ମୀଖା 6:14 - ପବିତ୍ର ବାଇବଲ14 ତୁମ୍ଭେ ଭୋଜନ କରିବ ମାତ୍ର ତୃପ୍ତ ହେବ ନାହିଁ। ତୁମ୍ଭେ ତଥାପି ଭୋକିଲା ଓ ଶୂନ୍ୟ ରହିବ। ତୁମ୍ଭେ ଲୋକମାନଙ୍କୁ ନିରାପଦ ସ୍ଥାନକୁ ଆଣିବାକୁ ଚେଷ୍ଟା କରିବ ମାତ୍ର ତୁମ୍ଭ ସୁରକ୍ଷିତ ଲୋକମାନେ ଖଡ଼୍ଗରେ ନିହତ ହେବେ। Gade chapit laପବିତ୍ର ବାଇବଲ (Re-edited) - (BSI)14 ତୁମ୍ଭେ ଭୋଜନ କରିବ , ମାତ୍ର ତୃପ୍ତ ନୋହିବ ଓ ତୁମ୍ଭ ମଧ୍ୟରେ ତୁମ୍ଭର କ୍ଷୀଣତା ରହିବ; ତୁମ୍ଭେ ସ୍ଥାନାନ୍ତର କରିବ, ମାତ୍ର ନିରାପଦରେ ବହି ନେଇ ପାରିବ ନାହିଁ ଓ ଯାହା ତୁମ୍ଭେ ବହି ନେବ, ତାହା ଆମ୍ଭେ ଖଡ଼୍ଗକୁ ଦେବା। Gade chapit laଓଡିଆ ବାଇବେଲ14 ତୁମ୍ଭେ ଭୋଜନ କରିବ ମାତ୍ର ତୃପ୍ତ ନୋହିବ ଓ ତୁମ୍ଭ ମଧ୍ୟରେ ତୁମ୍ଭର କ୍ଷୀଣତା ରହିବ; ତୁମ୍ଭେ ସ୍ଥାନାନ୍ତର କରିବ, ମାତ୍ର ନିରାପଦରେ ବୋହି ନେଇ ପାରିବ ନାହିଁ ଓ ଯାହା ତୁମ୍ଭେ ବହି ନେବ, ତାହା ଆମ୍ଭେ ଖଡ୍ଗକୁ ଦେବା। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT14 ତୁମ୍ଭେ ଭୋଜନ କରିବ ମାତ୍ର ତୃପ୍ତ ନୋହିବ ଓ ତୁମ୍ଭ ମଧ୍ୟରେ ତୁମ୍ଭର କ୍ଷୀଣତା ରହିବ; ତୁମ୍ଭେ ସ୍ଥାନାନ୍ତର କରିବ, ମାତ୍ର ନିରାପଦରେ ବୋହି ନେଇ ପାରିବ ନାହିଁ ଓ ଯାହା ତୁମ୍ଭେ ବହି ନେବ, ତାହା ଆମ୍ଭେ ଖଡ୍ଗକୁ ଦେବା। Gade chapit la |
ତୁମ୍ଭେ ବହୁ ମଞ୍ଜି ବୁଣୁଛ କିନ୍ତୁ ଅଳ୍ପ ଶସ୍ୟଅମଳ କରୁଛ। ତୁମ୍ଭର ଖାଇବାକୁ ଖାଦ୍ୟ ଅଛି କିନ୍ତୁ ପେଟ ପୁରିବାକୁ ପ୍ରଚୁର ନାହିଁ। ତୁମ୍ଭର ପାନୀୟ ପାଇଁ ଅଳ୍ପ ଦ୍ରାକ୍ଷାରସ ଅଛି। କିନ୍ତୁ ତାହା ତୁମ୍ଭର ଗ୍ଭହିଦା ପୂରଣ ପାଇଁ ଯଥେଷ୍ଟ ନୁହେଁ। ତୁମ୍ଭର ଯଦିଓ କିଛି ବସ୍ତ୍ର ପିନ୍ଧିବାକୁ ଅଛି ତାହା ତୁମ୍ଭମାନଙ୍କୁ ଉଷୁମ ରଖିବାକୁ ଯଥେଷ୍ଟ ନୁହେଁ। ତୁମ୍ଭେମାନେ ଧନ ଅର୍ଜ୍ଜନ କରୁଛ କିନ୍ତୁ ତାହା କୁଆଡ଼େ ଗ୍ଭଲି ଯାଉଛି ତୁମ୍ଭେ ଜାଣିପାରୁ ନାହଁ, ଯେପରିକି ତୁମ୍ଭ ପକେଟରେ ଥିବା କଣା ବାଟେ ସେସବୁ ଗ୍ଭଲି ଯାଉଛି।’”
ଦକ୍ଷିଣର ପଶୁଗଣଙ୍କ ପ୍ରତି ଦୁଃଖ ବାର୍ତ୍ତା: ଯିହୁଦାର ଦକ୍ଷିଣ ପ୍ରାନ୍ତ ଅତି ଭୟଙ୍କର ସ୍ଥାନ। ସେ ସ୍ଥାନ ସିଂହ, ସିଂହୀ, କାଳସର୍ପ ଓ ଉଡ୍ଡୀୟମାନ ଅଗ୍ନିମୟ ସର୍ପରେ ପରିପୂର୍ଣ୍ଣ। ସେହି ସଙ୍କଟମୟ ଓ ଯନ୍ତ୍ରଣାମୟ ଗୋଷ୍ଠୀ ଉପକାର କରିବ ନାହିଁ। ମାତ୍ର ଏପରି ଏକ ଗୋଷ୍ଠୀ ନିକଟକୁ ସେମାନେ ଯୁବା ଗର୍ଦ୍ଦଭଗଣଙ୍କ ସ୍କନ୍ଧରେ ନିଜ ନିଜର ଧନ ଓ ଓଟମାନଙ୍କ ପିଠି ଉପରେ ନିଜ ନିଜର ସମ୍ପତ୍ତି ବହନ କରି ନିଅନ୍ତି।