Biblia Todo Logo
Bib sou entènèt

- Piblisite -




ମାଥିଉ 26:3 - ପବିତ୍ର ବାଇବଲ

3 ତା'ପରେ ପ୍ରଧାନଯାଜକ ଓ ଲୋକମାନଙ୍କ ପ୍ରାଚୀନ ନେତାମାନେ କୟାଫା ନାମକ ମହାଯାଜକଙ୍କ ଭବନର ଅଗଣାରେ ଏକାଠି ହେଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ସେହି ସମୟରେ ପ୍ରଧାନ ଯାଜକ ଓ ଲୋକଙ୍କର ପ୍ରାଚୀନବର୍ଗ କୟାଫା ନାମକ ମହାଯାଜକଙ୍କ ପ୍ରାଙ୍ଗଣରେ ଏକତ୍ର ହେଲେ,

Gade chapit la Kopi

ଓଡିଆ ବାଇବେଲ

3 ସେହି ସମୟରେ ପ୍ରଧାନ ଯାଜକ ଓ ଲୋକଙ୍କର ପ୍ରାଚୀନବର୍ଗ କୟାଫା ନାମକ ମହାଯାଜକଙ୍କ ପ୍ରାଙ୍ଗଣରେ ଏକତ୍ର ହେଲେ,

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

3 ଏହି ସମୟରେ ମୁଖ୍ୟ ପୁରୋହିତ ଓ ଅନ୍ୟାନ୍ୟ ଇହୁଦୀ ନେତାମାନେ ପ୍ରଧାନ ଯାଜକ କୟାଫାଙ୍କ ପ୍ରାସାଦରେ ଏକତ୍ରିତ ହୋଇ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ସେହି ସମୟରେ ପ୍ରଧାନ ଯାଜକ ଓ ଲୋକଙ୍କର ପ୍ରାଚୀନବର୍ଗ କୟାଫା ନାମକ ମହାଯାଜକଙ୍କ ପ୍ରାଙ୍ଗଣରେ ଏକତ୍ର ହେଲେ,

Gade chapit la Kopi




ମାଥିଉ 26:3
23 Referans Kwoze  

ତେଣୁ ହାନାନ ଯୀଶୁଙ୍କୁ ବନ୍ଧା ହୋଇଥିବା ଅବସ୍ଥାରେ ମହାଯାଜକ କୟାଫାଙ୍କ ନିକଟକୁ ପଠାଇଦେଲେ।


ପିତର ଯୀଶୁଙ୍କଠାରୁ ଦୂରରେ ରହି ତାହାଙ୍କ ପଛେ ପଛେ ଆସି ମହାଯାଜକଙ୍କ ଅଗଣା ଭିତରେ ପହଞ୍ଚିଗଲେ। ସେ ସେଠାରେ ପ୍ରହରୀମାନଙ୍କ ସହିତ ବସି ଯାଇ ନିଆଁରେ ସେକି ହେଲେ।


ତା'ପରେ ସେମାନେ ଯୀଶୁଙ୍କୁ କୟାଫାଙ୍କ ଘରୁ ରୋମୀୟ ରାଜ୍ୟପାଳଙ୍କ ପ୍ରାସାଦକୁ ନେଇଗଲେ। ସେତେବେଳେ ପାହାନ୍ତିଆ ସମୟ। ଯିହୂଦୀମାନେ ପ୍ରାସାଦ ଭିତରକୁ ଗଲେ ନାହିଁ। ସେମାନେ ନିଜକୁ ଅପବିତ୍ର କରିବା ପାଇଁ ଗ୍ଭହୁଁ ନ ଥିଲେ, କାରଣ ସେମାନେ ନିସ୍ତାରପର୍ବର ଭୋଜନ ଖାଇବା ପାଇଁ ଗ୍ଭହୁଁଥିଲେ।


କିନ୍ତୁ ମହାଯାଜକ ଓ ଫାରୂଶୀମାନେ ଯୀଶୁଙ୍କ ସମ୍ବନ୍ଧରେ ଗୋଟିଏ ବିଶେଷ ଆଦେଶ ଦେଇଥିଲେ। ସେମାନେ ଘୋଷଣା କରିଥିଲେ ଯେ, ଯୀଶୁ କେଉଁଠାରେ ଅଛନ୍ତି ଏହା ଜାଣିଥିବା ବ୍ୟକ୍ତି ସଙ୍ଗେ ସଙ୍ଗେ ସେମାନଙ୍କୁ ଜଣାଇବ। ତେବେ ମୁଖ୍ୟ ଯାଜକ ଓ ଫାରୂଶୀମାନେ ଯୀଶୁଙ୍କୁ ବନ୍ଦୀ କରି ପାରିବେ।


“‘ମାତ୍ର ତୁମ୍ଭେମାନେ ଯେବେ ଆମ୍ଭର ବାକ୍ୟରେ ଅବଧାନ ନ କର। ବିଶ୍ରାମ ଦିନକୁ ପବିତ୍ରରୂପେ ପାଳନ ନ କର ଓ ବିଶ୍ରାମ ଦିନରେ ବୋଝ ବହନ କରି ଯିରୁଶାଲମର ଦ୍ୱାରରେ ପ୍ରବେଶ କର, ତେବେ ଆମ୍ଭେ ସେହି ଦ୍ୱାର ସମୂହରେ ଅଗ୍ନି ଜଳାଇବା। ଏହା ଯିରୁଶାଲମର ଅଟ୍ଟାଳିକା ସବୁ ଗ୍ରାସ କରିବା ପର୍ଯ୍ୟନ୍ତ ଜଳି ରହିବ।’”


ସଦାପ୍ରଭୁ, ସେମାନେ ମୋ’ ବିପକ୍ଷରେ ଅଛନ୍ତି ବୋଲି ଦେଖାଇବା ପୂର୍ବରୁ ମୁଁ ଏକ ନିରୀହ ମେଷଶାବକ ପରି ହତ୍ୟା ପାଇଁ ରହିଥିଲି। ସେମାନେ ମୋ’ ବିରୁଦ୍ଧରେ ଅଛନ୍ତି ବୋଲି ମୁଁ ଜାଣି ନ ଥିଲି। ସେମାନେ ମୋ’ ବିରୁଦ୍ଧରେ କୁମନ୍ତ୍ରଣା କରି କହିଲେ, “ଆସ ଫଳ ସହିତ ବୃକ୍ଷକୁ କାଟି ନଷ୍ଟ କରିବା। ଲୋକେ ଯେପରି ତାଙ୍କୁ ଆଉ ସ୍ମରଣ ନ କରିବେ ସେଥିପାଇଁ ତାଙ୍କୁ କାଟି ପକାଇବା।”


ସେମାନେ ମୋତେ ହତ୍ୟା କରିବାର ଆଶା ନେଇ ଲୁଚି ରହନ୍ତି ଓ ମୋର ପ୍ରତ୍ୟେକ ଗତିବିଧି ଲକ୍ଷ୍ୟ କରନ୍ତି।


ହାନାନ ଓ କୟାଫା ମହାଯାଜକ ଥିଲେ। ସେହି ସମୟରେ ଜିଖରିୟଙ୍କ ପୁଅ ଯୋହନଙ୍କ ପାଖକୁ ପରମେଶ୍ୱରଙ୍କର ଗୋଟିଏ ଆଜ୍ଞା ଆସିଲା। ଯୋହନ ମରୁଭୂମିରେ ବାସ କରୁଥିଲେ।


ସେହି ସମୟରେ ପିତର ପ୍ରାଙ୍ଗଣ ମଧ୍ୟରେ ବସିଥିଲେ, ଜଣେ ଦାସୀ ପିତରଙ୍କ ପାଖକୁ ଆସିଲା। ସେ କହିଲା, “ତୁମ୍ଭେ ମଧ୍ୟ ଗାଲିଲୀର ଯୀଶୁଙ୍କ ସହିତ ଥିଲ।”


ତା'ପରେ ପୀଲାତଙ୍କ ସୈନ୍ୟମାନେ ଯୀଶୁଙ୍କୁ ପୀଲାତଙ୍କ ରାଜପ୍ରାସାଦ ଭିତରକୁ ନେଇଗଲେ। ସବୁ ସୈନ୍ୟମାନେ ଯୀଶୁଙ୍କ ଗ୍ଭରିପଟେ ଜମା ହୋଇଗଲେ।


ସେହି ସମୟରେ ପିତର ମଧ୍ୟ ଅଗଣା ମଧ୍ୟରେ ଥିଲେ। ପିତରଙ୍କ ପାଖକୁ ମହାଯାଜକଙ୍କର ଜଣେ ଗ୍ଭକରାଣୀ ଆସିଲା।


ସୈନ୍ୟମାନେ ଯୀଶୁଙ୍କୁ ଶାସନକର୍ତ୍ତାଙ୍କ ପ୍ରାସାଦ ଭିତରକୁ ନେଇଗଲେ। ସେମାନେ ଅନ୍ୟ ସମସ୍ତ ସୈନ୍ୟମାନଙ୍କୁ ଏକାଠି ଡାକିଲେ।


ସୈନ୍ୟମାନେ ଅଗଣା ମଝିରେ ନିଆଁ ଜାଳି ଏକାଠି ବସିଗଲେ। ପିତର ମଧ୍ୟ ସେମାନଙ୍କ ସହିତ ବସିଲେ।


Swiv nou:

Piblisite


Piblisite