Biblia Todo Logo
Bib sou entènèt

- Piblisite -




ମୀଖା 1:4 - ପବିତ୍ର ବାଇବଲ

4 ତାଙ୍କର ଆଗମନରେ ପର୍ବତଗୁଡ଼ିକ ଅଗ୍ନି ନିକଟରେ ମହମ ତରଳିଲା ପରି ତରଳି ଯିବ। ଉପତ୍ୟକାଗୁଡ଼ିକ ବିଦୀର୍ଣ୍ଣ ହେବ ଏବଂ ଜଳ ଗଡ଼ାଣିରେ ବହିଲା ପରି ନିମ୍ନକୁ ଗଡ଼ି ଆସିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ତହିଁରେ ଅଗ୍ନି ଆଗରେ ଯେପରି ମହମ ତରଳି ଯାଏ ଓ ଗଡ଼ନ୍ତି ସ୍ଥାନରେ ଜଳ ଗଡ଼ିପଡ଼େ, ସେପରି ତାହାଙ୍କ ପଦ ତଳେ ପର୍ବତଗଣ ତରଳି ଯିବେ ଓ ତଳଭୂମିସକଳ ବିଦୀର୍ଣ୍ଣ ହେବ।

Gade chapit la Kopi

ଓଡିଆ ବାଇବେଲ

4 ତହିଁରେ ଅଗ୍ନି ଆଗରେ ଯେପରି ମହମ ତରଳି ଯାଏ ଓ ଗଡ଼ନ୍ତି ସ୍ଥାନରେ ଜଳ ଗଡ଼ିପଡ଼େ, ସେହିପରି ତାହାଙ୍କ ପଦ ତଳେ ପର୍ବତଗଣ ତରଳି ଯିବେ ଓ ତଳଭୂମିସକଳ ବିଦୀର୍ଣ୍ଣ ହେବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ତହିଁରେ ଅଗ୍ନି ଆଗରେ ଯେପରି ମହମ ତରଳି ଯାଏ ଓ ଗଡ଼ନ୍ତି ସ୍ଥାନରେ ଜଳ ଗଡ଼ିପଡ଼େ, ସେହିପରି ତାହାଙ୍କ ପଦ ତଳେ ପର୍ବତଗଣ ତରଳି ଯିବେ ଓ ତଳଭୂମିସକଳ ବିଦୀର୍ଣ୍ଣ ହେବ।

Gade chapit la Kopi




ମୀଖା 1:4
12 Referans Kwoze  

ସଦାପ୍ରଭୁ ଆସିବେ ଏବଂ ପର୍ବତଗୁଡ଼ିକ ଭୟରେ ଥରିବେ ଏବଂ ପାହାଡ଼ଗୁଡ଼ିକ ତରଳି ଯିବେ। ସଦାପ୍ରଭୁଙ୍କ ଆଗମନରେ ପୃଥିବୀ ମଧ୍ୟ ଭୟରେ ଥରିବ। ବିଶ୍ୱର ସମସ୍ତ ବ୍ୟକ୍ତି ଭୟରେ ଥରିବେ।


ସଦାପ୍ରଭୁଙ୍କ ସମ୍ମୁଖରେ ପର୍ବତଗୁଡ଼ିକ ମହମ ପରି ତରଳି ଗଲେ, ପୃଥିବୀର ପ୍ରଭୁଙ୍କ ସମ୍ମୁଖରେ ତରଳି ଗଲେ।


ପର୍ବତଗୁଡ଼ିକ ତୁମ୍ଭକୁ ଦେଖି ଥରିଲେ। ପ୍ରଚଣ୍ତ ଜଳ ଭୂମିରେ ପ୍ରବାହିତ ହେଲା। ସମୁଦ୍ର ଭୟଙ୍କର ଗର୍ଜନ କଲା, ଢେଉଗୁଡ଼ିକ ଉପରକୁ ଉଠିଲା।


ସଦାପ୍ରଭୁ ଦଣ୍ଡାୟମାନ ହେଲେ ଓ ପୃଥିବୀର ବିଗ୍ଭର କଲେ। ସେ ଦୃଷ୍ଟିଜାତ କରି ଗୋଷ୍ଠୀଗଣଙ୍କୁ ଭିନ୍ନଭିନ୍ନ କରି ତଡ଼ି ଦେଲେ। ଯେଉଁ ପର୍ବତଗୁଡ଼ିକ ବହୁବର୍ଷ ପର୍ଯ୍ୟନ୍ତ ଛିଡ଼ା ହୋଇଥିଲେ ସେଗୁଡ଼ିକ ଧ୍ୱଂସ ହେଲେ। ପୁରାତନ ପାହାଡ଼ଗୁଡ଼ିକର ମଧ୍ୟ ପତନ ହେଲା। କିନ୍ତୁ ପରମେଶ୍ୱର ଅନନ୍ତକାଳସ୍ଥାୟୀ।


ମୋର ପ୍ରଭୁ ସଦାପ୍ରଭୁ ସର୍ବଶକ୍ତିମାନ ପୃଥିବୀକୁ ସ୍ପର୍ଶ କରିବେ ଏବଂ ତାହା ତରଳି ଯିବ। ତତ୍ପରେ ସେଠାରେ ବାସ କରୁଥିବା ସମସ୍ତ ଲୋକ ମୃତ ଲୋକଙ୍କ ପାଇଁ ବିଳାପ କରିବେ। ମିଶରର ନୀଳନଦୀ ପରି ସେହି ଭୂମିର ଉ‌‌‌‌ତ୍‌‌‌‌ଥାପନ ପତନ ଘଟିବ।


“ହେ ସଦାପ୍ରଭୁ, ତୁମ୍ଭେ ପ୍ରଥମେ ସେୟୀରରୁ ବାହାରିଲା ବେଳେ, ତୁମ୍ଭେ ଇଦୋମ କ୍ଷେତ୍ରରୁ ଯାତ୍ରା କଲାବେଳେ ପୃଥିବୀ କମ୍ପିଲା। ଆକାଶ ବିନ୍ଦୁ ପାତ କଲା ମେଘମାଳା ଜଳପାତ କଲା।


ତା'ପରେ ମୁଁ ଗୋଟିଏ ବିରାଟ ଶୁଭ୍ର ସିଂହାସନ ଦେଖିଲି। ମୁଁ ଜଣେ ବ୍ୟକ୍ତିଙ୍କୁ ସେହି ସିଂହାସନରେ ବସିଥିବାର ଦେଖିଲି। ଆକାଶ ଓ ପୃଥିବୀ ତାହାଙ୍କ ପାଖରୁ ଦୌଡ଼ି ଗ୍ଭଲିଗଲେ ଓ ଉଭେଇ ଗଲେ।


ସେତେବେଳେ ସଦାପ୍ରଭୁଙ୍କର ଦୁଇ ପଦ ଯିରୁଶାଲମର ପୂର୍ବ ଦିଗରେ ଥିବା ଅଲିଭ ପର୍ବତ ଉପରେ ଠିଆ ହେବ। ସେହି ଅଲିଭ୍ ପର୍ବତ ବିଦୀର୍ଣ୍ଣ ହେବ ଓ ଏହାର ଗୋଟିଏ ଅଂଶ ଉତ୍ତର ଦିଗକୁ ଓ ଅନ୍ୟ ଅଂଶଟି ଦକ୍ଷିଣ ଦିଗକୁ ଗତି କରିବ। ଗୋଟିଏ ଗଭୀର ଉପତ୍ୟକା ପୂର୍ବ ପଶ୍ଚିମ ହୋଇ ବିସ୍ତୃତ ହେବ।


ଯେମିତି ପବନ ଦ୍ୱାରା ଧୂଆଁ ବିଚ୍ଛୁରିତ ହୁଏ, ସେହିପରି ତୁମ୍ଭର ଶତ୍ରୁ ଛିନ୍ନଭିନ୍ନ ହୁଅନ୍ତୁ। ଯେପରି ନିଆଁରେ ମହମ ତରଳି ଯାଏ, ଏହିପରି ତୁମ୍ଭର ଶତ୍ରୁମାନଙ୍କର ବିନାଶ ହେଉ।


ସଦାପ୍ରଭୁଙ୍କ ଚିତ୍କାର ଶୁଣି ରାଜ୍ୟମାନେ ଭୟରେ କମ୍ପି ଉଠନ୍ତି। ସେହି ରାଜ୍ୟସବୁ ଭାଙ୍ଗି ପଡ଼ିବ ଏବଂ ପୃଥିବୀରେ ଭୂମିକମ୍ପ ହେବ।


Swiv nou:

Piblisite


Piblisite