Biblia Todo Logo
Bib sou entènèt

- Piblisite -




ମାର୍କ 7:10 - ପବିତ୍ର ବାଇବଲ

10 ମୋଶା କହିଥିଲେ, ‘ତୁମ୍ଭେ ତୁମ୍ଭ ବାପା-ମାଙ୍କୁ ସମ୍ମାନ କର’। ସେ ମଧ୍ୟ କହିଥିଲେ, ‘ଯେଉଁ ଲୋକ ନିଜ ବାପା-ମାଙ୍କୁ ଖରାପ କଥା କହେ, ତାକୁ ମାରି ଦିଆଯିବା ଉଚିତ୍’।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 କାରଣ ମୋଶା କହିଅଛନ୍ତି, ଆପଣା ପିତାମାତାଙ୍କୁ ସମାଦର କର, ଆଉ ଯେକେହି ପିତା କି ମାତାଙ୍କୁ ଅଭିଶାପ ଦିଏ, ସେ ନିଶ୍ଚୟ ପ୍ରାଣଦଣ୍ତ ଭୋଗ କରିବ।

Gade chapit la Kopi

ଓଡିଆ ବାଇବେଲ

10 କାରଣ ମୋଶା କହିଅଛନ୍ତି, ଆପଣା ପିତାମାତାଙ୍କୁ ସମାଦର କର, ଆଉ ଯେ କେହି ଆପଣା ପିତା କି ମାତାଙ୍କୁ ଅଭିଶାପ ଦିଏ, ସେ ନିଶ୍ଚୟ ପ୍ରାଣଦଣ୍ଡ ଭୋଗ କରିବ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

10 ମୋଶା ଆଜ୍ଞା ଦେଇଥିଲେ, ‘ପିତାମାତାଙ୍କୁ ସମାଦର କର’, ପୁଣି ‘ଯେ ନିଜ ପିତାମାତାଙ୍କୁ ସମାଦର କର’, ପୁଣି ‘ଯେ ନିଜ ପିତାମାତାଙ୍କୁ ଲାଞ୍ଛନା କରେ, ସେ ପ୍ରାଣଦଣ୍ଡର ଯୋଗ୍ୟ।’

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 କାରଣ ମୋଶା କହିଅଛନ୍ତି, ‘ଆପଣା ପିତାମାତାଙ୍କୁ ସମାଦର କର, ଆଉ ଯେ କେହି ଆପଣା ପିତା କି ମାତାଙ୍କୁ ଅଭିଶାପ ଦିଏ, ସେ ନିଶ୍ଚୟ ପ୍ରାଣଦଣ୍ଡ ଭୋଗ କରିବ।’

Gade chapit la Kopi




ମାର୍କ 7:10
9 Referans Kwoze  

“ଯଦି କେହି ତା'ର ପିତାମାତାଙ୍କୁ ଅଭିଶାପ ଦିଏ ତେବେ ତା'ର ମୃତ୍ୟୁଦଣ୍ଡ ହେବ।


“ତୁମ୍ଭେ ଆପଣା ପିତା ଓ ମାତାଙ୍କୁ ସମ୍ମାନ କର। ଏହିପରି କର ଯଦ୍ଦ୍ୱାରା ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଦେବେ ସେହି ଦେଶରେ ତୁମ୍ଭର ଦୀର୍ଘ ପରମାୟୁ ହେବ।


‘ତୁମ୍ଭମାନଙ୍କର ପିତାମାତାଙ୍କୁ ସମ୍ମାନ କର। ଏପରି କରିବାକୁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ତୁମ୍ଭେମାନେ ଏହି ଆଦେଶ ପାଳନ କର, ତେବେ ତୁମ୍ଭମାନଙ୍କର ପରମାୟୁ ଦୀର୍ଘାୟୁ ହେବ ଓ ସେହି ଦେଶରେ ତୁମ୍ଭମାନଙ୍କର ମଙ୍ଗଳ ହେବ, ଯାହା ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ଦେଉଛନ୍ତି।


“ଯେ ନିଜର ପିତାମାତାଙ୍କୁ ଅଭିଶାପ ଦିଏ, ସେ ନିଶ୍ଚିତ ହତ ହେବ। ଯେହେତୁ ସେ ପିତାମାତାଙ୍କୁ ଅଭିଶାପ ଦେଇଥିଲା, ସେଥିପାଇଁ ମୃତ୍ୟୁଦଣ୍ଡରେ ଅପରାଧୀ।


ପରମେଶ୍ୱର କହିଛନ୍ତି: ‘ତୁମ୍ଭେ ପିତାମାତାଙ୍କୁ ସମ୍ମାନ ଦିଅ, କିନ୍ତୁ ଯେଉଁ ଲୋକ ପିତାମାତାଙ୍କୁ ଅପମାନିତ କରେ, ତାକୁ ବଧ କରାଯିବା ଉଚିତ୍।’


କିନ୍ତୁ ମୁଁ ତୁମ୍ଭ ପ୍ରଶ୍ନର ଉତ୍ତର ଦେଉଛି। ତୁମ୍ଭେ ଆଜ୍ଞା ଗୁଡ଼ିକ ଜାଣିଛ: ହତ୍ୟା କର ନାହିଁ, ବ୍ୟଭିଗ୍ଭର କର ନାହିଁ, ଗ୍ଭେରି କର ନାହିଁ, ମିଥ୍ୟାସାକ୍ଷ୍ୟ ଦିଅ ନାହିଁ, ଠକ ନାହିଁ, ଆପଣା ବାପା-ମାଙ୍କୁ ଆଦର କର।”


ଯେଉଁ ବ୍ୟକ୍ତି ତା'ର ପିତାଙ୍କୁ ପରିହାସ କରେ ଓ ତା'ର ମାତାଙ୍କୁ ସମ୍ମାନ କରେ ନାହିଁ, ସେ ଦଣ୍ଡିତ ହେବ। ଏହିପରି ତା’ ପାଇ ହେବ। ତା'ର ଚକ୍ଷୁକୁ ଶାଗୁଣାମାନେ ତାଢ଼ି ପକାଇବେ, ଡାମରା କାଉମାନେ ସେଗୁଡ଼ିକୁ ଖାଇଯିବେ।


ଯେ ଆପଣା ପିତା କି ଆପଣା ମାତାଙ୍କୁ ଅଭିଶାପ ଦିଏ, ଘୋର ଅନ୍ଧକାରରେ ତା'ର ପ୍ରଦୀପ ଲିଭିଯିବ।


“ଲେବୀୟମାନେ କହିବେ, ‘ଆପଣା ପିତାମାତାଙ୍କୁ ଯିଏ ଅବଜ୍ଞା କରେ ଓ ଅସମ୍ମାନ କରେ ସେ ଅଭିଶପ୍ତ ହେଉ।’ “ସେଥିରେ ସମସ୍ତେ କହିବେ, ‘ଆମେନ୍’।


Swiv nou:

Piblisite


Piblisite