Biblia Todo Logo
Bib sou entènèt

- Piblisite -




ମାର୍କ 5:41 - ପବିତ୍ର ବାଇବଲ

41 ତା'ପରେ ଯୀଶୁ ଝିଅଟିର ହାତ ଧରି ତାହାକୁ କହିଲେ, “ଟଲିଥା, କୂମ୍” ଅର୍ଥାତ୍ ହେ ଝିଅ, ମୁଁ ତୋତେ କହୁଛି ଉଠ। ଝିଅଟି ସଙ୍ଗେ ସଙ୍ଗେ ଉଠି ଠିଆ ହେଲା ଓ ଗ୍ଭଲିବାକୁ ଆରମ୍ଭ କଲା। ଝିଅଟିର ବୟସ ବାର ବର୍ଷ ଥିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

41 ଆଉ ପିଲାର ହାତ ଧରି ତାହାକୁ କହିଲେ, ‘ଟଲିଥାକୂମ୍ʼ, ଅର୍ଥାତ୍ ଆଗୋ ବାଳିକା, ମୁଁ ତୋତେ କହୁଅଛି, ଉଠ୍।

Gade chapit la Kopi

ଓଡିଆ ବାଇବେଲ

41 ଆଉ ପିଲାର ହାତ ଧରି ତାହାକୁ କହିଲେ, 'ଟଲିଥାକୁମ୍', ଅର୍ଥାତ୍ ଆଗୋ ବାଳିକା, ମୁଁ ତୋତେ କହୁଅଛି ଉଠ୍ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

41 ପିଲାଟିର ହାତ ଧରି ଯୀଶୁ କହିଲେ, “ତାଲିଥା କୁମ୍”, ଅର୍ଥାତ୍ “ଝିଅ, ମୁଁ କହୁଛି ଉଠ୍।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

41 ଆଉ ପିଲାର ହାତ ଧରି ତାହାକୁ କହିଲେ, “ଟଲିଥାକୁମ୍,” ଅର୍ଥାତ୍‍ “ଆଗୋ ବାଳିକା, ମୁଁ ତୋତେ କହୁଅଛି ଉଠ୍।”

Gade chapit la Kopi




ମାର୍କ 5:41
13 Referans Kwoze  

ଯୀଶୁ ତାହାଙ୍କ ବିଛଣା ନିକଟକୁ ଗଲେ। ଯୀଶୁ ତାହାଙ୍କ ହାତ ଧରି ତାହାଙ୍କୁ ଠିଆ ହେବାରେ ସାହାଯ୍ୟ କଲେ। ତାହାଙ୍କର ଜ୍ୱର ଛାଡ଼ିଗଲା ଓ ସେ ସୁସ୍ଥ ହୋଇଗଲେ। ତା'ପରେ ସେ ସେମାନଙ୍କର ପରିଚର୍ଯ୍ୟା କରିବାକୁ ଲାଗିଲେ।


ସେ ସ୍ୱର୍ଗରୁ ଆସିବେ ଏବଂ ଯେଉଁ ଶକ୍ତି ବଳରେ ସବୁ ବିଷୟକୁ ନିଜ ଅଧୀନସ୍ଥ କରନ୍ତି, ସେହି ଶକ୍ତି ବଳରେ ସେ ଆମ୍ଭର ହେୟ, ଦେହଗୁଡ଼ିକୁ ପରିବର୍ତ୍ତନ କରି ତାଙ୍କ ନିଜର ଦେହ ଭଳି ଗୌରବମୟ କରିଦେବେ।


ଶାସ୍ତ୍ରରେ ଲେଖା ଅଛି, “ମୁଁ ତୁମ୍ଭକୁ (ଅବ୍ରହାମ) ଅନେକ ଗୁଡ଼ିଏ ଜାତିର ପିତା ଘୋଷିତ କରିଛି।” ପରମେଶ୍ୱରଙ୍କ ଆଗରେ ଏହା ସତ୍ୟ ଅଟେ। ଅବ୍ରହାମ ଯେଉଁ ପରମେଶ୍ୱରଙ୍କୁ ବିଶ୍ୱାସ କରିଥିଲେ, ସେହି ପରମେଶ୍ୱର ମୃତ ଲୋକଙ୍କୁ ଜୀବନ ପ୍ରଦାନ କରନ୍ତି ଓ ଯେଉଁ ଘଟଣା ଅଦ୍ୟାପି ଘଟି ନାହିଁ ସେଗୁଡ଼ିକ ଘଟିବା କଥା ନିର୍ଣ୍ଣୟ କରନ୍ତି।


କାରଣ ପରମେଶ୍ୱରଙ୍କ ଆଦେଶ ମାତ୍ରକେ ପୃଥିବୀ ସୃଷ୍ଟି ହେଲା ଯଦି ସେ କାହାରିକୁ ଗ୍ଭଲୁରଖିବା ପାଇଁ ଗ୍ଭହାନ୍ତି ତେବେ ଗ୍ଭଲୁରଖି ପାରିବେ।


ଏହା ପରେ ପରମେଶ୍ୱର କହିଲେ, “ଆଲୋକିତ ହେଉ!” ତହିଁରେ ଆଲୋକିତ ହେଲା।


ସେହି ଲୋକଟି ଉପରେ ଯୀଶୁଙ୍କର କରୁଣା ଜାତ ହେଲା। ସେ ହାତ ବଢ଼େଇ ଲୋକଟିକୁ ଛୁଇଁଦେଲେ ଓ କହିଲେ, “ମୁଁ ତୁମ୍ଭକୁ ସୁସ୍ଥ କରିବାକୁ ଗ୍ଭହୁଁଛି, ତୁମ୍ଭେ ସୁସ୍ଥ ହୋଇଯାଅ।”


ଏହା ଶୁଣି ସବୁ ଲୋକ ଯୀଶୁଙ୍କୁ ପରିହାସ କଲେ। କିନ୍ତୁ ସେ ସମସ୍ତଙ୍କୁ ଘରର ବାହାରକୁ ପଠେଇ ଦେଲେ। କେବଳ ପିଲାଟିର ବାପାମା ଓ ତାହାଙ୍କ ସହିତ ଆସିଥିବା ଶିଷ୍ୟମାନଙ୍କୁ ସାଙ୍ଗରେ ନେଇ ପିଲାଟି ଯେଉଁ କୋଠରିରେ ଥିଲା, ସେହି କୋଠରିକୁ ଗଲେ।


ତା'ର ବାପାମା ଓ ଶିଷ୍ୟମାନେ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଗଲେ।


Swiv nou:

Piblisite


Piblisite