ମାର୍କ 12:2 - ପବିତ୍ର ବାଇବଲ2 “ପରେ ଯେତେବେଳେ ଦ୍ରାକ୍ଷା ତୋଳିବା ବେଳ ଆସିଲା, ସେତେବେଳେ ସେ ତାହାଙ୍କର ଜଣେ ଗ୍ଭକରକୁ ଦ୍ରାକ୍ଷାରୁ ତାହାଙ୍କର ନିଜ ଭାଗ ଆଣିବା ପାଇଁ କୃଷକମାନଙ୍କ ପାଖକୁ ପଠାଇଲା। Gade chapit laପବିତ୍ର ବାଇବଲ (Re-edited) - (BSI)2 ପରେ କୃଷକମାନଙ୍କଠାରୁ ଦ୍ରାକ୍ଷାକ୍ଷେତ୍ରର ଫଳରୁ ଭାଗ ପାଇବା ନିମନ୍ତେ ସେ ଜଣେ ଦାସକୁ ଉପଯୁକ୍ତ ସମୟରେ ସେମାନଙ୍କ ନିକଟକୁ ପଠାଇଲେ। Gade chapit laଓଡିଆ ବାଇବେଲ2 ପରେ କୃଷକମାନଙ୍କଠାରୁ ଦ୍ରାକ୍ଷାକ୍ଷେତ୍ରର ଫଳରୁ ଭାଗ ପାଇବା ନିମନ୍ତେ ସେ ଜଣେ ଦାସକୁ ଉପଯୁକ୍ତ ସମୟରେ ସେମାନଙ୍କ ନିକଟକୁ ପଠାଇଲେ । Gade chapit laପବିତ୍ର ବାଇବଲ (CL) NT (BSI)2 ଯେତେବେଳେ ଦ୍ରାକ୍ଷା ଆଦାୟ କରିବାର ସମୟ ଆସିଲା, ନିଜର ଭାଗ ଆଦାୟ କରିବା ପାଇଁ ଜଣେ ଦାସୀକୁ ସେମାନଙ୍କ ନିକଟକୁ ପଠାଇଲେ। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT2 ପରେ କୃଷକମାନଙ୍କଠାରୁ ଦ୍ରାକ୍ଷାକ୍ଷେତ୍ରର ଫଳରୁ ଭାଗ ପାଇବା ନିମନ୍ତେ ସେ ଜଣେ ଦାସକୁ ଉପଯୁକ୍ତ ସମୟରେ ସେମାନଙ୍କ ନିକଟକୁ ପଠାଇଲେ। Gade chapit la |
ଆଉ ମଧ୍ୟ ଆମ୍ଭେ ଆମ୍ଭର ସମସ୍ତ ଦାସ ଓ ଭବିଷ୍ୟଦ୍ବକ୍ତାଗଣଙ୍କୁ ତୁମ୍ଭ ନିକଟକୁ ପଠାଇଅଛୁ। ଆଉ ସେମାନେ ତୁମ୍ଭମାନଙ୍କୁ ବାରମ୍ବାର କହି ଅଛନ୍ତି, “ତୁମ୍ଭେମାନେ ନିଜ ନିଜ କୁପଥରୁ ନିବୃତ୍ତ ହୁଅ, ନିଜ ନିଜ ଆଚରଣ ସଂଶୋଧନ କର ଓ ଅନ୍ୟ ଦେବଗଣର ସେବା କରି ସେମାନଙ୍କୁ ଅନୁସରଣ କର ନାହିଁ। ତାହାହେଲେ ତୁମ୍ଭମାନଙ୍କୁ ଓ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ଆମ୍ଭେ ଯେଉଁ ଦେଶ ଦେଇଅଛୁ ତହିଁରେ ତୁମ୍ଭେମାନେ ବାସ କରିବ।” ମାତ୍ର ତୁମ୍ଭେମାନେ ତାହା କର୍ଣ୍ଣପାତ କରି ନାହଁ କିଅବା ଆମ୍ଭ ବାକ୍ୟରେ ଅବଧାନ କରି ନାହଁ।
ତଥାପି ସଦାପ୍ରଭୁ ପ୍ରତ୍ୟେକ ଭବିଷ୍ୟଦ୍ବକ୍ତା ଓ ପ୍ରତ୍ୟେକ ଦୃଷ୍ଟିକାରୀଙ୍କୁ ଇସ୍ରାଏଲ ଓ ଯିହୁଦାର ପ୍ରତି ଚେତାବନୀ ଦେଇ କହିଲେ, “ତୁମ୍ଭେମାନେ ତୁମ୍ଭମାନଙ୍କର କୁକାର୍ଯ୍ୟରୁ ବିରତ ହୁଅ, ଆଉ ମୁଁ ତୁମ୍ଭମାନଙ୍କ ପିତୃଲୋକଙ୍କ ପାଇଁ ଯେଉଁ ଆଦେଶ କଲି ଓ ଯାହାସବୁ ମୋର ସେବକ ଭବିଷ୍ୟଦ୍ବକ୍ତାଗଣଙ୍କ ହସ୍ତରେ ତୁମ୍ଭମାନଙ୍କ ନିକଟକୁ ପଠାଇଅଛୁ, ତଦନୁସାରେ ମୋର ବ୍ୟବସ୍ଥା ଓ ବିଧି ସବୁ ପାଳନ କର।”
ଯୀଶୁ ଦୃଷ୍ଟାନ୍ତ ମାଧ୍ୟମରେ ଲୋକମାନଙ୍କୁ ଶିକ୍ଷା ଦେଲେ; ସେ କହିଲେ, “ଜଣେ ଲୋକ ଗୋଟିଏ ଦ୍ରାକ୍ଷାକ୍ଷେତ୍ର ଲଗାଇଲା। ତାହାର ଗ୍ଭରିପଟେ ପାଚେରୀ କରିଦେଲା। ଦ୍ରାକ୍ଷାରସ ସଂଗ୍ରହ କରିବା ପାଇଁ ଗୋଟିଏ କୁଣ୍ଡ ତିଆରି କଲା। ସେ ପ୍ରହରୀ ଗୃହଟି ମଧ୍ୟ ତିଆରି କଲା। ସେ କେତେକ କୃଷକଙ୍କୁ ସେହି ବଗିଗ୍ଭକୁ ଭାଗରେ ଦେଲା, ତା'ପରେ ସେ ପରିଭ୍ରମଣ ଉଦ୍ଦେଶ୍ୟରେ ସେ ସ୍ଥାନ ଛାଡ଼ି ଗ୍ଭଲିଗଲା।