Biblia Todo Logo
Bib sou entènèt

- Piblisite -




ମାର୍କ 13:2 - ପବିତ୍ର ବାଇବଲ

2 ଯୀଶୁ କହିଲେ, “ତୁମ୍ଭେ ଏହି ବିଶାଳ ଭବନଗୁଡ଼ିକ ଦେଖୁଛ? ଏହି ସମସ୍ତ ଭବନ ଧ୍ୱଂସ ପାଇଯିବ। ସବୁତକ ପଥର ଭୂମି ଉପରେ ଓଜାଡ଼ି ହୋଇ ପଡ଼ିବ। ଗୋଟିଏ ହେଲେ ପଥର ଅନ୍ୟ ପଥର ଉପରେ ରହି ପାରିବ ନାହିଁ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ସେଥିରେ ଯୀଶୁ ତାଙ୍କୁ କହିଲେ, ତୁମ୍ଭେ କଅଣ ଏହିସମସ୍ତ ବୃହତ ପ୍ରାସାଦ ଦେଖୁଅଛ? ଏକ ପ୍ରସ୍ତର ଅନ୍ୟ ପ୍ରସ୍ତର ଉପରେ ରହିବ ନାହିଁ, ସମସ୍ତ ହିଁ ଭୂମିସାତ୍ ହେବ।

Gade chapit la Kopi

ଓଡିଆ ବାଇବେଲ

2 ସେଥିରେ ଯୀଶୁ ତାହାଙ୍କୁ କହିଲେ, ତୁମ୍ଭେ କ'ଣ ଏହି ସମସ୍ତ ବୃହତ୍ ପ୍ରାସାଦ ଦେଖୁଅଛ ? ଏକ ପ୍ରସ୍ତର ଅନ୍ୟ ପ୍ରସ୍ତର ଉପରେ ରହିବ ନାହିଁ, ସମସ୍ତ ହିଁ ଭୂମିସାତ୍ ହେବ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

2 ଯୀଶୁ ଉତ୍ତର ଦେଇ କହିଲେ, “ଆଜି ଏହି ବୃହତ୍ ଅଟ୍ଟାଳିକାକୁ ଦେଖୁଛ? ତାହାର ଗୋଟିଏ ହେଲେ ପଥର ନିଜ ସ୍ଥାନରେ ରହିବ ନାହିଁ। ତାହା ସମ୍ପୂର୍ଣ୍ଣ ଭୂମିସାତ୍ ହେବ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ସେଥିରେ ଯୀଶୁ ତାହାଙ୍କୁ କହିଲେ, “ତୁମ୍ଭେ କଅଣ ଏହି ସମସ୍ତ ବୃହତ୍ ପ୍ରାସାଦ ଦେଖୁଅଛ? ଏକ ପ୍ରସ୍ତର ଅନ୍ୟ ପ୍ରସ୍ତର ଉପରେ ରହିବ ନାହିଁ, ସମସ୍ତ ହିଁ ଭୂମିସାତ୍‍ ହେବ।”

Gade chapit la Kopi




ମାର୍କ 13:2
10 Referans Kwoze  

କିନ୍ତୁ ଯୀଶୁ କହିଲେ, “ଏବେ ତୁମ୍ଭେମାନେ ଏଠାରେ ଯାହାସବୁ ଦେଖୁଛ, ସମୟ ଆସିବ, ଯେତେବେଳେ ଏସବୁ ଧ୍ୱଂସ ହୋଇଯିବ। ଏହି ଭବନଗୁଡ଼ିକର ପ୍ରତ୍ୟେକ ପଥର ଭୂମିସାତ୍ ହୋଇ ପଡ଼ିବ। ଗୋଟିଏ ହେଲେ ପଥର ଅନ୍ୟ ଗୋଟିଏ ପଥର ଉପରେ ରହି ପାରିବ ନାହିଁ।”


ଯୀଶୁ ସେମାନଙ୍କୁ ପଗ୍ଭରିଲେ, “ଏହି ଭବନଗୁଡ଼ିକୁ ତୁମ୍ଭେମାନେ ଦେଖି ପାରୁଛ? ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ସବୁତକ ଭବନ ଧ୍ୱଂସ ହୋଇଯିବ। ଏଥିର ଗୋଟିଏ ହେଲେ ପଥର ଅନ୍ୟଟି ଉପରେ ରହିପାରିବ ନାହିଁ। ସବୁତକ ପଥର ଅନ୍ୟଟି ଉପରେ ରହି ପାରିବ ନାହିଁ। ସବୁତକ ପଥର ଭୁଇଁ ଉପରେ କୁଢ଼େଇ ହୋଇ ପଡ଼ିବ।”


ହେ ପ୍ରାଚୀନଗଣ, ତୁମ୍ଭମାନଙ୍କ ପାଇଁ ସିୟୋନ ଧ୍ୱଂସ ହେବ। ଏହା ଗ୍ଭଷ ଭୂମିରେ ପରିଣତ ହେବ। ଯିରୁଶାଲମ ମଧ୍ୟ ପ୍ରସ୍ତର ସ୍ତୁପରେ ପରିଣତ ହେବ। ମନ୍ଦିରର ପର୍ବତ ଶୂନ୍ୟ ପାହାଡ଼ ହୋଇ ବଣବୁଦାରେ ଆବୃତ ହେବ।


“ଯିହୁଦାର ରାଜା ହିଜକିୟଙ୍କ ସମୟରେ ମୋରେଷ୍ଟୀୟର ମୀଖା ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କଲା, ଆଉ ସେ ଯିହୁଦାର ସମସ୍ତ ଲୋକଙ୍କୁ ଏହି କଥା କହିଲା, ‘ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ସିୟୋନ କ୍ଷେତ୍ର ତୁଲ୍ୟ ଗ୍ଭଷ କରାଯିବ ଓ ଯିରୁଶାଲମ ଢିପ ହେବ, ପୁଣି ଯେଉଁ ପର୍ବତରେ ମନ୍ଦିର ଅଛି, ତାହା ବନସ୍ଥ ଉଚ୍ଚସ୍ଥଳୀର ସମାନ ହେବ।’


କିନ୍ତୁ ମନ୍ଦିରର ବାହାର ଅଗଣା ମାପ ନାହିଁ। ତାହାକୁ ସେହିପରି ଛାଡ଼ିଦିଅ, କାରଣ ତାହା ଅଣଯିହୂଦୀୟ ଦେଶଗୁଡ଼ିକର ଲୋକମାନଙ୍କୁ ଦିଆଯାଇଛି। ସେହି ଲୋକମାନେ ବୟାଳିଶ୍ ମାସ ପର୍ଯ୍ୟନ୍ତ ପବିତ୍ର ନଗରକୁ ପଦଦଳିତ କରିବେ।


ଆମ୍ଭେମାନେ ତାହାକୁ କହିବାର ଶୁଣିଛୁ ଯେ ନାଜରିତୀୟ ଯୀଶୁ ଏହି ସ୍ଥାନକୁ ନଷ୍ଟ କରିଦେବେ ଓ ମୋଶା ଆମ୍ଭକୁ ଦେଇଥିବା ବ୍ୟବସ୍ଥା ପରିବର୍ତ୍ତନ କରିଦେବେ।”


ପୁଣି ବାଷଠି ସପ୍ତାହ ପରେ ଅଭିଷିକ୍ତ ବ୍ୟକ୍ତି ଉଚ୍ଛିନ୍ନ ଓ ଅକିଞ୍ଚନ ହେବେ। ଆଉ ଆଗାମୀ ଅଧିପତିର ଲୋକମାନେ ନଗର ଓ ପବିତ୍ର ସ୍ଥାନ ନଷ୍ଟ କରିବେ। ବନ୍ୟାରେ ତାହା ଶେଷ ହେବ। ପୁଣି ଶେଷ ପର୍ଯ୍ୟନ୍ତ ଯୁଦ୍ଧ ହେବ। ଆଉ ପରମେଶ୍ୱର ସେ ସ୍ଥାନର ସମ୍ପୂର୍ଣ୍ଣ ବିନାଶ ପାଇଁ ଆଦେଶ କରିଛନ୍ତି।


Swiv nou:

Piblisite


Piblisite