Biblia Todo Logo
Bib sou entènèt

- Piblisite -




ମାଥିଉ 21:3 - ପବିତ୍ର ବାଇବଲ

3 ଯଦି ତୁମ୍ଭକୁ କେହି ଲୋକ ପଗ୍ଭରେ ଯେ, ତୁମ୍ଭେମାନେ କାହିଁକି ଗଧ ଦୁହିଁଙ୍କୁ ନେଇ ଯାଉଛ, ତେବେ ତୁମ୍ଭେ କହିବ ‘ଏଗୁଡ଼ିକ ପ୍ରଭୁଙ୍କର ଦରକାର। ପରେ ସେ ସେମାନଙ୍କୁ ସଙ୍ଗେ ସଙ୍ଗେ ପଠାଇଦେବେ।’”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ଆଉ, ଯେବେ କେହି ତୁମ୍ଭମାନଙ୍କୁ କିଛି କହେ, ତେବେ କହିବ, ଏମାନଙ୍କଠାରେ ପ୍ରଭୁଙ୍କର ପ୍ରୟୋଜନ ଅଛି। ସେହିକ୍ଷଣି ସେ ସେମାନଙ୍କୁ ପଠାଇଦେବ।

Gade chapit la Kopi

ଓଡିଆ ବାଇବେଲ

3 ଆଉ ଯେବେ କେହି ତୁମ୍ଭମାନଙ୍କୁ କିଛି କହେ, ତେବେ କହିବ ଏମାନଙ୍କଠାରେ ପ୍ରଭୁଙ୍କର ଆବଶ୍ୟକ ଅଛି । ସେହିକ୍ଷଣି ସେ ସେମାନଙ୍କୁ ପଠାଇଦେବ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

3 କେହି କିଛି ପଚାରିଲେ କହିବ, ‘ସେଥିରେ ଗୁରୁଙ୍କର ଦରକାର ଅଛି।’ ତେବେ ସଙ୍ଗେ ସଙ୍ଗେ ସେ ସେମାନଙ୍କୁ ଛାଡ଼ିଦେବ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ଆଉ ଯେବେ କେହି ତୁମ୍ଭମାନଙ୍କୁ କିଛି କହେ, ତେବେ କହିବ ଏମାନଙ୍କଠାରେ ପ୍ରଭୁଙ୍କର ଆବଶ୍ୟକ ଅଛି। ସେହିକ୍ଷଣି ସେ ସେମାନଙ୍କୁ ପଠାଇଦେବ।”

Gade chapit la Kopi




ମାଥିଉ 21:3
18 Referans Kwoze  

ସେ ପରମେଶ୍ୱର ଜୀବନ ଓ ପ୍ରାଣବାୟୁ ପ୍ରଦାନ କରନ୍ତି। ସେ ମନୁଷ୍ୟମାନଙ୍କର ସାହାଯ୍ୟ ଲୋଡ଼ନ୍ତି ନାହିଁ। ତାହାଙ୍କର କୌଣସି ଅଭାବ ନାହିଁ।


ତୁମ୍ଭେମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ସହିତ ପରିଚିତ। ତୁମ୍ଭେମାନେ ଜାଣ ଯେ, ଖ୍ରୀଷ୍ଟ ଈଶ୍ୱରଙ୍କଠାରେ ଧନୀ ହୋଇଥିଲେ ମଧ୍ୟ, ତୁମ୍ଭମାନଙ୍କ ପାଇଁ ସେ ଗରିବ ହେଲେ। ତାହାଙ୍କର ଗରିବ ହେବା ଦ୍ୱାରା ତୁମ୍ଭେମାନେ ଯେପରି ଧନୀ ହୁଅ, ସେଥିପାଇଁ ଯୀଶୁ ଖ୍ରୀଷ୍ଟ ଏପରି କଲେ।


ପରମପିତା ପୁତ୍ରଙ୍କୁ ଭଲ ପାଆନ୍ତି। ସେ ତାହାଙ୍କୁ ସମସ୍ତ ବିଷୟର ଉପରେ କ୍ଷମତା ପ୍ରଦାନ କରିଛନ୍ତି।


ତୁମ୍ଭେ ତାହାଙ୍କୁ ସମସ୍ତ ଲୋକଙ୍କ ଉପରେ କ୍ଷମତା ଦେଇଛ। ଯେପରି ତୁମ୍ଭେ ତାହାଙ୍କୁ ଯେଉଁମାନଙ୍କ ପାଇଁ ଦେଇଛ, ସେସମସ୍ତଙ୍କୁ ସେହି ପୁତ୍ର ଅନନ୍ତ ଜୀବନ ଦିଅନ୍ତି।


ପୃଥିବୀ ଓ ତହିଁରେ ଥିବା ସମସ୍ତ ବସ୍ତୁ ସଦାପ୍ରଭୁଙ୍କର ଅଟେ। ପୃଥିବୀର ସମସ୍ତ ଲୋକ ତାଙ୍କ ଆଶ୍ରିତ ଅଟନ୍ତି।


ସଦାପ୍ରଭୁ, ଆମ୍ଭ ପୂର୍ବପୁରୁଷମାନଙ୍କ ପରମେଶ୍ୱରଙ୍କର ପ୍ରଶଂସା କର। ଯିରୁଶାଲମସ୍ଥ ସଦାପ୍ରଭୁଙ୍କ ମନ୍ଦିରକୁ ସମ୍ମାନ କରିବାକୁ ରାଜାର ଅନ୍ତଃକରଣରେ ପରମେଶ୍ୱର ଏହିପରି ମନୋଭାବ ଦେଇଅଛନ୍ତି। ଯିରୁଶାଲମସ୍ଥ ସଦାପ୍ରଭୁଙ୍କ ମନ୍ଦିରକୁ ସମ୍ମାନ କରିବାକୁ ରାଜାର ଅନ୍ତଃକରଣରେ ପରମେଶ୍ୱର ଏହିପରି ପ୍ରବୃତ୍ତି ଦେଇଅଛନ୍ତି।


ଯିହୁଦା ଏବଂ ବିନ୍ୟାମୀନ ପରିବାରବର୍ଗର ମୁଖିଆମାନେ, ଯାଜକଗଣ ଓ ଲେବୀୟମାନେ ଯିରୁଶାଲମକୁ ଯିବା ପାଇଁ ପ୍ରସ୍ତୁତ ହେଲେ। ସେମାନେ ସେଠାକୁ ସଦାପ୍ରଭୁଙ୍କର ମନ୍ଦିର ନିର୍ମାଣ କରିବା ପାଇଁ ଗଲେ। ପରମେଶ୍ୱର ଯେଉଁମାନଙ୍କ ମନରେ ପ୍ରବୃତ୍ତ ଦେଇଥିଲେ, ସେମାନଙ୍କ ସହିତ ପ୍ରତ୍ୟେକ ଲୋକ ଯିବା ପାଇଁ ପ୍ରସ୍ତୁତ ହେଲେ।


ମୁଁ ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଉଛି ଯେ ତୀତସଙ୍କ ମନରେ ମୋ’ ଭଳି ତୁମ୍ଭମାନଙ୍କ ପ୍ରତି ପ୍ରେମ ଭାବ ରହିଛି।


ପ୍ରଥମ ବର୍ଷରେ କୋରସ୍ ପାରସ୍ୟର ରାଜା ଥିଲେ। ସଦାପ୍ରଭୁ ତାଙ୍କୁ ଏକ ଘୋଷଣା ପତ୍ର ଲେଖିବା ପାଇଁ ଉତ୍ସାହିତ କରିଥିଲେ ଓ ଉକ୍ତ ଘୋଷଣାନାମାକୁ ତାଙ୍କ ରାଜ୍ୟର ଗ୍ଭରିଆଡ଼େ ପଢ଼ି ଶୁଣାଇ ଥିଲେ। ଯିରିମିୟଙ୍କ ଦ୍ୱାରା କୁହାଯାଇଥିବା ସଦାପ୍ରଭୁଙ୍କର ବାକ୍ୟ ପୂରଣ କରିବାକୁ ଏହା ହୋଇଥିଲା। ସେହି ଘୋଷଣାନାମାଟି ଏହିପରି ଥିଲା।


“ସୀଦୋନର ସାରିଫ‌ତ୍‌କୁ ଯାଇ ସେଠାରେ ବାସ କର। ସେଠାରେ ଥିବା ଜଣେ ବିଧବାଙ୍କୁ ଆମ୍ଭେ ଆଜ୍ଞା ଦେଇଅଛୁ, ସେ ତୁମ୍ଭକୁ ଭରଣ ପୋଷଣ କରିବ।”


ଶାଉଲ ମଧ୍ୟ ଗିବିୟାରେ ଥିବା ତାଙ୍କ ଘରକୁ ଫେରିଲେ। କେତେକ ସାହସୀ ବ୍ୟକ୍ତି ଯେଉଁମାନଙ୍କ ହୃଦୟ ପରମେଶ୍ୱର ସ୍ପର୍ଶ କରିଥିଲେ, ସେମାନେ ଶାଉଲଙ୍କୁ ଅନୁସରଣ କଲେ।


ପ୍ରତ୍ୟେକ ଉତ୍ତମ ବିଷୟ ଓ ସିଦ୍ଧ ଦାନ ପରମେଶ୍ୱରଙ୍କଠାରୁ ଆସିଥାଏ। ଯେଉଁ ପରମପିତା ଆକାଶସ୍ଥ ସମସ୍ତ ଜ୍ୟୋତିଃର୍ଗଣ ସୂର୍ଯ୍ୟ, ଚନ୍ଦ୍ର, ତାରାଙ୍କୁ ନିର୍ମାଣ କରିଛନ୍ତି, ତାହାଙ୍କଠାରୁ ଏହି ସମସ୍ତ ଉତ୍ତମ ଦାନ ଆସେ। ପରମେଶ୍ୱର ପରିବର୍ତ୍ତନ ହୁଅନ୍ତି ନାହିଁ, ସେ ସର୍ବଦା ସମାନ ଅଟନ୍ତି।


ଯୀଶୁ ଦୁଇଜଣ ଶିଷ୍ୟଙ୍କୁ ଗାଁକୁ ପଠାଇଲେ। ସେ କହିଲେ, “ତୁମ୍ଭେ ଠିକ୍ ସାମନାରେ ଥିବା ଗାଁକୁ ଯାଅ। ସେଠାରେ ପହଞ୍ଚିବା ପରେ ତୁମ୍ଭେ ଗୋଟିଏ ମାଇ ଗଧ ବନ୍ଧା ହୋଇଥିବାର ଦେଖିବ। ତା’ ସହିତ ଗୋଟିଏ ଗଧଛୁଆ ମଧ୍ୟ ସେଠାରେ ଥିବ। ସେମାନଙ୍କୁ ଖୋଲିଦେବ, ଓ ସେମାନଙ୍କୁ ମୋ’ ପାଖକୁ ନେଇ ଆସିବ।


ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତା ଯାହା କହିଥିଲେ, ତାହା ସଫଳ ହେବା ପାଇଁ ଏସବୁ ଘଟିଲା। ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତା କହିଥିଲେ:


Swiv nou:

Piblisite


Piblisite