Biblia Todo Logo
Bib sou entènèt

- Piblisite -




ମାର୍କ 16:1 - ପବିତ୍ର ବାଇବଲ

1 ବିଶ୍ରାମ ଦିବସର ପରଦିନ ମ‌ଗ୍‌ଦଲୀନୀ ମରିୟମ, ଯାକୁବଙ୍କ ମା ମରିୟମ ଓ ଶଲୋମୀ, ଯୀଶୁଙ୍କ ଶରୀରକୁ ଅଭିଷିକ୍ତ କରିବା ପାଇଁ କିଛି ସୁଗନ୍ଧିତ ତେଲ ଆଣିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ବିଶ୍ରାମବାର ଗତ ହେଲା ଉତ୍ତାରେ ମଗ୍ଦଲୀନୀ ମରୀୟମ, ଯାକୁବଙ୍କ ମାତା ମରୀୟମ ଓ ଶଲୋମୀ ସୁଗନ୍ଧି ଦ୍ରବ୍ୟ କିଣିଲେ, ଯେପରି ସେମାନେ ଯାଇ ତାହାଙ୍କୁ ମଖାଇଦେଇ ପାରନ୍ତି।

Gade chapit la Kopi

ଓଡିଆ ବାଇବେଲ

1 ବିଶ୍ରାମବାର ବିତିଗଲା ଉତ୍ତାରେ ମଗ୍‌ଦଲୀନୀ ମରିୟମ, ଯାକୁବଙ୍କ ମାତା ମରିୟମ ଓ ଶଲୋମୀ ସୁଗନ୍ଧିତ ଦ୍ରବ୍ୟ କିଣିଲେ, ଯେପରି ସେମାନେ ଯାଇ ତାହାଙ୍କୁ ମଖାଇଦେଇ ପାରନ୍ତି ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

1 ବିଶ୍ରାମବାର ସମାପ୍ତ ହେଲା ପରେ ମଗଦଲିନୀ ମରିୟମ; ଯାକୁବଙ୍କ ମାତା ମରିୟମ ଓ ଶଲୋମୀ ଯୀଶୁଙ୍କ ଶରୀରରେ ମଖାଇବା ପାଇଁ କେତେ ପ୍ରକାର ସୁଗନ୍ଧି ଦ୍ରବ୍ୟ କିଣି ଆଣିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ବିଶ୍ରାମବାର ବିତିଗଲା ଉତ୍ତାରେ ମଗ୍‌ଦଲୀନୀ ମରୀୟମ, ଯାକୁବଙ୍କ ମାତା ମରୀୟମ ଓ ଶଲୋମୀ ସୁଗନ୍ଧିଦ୍ରବ୍ୟ କିଣିଲେ, ଯେପରି ସେମାନେ ଯାଇ ତାହାଙ୍କୁ ମଖାଇଦେଇ ପାରନ୍ତି।

Gade chapit la Kopi




ମାର୍କ 16:1
19 Referans Kwoze  

ତା'ପରେ ସେହି ସ୍ତ୍ରୀ ଲୋକମାନେ ଯୀଶୁଙ୍କ ଶରୀରରେ ଲଗାଇବା ପାଇଁ ସୁଗନ୍ଧିତ ଦ୍ରବ୍ୟ ପ୍ରସ୍ତୁତ କରିବାକୁ ସେଠାରୁ ଗ୍ଭଲିଗଲେ। ବିଶ୍ରାମ ଦିବସରେ ସେମାନେ ବିଶ୍ରାମ ନେଲେ। କାରଣ ମୋଶାଙ୍କ ନିୟମ ଲୋକମାନଙ୍କୁ ଏହା କରିବାକୁ ଆଜ୍ଞା ଦେଇଥାଏ।


କେତେକ ସ୍ତ୍ରୀଲୋକ କ୍ରୁଶଠାରୁ କିଛି ଦୂରରେ ଠିଆ ହୋଇ ଦେଖୁଥିଲେ। ସେମାନଙ୍କ ମଧ୍ୟରେ ମ‌ଗ୍‌ଦଲୀନୀ ସହରରୁ ଆସିଥିବା ମରିୟମ, ଶଲୋମୀ, ଯାକୁବ ଓ ଯୋସିଙ୍କ ମା ମରିୟମ ଥିଲେ। ଯାକୁବ ମରିୟମଙ୍କର ସାନ ପୁଅ ଥିଲା।


ସେଦିନ ନିସ୍ତାରପର୍ବର ପ୍ରସ୍ତୁତି ଦିନ ଥିଲା। ତହିଁ ଆରଦିନ ବିଶେଷ ବିଶ୍ରାମବାର ଥିଲା। ତେଣୁ ଯିହୂଦୀମାନେ ଗ୍ଭହୁଁ ନ ଥିଲେ ଯେ, ମୃତ ଶରୀରଗୁଡ଼ିକ କ୍ରୁଶ ଉପରେ ବିଶ୍ରାମବାର ଦିନ ପର୍ଯ୍ୟନ୍ତ ଝୁଲି ରହୁ। ତେଣୁ ସେମାନେ ପୀଲାତଙ୍କୁ ଅନୁରୋଧ କଲେ ଯେ, ସେମାନଙ୍କର ଗୋଡ଼ ଭାଙ୍ଗିଦେବା ପାଇଁ ଆଦେଶ ଦିଅନ୍ତୁ। ଯେପରି ସେମାନେ ଶ୍ରୀଘ୍ର ମରିଯିବେ ଓ ସେମାନଙ୍କର ଦେହ କ୍ରୁଶରୁ ଓହ୍ଲାଇବା ପାଇଁ ତାଙ୍କୁ ଅନୁମତି ମାଗିଲେ।


ଯୀଶୁଙ୍କର ମା’ ତାହାଙ୍କ କ୍ରୁଶ ନିକଟରେ ଠିଆ ହୋଇଥିଲେ, ସେଠାରେ ତାହାଙ୍କର ମାଉସୀ, କ୍ଲୋପାଙ୍କ ସ୍ତ୍ରୀ ମରିୟମ ଓ ମ‌‌‌‌‌ଗ୍‌ଦଲୀନୀ ମରିୟମ ମଧ୍ୟ ଠିଆ ହୋଇଥିଲେ।


ସେହି ସ୍ତ୍ରୀଲୋକମାନେ ଭୟ ପାଇ ଯାଇଥିଲେ ଏବଂ ବିସ୍ମୟରେ ଅଭିଭୂତ ହୋଇ ଯାଉଥିଲେ। ସେମାନେ କବରରୁ ବାହାରି ଦୌଡ଼ି ପଳାଇଲେ, କିନ୍ତୁ ଭୟଭୀତ ହୋଇ ଯାଇଥିବାରୁ ଏସବୁ ଘଟଣା କାହାରିକୁ କହିଲେ ନାହିଁ। କେତେକ ପୁରୁଣା ଗ୍ରୀକ୍ ପ୍ରତିରେ ପଦସଂଖ୍ୟା ଆଠରେ ହିଁ ମାର୍କ ଲିଖିତ ସୁସମାଗ୍ଭର ସମାପ୍ତ ହୋଇଛି।


ମ‌ଗ୍‌ଦଲୀନୀ ମରିୟମ ଓ ଯୋସିଙ୍କ ମା ଯୀଶୁଙ୍କୁ ଯେଉଁଠାରେ ରଖାଗଲା, ସେହି ସ୍ଥାନଟି ଦେଖିଲେ।


“ଏ ସ୍ତ୍ରୀ ଲୋକଟି ମୋ’ ପାଇଁ ଯାହା କରି ପାରିବାର ଶକ୍ତି ଥିଲା, ସେ ସେତକ କରିଛି। ସମାଧି ନିମନ୍ତେ ମୋ’ ଦେହକୁ ପ୍ରସ୍ତୁତ କରିବା ପାଇଁ ସେ ମୋ’ ଦେହରେ ମୋର ମୃତ୍ୟୁ ପୂର୍ବରୁ ଅତର ଢାଳିଛି।


ଯୀଶୁ ବେଥନୀୟାରେ କୁଷ୍ଠରୋଗୀ ଶିମୋନଙ୍କ ଘରେ ଖାଇବାକୁ ବସିଥିବା ସମୟରେ ଜଣେ ସ୍ତ୍ରୀଲୋକ ତାହାଙ୍କ ପାଖକୁ ଆସିଲା। ସେ ଗୋଟିଏ ଧଳା, ଚି‌‌କ୍‌‌କଣ ସ୍ଫଟିକ ସିଲଖଡ଼ି ପାତ୍ରରେ ବହୁମୂଲ୍ୟ ଅତର ଭର୍ତ୍ତି କରି ଆଣିଥିଲା। ସେ ଅତର ଖାଣ୍ଟି ଜଟାମାଂସରୁ ତିଆରି ହୋଇଥିଲା। ସ୍ତ୍ରୀ ଲୋକଟି ପାତ୍ରଟି ଖୋଲିଦେଇ ସବୁତକ ଅତର ଯୀଶୁଙ୍କ ମୁଣ୍ଡରେ ଢାଳି ଦେଲା।


ଆସା ଦାଉଦଙ୍କ ନଗରରେ ନିଜ ନିମନ୍ତେ ଯେଉଁ ସମାଧି ନିର୍ମାଣ କରିଥିଲେ, ଲୋକମାନେ ତାଙ୍କୁ ସେହି ସମାଧିରେ କବର ଦେଲେ। ଲୋକମାନେ ତାଙ୍କୁ ଏପ୍ରକାର ଏକ ଶଯ୍ୟାରେ ରଖିଲେ, ଯାହା ବିଭିନ୍ନ ପ୍ରକାର ମସଲା ଓ ମିଶ୍ରିତ ସୁଗନ୍ଧିତ ଅତରରେ ପୂର୍ଣ୍ଣ ଥିଲା। ଆସାଙ୍କୁ ସମ୍ମାନ ଦେବା ନିମନ୍ତେ ଲୋକମାନେ ଏକ ବିରାଟ ଅଗ୍ନିଦାହ କଲେ।


ଏହା ପ୍ରସ୍ତୁତି ଦିବସର ଶେଷ ସମୟ ଥିଲା। ବିଶ୍ରାମ ଦିବସ ପାଖେଇ ଆସୁଥିଲା।


ସନ୍ଧ୍ୟା ହୋଇଯାଇଥିଲା। ଏହି ଦିନଟି ଆୟୋଜନ ଦିବସ (ବିଶ୍ରାମ ଦିବସର ପୂର୍ବ ଦିନ) ଥିଲା।


ଯୋଷେଫ ତାଙ୍କର ବୈଦ୍ୟମାନଙ୍କୁ ତାଙ୍କ ପିତାଙ୍କର ଶରୀରକୁ ସଂସ୍କାର ନିମନ୍ତେ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଲେ। ସେମାନେ ଶରୀରକୁ ମିଶରୀୟ ପଦ୍ଧତିରେ ପ୍ରସ୍ତୁତ କଲେ।


ସପ୍ତାହର ସେହି ପ୍ରଥମ ଦିନ ଖୁବ୍ ଶୀଘ୍ର ଠିକ୍ ସୂର୍ଯ୍ୟୋଦୟ ପରେ ପରେ ସେମାନେ କବର ପାଖକୁ ଗଲେ।


ସପ୍ତାହର ପ୍ରଥମ ଦିନ ଅତି ସକାଳୁ ସେହି ସ୍ତ୍ରୀ ଲୋକମାନେ ଯେଉଁଠାରେ ଯୀଶୁଙ୍କ ଶରୀରକୁ ରଖା ଯାଇଥିଲା, ସେହି ସ୍ଥାନକୁ ଆସିଲେ। ସେମାନେ ନିଜେ ପ୍ରସ୍ତୁତ କରିଥିବା ସୁଗନ୍ଧିତ ଦ୍ରବ୍ୟ ସଙ୍ଗରେ ଆଣିଥିଲେ।


Swiv nou:

Piblisite


Piblisite