Biblia Todo Logo
Bib sou entènèt

- Piblisite -




ମାର୍କ 6:6 - ପବିତ୍ର ବାଇବଲ

6 ଏ ଲୋକମାନଙ୍କର କୌଣସି ବିଶ୍ୱାସ ନ ଥିବାରୁ ଯୀଶୁ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଗଲେ। ତା'ପରେ ଯୀଶୁ ସେ ଅଞ୍ଚଳର ଅନ୍ୟ ସବୁ ଗାଁକୁ ଯାଇ ସେଠାରେ ଶିକ୍ଷା ଦେବାକୁ ଲାଗିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ପୁଣି, ସେ ସେମାନଙ୍କ ଅବିଶ୍ଵାସ ହେତୁ ଚମତ୍କୃତ ହେଲେ।

Gade chapit la Kopi

ଓଡିଆ ବାଇବେଲ

6 ପୁଣି, ସେମାନଙ୍କ ଅବିଶ୍ୱାସ ହେତୁ ଚମତ୍କୃତ ହେଲେ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

6 ସେମାନଙ୍କ ଅବିଶ୍ୱାସ ଦେଖି ଯୀଶୁ ବିସ୍ମିତ ହେଲେ। ତା’ପରେ ଯୀଶୁ ନିକଟବର୍ତ୍ତୀ ଗ୍ରାମମାନଙ୍କୁ ଯାଇ ଲୋକଙ୍କୁ ଶିକ୍ଷା ଦେଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ପୁଣି, ସେମାନଙ୍କ ଅବିଶ୍ୱାସ ହେତୁ ଚମତ୍କୃତ ହେଲେ।

Gade chapit la Kopi




ମାର୍କ 6:6
12 Referans Kwoze  

ଯୀଶୁ ନଗର-ନଗର ଓ ଗାଁ ଗାଁ ଯାତ୍ରା କରିବାକୁ ଲାଗିଲେ। ସେ ବାଟରେ ଯିହୂଦୀ ପ୍ରାର୍ଥନା ଗୃହମାନଙ୍କରେ ଉପଦେଶ ଦେଲେ, ଓ ପରମେଶ୍ୱରଙ୍କ ରାଜ୍ୟର ସୁସମାଗ୍ଭର ପ୍ରଗ୍ଭର କଲେ। ସେ ଲୋକଙ୍କର ସବୁ ପ୍ରକାର ରୋଗ ଓ ଅସୁସ୍ଥତାକୁ ସୁସ୍ଥ କରିଦେଲେ।


ଯୀଶୁ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ। ସେ ତାହାଙ୍କୁ ଅନୁସରଣ କରୁଥିବା ଲୋକଙ୍କୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି ଯେ, ମୁଁ ଏଭଳି ଗଭୀର ବିଶ୍ୱାସ ଇସ୍ରାଏଲରେ କାହାରି ପାଖରେ ପାଇ ନାହିଁ।


ଯୀଶୁ ପ୍ରତ୍ୟେକ ନଗର ଓ ଗ୍ରାମରେ ଉପଦେଶ ଦେଉଥିଲେ। ସେ ଯାତ୍ରା କରୁ କରୁ ଯିରୁଶାଲମ ଆଡ଼କୁ ଯାଉଥିଲେ।


ତୁମ୍ଭେମାନେ ନାଜରିତୀୟ ଯୀଶୁଙ୍କ ବିଷୟରେ ମଧ୍ୟ ଜାଣିଛ। ପରମେଶ୍ୱର ତାହାଙ୍କୁ ପବିତ୍ରଆତ୍ମା ଓ ଶକ୍ତିରେ ପୂର୍ଣ୍ଣକରି ଖ୍ରୀଷ୍ଟରୂପେ ଅଭିଷିକ୍ତ କରିଥିଲେ। ଯୀଶୁ ଚତୁର୍ଦ୍ଦିଗକୁ ଯାଇ ଲୋକଙ୍କ ଉପକାର କରୁଥିଲେ। ଶୟତାନର ଅତ୍ୟାଗ୍ଭର ଅଧୀନରେ ରହୁଥିବା ଲୋକଙ୍କୁ ସେ ସୁସ୍ଥ କରି ଦେଉଥିଲେ। ଏହିସବୁ ଦ୍ୱାରା ପ୍ରମାଣିତ ହେଉଥିଲା ଯେ, ପରମେଶ୍ୱର ତାହାଙ୍କ ସହିତ ଥିଲେ।


ସଦାପ୍ରଭୁ ଦେଖିଲେ କୌଣସି ପୁରୁଷ ବର୍ତ୍ତମାନ ନାହିଁ। ପୁଣି ମଧ୍ୟସ୍ଥ କେହି ନାହିଁ ବୋଲି ଚମତ୍କୃତ ହେଲେ। ତେଣୁ ତାଙ୍କର ନିଜ ବାହୁ ତାହାଙ୍କ ନିମନ୍ତେ ପରିତ୍ରାଣ ସାଧନ କଲା ଓ ତାଙ୍କର ଧାର୍ମିକତା ହିଁ ତାଙ୍କୁ ରକ୍ଷା କଲା।


ଲୋକଟି ଉତ୍ତର ଦେଲା, “ଏହା ବଡ଼ ଆଶ୍ଚର୍ଯ୍ୟ କଥା। ଯୀଶୁ କେଉଁଠାରୁ ଆସିଛନ୍ତି ତୁମ୍ଭେ ଜାଣି ନାହଁ। କିନ୍ତୁ ସେ ମୋ’ ଆଖି ଭଲ କରିଦେଇଛନ୍ତି।


ଯୀଶୁ ଯିହୂଦୀ ସମାଜଗୃହମାନଙ୍କରେ ସ୍ୱର୍ଗରାଜ୍ୟରେ ସୁସମାଗ୍ଭର ପ୍ରଗ୍ଭର କରି ଓ ଲୋକଙ୍କର ସମସ୍ତ ପ୍ରକାର ରୋଗ ଓ ପୀଡ଼ା ଦୂର କରି ସମଗ୍ର ଗାଲିଲୀ ରାଜ୍ୟରେ ଭ୍ରମଣ କଲେ।


କୌଣସି ଦେଶର ଲୋକମାନେ ସେମାନଙ୍କର ଦେବଗଣଙ୍କୁ ପରିତ୍ୟାଗ କରିଅଛନ୍ତି କି, ଯଦିଓ ସେମାନେ ମୂର୍ତ୍ତି ଥିଲେ ଏବଂ ପ୍ରକୃତ ପରମେଶ୍ୱର ନୁହନ୍ତି? ମାତ୍ର ମୋର ଲୋକମାନେ ସେମାନଙ୍କର ମହିମାମୟ ପରମେଶ୍ୱରଙ୍କୁ ନିଷ୍ଫଳ ବସ୍ତୁ ବଦଳରେ ପରିତ୍ୟାଗ କରିଅଛନ୍ତି, ଯାହାର ସେମାନଙ୍କୁ ପ୍ରଦାନ କରିବା ପାଇଁ କିଛି ନ ଥାଏ।


ଏହିଭଳି ଭାବରେ ଯୀଶୁ ଯିହୂଦାରେ ବିଭିନ୍ନ ସମାଜଗୃହମାନଙ୍କରେ ଉପଦେଶ ପ୍ରଗ୍ଭର କରିବାକୁ ଲାଗିଲେ।


ଯୀଶୁ ଗାଲିଲୀର କଫର୍ନାହୂମ ନାମକ ନଗରକୁ ଆସିଲେ। ସେ ବିଶ୍ରାମବାରରେ ଲୋକମାନଙ୍କୁ ଉପଦେଶ ଦେବାକୁ ଲାଗିଲେ।


ଏହିଭଳି ଭାବରେ ସେ ସମାଜଗୃହମାନଙ୍କରେ ଉପଦେଶ ଦେଇ ଓ ଲୋକଙ୍କଠାରୁ ଭୂତମାନଙ୍କୁ ତଡ଼ି ଗାଲିଲୀ ସାରା ବୁଲିଲେ।


ତା'ପରେ ଯୀଶୁ ସେ ସ୍ଥାନ ଛାଡ଼ିଦେଲେ। ସେ ଯିହୂଦା ଅଞ୍ଚଳ ଓ ଯର୍ଦ୍ଦନ ନଦୀର ଅପର ପାରିକୁ ଗଲେ। ପୁଣି ବହୁତ ଲୋକ ତାହାଙ୍କ ପାଖରେ ଜମା ହୋଇଗଲେ। ସବୁ ସମୟ ଭଳି ଯୀଶୁ ଲୋକମାନଙ୍କୁ ଶିକ୍ଷା ଦେଲେ।


Swiv nou:

Piblisite


Piblisite