Biblia Todo Logo
Bib sou entènèt

- Piblisite -




ମାର୍କ 16:8 - ପବିତ୍ର ବାଇବଲ

8 ସେହି ସ୍ତ୍ରୀଲୋକମାନେ ଭୟ ପାଇ ଯାଇଥିଲେ ଏବଂ ବିସ୍ମୟରେ ଅଭିଭୂତ ହୋଇ ଯାଉଥିଲେ। ସେମାନେ କବରରୁ ବାହାରି ଦୌଡ଼ି ପଳାଇଲେ, କିନ୍ତୁ ଭୟଭୀତ ହୋଇ ଯାଇଥିବାରୁ ଏସବୁ ଘଟଣା କାହାରିକୁ କହିଲେ ନାହିଁ। କେତେକ ପୁରୁଣା ଗ୍ରୀକ୍ ପ୍ରତିରେ ପଦସଂଖ୍ୟା ଆଠରେ ହିଁ ମାର୍କ ଲିଖିତ ସୁସମାଗ୍ଭର ସମାପ୍ତ ହୋଇଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ସେଥିରେ ସେମାନେ ବାହାରି ସମାଧି ନିକଟରୁ ପଳାଇଗଲେ, କାରଣ ସେମାନେ ଭୟରେ କମ୍ପୁଥିଲେ ଓ ବିସ୍ମୟରେ ଅଭିଭୂତ ହୋଇଥିଲେ, ପୁଣି କାହାକୁ କିଛି କହିଲେ ନାହିଁ, ଯେଣୁ ସେମାନେ ଭୀତ ହୋଇଥିଲେ।

Gade chapit la Kopi

ଓଡିଆ ବାଇବେଲ

8 ସେଥିରେ ସେମାନେ ବାହାରି ସମାଧି ନିକଟରୁ ପଳାଇଗଲେ, କାରଣ ସେମାନେ ଭୟରେ କମ୍ପୁଥିଲେ ଓ ଆଶ୍ଚର୍ଯ୍ୟ ହୋଇଥିଲେ, ପୁଣି, କାହାକୁ କିଛି କହିଲେ ନାହିଁ, ଯେଣୁ ସେମାନେ ଭୀତ ହୋଇଥିଲେ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

8 ସ୍ତ୍ରୀ ଲୋକମାନେ କବରରୁ ବାହାରି ଭୟବିହ୍ୱଳ ହୋଇ ଦୌଡ଼ି ପଳାଇଲେ। ସେମାନେ ଏତେ ଡ଼ରି ଯାଇଥିଲେ ଯେ ସେତେବେଳେ କାହାକୁ କିଛି କହିପାରିଲେ ନାହିଁ। (

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ସେଥିରେ ସେମାନେ ବାହାରି ସମାଧି ନିକଟରୁ ପଳାଇଗଲେ, କାରଣ ସେମାନେ ଭୟରେ କମ୍ପୁଥିଲେ ଓ ଆଶ୍ଚର୍ଯ୍ୟ ହୋଇଥିଲେ, ପୁଣି, କାହାକୁ କିଛି କହିଲେ ନାହିଁ, ଯେଣୁ ସେମାନେ ଭୀତ ହୋଇଥିଲେ।

Gade chapit la Kopi




ମାର୍କ 16:8
10 Referans Kwoze  

ଏଥିରେ ଶିଷ୍ୟମାନେ ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ ଡରିଗଲେ। ସେମାନେ ଭାବିଲେ ଯେ, ସେମାନେ ଗୋଟିଏ ଭୂତ ଦେଖୁଛନ୍ତି।


ତେଣୁ ସେହି ସ୍ତ୍ରୀଲୋକମାନେ ତ‌‌‌ତ୍‌‌କ୍ଷଣାତ୍ କବର ସ୍ଥାନ ଛାଡ଼ି ଗ୍ଭଲିଗଲେ। ସେମାନେ ଡରି ଯାଇଥିଲେ, କିନ୍ତୁ ବହୁତ ଖୁସୀ ମଧ୍ୟ ଥିଲେ। ଯାହାସବୁ ଘଟିଗଲା, ସେ ସବୁ ଯୀଶୁଙ୍କ ଶିଷ୍ୟମାନଙ୍କୁ ଜଣାଇବା ପାଇଁ ସେମାନେ ଦୌଡ଼ି ଦୌଡ଼ି ଗଲେ।


ସାଙ୍ଗରେ ଟଙ୍କା, ଥଳି, ଜୋତା କିଛି ହେଲେ ନିଅ ନାହିଁ। ରାସ୍ତାରେ କାହାରି ସହିତ କଥାବାର୍ତ୍ତା ହେବା ପାଇଁ ଅଟକି ଯିବ ନାହିଁ।


ଏହା ପରେ ଇଲୀଶାୟ ଗିହେଜୀକୁ କହିଲେ, “ଯିବାକୁ ପ୍ରସ୍ତୁତ ହୁଅ। ମୋର ଯଷ୍ଟିଟିକୁ ସଙ୍ଗରେ ନିଅ। ଗଲାବେଳେ କୌଣସି ସ୍ଥାନରେ ଟିକିଏ ହେଲେ ଅଟକିବ ନାହିଁ। ଏପରିକି କାହାରିକୁ ଦେଖିଲେ ନମସ୍କାର କର ନାହିଁ ଓ କେହି ନମସ୍କାର କଲେ ତାକୁ ଉତ୍ତର ଦିଅ ନାହିଁ। ମୋର ଯଷ୍ଟି ନେଇ ସେହି ବାଳକର ମୁଖ ଉପରେ ରଖି ଦିଅ।”


ଯୀଶୁଙ୍କ ଏହିସବୁ କଥା କହିବା ଶେଷ ହେଲା, ତାହାଙ୍କ ଉପଦେଶ ଶୁଣି ଜମା ହୋଇଥିବା ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ।


ଏବେ ଯାଇ ତାହାଙ୍କ ଶିଷ୍ୟମାନଙ୍କୁ ଏବଂ ପିତରଙ୍କୁ କୁହ ଯେ, ତୁମ୍ଭମାନଙ୍କ ପୂର୍ବରୁ ଯୀଶୁ ଗାଲିଲୀକୁ ଯାଉଛନ୍ତି। ସେ ତୁମ୍ଭକୁ ପୂର୍ବରୁ ଯେଉଁଭଳି କହିଥିଲେ, ତୁମ୍ଭେମାନେ ତାହାଙ୍କୁ ସେହିଭଳି ସେଠାରେ ଦେଖିବ।”


ସପ୍ତାହର ପ୍ରଥମ ଦିନର ବଡ଼ି ସକାଳୁ ଯୀଶୁ ମୃତ୍ୟୁରୁ ପୁନରୁ‌ତ୍‌ଥିତ ହେଲେ। ସର୍ବ ପ୍ରଥମେ ସେ ମ‌ଗ୍‌ଦଲୀନୀ ମରିୟମଙ୍କ ନିକଟରେ ନିଜକୁ ଦେଖା ଦେଲେ। ଅତୀତରେ ଥରେ ଯୀଶୁ ଏହି ମରିୟମଙ୍କଠାରୁ ସାତୋଟି ଭୂତଙ୍କୁ ତଡ଼ି ଦେଇଥିଲେ।


Swiv nou:

Piblisite


Piblisite