Biblia Todo Logo
Bib sou entènèt

- Piblisite -




ମାର୍କ 5:13 - ପବିତ୍ର ବାଇବଲ

13 ଯୀଶୁ ସେମାନଙ୍କୁ ଏପରି କରିବାକୁ ଅନୁମତି ଦେଇଦେଲେ। ତା'ପରେ ଦୁଷ୍ଟାତ୍ମାମାନେ ସେହି ଲୋକଟି ଦେହରୁ ବାହାରି ଘୁଷୁରିମାନଙ୍କ ଦେହରେ ପଶିଗଲେ। ସେହି ଘୁଷୁରି ପଲରେ ପ୍ରାୟ ଦୁଇ ହଜାର ଘୁଷୁରି ଥିଲେ। ସେ ସବୁତକ ଘୁଷୁରି ପାହାଡ଼ କଡ଼କୁ ଖୁବ୍ ବେଗରେ ଧାଇଁଲେ ଓ ହ୍ରଦ ଭିତରେ ପଡ଼ି ଗଲେ। ସବୁତକ ଘୁଷୁରି ପାଣିରେ ବୁଡ଼ିଗଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ସେ ସେମାନଙ୍କୁ ଅନୁମତି ଦିଅନ୍ତେ, ଅଶୁଚି ଆତ୍ମାଗୁଡ଼ାକ ବାହାରି ଘୁଷୁରିମାନଙ୍କ ଭିତରେ ପଶିଲେ; ସେଥିରେ ସେହି ପଲ ଅତି ବେଗରେ ଦୌଡ଼ିଯାଇ ତୀଖସ୍ଥାନରୁ ସମୁଦ୍ରରେ ପଡ଼ି ବୁଡ଼ିମଲେ। ଘୁଷୁରିମାନଙ୍କ ସଂଖ୍ୟା ପ୍ରାୟ ଦୁଇହଜାର ଥିଲା।

Gade chapit la Kopi

ଓଡିଆ ବାଇବେଲ

13 ସେ ସେମାନଙ୍କୁ ଅନୁମତି ଦିଅନ୍ତେ ଅଶୁଚି ଆତ୍ମାଗୁଡ଼ାକ ବାହାରି ଘୁଷୁରିମାନଙ୍କ ଭିତରେ ପଶିଲେ; ସେଥିରେ ସେହି ପଲ ଅତି ବେଗରେ ଦୌଡ଼ିଯାଇ ତୀଖସ୍ଥାନରୁ ସମୁଦ୍ରରେ ପଡ଼ି ବୁଡ଼ି ମଲେ । ଘୁଷୁରିମାନଙ୍କ ସଂଖ୍ୟା ପ୍ରାୟ ଦୁଇ ହଜାର ଥିଲା ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

13 ଯୀଶୁ ଅନୁମତି ଦେଲେ ଏବଂ ଭୂତମାନେ ସେହି ଲୋକ ଭିତରୁ ବାହାରି ଆସି ଘୁଷୁରି ପଲ ଭିତରେ ପ୍ରବେଶ କଲେ ଏବଂ ପ୍ରାୟ ଦୁଇ ହଜାର ଘୁଷୁରି ଖୁବ୍ ବେଗରେ ଦୌଡ଼ି ତୀଖ ସ୍ଥାନରୁ ଖସି ହ୍ରଦରେ ବୁଡ଼ି ମଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ସେ ସେମାନଙ୍କୁ ଅନୁମତି ଦିଅନ୍ତେ ଅଶୁଚି ଆତ୍ମାଗୁଡ଼ାକ ବାହାରି ଘୁଷୁରିମାନଙ୍କ ଭିତରେ ପଶିଲେ; ସେଥିରେ ସେହି ପଲ ଅତି ବେଗରେ ଦୌଡ଼ିଯାଇ ତୀଖସ୍ଥାନରୁ ସମୁଦ୍ରରେ ପଡ଼ି ବୁଡ଼ି ମଲେ। ଘୁଷୁରିମାନଙ୍କ ସଂଖ୍ୟା ପ୍ରାୟ ଦୁଇ ହଜାର ଥିଲା।

Gade chapit la Kopi




ମାର୍କ 5:13
12 Referans Kwoze  

ଏହା ପରେ ସଦାପ୍ରଭୁ ଶୟତାନକୁ କହିଲେ, “ଠିକ୍ ଅଛି, ଏବେ ମୁଁ ଆୟୁବକୁ ତୁମ୍ଭ ଅଧିକାର ଭିତରକୁ ପ୍ରଦାନ କରୁଛି। ଗୋଟିଏ ସର୍ତ୍ତରେ, ଯେ ତୁମ୍ଭେ ତା'ର ଜୀବନକୁ ଛାଡ଼ିଦେବ।”


ଏକ ହଜାର ବର୍ଷ ଶେଷ ହେବାପରେ ଶୟତାନକୁ ତା'ର ଗଭୀରତମ ଗହ୍ୱରର ବନ୍ଦୀଶାଳାରୁ ମୁକ୍ତି ମିଳିବ।


ପାତାଳସ୍ଥ ସେହି ଅତଳ ଗହ୍ୱରର ଦୂତ ପଙ୍ଗପାଳମାନଙ୍କର ରାଜା ଥିଲେ। ତାହାଙ୍କର ନାମ ଏବ୍ରୀ ଭାଷାରେ ‘ଅବଦ୍ଦୋନ୍’ ଓ ଗ୍ରୀକ୍ ଭାଷାରେ ‘ଅପଲ୍ଲିୟୋନ୍’ (ବିନାଶକ) ଥିଲା।


ଏବେ ଯୀଶୁ ସ୍ୱର୍ଗକୁ ଗଲେଣି। ସେ ପରମେଶ୍ୱରଙ୍କ ଡାହାଣରେ ବିରାଜମାନ। ସେ ସେଠାରେ ସ୍ୱର୍ଗଦୂତ, ସମସ୍ତ କ୍ଷମତା ଓ ଶକ୍ତିଗୁଡ଼ିକର ଶାସକ ଅଟନ୍ତି।


ଶୟତାନ ହେଉଛି ତୁମ୍ଭର ପିତା। ତୁମ୍ଭେ ତାହାର ଅଟ। ତୁମ୍ଭେ ତା'ର ଇଚ୍ଛା ଅନୁସାରେ କାର୍ଯ୍ୟ କରୁଛ। ପ୍ରଥମରୁ ସେ ଜଣେ ଖୁଣୀ। ସେ ସର୍ବଦା ସତ୍ୟର ବିରୁଦ୍ଧ। ତା’ ଭିତରେ କୌଣସି ସତ୍ୟତା ନାହିଁ। ସେ ତା'ର ସ୍ୱଭାବରୁ ମିଛୁଆ। ସେ ମିଥ୍ୟାବାଦୀ, ସେ ମିଥ୍ୟାର ଜନ୍ମଦାତା।


ଯୀଶୁ ସେମାନଙ୍କୁ କହିଲେ, “ଯାଅ!” ତେଣୁ ଭୂତମାନେ ମଣିଷଙ୍କ ଦେହରୁ ବାହାରି ଘୁଷୁରିମାନଙ୍କ ଦେହକୁ ଗ୍ଭଲିଗଲେ। ତା'ପରେ ସେହି ଘୁଷୁରିପଲ ତୀଖ ପାହାଡ଼ରୁ ତଳକୁ ଗଡ଼ିଯାଇ ଶେଷରେ ହ୍ରଦରେ ବୁଡ଼ିଗଲେ।


ତା'ପରେ ସଦାପ୍ରଭୁ ଶୟତାନକୁ କହିଲେ, “ଠିକ୍ ଅଛି, ତା'ର ଯାହାସବୁ ଅଛି, ସେଗୁଡ଼ିକ ସହିତ ତୁମ୍ଭେ ଯେପରି ଗ୍ଭହଁ କର, କିନ୍ତୁ ସେହି ବ୍ୟକ୍ତିକୁ ସ୍ପର୍ଶ କର ନାହିଁ।” ତା'ପରେ ଶୟତାନ ସଦାପ୍ରଭୁଙ୍କ ଉପସ୍ଥିତିରୁ ଗ୍ଭଲିଗଲା।


ସଦାପ୍ରଭୁ କହିଲେ, ‘ତୁମ୍ଭେ କିପରି ତାକୁ ପ୍ରତାରଣା କରିବ?’ ସ୍ୱର୍ଗଦୂତ ଉତ୍ତର ଦେଲା, ‘ମୁଁ ସମସ୍ତ ଭବିଷ୍ୟ‌ଦ୍‌ବକ୍ତାଙ୍କୁ ଦ୍ୱନ୍ଦରେ ପକାଇବି। ମୁଁ ସେମାନଙ୍କୁ ରାଜାଙ୍କ ନିକଟରେ ମିଛ କୁହାଇବି।’ ସଦାପ୍ରଭୁ କହିଲେ, ‘ଉତ୍ତମ, ଯାଅ, ତାକୁ କୌଶଳରେ ଠକିବାକୁ ଚେଷ୍ଟା କର। ଏଥିରେ ତୁମ୍ଭେ କୃତକାର୍ଯ୍ୟ ହେବ।’”


“କୁକୁରମାନଙ୍କୁ ପବିତ୍ର ବସ୍ତୁ ଦିଅ ନାହିଁ, କାରଣ ସେମାନେ ବୁଲି ପଡ଼ି ତୁମ୍ଭକୁ କାମୁଡ଼ି ପାରନ୍ତି। ଘୁଷୁରିମାନଙ୍କ ଆଗରେ ନିଜର ମୋତି ପକାଅ ନାହିଁ, କାରଣ ସେମାନେ ମୋତିକୁ ଗୋଡ଼ରେ ଦଳି ଦେଇ ଗ୍ଭଲିଯିବେ।


ଦୁଷ୍ଟାତ୍ମାମାନେ ଯୀଶୁଙ୍କୁ ଅନୁରୋଧ କଲେ, “ଆମ୍ଭକୁ ଘୁଷୁରିମାନଙ୍କ ପାଖକୁ ପଠେଇ ଦିଅ, ତାହାହାଲେ ଆମ୍ଭେ ସେମାନଙ୍କ ଦେହ ଭିତରେ ପ୍ରବେଶ କରିଯିବୁ।”


ଘୁଷୁରି ପଲର ଜଗୁଆଳମାନେ ପଳେଇ ଯାଇ ସହରରେ ଏହି ଘଟଣା ବିଷୟରେ କହିଲେ। ଲୋକେ କ’ଣ ଘଟିଛି ବୋଲି ଦେଖିବାକୁ ଆସିଲେ।


Swiv nou:

Piblisite


Piblisite