Biblia Todo Logo
Bib sou entènèt

- Piblisite -




ମୀଖା 5:11 - ପବିତ୍ର ବାଇବଲ

11 ତୁମ୍ଭ ରାଜ୍ୟର ନଗରଗୁଡ଼ିକୁ ଧ୍ୱଂସ କରିବା ଏବଂ ତୁମ୍ଭର ଦୁର୍ଗ ସଦୃଶ ଅଟ୍ଟାଳିକାଗୁଡ଼ିକୁ ଭାଙ୍ଗି ପକାଇବା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ପୁଣି, ଆମ୍ଭେ ତୁମ୍ଭ ଦେଶର ନଗରସବୁ ଉଚ୍ଛିନ୍ନ କରିବା ଓ ତୁମ୍ଭର ଦୃଢ଼ ଦୁର୍ଗସବୁ ଭାଙ୍ଗି ପକାଇବା;

Gade chapit la Kopi

ଓଡିଆ ବାଇବେଲ

11 ପୁଣି, ଆମ୍ଭେ ତୁମ୍ଭ ଦେଶର ନଗରସବୁ ଉଚ୍ଛିନ୍ନ କରିବା ଓ ତୁମ୍ଭର ଦୃଢ଼ ଦୁର୍ଗସବୁ ଭାଙ୍ଗି ପକାଇବା;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ପୁଣି, ଆମ୍ଭେ ତୁମ୍ଭ ଦେଶର ନଗରସବୁ ଉଚ୍ଛିନ୍ନ କରିବା ଓ ତୁମ୍ଭର ଦୃଢ଼ ଦୁର୍ଗସବୁ ଭାଙ୍ଗି ପକାଇବା;

Gade chapit la Kopi




ମୀଖା 5:11
10 Referans Kwoze  

ସେ କହିଲେ, “ଏହା ଯିରୁବ୍ବାବିଲଙ୍କ ପ୍ରତି ସଦାପ୍ରଭୁଙ୍କ ବାର୍ତ୍ତା, ‘ଏହା ପରାକ୍ରମ କି ବଳଦ୍ୱାରା ନୁହେଁ, ଆମ୍ଭର ଆତ୍ମାରୁ ଆସିବ।’ ସର୍ବଶକ୍ତିମାନ୍ ସଦାପ୍ରଭୁ ଏହା କୁହନ୍ତି।


ତେଣୁ ତୁମ୍ଭମାନଙ୍କର ସୈନ୍ୟବାହିନୀ ଯୁଦ୍ଧର ଶବ୍ଦ ଶୁଣିବେ ଏବଂ ତୁମ୍ଭମାନଙ୍କର ସମସ୍ତ ଦୁର୍ଗ ଧ୍ୱଂସ ପାଇବ। ଶଲମନ ବୈଥ୍-ଅରବେଲକୁ ଧ୍ୱଂସ କଲାପରି ଏହା ଘଟିବ। ଯୁଦ୍ଧ ସମୟରେ ମାମାନଙ୍କୁ ସେମାନଙ୍କର ପିଲାମାନଙ୍କ ସହିତ ହତ୍ୟା କରାଗଲା।


ତୁମ୍ଭେ କହିବ, ‘ମୁଁ ପ୍ରାଚୀର ବିହୀନ ସହର ବିଶିଷ୍ଟ ଦେଶକୁ ଯିବି; ସେମାନେ ଶାନ୍ତିରେ ଅଛନ୍ତି, ସେମାନେ ଭାବନ୍ତି ସେମାନେ ନିରାପଦରେ ଅଛନ୍ତି, ସେମାନଙ୍କର ନଗରର ସୁରକ୍ଷା ପାଇଁ ଚତୁର୍ଦ୍ଦିଗରେ ପ୍ରାଚୀର ନାହିଁ କିମ୍ବା ସେମାନଙ୍କର ଅର୍ଗଳ କି କବାଟ ନାହିଁ। ତେଣୁ ଆମ୍ଭେ ସେମାନଙ୍କ ଦେଶ ବିପକ୍ଷରେ ‌‌ଖ‌ଡ଼୍‌ଗ ଆଣିବା।


ତା'ପରେ ମୁଁ ସଦାପ୍ରଭୁଙ୍କୁ ପ୍ରଶ୍ନ କଲି, “ପ୍ରଭୋ! ମୁଁ କେତେକାଳ ଏହା କରିବି?” ସଦାପ୍ରଭୁ ଉତ୍ତର ଦେଲେ, “ଦେଶଗୁଡ଼ିକ ଧ୍ୱଂସ ପାଇବା ପର୍ଯ୍ୟନ୍ତ ଓ ଲୋକମାନେ ସମ୍ପୂର୍ଣ୍ଣ ଲୋପ ହେବା ପର୍ଯ୍ୟନ୍ତ ଏହା କର। ଯେପର୍ଯ୍ୟନ୍ତ ଗୋଟିଏ ହେଲେ ଲୋକ ଗୃହରେ ନ ଥିବା ପର୍ଯ୍ୟନ୍ତ ଓ ଦେଶ ସମ୍ପୂର୍ଣ୍ଣ ଜନଶୂନ୍ୟ ହେବା ପର୍ଯ୍ୟନ୍ତ ଏହା କରି ଗ୍ଭଲ।”


“ତୁମ୍ଭମାନଙ୍କର ଦେଶ ଧ୍ୱଂସ ପ୍ରାପ୍ତ। ତୁମ୍ଭମାନଙ୍କର ନଗରଗୁଡ଼ିକ ଅଗ୍ନିରେ ଭସ୍ମିଭୂତ ହୋଇଅଛି। ତୁମ୍ଭମାନଙ୍କର ଦେଶ ଶତ୍ରୁମାନଙ୍କ ଦ୍ୱାରା ଅଧିକୃତ। ସୈନ୍ୟବାହିନୀ ଦ୍ୱାରା ଦେଶ ଧ୍ୱଂସ ହେଲାପରି ତୁମ୍ଭର ଦେଶ ଧ୍ୱଂସ ହୋଇଯାଇଛି।


ସଦାପ୍ରଭୁ ଯାକୁବର ସକଳ ବାସସ୍ଥାନ ଧ୍ୱଂସ କରିଛନ୍ତି। ସେ ତାହା ପ୍ରତି ଦୟା କରି ନାହାନ୍ତି। ସେ ଆପଣା କ୍ରୋଧରେ ଯିହୁଦା କନ୍ୟାର ଦୃଢ଼ ଦୁର୍ଗଗୁଡ଼ିକୁ ଉତ୍ପାଟନ କରିଛନ୍ତି। ସଦାପ୍ରଭୁ ତାହାର ରାଜ୍ୟ ଓ ତା'ର ଅଧିପତିମାନଙ୍କୁ ଭୂମିସାତ୍ କରିଛନ୍ତି।


ମୁଁ ଏହା କହୁଛି, କାରଣ ତୁମ୍ଭେମାନେ ଯାକୁବ ବଂଶକୁ ପରିତ୍ୟାଗ କରିଛ। ତୁମ୍ଭେମାନେ ସେହି ଲୋକ ଯେଉଁମାନେ କି ପୂର୍ବଦେଶୀୟମାନଙ୍କ ଆଗ୍ଭରରେ ପରିପୂର୍ଣ୍ଣ। ତୁମ୍ଭେମାନେ ପଲେଷ୍ଟୀୟମାନଙ୍କ ପରି ଭବିଷ୍ୟ‌ଦ୍‌ବାଣୀ କହିବାକୁ ଚେଷ୍ଟା କରିବ। ତୁମ୍ଭର ଲୋକମାନେ ବିଦେଶୀୟମାନଙ୍କର ସେହି ଭ୍ରାନ୍ତ ଧାରଣାକୁ ସମ୍ପୂର୍ଣ୍ଣଭାବରେ ଗ୍ରହଣ କରି ନେଇଛନ୍ତି।


ତେଣୁ ଏହିପରି ଭାବରେ ଯାକୁବର ଦୋଷ ପରିମାର୍ଜିତ ହେବ ଓ ତାହାର ପାପ ଦୂରୀଭୂତ ହେବ। ସେହି ଯଜ୍ଞବେଦିର ପ୍ରସ୍ତର ସବୁ ଧୂଳିସାତ ହେବ ଓ ସେହି ଆଶେରା ମୂର୍ତ୍ତି ଓ ସୂର୍ଯ୍ୟ ପ୍ରତିମା ସବୁ ବିନଷ୍ଟ ହେବେ।


Swiv nou:

Piblisite


Piblisite