Biblia Todo Logo
Bib sou entènèt

- Piblisite -




ମାର୍କ 4:5 - ପବିତ୍ର ବାଇବଲ

5 ଆଉ କିଛି ବୀଜ ପଥୁରିଆ ଜମିରେ ପଡ଼ିଗଲା। ସେ ଜମିରେ ଯଥେଷ୍ଟ ମାଟି ନ ଥିଲା। ଯଥେଷ୍ଟ ମାଟି ନ ଥିବାରୁ ସେ ବୀଜଗୁଡ଼ିକ ଅତି ଶୀଘ୍ର ଗଜା ହୋଇଗଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ଆଉ କେତେକ ଅଳ୍ପ ମାଟି ଥିବା ପଥୁରିଆ ଭୂଇଁରେ ପଡ଼ିଲା ଏବଂ ବେଶୀ ମାଟି ନ ଥିବାରୁ ଶୀଘ୍ର ଗଜା ହେଲା,

Gade chapit la Kopi

ଓଡିଆ ବାଇବେଲ

5 ଆଉ କେତେକ ଅଳ୍ପ ମାଟି ଥିବା ପଥୁରିଆ ଭୂଇଁରେ ପଡ଼ିଲା ଏବଂ ବେଶି ମାଟି ନ ଥିବାରୁ ଶୀଘ୍ର ଗଜା ହେଲା,

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

5 “ଆଉ କେତେ ବିହନ ପଥୁରିଆ ଜମିରେ ପଡ଼ିଲା, ସେଠାରେ ଅତି ଅଳ୍ପ ମାଟି ଥିଲା। ସେଠାରେ ମାଟିର ଗଭୀରତା ନ ଥିବାରୁ ଶୀଘ୍ର ବୀଜ ଅଙ୍କୁରିତ ହୋଇଗଲା, କିନ୍ତୁ ଚେର ଭିତରକୁ ଯାଇ ପାରିଲା ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ଆଉ କେତେକ ଅଳ୍ପ ମାଟି ଥିବା ପଥୁରିଆ ଭୂମିରେ ପଡ଼ିଲା ଏବଂ ବେଶି ମାଟି ନ ଥିବାରୁ ଶୀଘ୍ର ଗଜା ହେଲା,

Gade chapit la Kopi




ମାର୍କ 4:5
11 Referans Kwoze  

ପରମେଶ୍ୱର କହିଲେ, “ଆଉ ମୁଁ ତୁମ୍ଭମାନଙ୍କୁ ଏକ ନୂତନ ଆତ୍ମା ଦେବି। ତୁମ୍ଭମାନଙ୍କ ମାଂସ ମଧ୍ୟରୁ ପ୍ରସ୍ତରମୟ ହୃଦୟ କାଢ଼ି ନେବି ଓ ମୁଁ ତୁମ୍ଭମାନଙ୍କୁ ମାଂସମୟ କୋମଳ ହୃଦୟ ଦେବି।


ଯେଉଁ ବୀଜ ପଥର ଉପରେ ପଡ଼ିଥିଲା, ତାହା ସେହି ଲୋକମାନଙ୍କ ଭଳି, ଯେଉଁମାନେ ପରମେଶ୍ୱରଙ୍କ ଉପଦେଶ ଶୁଣନ୍ତି ଓ ଆନନ୍ଦରେ ତାହା ଗ୍ରହଣ କରନ୍ତି। କିନ୍ତୁ ତା'ର ଚେର ସେହି ଲୋକମାନଙ୍କ ହୃଦୟ ମଧ୍ୟରେ ଗଭୀରକୁ ପ୍ରବେଶ କରିପାରେ ନାହିଁ। ସେମାନେ କିଛି ସମୟ ପର୍ଯ୍ୟନ୍ତ ବିଶ୍ୱାସ କରନ୍ତି, କିନ୍ତୁ ପରୀକ୍ଷାର ସମୟ ଆସିଲେ ସେମାନେ ବିଶ୍ୱାସ କରିବା ବନ୍ଦ କରନ୍ତି। ସେମାନେ ବିଶ୍ୱାସ ହରେଇ ବସନ୍ତି ଓ ପରମେଶ୍ୱରଙ୍କଠାରୁ ଦୂରେଇ ଯାଆନ୍ତି।


କିଛି ବୀଜ ପଥର ଉପରେ ପଡ଼ିଲା ସେଥିରୁ ଗଜା ବାହାରିଲା କିନ୍ତୁ ଜଳ ଅଭାବରୁ ମରିଗଲା।


ଅଶ୍ୱମାନେ ଢେଲା ପଥରଗୁଡ଼ିକ ଉପରେ ଦୌଡ଼ିବେ କି? ଆଉ ମଧ୍ୟ କୌଣସି ଲୋକ ବଳଦମାନଙ୍କୁ ସମୁଦ୍ରରେ ହଳ କରିବାରେ ବ୍ୟବହାର କରନ୍ତି? କିନ୍ତୁ ତୁମ୍ଭେ ସବୁ ଜିନିଷ ତଳ ଉପର ପରିବର୍ତ୍ତନ କରିଛ। ତୁମ୍ଭେ ଧାର୍ମିକକୁ ନାଗ ବିଷରେ ପରିଣତ କରିଛ ଏବଂ ଆଉ ଅତି ଉତ୍ତମ ନ୍ୟାୟକୁ ତୀବ୍ର ହଳାହଳରେ ପରିଣତ କରିଛ।


ଏବଂ ଆମ୍ଭେ ସେମାନଙ୍କୁ ଏକ ହୃଦୟ ଦେବା ଓ ସେମାନଙ୍କର ଅନ୍ତରରେ ଏକ ନୂତନ ଆତ୍ମା ସ୍ଥାପନ କରିବା। ଆମ୍ଭେ ସେମାନଙ୍କଠାରୁ କଠିନ ହୃଦୟ ଦୂର କରି, ସେମାନଙ୍କୁ କୋମଳ ହୃଦୟ ଦେବା।


“ପଥୁରିଆ ଜାଗାରେ ବୁଣାଯାଇଥିବା ବୀଜର ଅର୍ଥ କ’ଣ? ବୀଜଟି ଠିକ୍ ସେହି ଲୋକପରି, ଯେ ସୁସମାଗ୍ଭର ଶୁଣେ ଏବଂ ଆନନ୍ଦର ସହିତ ତାହା ସଙ୍ଗେ ସଙ୍ଗେ ଗ୍ରହଣ କରିନିଏ।


ତୁମ୍ଭେ ଯଦି ଭଲପଣିଆ ବୁଣିବ ତେବେ ପ୍ରକୃତ ପ୍ରେମ ଅମଳ କରିବ। ଭୂମିକୁ ହଳ କରିବ ଏବଂ ସଦାପ୍ରଭୁଙ୍କ ସହିତ ଅମଳ କରିବ। ପ୍ରଭୁ ଆସିବେ ଏବଂ ତୁମ୍ଭମାନଙ୍କ ଉପରେ ଭଲ ଜିନିଷ ବର୍ଷା ପରି ପକାଇବେ।


ଯେତେବେଳେ ଗ୍ଭଷୀଟି ବୀଜ ବୁଣୁଥିଲା, ସେଥିରୁ କିଛି ବୀଜ ରାସ୍ତାରେ ପଡ଼ିଗଲା। ପକ୍ଷୀମାନେ ଆସି ସେତକ ଖାଇ ଦେଲେ।


କିନ୍ତୁ ସୂର୍ଯ୍ୟ ଆକାଶରେ ଉଠିବା ପରେ ପରେ ଉତ୍ତାପ ହେତୁ ଗଜାଗୁଡ଼ିକ ଜଳି ଗଲା। ମାଟି ଭିତରକୁ ଚେର ଗଭୀର ଭାବରେ ଯାଇ ପାରି ନ ଥିବାରୁ ଗଛ ଗ୍ଭରାଗୁଡ଼ିକ ଶୁଖିଗଲା।


Swiv nou:

Piblisite


Piblisite