Biblia Todo Logo
Bib sou entènèt

- Piblisite -




ମୀଖା 5:15 - ପବିତ୍ର ବାଇବଲ

15 କେତେକ ଲୋକ ଆମ୍ଭ କଥା ଶୁଣିବେ ନାହିଁ। କିନ୍ତୁ ଆମ୍ଭେ ଆପଣା କ୍ରୋଧ ପ୍ରକାଶ କରିବା ଏବଂ ସେହି ଲୋକମାନଙ୍କ ଉପରେ ପ୍ରତିଶୋଧ ନେବା।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

15 ଆଉ, ଯେଉଁ ଗୋଷ୍ଠୀମାନେ କଥାରେ ମନୋ-ଯୋଗ କଲେ ନାହିଁ, ସେମାନଙ୍କଠାରୁ ଆମ୍ଭେ କୋପରେ ଓ ପ୍ରଚଣ୍ତତାରେ ପରିଶୋଧ ନେବା।

Gade chapit la Kopi

ଓଡିଆ ବାଇବେଲ

15 ଆଉ, ଯେଉଁ ଗୋଷ୍ଠୀମାନେ କଥାରେ ମନୋଯୋଗ କଲେ ନାହିଁ, ସେମାନଙ୍କଠାରୁ ଆମ୍ଭେ କୋପରେ ଓ ପ୍ରଚଣ୍ଡତାରେ ପରିଶୋଧ ନେବା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

15 ଆଉ, ଯେଉଁ ଗୋଷ୍ଠୀମାନେ କଥାରେ ମନୋଯୋଗ କଲେ ନାହିଁ, ସେମାନଙ୍କଠାରୁ ଆମ୍ଭେ କୋପରେ ଓ ପ୍ରଚଣ୍ଡତାରେ ପରିଶୋଧ ନେବା।

Gade chapit la Kopi




ମୀଖା 5:15
6 Referans Kwoze  

ଯେଉଁମାନେ ପରମେଶ୍ୱରଙ୍କୁ ଜାଣନ୍ତି ନାହିଁ ଓ ଆମ୍ଭ ପ୍ରଭୁ ଯୀଶୁଙ୍କର ସୁସମାଗ୍ଭରକୁ ମାନନ୍ତି ନାହିଁ, ସେମାନଙ୍କୁ ଦଣ୍ଡ ଦେବା ଲାଗି ସେ ଜ୍ୱଳନ୍ତ ଅଗ୍ନିଶିଖା ସହିତ ଆସିବେ।


ବହୁ ଗୋଷ୍ଠୀ ମଧ୍ୟରେ ବିକ୍ଷିପ୍ତ ହୋଇଥିବା ଯାକୁବର ଅବଶିଷ୍ଟାଂଶ ଜଙ୍ଗଲର ପ୍ରାଣୀମାନଙ୍କ ମଧ୍ୟରେ ସିଂହ ସଦୃଶ ବସବାସ କରିବେ। ଆଉ ମଧ୍ୟ ସେମାନେ ମେଷ ପଲରେ ଯୁବା ସିଂହ ସଦୃଶ ଲୋକମାନଙ୍କୁ ଦଳି ପକାଇବେ। ସିଂହ ଜଙ୍ଗଲ ମଧ୍ୟରେ ନିଜ ଇଚ୍ଛା ଅନୁସାରେ ଗତି କରେ ଓ ଯେଉଁ ପ୍ରାଣୀକୁ ଆକ୍ରମଣ କରେ, ତାକୁ କେହି ରକ୍ଷା କରି ପାରିବେ ନାହିଁ।


ସେମାନଙ୍କୁ ଅନ୍ୟ ଗୋଷ୍ଠୀୟମାନଙ୍କୁ ଦଣ୍ଡିତ କରିବାକୁ ଯାଆନ୍ତୁ। ସେମାନଙ୍କୁ ଯିବାକୁ ଓ ଦଣ୍ଡ ଦେବାକୁ ଦିଅ।


ତୁମ୍ଭମାନଙ୍କୁ ଆମ୍ଭେ ‌‌ଖ‌ଡ଼୍‌ଗରେ ଚ୍ଛେଦନ କରିବା ଓ ତୁମ୍ଭେ ସମସ୍ତେ ବଧ୍ୟସ୍ଥାନରେ ନଇଁ ପଡ଼ିବ। କାରଣ ଆମ୍ଭେ ଡାକିଲା ବେଳେ ତୁମ୍ଭେମାନେ ଉତ୍ତର କଲ ନାହିଁ, ଆମ୍ଭେ କଥା କହିଲା ବେଳେ ତୁମ୍ଭେମାନେ ଶୁଣିଲ ନାହିଁ। କିନ୍ତୁ ଆମ୍ଭ ଦୃଷ୍ଟିରେ ଯାହା ମନ୍ଦ ସେହି କାର୍ଯ୍ୟ କଲ ଓ ଯାହା ଆମ୍ଭକୁ ଅସନ୍ତୁଷ୍ଟ କରିବ ସେହି କାର୍ଯ୍ୟକୁ ମନୋନୀତ କଲ।”


ପ୍ରଭୁ ସର୍ବଶକ୍ତିମାନ ସଦାପ୍ରଭୁ ଇସ୍ରାଏଲ ବଳଦାତା କୁହନ୍ତି, “ମୁଁ ମୋର ଶତ୍ରୁମାନଙ୍କୁ ଶାସ୍ତି ଦେବି, ତୁମ୍ଭେମାନେ ମୋତେ ଆହୁରି ଯାତନା ଦେବ ନାହିଁ।


ଶୁଣ, ସଦାପ୍ରଭୁ ଯାହା କହନ୍ତି, “ଉଠ ଏବଂ ତୁମ୍ଭର ଅଭିଯୋଗ ପର୍ବତମାନଙ୍କ ସମ୍ମୁଖରେ ଓ ସେହି ପାହାଡ଼ ଗୁଡ଼ିକ ସମ୍ମୁଖରେ ପ୍ରକାଶ କର, ଯେଉଁ ପାହାଡ଼ଗୁଡ଼ିକ ତୁମ୍ଭର କଥା ଶୁଣନ୍ତି।


Swiv nou:

Piblisite


Piblisite