Biblia Todo Logo
Bib sou entènèt

- Piblisite -




ମାଥିଉ 3:4 - ପବିତ୍ର ବାଇବଲ

4 ଯୋହନଙ୍କ ବସ୍ତ୍ର ଓଟ ଲୋମରେ ତିଆରି ହୋଇଥିଲା, ସେ ଅଣ୍ଟାରେ ଚମଡ଼ା ପଟି ବାନ୍ଧୁଥିଲେ। ପଙ୍ଗପାଳ ଓ ବନମଧୁ ତାହାଙ୍କର ଖାଦ୍ୟ ଥିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ସେହି ଯୋହନ ଓଟ ଲୋମର ବସ୍ତ୍ର ପିନ୍ଧୁଥିଲେ ଓ ଆପଣା କଟିରେ ଚର୍ମପଟୁକା ବାନ୍ଧୁଥିଲେ, ପୁଣି ତାଙ୍କ ଖାଦ୍ୟ ପଙ୍ଗପାଳ (କ୍ୟାରବ ବୃକ୍ଷର ଫଳ) ଓ ବନମଧୁ ଥିଲା।

Gade chapit la Kopi

ଓଡିଆ ବାଇବେଲ

4 ସେହି ଯୋହନ ଓଟ ଲୋମର ବସ୍ତ୍ର ପିନ୍ଧୁଥିଲେ ଓ ଆପଣା ଅଣ୍ଟାରେ ଚର୍ମପଟୁକା ବାନ୍ଧୁଥିଲେ, ପୁଣି, ତାହାଙ୍କ ଖାଦ୍ୟ ପଙ୍ଗପାଳ (କ୍ୟାରବ ବୃକ୍ଷର ଫଳ) ଓ ବନମଧୁ ଥିଲା ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

4 ଯୋହନଙ୍କ ପୋଷକ ଓଟ ଲୋମରେ ତିଆରି ହୋଇଥିଲା। ସେ ତାଙ୍କ ଅଣ୍ଟାରେ ଗୋଟିଏ ଚମଡ଼ାର କଟିବନ୍ଧ ବାନ୍ଧୁଥିଲେ। ପଙ୍ଗପାଳ (କ୍ୟାରବ ବୃକ୍ଷର ଫଳ) ଓ ବନମଧୁ ତାଙ୍କର ଖାଦ୍ୟ ଥିଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ସେହି ଯୋହନ ଓଟ ଲୋମର ବସ୍ତ୍ର ପିନ୍ଧୁଥିଲେ ଓ ଆପଣା ଅଣ୍ଟାରେ ଚର୍ମପଟୁକା ବାନ୍ଧୁଥିଲେ, ପୁଣି, ତାହାଙ୍କ ଖାଦ୍ୟ ପଙ୍ଗପାଳ (କ୍ୟାରବ ବୃକ୍ଷର ଫଳ) ଓ ବନମଧୁ ଥିଲା।

Gade chapit la Kopi




ମାଥିଉ 3:4
12 Referans Kwoze  

ବାର୍ତ୍ତାବହମାନେ ଅହସିୟଙ୍କୁ ଉତ୍ତର କଲେ, “ସେ ଲୋକଟି ଲୋମଶ ବସ୍ତ୍ର ପରିଧାନ କରିଥିଲା ଓ ତା'ର କଟିରେ ଏକ ଚମଡ଼ାର ପଟୁକା ବନ୍ଧା ଥିଲା।” ତା'ପରେ ଅହସିୟ କହିଲେ, “ସେ ପ୍ରକୃତରେ ତି‌‌‌‌ଶ୍‌ବୀୟ ଏଲିୟ।”


ତୁମ୍ଭେମାନେ ସବୁ ଜାତିର ପଙ୍ଗପାଳ, ସବୁ ଜାତିର ବାଘୁଆ ପତଙ୍ଗ, ସବୁ ପ୍ରକାରର ଝିଙ୍କାରୀ ଓ ସବୁ ଜାତିର ଝିଣ୍ଟିକା ଖାଦ୍ୟ ରୂପେ ଭୋଜନ କରି ପାରିବ।


ଯୋହନ ଓଟ ଲୋମରେ ତିଆରି ପୋଷାକ ପିନ୍ଧୁଥିଲେ ଓ ଅଣ୍ଟା ଗ୍ଭରିପଟେ ଗୋଟିଏ ଚମଡ଼ାର ପଟି ବାନ୍ଧୁଥିଲେ। ପଙ୍ଗପାଳ ଓ ବନ-ମଧୁ ତାହାଙ୍କର ଖାଦ୍ୟ ଥିଲା।


ତେବେ କ’ଣ ଦେଖିବାକୁ ତୁମ୍ଭେ ଆସିଥିଲ? କ’ଣ ଉତ୍ତମ ପୋଷାକ ପିନ୍ଧିଥିବା କୌଣସି ବ୍ୟକ୍ତିଙ୍କୁ? ତା’ ନୁହେଁ! ଉତ୍ତମ ପୋଷାକ ପିନ୍ଧୁଥିବା ଲୋକଙ୍କୁ ତୁମ୍ଭେ ରାଜଭବନରେ ପାଇ ପାରିବ।


ସେଦିନ ପ୍ରତ୍ୟେକ ଭବିଷ୍ୟ‌ଦ୍‌ବକ୍ତା ନିଜର କଳ୍ପିତ ଦର୍ଶନ ପାଇଁ ଲଜ୍ଜିତ ହେବେ। ସେମାନେ ଭବିଷ୍ୟ‌ଦ୍‌ବକ୍ତା ପରି ପ୍ରତାରିତ କରିବା ପାଇଁ ଲୋମଶ ବସ୍ତ୍ର ପରିଧାନ କରିବେ ନାହିଁ।


ଯୋହନ ନିଜେ ଅଗ୍ରଗାମୀ ରୂପେ ପ୍ରଭୁଙ୍କ ପୂର୍ବରୁ ଯିବେ। ସେ ଏଲିୟଙ୍କ ପରି ଶକ୍ତିଶାଳୀ ହେବେ। ସେ ଏଲିୟଙ୍କ ଆତ୍ମା ଲାଭ କରିବେ। ସେ ପିତାଗଣ ଓ ସନ୍ତାନମାନଙ୍କ ମଧ୍ୟରେ ଶାନ୍ତି ସ୍ଥାପନ କରିବେ। ପରମେଶ୍ୱରଙ୍କୁ ଅବଜ୍ଞା କରୁଥିବା ଅନେକ ଲୋକମାନଙ୍କୁ ଧାର୍ମିକମାନଙ୍କ ଦୃଷ୍ଟିର ଠିକ୍ ମାର୍ଗକୁ ସେ ନେଇ ଆସିବେ। ପ୍ରଭୁଙ୍କ ଆଗମନ ପାଇଁ ସେ ଲୋକମାନଙ୍କୁ ପ୍ରସ୍ତୁତ କରିବେ।”


ସଦାପ୍ରଭୁ କହିଲେ, “ଦେଖ, ଭବିଷ୍ୟ‌ଦ୍‌ବକ୍ତା ଏଲିୟଙ୍କୁ ଆମ୍ଭେ ତୁମ୍ଭ ନିକଟକୁ ପଠାଇବା। ସଦାପ୍ରଭୁଙ୍କଠାରୁ ମହାନ ଓ ଭୟଙ୍କର ବିଗ୍ଭର ଦିନ ଆସିବା ପୂର୍ବରୁ ସେ ଆସିବେ।


ମୁଁ ମୋର ଦୁଇ ସାକ୍ଷୀଙ୍କୁ କ୍ଷମତା ଦେବି। ସେମାନେ 1,260 ଦିନ ପର୍ଯ୍ୟନ୍ତ ଅଖା ପିନ୍ଧି ଭବିଷ୍ୟ‌‌ଦ୍‌‌‌‌ବାଣୀ କହିବେ।”


ବର୍ତ୍ତମାନର ଲୋକମାନେ ସେହିପରି। ଯୋହନ ଆସିଲେ, କିନ୍ତୁ ଅନ୍ୟମାନଙ୍କ ଭଳି ସେ ଖାଉ ନ ଥିଲେ କି ପିଉ ନ ଥିଲେ। ଲୋକେ କହିଲେ, ‘ତାହାଙ୍କ ଦେହରେ ଭୂତ ପଶି ଯାଇଛି।’


ସଦାପ୍ରଭୁ ପୃଥିବୀର ଉଚ୍ଚସ୍ଥଳୀ ଉପରେ ଯାକୁବଙ୍କୁ ବାହନ ଆହୋରଣ କରାଇଲେ। ଯାକୁବ କ୍ଷେତ୍ରରୁ ଫସଲ ଖାଇଗଲେ। ସଦାପ୍ରଭୁ ପାଷାଣରୁ ମଧୁ ଝରାଇ ଦେଲେ ଏବଂ କଠିନ ଶୀଳାରୁ ଯାକୁବଙ୍କୁ ତୈଳ ଦେଲେ।


ସେହି ସମୟରେ ସଦାପ୍ରଭୁ ଆମୋସଙ୍କ ପୁତ୍ର ଯିଶାଇୟଙ୍କ ଦ୍ୱାରା ଏହି କଥା କହିଲେ, “ଯାଅ, ତୁମ୍ଭ କଟିରୁ ଚଟବସ୍ତ୍ର କାଢ଼ ଓ ପାଦରୁ ପାଦୁକା କାଢ଼।” ଯିଶାଇୟ ସଦାପ୍ରଭୁଙ୍କ ଆଜ୍ଞା ପାଳନ କରି ବିବସ୍ତ୍ର ଏବଂ ଶୂନ୍ୟପାଦ ହୋଇ ଭ୍ରମଣ କଲେ।


Swiv nou:

Piblisite


Piblisite