ରାଚୀନମାନଙ୍କର ପରମ୍ପରାଗତ ରୀତିନୀତି ଅନୁସାରେ କାହିଁକି ଆଚରଣ ନ କରି ଅଶୁଚି ହସ୍ତରେ ଭୋଜନ କରନ୍ତି ?

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

5 ଫାରୂଶୀ ଓ ଶାସ୍ତ୍ରୀମାନେ ଯୀଶୁଙ୍କୁ ପଚାରିଲେ, “ଆମ ପୂର୍ବ ପୁରୁଷମାନେ ଯେଉଁସବୁ ରୀତିନୀତି ସ୍ଥାପନ କରି ଯାଇଛନ୍ତି, ଆପଣଙ୍କ ଶିଷ୍ୟମାନେ ତାହା ପାଳନ କରୁ ନାହାନ୍ତି କାହିଁକି? ନିୟମାନୁସାରେ ଖାଇବା ପୂର୍ବରୁ ହାତ ଧୋଉ ନାହାନ୍ତି କାହିଁକି?”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ଏଣୁ ଫାରୂଶୀମାନେ ଓ ଶାସ୍ତ୍ରୀମାନେ ତାହାଙ୍କୁ ପଚାରିଲେ, ଆପଣଙ୍କର ଶିଷ୍ୟମାନେ ପ୍ରାଚୀନମାନଙ୍କର ପରମ୍ପରାଗତ ରୀତିନୀତି ଅନୁସାରେ କାହିଁକି ଆଚରଣ ନ କରି ଅଶୁଚି ହସ୍ତରେ ଭୋଜନ କରନ୍ତି?

Gade chapit la Kopi




ମାର୍କ 7:5
12 Referans Kwoze  

ଭାଇ ଓ ଭଉଣୀମାନେ! ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ମିଳିଥିବା ଅଧିକାର ବଳରେ, କାମ କରିବାକୁ ମନା କରୁଥିବା ବିଶ୍ୱାସୀ ଭାଇମାନଙ୍କଠାରୁ ଦୂରରେ ରହିବା ପାଇଁ ଆମ୍ଭେ ତୁମ୍ଭମାନଙ୍କୁ ଆଦେଶ ଦେଉଛୁ। କୌଣସି କାମ କରିବା ପାଇଁ ଗ୍ଭହୁଁ ନ ଥିବା ଲୋକମାନେ ଆମ୍ଭଠାରୁ ଗ୍ରହଣ କରିଥିବା ଶିକ୍ଷାଗୁଡ଼ିକୁ ମାନୁ ନାହାନ୍ତି।


ସେମାନେ ତୁମ୍ଭ ବିଷୟରେ ଶୁଣିଛନ୍ତି ଯେ, ତୁମ୍ଭେ ଅଣଯିହୂଦୀମାନଙ୍କ ଦେଶରେ ରହୁଥିବା ଯିହୂଦୀମାନଙ୍କୁ, ମୋଶାଙ୍କର ବ୍ୟବସ୍ଥା ତ୍ୟାଗ କରିବା ପାଇଁ ଶିକ୍ଷା ଦେଉଛ। ତୁମ୍ଭେ ସେମାନଙ୍କୁ ସେମାନଙ୍କର ପିଲାମାନଙ୍କର ସୁନ୍ନତ ନ କରିବା ପାଇଁ ଓ ଯିହୂଦୀ ରୀତିନୀତି ଗୁଡ଼ିକୁ ନ ମାନିବା ପାଇଁ ଶିକ୍ଷା ଦେଇଛ।


ମୁଁ ଯିହୂଦୀ ଧର୍ମର ଜଣେ ନେତା ହୋଇ ଉଠୁଥିଲି। ମୁଁ ମୋ’ ବୟସର ତୁଳନାରେ ଅନ୍ୟ ଯିହୂଦୀମାନଙ୍କଠାରୁ ଆଗୁଆଥିଲି। ପୁରାତନ ନିୟମଗୁଡ଼ିକ ପାଳନ କରିବା ପାଇଁ ମୁଁ କଠିନ ପରିଶ୍ରମ କରୁଥିଲି। ଏହି ନିୟମ ଗୁଡ଼ିକ ପରମ୍ପରାଭାବେ ଆମ୍ଭେ ଆମ୍ଭର ପୂର୍ବପୁରୁଷମାନଙ୍କଠାରୁ ପାଇଥିଲୁ।


ତୁମ୍ଭେ ସେମାନଙ୍କୁ ସାଙ୍ଗରେ ନେଇ ସେମାନଙ୍କ ସହିତ ଆପଣାକୁ ଶୁଚି କର ଓ ତୁମ୍ଭେ ସେମାନଙ୍କର ମୁଣ୍ଡ ଲଣ୍ଡା ହେବା ପାଇଁ ଖର୍ଚ୍ଚ ଦିଅ। ଏହା ଦ୍ୱାରା ସମସ୍ତେ ଭାବିବେ ଯେ, ସେମାନେ ତୁମ୍ଭ ବିଷୟରେ ଯାହାସବୁ ଶୁଣିଛନ୍ତି ତାହା ମିଥ୍ୟା। ସେମାନେ ଦେଖିବେ ଯେ, ତୁମ୍ଭେ ନିଜ ଜୀବନରେ ମୋଶାଙ୍କ ବ୍ୟବସ୍ଥା ମାନି ଚଳୁଛ।


“ତୁମ୍ଭ ଶିଷ୍ୟମାନେ ପୂର୍ବପୁରୁଷଙ୍କ ପ୍ରଦତ୍ତ ନୀତିନିୟମଗୁଡ଼ିକୁ କାହିଁକି ମାନୁ ନାହାନ୍ତି? ତୁମ୍ଭ ଶିଷ୍ୟମାନେ ଖାଇବା ପୂର୍ବରୁ କାହିଁକି ହାତ ଧୋଉ ନାହାନ୍ତି।”


ଅସୁନ୍ନତ ଲୋକଙ୍କର ପିତା ମଧ୍ୟ ଅବ୍ରହାମ। ସୁନ୍ନତ ହୋଇଥିବା କାରଣରୁ ଅବ୍ରହାମ ସେମାନଙ୍କର ପିତା ନୁହନ୍ତି। ସୁନ୍ନତ ହେବା ପୂର୍ବରୁ ଅବ୍ରହାମଙ୍କର ଯେଉଁ ବିଶ୍ୱାସ ଥିଲା, ଯଦି ସେମାନେ ମଧ୍ୟ ସେହି ବିଶ୍ୱାସ ଗ୍ରହଣ କରନ୍ତି, ତା'ହେଲେ ଅବ୍ରହାମ ସେମାନଙ୍କର ପିତା।


ତୁମ୍ଭମାନଙ୍କ ଦଳରେ କେତେ ଜଣ କାମ କରିବା ପାଇଁ ମନା କରୁଛନ୍ତି ବୋଲି ଆମ୍ଭେ ଶୁଣିଲୁ। ସେମାନେ କିଛି କରୁ ନାହାନ୍ତି। ସେମାନେ ଅନ୍ୟମାନଙ୍କ ଜୀବନରେ ହସ୍ତକ୍ଷେପ କରିବାରେ ସମୟ ଅତିବାହିତ କରନ୍ତି।


ତୁମ୍ଭେମାନେ ପରମେଶ୍ୱରଙ୍କ ଆଦେଶ ତ୍ୟାଗ କରିଛ। ଏବେ ତୁମ୍ଭେମାନେ ମନୁଷ୍ୟକୃତ ପରମ୍ପରାକୁ ଧରି ବସିଛ।”


ଯୀଶୁ ପୁଣି ସେମାନଙ୍କୁ କହିଲେ, “ନିଜ ପରମ୍ପରା ପାଳନ କରିବା ପାଇଁ ତୁମ୍ଭେମାନେ ପରମେଶ୍ୱରଙ୍କ ଆଦେଶ ତ୍ୟାଗ କରି ଦେଇ ନିଜକୁ ଚତୁର ବୋଲି ଭାବୁଛ।


ନିଜ ନିୟମ ପାଳିବା ଅଧିକ ମହତ୍ତ୍ୱପୂର୍ଣ୍ଣ ବୋଲି ମନେ କରି ତୁମ୍ଭେମାନେ ଲୋକମାନଙ୍କୁ ତାହା ପାଳିବାକୁ ଉପଦେଶ ଦେଉଛ। ତୁମ୍ଭେମାନେ ପରମେଶ୍ୱରଙ୍କ ଆଦେଶ ପାଳିବା ମହତ୍ତ୍ୱପୂର୍ଣ୍ଣ ନୁହେଁ ବୋଲି ଉପଦେଶ ଦେଇ ତାହା ଏଡ଼େଇ ଦେଉଛ। ଏହିଭଳି ଅନେକ କାମ ତୁମ୍ଭେମାନେ କରୁଛ।”


Swiv nou:

Piblisite


Piblisite