Biblia Todo Logo
Bib sou entènèt

- Piblisite -




ମାର୍କ 5:2 - ପବିତ୍ର ବାଇବଲ

2 ଯୀଶୁ ଡଙ୍ଗାର ବାହାରକୁ ଆସିବା ମାତ୍ରେ ଗୋଟିଏ ଲୋକ କବର ମଧ୍ୟରୁ ବାହାରି ତାହାଙ୍କ ପାଖକୁ ଆସିଲା ତା’ ଦେହରେ ଦୁଷ୍ଟାତ୍ମା ପ୍ରବେଶ କରି ରହିଥିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ଯୀଶୁ ନୌକାରୁ ଓହ୍ଳାଇବାମାତ୍ରେ ଜଣେ ଅଶୁଚି ଆତ୍ମାବିଷ୍ଟ ଲୋକ ସମାଧି-ସ୍ଥାନରୁ ବାହାରି ତାହାଙ୍କୁ ଭେଟିଲା।

Gade chapit la Kopi

ଓଡିଆ ବାଇବେଲ

2 ଯୀଶୁ ନୌକାରୁ ଓହ୍ଲାଇବାମାତ୍ରେ ଜଣେ ଅଶୁଚି ଆତ୍ମାବିଷ୍ଟ ଲୋକ ସମାଧିସ୍ଥାନରୁ ବାହାରି ତାହାଙ୍କୁ ଭେଟିଲା ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

2 ଯୀଶୁ ନୌକାରୁ ଓହ୍ଲାଇବାକ୍ଷଣି ସେଠାରେ ଥିବା କବର ଗୁମ୍ଫା ଭିତରୁ ଜଣେ ଭୂତଗ୍ରସ୍ତ ଲୋକ ଆସି ତାଙ୍କୁ ଭେଟିଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ଯୀଶୁ ନୌକାରୁ ଓହ୍ଲାଇବା ମାତ୍ରେ ଜଣେ ଅଶୁଚି ଆତ୍ମାବିଷ୍ଟ ଲୋକ ସମାଧି-ସ୍ଥାନରୁ ବାହାରି ତାହାଙ୍କୁ ଭେଟିଲା।

Gade chapit la Kopi




ମାର୍କ 5:2
13 Referans Kwoze  

ଯୀଶୁ ସମାଜଗୃହରେ ଥିବା ସମୟରେ ସେଠାରେ ଏପରି ଜଣେ ଲୋକ ଥିଲା, ଯାହାଙ୍କର ଦେହରେ ଭୂତଟିଏ ପ୍ରବେଶ କରି ରହିଥିଲା। ସେ ଲୋକଟି ପାଟି କରି କହିଲା,


ସେମାନେ କବରସ୍ଥାନ ମଧ୍ୟରେ ବସନ୍ତି ଓ ଗୁମ୍ଫା ମଧ୍ୟରେ ରାତ୍ରି ଯାପନ କରନ୍ତି। ସେମାନେ ଶୂକର ମାଂସ ଭକ୍ଷ୍ୟଣ କରନ୍ତି ଓ ସେମାନଙ୍କ ପାତ୍ରରେ ଦୂଷିତ ମାଂସ ଝୋଳ ଥାଏ।


ପିଲାଟି ଆସୁଥିବା ବେଳେ ଭୂତ ତାକୁ ଭୂମି ଉପରକୁ କଗ୍ଭଡ଼ି ଦେଲା। ପିଲାଟି ନିୟନ୍ତ୍ରଣ ହରାଇ ବସିଲା। କିନ୍ତୁ ଯୀଶୁ ଭୂତକୁ ଗୋଟିଏ କଠୋର ଧମକ ଦେଲେ। ଏହା ପରେ ପିଲାଟି ସୁସ୍ଥ ହୋଇଗଲା। ଯୀଶୁ ତାହାକୁ ତା’ ବାପା ପାଖରେ ସମର୍ପି ଦେଲେ।


ଯୀଶୁ ଡଙ୍ଗାରୁ ବାହାରକୁ ବାହାରିବା ସମୟରେ ଜଣେ ଲୋକ ନଗରରୁ ଯୀଶୁଙ୍କ ପାଖକୁ ଆସିଲା। ଏହି ଲୋକଟି ଦେହରେ ଭୂତଟିଏ ପ୍ରବେଶ କରିଥିଲା। ଅନେକ ଦିନ ଧରି ସେ ଲୁଗା ପିନ୍ଧୁ ନ ଥିଲା କି ଘରେ ମଧ୍ୟ ରହୁ ନ ଥିଲା। ସେ କବର ସ୍ଥାନରେ ରହୁଥିଲା।


ଜଣେ ସ୍ତ୍ରୀଲୋକ ଯୀଶୁ ଆସିଥିବା ଖବର ଶୁଣି ପାରିଲା। ତା'ର ଝିଅ ଦେହରେ ଦୁଷ୍ଟାତ୍ମା ପ୍ରବେଶ କରି ରହିଥିଲା। ତେଣୁ ସେ ସଙ୍ଗେ ସଙ୍ଗେ ଯୀଶୁଙ୍କ ପାଖକୁ ଆସି ତାହାଙ୍କ ପାଦ ତଳେ ପଡ଼ିଗଲା।


ଯୀଶୁ ପୁଣି ହ୍ରଦ କୂଳରେ ଉପଦେଶ ଦେବା ଆରମ୍ଭ କଲେ। ସେଠାରେ ତାହାଙ୍କ ଗ୍ଭରିପଟେ ବହୁତ ଲୋକ ଜମା ହୋଇଗଲେ। ତେଣୁ ସେ ହ୍ରଦରେ ଥିବା ଗୋଟିଏ ଡଙ୍ଗାରେ ଯାଇ ବସିଲେ। ଅନ୍ୟ ସବୁ ଲୋକ ହ୍ରଦର କୂଳରେ ଠିଆ ହୋଇ ରହିଲେ।


ଧର୍ମଶାସ୍ତ୍ରୀମାନେ ଯୀଶୁଙ୍କଠାରେ ଦୁଷ୍ଟାତ୍ମା ଅଛି ବୋଲି କହିଥିବାରୁ, ଯୀଶୁ ଏସବୁ କହିଲେ।


ଦୁଷ୍ଟାତ୍ମା ଲୋକଟିକୁ ଦୋହଲାଇ ଦେଲା। ତା'ପରେ ସେ ଖୁବ୍ ଜୋ‌ର୍‌ରେ ଚିତ୍କାର କରି ସେହି ଲୋକଟି ଭିତରୁ ବାହାରି ଗଲା।


ଯୀଶୁ ଅନେକ ଲୋକଙ୍କୁ ଦେଖିଲେ, ଭିଡ଼ ହୋଇ ଯିବାରୁ ଲୋକମାନେ ଯେପରି ତାହାଙ୍କ ଆଡ଼କୁ ମାଡ଼ି ନ ଆସନ୍ତି ସେଥିପାଇଁ ସେ ନିଜ ଶିଷ୍ୟମାନଙ୍କୁ ଗୋଟିଏ ଛୋଟ ଡଙ୍ଗା ତାହାଙ୍କ ପାଇଁ ପ୍ରସ୍ତୁତ କରିବାକୁ କହିଲେ।


ତେଣୁ ସେମାନେ ସବୁ ଲୋକଙ୍କୁ ସେଠାରେ ଛାଡ଼ିଦେଲେ। ଯେଉଁ ଡଙ୍ଗାରେ ଯୀଶୁ ପୂର୍ବରୁ ବସି ସାରିଥିଲେ, ଶିଷ୍ୟମାନେ ମଧ୍ୟ ଯାଇ ସେଥିରେ ବସିଲେ। ସେଠାରେ ଅନ୍ୟ ଡଙ୍ଗାଗୁଡ଼ିକ ମଧ୍ୟ ଥିଲା।


ସେ ଲୋକଟି କବର ମଧ୍ୟରେ ରହୁଥିଲା। ତାହାକୁ କେହି ହେଲେ ବାନ୍ଧି ପାରୁ ନ ଥିଲେ। ଏପରିକି ଶିକୁଳିରେ ମଧ୍ୟ ତାକୁ ବାନ୍ଧି ପାରୁ ନ ଥିଲେ।


ଯୀଶୁ ନୌକାରେ ବସି ହ୍ରଦର ଅପର ପାର୍ଶ୍ୱକୁ ଫେରିଗଲେ। ପୁଣି ହ୍ରଦ କୂଳରେ ତାହାଙ୍କ ଗ୍ଭରି ପଟେ ବହୁତ ଲୋକ ଜମିଗଲେ।


Swiv nou:

Piblisite


Piblisite