Biblia Todo Logo
Bib sou entènèt

- Piblisite -




ମାର୍କ 4:11 - ପବିତ୍ର ବାଇବଲ

11 ଯୀଶୁ କହିଲେ, “କେବଳ ତୁମ୍ଭମାନଙ୍କୁ ପରମେଶ୍ୱରଙ୍କ ରାଜ୍ୟର ନିଗୂଢ଼ତତ୍ତ୍ୱ ବୁଝି ପାରିବା ପାଇଁ ଶକ୍ତି ଦିଆଯାଇଛି। କିନ୍ତୁ ଅନ୍ୟମାନଙ୍କ ପାଇଁ ମୁଁ ଦୃଷ୍ଟାନ୍ତ ମାଧ୍ୟମରେ ସବୁକଥା କହୁଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ସେଥିରେ ସେ ସେମାନଙ୍କୁ କହିଲେ, ଈଶ୍ଵରଙ୍କ ରାଜ୍ୟର ନିଗୂଢ଼ ତତ୍ତ୍ଵ ଜାଣିବା ନିମନ୍ତେ ତୁମ୍ଭମାନଙ୍କୁ ଶକ୍ତି ଦିଆଯାଇଅଛି, କିନ୍ତୁ ସେହି ବାହାର ଲୋକମାନଙ୍କୁ ସମସ୍ତ ବିଷୟ ଦୃଷ୍ଟାନ୍ତରେ କୁହାଯାଉଅଛି,

Gade chapit la Kopi

ଓଡିଆ ବାଇବେଲ

11 ସେଥିରେ ସେ ସେମାନଙ୍କୁ କହିଲେ, ଈଶ୍ୱରଙ୍କ ରାଜ୍ୟର ନିଗୂଢ଼ ତତ୍ତ୍ୱ ଜାଣିବା ନିମନ୍ତେ ତୁମ୍ଭମାନଙ୍କୁ ଶକ୍ତି ଦିଆଯାଇଅଛି, କିନ୍ତୁ ସେହି ବାହାର ଲୋକମାନଙ୍କୁ ସମସ୍ତ ବିଷୟ ଦୃଷ୍ଟାନ୍ତରେ କୁହାଯାଉଅଛି,

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

11 ଯୀଶୁ ଉତ୍ତର ଦେଲେ, “ଈଶ୍ୱରଙ୍କ ରାଜ୍ୟର ନିଗୂଢ଼ ତତ୍ତ୍ୱ ତୁମ୍ଭମାନଙ୍କ ନିକଟରେ ପ୍ରକାଶ କରାଯାଇଛି। କିନ୍ତୁ ଅନ୍ୟମାନଙ୍କୁ ଏ ସମସ୍ତ ଗଳ୍ପ ଛଳରେ କୁହାଯାଇଛି। ସେଥିପାଇଁ -

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ସେଥିରେ ସେ ସେମାନଙ୍କୁ କହିଲେ, “ଈଶ୍ବରଙ୍କ ରାଜ୍ୟର ନିଗୂଢ଼ ତତ୍ତ୍ୱ ଜାଣିବା ନିମନ୍ତେ ତୁମ୍ଭମାନଙ୍କୁ ଶକ୍ତି ଦିଆଯାଇଅଛି, କିନ୍ତୁ ସେହି ବାହାର ଲୋକମାନଙ୍କୁ ସମସ୍ତ ବିଷୟ ଦୃଷ୍ଟାନ୍ତରେ କୁହାଯାଉଅଛି,

Gade chapit la Kopi




ମାର୍କ 4:11
20 Referans Kwoze  

ସେତେବେଳେ ଯୀଶୁ କହିଲେ, “ହେ ପରମପିତା, ତୁମ୍ଭେ ସ୍ୱର୍ଗ ଓ ପୃଥିବୀର ପ୍ରଭୁ। ତୁମ୍ଭେ ଏହିସବୁ ବିଷୟ ଜ୍ଞାନୀ ଓ ବୁଦ୍ଧିମାନ ଲୋକମାନଙ୍କ ନିକଟରୁ ଲୁଗ୍ଭଇ ରଖି ପିଲାଙ୍କ ଭଳି ସରଳ ଲୋକଙ୍କ ନିକଟରେ ସେଗୁଡ଼ିକୁ ପ୍ରକାଶ କରିଛ। ଏଥିପାଇଁ ମୁଁ ତୁମ୍ଭର ସ୍ତୁତି କରୁଛି।


ଯୀଶୁ କହିଲେ, “ପରମେଶ୍ୱରଙ୍କ ରାଜ୍ୟର ନିଗୁଢ଼ ବିଷୟ ଜାଣିବା ପାଇଁ ତୁମ୍ଭେ ବଛା ହୋଇଛ। କିନ୍ତୁ ଅନ୍ୟମାନଙ୍କୁ ଏହି ରହସ୍ୟ ବିଷୟରେ କହିବାକୁ ମୁଁ ଦୃଷ୍ଟାନ୍ତ ବ୍ୟବହାର କରୁଛି। ମୁଁ ଏହା କରୁଛି ‘ଯେପରି କି ସେମାନେ ଗ୍ଭହୁଁଥିଲେ ମଧ୍ୟ ଦେଖି ପାରିବେନି, ଏବଂ ଶୁଣୁଥିଲେ ମଧ୍ୟ ବୁଝି ପାରିବେ ନାହିଁ।’


ଆମ୍ଭେ ଏହା ମଧ୍ୟ ଜାଣୁ ଯେ, ପରମେଶ୍ୱରଙ୍କ ପୁତ୍ର ଆସିଅଛନ୍ତି ଓ ସେ ଆମ୍ଭମାନଙ୍କୁ ବୁଝିବା ଶକ୍ତି ପ୍ରଦାନ କରିଛନ୍ତି। ତେଣୁ ବର୍ତ୍ତମାନ ଆମ୍ଭେ ପରମେଶ୍ୱରଙ୍କୁ ଜାଣିପାରୁ। ସେହି ପରମେଶ୍ୱର ସତ୍ୟ ଅଟନ୍ତି। ସେହି ସତ୍ୟମୟ ପରମେଶ୍ୱର ଓ ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କଠାରେ ଆମ୍ଭମାନଙ୍କର ଜୀବନ ଅଛି।


ଯେଉଁମାନେ ବିଶ୍ୱାସ କରନ୍ତି ନାହିଁ, ସେମାନେ ମଧ୍ୟ, ଏପରି କାମ କରିବା ଓ ଜୀବନଯାପନ ଦେଖି ତୁମ୍ଭମାନଙ୍କୁ ସମ୍ମାନ ଦେବେ। ତୁମ୍ଭମାନଙ୍କୁ ମଧ୍ୟ ନିଜ ଆବଶ୍ୟକତାଗୁଡ଼ିକ ପାଇଁ ଅନ୍ୟ ଲୋକମାନଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ।


ଅବିଶ୍ୱାସୀ ଲୋକମାନଙ୍କ ସହିତ ବ୍ୟବହାର କଲାବେଳେ ବୁଦ୍ଧି ସହ ବ୍ୟବହାର କର। ଯେତେ ଭଲ ଭାବରେ ପାରିବ ନିଜର ସମୟର ସଦୁପଯୋଗ କର।


ଯେଉଁମାନେ ମଣ୍ଡଳୀର ସଦସ୍ୟ ନୁହନ୍ତି, ବାହାରର ସେହି ଲୋକମାନଙ୍କର ମଧ୍ୟ, ଅଧ୍ୟକ୍ଷଙ୍କ ନିମନ୍ତେ ସମ୍ମାନ ଭାବ ଥିବା ଆବଶ୍ୟକ। ତହିଁରେ ସେ ଅନ୍ୟମାନଙ୍କ ଦ୍ୱାରା ସମାଲୋଚିତ ହେବେ ନାହିଁ କି ଶୟତାନର ଫାନ୍ଦରେ ପଡ଼ିବେ ନାହିଁ।


ପରମେଶ୍ୱର ନିଜର ପୂର୍ଣ୍ଣ ଜ୍ଞାନ ଓ ବୋଧ ଶକ୍ତି ଦ୍ୱାରା ତାହାଙ୍କର ନିଗୂଢ଼ତତ୍ତ୍ୱ ଆମ୍ଭକୁ ଜଣାଇଛନ୍ତି। ପରମେଶ୍ୱର ଏହା ଗ୍ଭହୁଁଥିଲେ ଏବଂ ସେ ଏହା ଖ୍ରୀଷ୍ଟଙ୍କ ଦ୍ୱାରା କରିବା ପାଇଁ ଯୋଜନା କରିଥିଲେ।


ଥରେ ପରମେଶ୍ୱର କହିଲେ: ‘‘ଅନ୍ଧକାର ମଧ୍ୟରୁ ଆଲୋକ ପ୍ରକାଶିତ ହେବ।” ସେହି ପରମେଶ୍ୱର ଆମ୍ଭମାନଙ୍କ ହୃଦୟରେ ତାହାଙ୍କର ଆଲୋକ ଦେଖାଇଛନ୍ତି। ଯୀଶୁ ଖ୍ରୀଷ୍ଟଙ୍କ ମୁହଁରେ ପରମେଶ୍ୱରଙ୍କ ଯେଉଁ ଗୌରବମୟ ଆଲୋକ ଦେଖିବାକୁ ମିଳେ ସେହି ଆଲୋକ ସେ ଆମକୁ ଦେଲେ।


ଉତ୍ତରରେ ଯୀଶୁ କହିଲେ, “ହେ ଶିମୋନ! ଯୂନସଙ୍କ ପୁତ୍ର! ତୁମ୍ଭେ ଧନ୍ୟ! ଏ କଥା ତୁମ୍ଭକୁ କୌଣସି ମଣିଷ ଶିଖାଇ ନାହିଁ। ମୋ’ ସ୍ୱର୍ଗୀୟ ପିତା ତୁମ୍ଭକୁ ଏ କଥା ଶିଖାଇଛନ୍ତି।


କିନ୍ତୁ ତୁମ୍ଭେ ଧନ୍ୟ, କାରଣ ତୁମ୍ଭେ ଯାହା ଆଖିରେ ଦେଖୁଛ, ତାହା ବୁଝୁଛ। ତୁମ୍ଭେ ଯାହା କାନରେ ଶୁଣୁଛ, ତାହା ବୁଝୁଛ।


କିଏ କହୁଛି ଯେ, ତୁମ୍ଭେମାନେ ଅନ୍ୟମାନଙ୍କ ତୁଳନାରେ ଭଲ? ଯାହାକିଛି ତୁମ୍ଭମାନଙ୍କ ପାଖରେ ଅଛି, ତାହା ତୁମ୍ଭକୁ ଦିଆଯାଇଛି। ତେବେ ଯଦି ସମସ୍ତ ବିଷୟ ତୁମ୍ଭମାନଙ୍କ ପାଖରେ ଅଛି। ତାହା ତୁମକୁ ଦିଆଯାଇଛି। ତେବେ ଯଦି ସମସ୍ତ ବିଷୟ ତୁମ୍ଭମାନଙ୍କୁ ଦିଆଯାଇଛି, ତା'ହେଲେ ସେଗୁଡ଼ିକ ତୁମ୍ଭେମାନେ ନିଜ ଶକ୍ତି ଦ୍ୱାରା ପାଇଛ ବୋଲି ଗର୍ବ କରୁଛ।


ତେଣୁ ଯୀଶୁ ସେମାନଙ୍କୁ ପାଖକୁ ଡାକିଲେ ଏବଂ ଦୃଷ୍ଟାନ୍ତ ମାଧ୍ୟମରେ ସେମାନଙ୍କୁ ବୁଝାଇଲେ, “ଶୟତାନ କିପରି ଶୟତାନକୁ ତଡ଼ି ଦେଇ ପାରିବ?”


ଯୀଶୁ ଡଙ୍ଗାରେ ଥାଇ ଲୋକମାନଙ୍କୁ ଶିକ୍ଷା ଦେଲେ। ସେ ସେମାନଙ୍କୁ ଉପଦେଶ ଦେବା ପାଇଁ ଅନେକଗୁଡ଼ିଏ ଦୃଷ୍ଟାନ୍ତ କଥାର ପ୍ରୟୋଗ କଲେ। ତାହାଙ୍କ ଶିକ୍ଷାରେ ସେ କହିଲେ,


ପରେ ଯେତେବେଳେ ଯୀଶୁ ଏକୁଟିଆ ଥିଲେ, ସେତେବେଳେ ତାହାଙ୍କର ବାରଜଣ ଯାକ ପ୍ରେରିତ ଓ ଅନ୍ୟ ଶିଷ୍ୟମାନେ ତାହାଙ୍କୁ ଦୃଷ୍ଟାନ୍ତ ସମ୍ବନ୍ଧରେ ପଗ୍ଭରିଲେ।


Swiv nou:

Piblisite


Piblisite