Biblia Todo Logo
Bib sou entènèt

- Piblisite -




ମାଥିଉ 10:3 - ପବିତ୍ର ବାଇବଲ

3 ଫିଲି‌ପ୍‌ପ ଓ ବାର୍ଥଲମି, ଥୋମା ଓ କରଆଦାୟକାରୀ ମାଥିଉ, ଆଲଫିଙ୍କ ପୁତ୍ର ଯାକୁବ ଓ ଥଦ୍ଦୀୟ,

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ଫିଲିପ୍ପ ଓ ବାର୍ଥଲମୀ, ଥୋମା ଓ କରଗ୍ରାହୀ ମାଥିଉ, ଆଲଫିଙ୍କ ପୁତ୍ର ଯାକୁବ ଓ ଥଦ୍ଦୀୟ,

Gade chapit la Kopi

ଓଡିଆ ବାଇବେଲ

3 ଫିଲିପ୍ପ ଓ ବାର୍ଥଲମୀ, ଥୋମା ଓ କରଗ୍ରାହୀ ମାଥିଉ, ଆଲଫିଙ୍କ ପୁତ୍ର ଯାକୁବ ଓ ଥଦ୍ଦୀୟ,

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

3 ଫିଲିପ, ବାର୍ଥଲୋମି, ଥୋମା ଓ କରଆଦାୟକାରୀ ମାଥିଉ;ଥଦ୍ଦିୟ, ଆଲଫିଙ୍କ ପୁତ୍ର ଯାକୁବ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ଫିଲିପ୍ପ ଓ ବାର୍ଥଲମୀ, ଥୋମା ଓ କରଗ୍ରାହୀ ମାଥିଉ, ଆଲଫିଙ୍କ ପୁତ୍ର ଯାକୁବ ଓ ଥଦ୍ଦୀୟ,

Gade chapit la Kopi




ମାଥିଉ 10:3
30 Referans Kwoze  

ପ୍ରେରିତମାନେ ସେଠାରେ ପହଞ୍ଚି ଉପର ମହଲାର ଏକ କୋଠରି ଭିତରକୁ ଗଲେ, ସେଠାରେ ସେମାନେ ରହିଲେ। ଏ ପ୍ରେରିତମାନେ ପିତର, ଯୋହନ, ଯାକୁବ, ଆନ୍ଦ୍ରିୟ, ଫିଲି‌ପ୍‌ପ, ଥୋମା, ବାର୍ଥଲମି, ମାଥିଉ, ଆଲଫିର ପୁତ୍ର ଯାକୁବ, ସାହସୀ ଶିମୋନ ଓ ଯାକୁବର ପୁତ୍ର ଯିହୂଦା ଥିଲେ।


ଆନ୍ଦ୍ରିୟ, ଫିଲି‌ପ୍‌ପ, ବାର୍ଥଲମି, ମାଥିଉ, ଥୋମା, ଆଲଫିଙ୍କ ପୁତ୍ର ଯାକୁବ, ଥଦ୍ଦୀୟ, କିଣାନୀୟ ବା ଉ‌ଦ୍‌ଯୋଗୀ ଶିମୋନ ଜିଲୋଟ


ଯୀଶୁ ଯାଉଥିବା ସମୟରେ କରଆଦାୟ ସ୍ଥାନରେ ବସି ଥିବା ଆଲଫିଙ୍କ ପୁଅ ଲେବିଙ୍କୁ ଦେଖି ସେ କହିଲେ, “ମୋତେ ଅନୁସରଣ କର।” ତା'ପରେ ଲେବି ଠିଆ ହେଲେ ଓ ଯୀଶୁଙ୍କୁ ଅନୁସରଣ କଲେ।


ଯୀଶୁ ସେଠାରୁ ଯାଉ ଯାଉ ଦେଖିଲେ ଯେ, କରଆଦାୟ କେନ୍ଦ୍ରରେ ଜଣେ ଲୋକ ବସିଛନ୍ତି। ତାହାଙ୍କ ନାମ ଥିଲା ମାଥିଉ। ଯୀଶୁ ତାହାଙ୍କୁ କହିଲେ, “ମୋର ଅନୁସରଣ କର।” ମାଥିଉ ଉଠି ଯୀଶୁଙ୍କର ଅନୁଗମନ କଲେ।


ଯୀଶୁଙ୍କର କେତେକ ଶିଷ୍ୟ ଏକତ୍ର ହୋଇଥିଲେ, ସେମାନେ ହେଲେ ଶିମୋନ ପିତର, ଥୋମା, (ଡାକନାମ ଦିଦୁମ)। ଗାଲିଲୀର କାନ୍ନା ନିବାସୀ ନିଥନିୟେଲ, ଜେବଦୀର ପୁତ୍ରମାନେ ଓ ଦୁଇଜଣ ଅନ୍ୟ ଶିଷ୍ୟ।


ତା'ପରେ ଥୋମା ଯାହାଙ୍କୁ ଦିଦୁମ କୁହାଯାଉଥିଲା ସେ ଅନ୍ୟ ଶିଷ୍ୟଙ୍କୁ କହିଲେ, “ଗ୍ଭଲ ଆମ୍ଭେମାନେ ମଧ୍ୟ ଯିବା ଓ ଯୀଶୁଙ୍କ ସହିତ ଯିହୂଦାରେ ମରିବା।”


ମୁଁ ଯିହୂଦା, ଯୀଶୁ ଖ୍ରୀଷ୍ଟଙ୍କର ଜଣେ ସେବକ ଓ ଯାକୁବଙ୍କର ଭାଇ ଅଟେ। ଯେଉଁମାନେ ପରମେଶ୍ୱରଙ୍କ ଦ୍ୱାରା ଆହ୍ୱାନ ପାଇଛନ୍ତି ସେମାନଙ୍କ ନିକଟକୁ ଲେଖୁଛି। ପରମ ପିତା ପରମେଶ୍ୱର ତୁମ୍ଭମାନଙ୍କୁ ପ୍ରେମ କରନ୍ତି ଓ ଯୀଶୁ ଖ୍ରୀଷ୍ଟଙ୍କଠାରେ ତୁମ୍ଭେମାନେ ସୁରକ୍ଷିତ ଭାବେ ରଖାଯାଇଛ।


ମୁଁ ପରମେଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜଣେ ସେବକ ଯାକୁବ, ସାରା ପୃଥିବୀରେ ବ୍ୟାପି ହୋଇ ରହିଥିବା ପ୍ରଭୁଙ୍କ ଲୋକମାନଙ୍କୁ ନମସ୍କାର ଜଣାଏ।


ଯାକୁବ, ପିତର ଓ ଯୋହନ ନେତା ରୂପେ ପରିଗଣିତ ହେଉଥିଲେ। ସେମାନେ ଦେଖିଲେ ଯେ, ପରମେଶ୍ୱର ମୋତେ ଏହି ବିଶେଷ ଅନୁଗ୍ରହ ପ୍ରଦାନ କରିଛନ୍ତି। ସେଥିପାଇଁ ସେମାନେ ବର୍ଣ୍ଣ‌ବ୍‌‌‌‌ବା ଓ ମୋତେ ତାହାଙ୍କର ସହଭାଗୀତାର ଦକ୍ଷିଣହସ୍ତ ପ୍ରଦାନ କଲେ। ଯାକୁବ, ପିତର ଓ ଯୋହନ କହିଲେ, “ପାଉଲ ଓ ବର୍ଣ୍ଣ‌ବ୍‌‌‌‌ବା, ତୁମ୍ଭେମାନେ ଅଣଯିହୂଦୀମାନଙ୍କ ପାଖକୁ ଯିବା କଥାରେ ଆମ୍ଭେମାନେ ରାଜି ଅଛୁ। ମାତ୍ର ଆମ୍ଭେମାନେ ଯିହୂଦୀମାନଙ୍କ ପାଖକୁ ଯିବୁ।”


ପିତରଙ୍କ ସହିତ ମୁଁ ପନ୍ଦର ଦିନ ରହିଲି। ମୁଁ ସେଠାରୁ ପ୍ରଭୁଙ୍କ ଭାଇ ଯାକୁବଙ୍କ ଛଡ଼ା ଆଉ କୌଣସି ପ୍ରେରିତଙ୍କୁ ଦେଖା କଲି ନାହିଁ।


ତା’ ପରଦିନ ପାଉଲ ଆମ୍ଭମାନଙ୍କ ସାଙ୍ଗରେ ଯାକୁବଙ୍କୁ ଭେଟିବାକୁ ଗଲେ। ସବୁ ପ୍ରାଚୀନ ଲୋକମାନେ ସମସ୍ତେ ସେଠାରେ ଉପସ୍ଥିତ ଥିଲେ।


ପିତର ସେମାନଙ୍କୁ ହାତରେ ଠାରି ଚୁ‌ପ୍‌ ରହିବାକୁ କହିଲେ। ପ୍ରଭୁ କିପରି ତାହାଙ୍କୁ କାରାଗାରରୁ ବାହାରକରି ଆଣିଲେ, ସେ ସବୁ କଥା ପିତର ସେମାନଙ୍କୁ ବୁଝାଇ କହିଲେ। ସେ ଏ ବିଷୟରେ ଯାକୁବ ଓ ଅନ୍ୟ ଭାଇମାନଙ୍କୁ ଜଣେଇବା ପାଇଁ କହିଲେ। ତା'ପରେ ସେ ଅନ୍ୟ ସ୍ଥାନକୁ ଗ୍ଭଲିଗଲେ।


ଏହା ପରେ ଯୀଶୁ ସେଠାରୁ ଗ୍ଭଲିଗଲେ। ସେ କରଆଦାୟ କରାଯାଉଥିବା କାର୍ଯ୍ୟାଳୟରେ ଲେବୀ ନାମକ ଜଣେ କରଆଦାୟକାରୀଙ୍କୁ ବସିଥିବାର ଦେଖିଲେ। ଯୀଶୁ ତାହାଙ୍କୁ କହିଲେ, “ମୋର ଅନୁସରଣ କର!”


ସେମାନେ କହିବାପରେ ଯାକୁବ ଉତ୍ତର ଦେଲେ, “ଭାଇମାନେ, ମୋ’ କଥା ଶୁଣ।


ତା'ପରେ ଯିହୂଦା (ଇଷ୍କାରିୟୋତ ନୁହନ୍ତି) ତାହାଙ୍କୁ ପଗ୍ଭରିଲେ, “କିନ୍ତୁ ପ୍ରଭୁ ଆପଣ କାହିଁକି ଆମଠାରେ ନିଜକୁ ଦେଖାଇବା ପାଇଁ ଯୋଜନା କରୁଛନ୍ତି, ସାରା ଜଗତକୁ କାହିଁକି ଦେଖାଉ ନାହାନ୍ତି।”


ଯୀଶୁ ଉତ୍ତର ଦେଲେ, “ଫିଲି‌ପ୍‌ପ, ମୁଁ ତୁମ୍ଭ ସହିତ ଦୀର୍ଘ ସମୟଧରି ରହିଛି। ସେଥିପାଇଁ ତୁମ୍ଭେ ମୋତେ ଜାଣିବା ଉଚିତ୍। ମୋତେ ଯିଏ ଦେଖିଛି, ସେ ପରମପିତାଙ୍କୁ ମଧ୍ୟ ଦେଖିଛି। ତେଣୁ ତୁମ୍ଭେ ମୋତେ କାହିଁକି କହୁଛ, ‘ଆମ୍ଭକୁ ପରମପିତାଙ୍କୁ ଦେଖାଅ?’


ସେମାନଙ୍କ ମଧ୍ୟରେ ମ‌ଗ୍‌‌ଦଲିନୀ ମରିୟମ, ଯାକୁବ ଓ ଯୋଷେଫଙ୍କ ମା ମରିୟମ ଓ ଜେବଦୀଙ୍କ ପୁତ୍ରମାନ (ଯାକୁବ ଓ ଯୋହନ) ଙ୍କ ମା ଥିଲେ।


ଯଦି ସେ ଲୋକ ସେମାନଙ୍କ କଥା ମଧ୍ୟ ଶୁଣିବାକୁ ମନା କରିଦିଏ, ତେବେ ମଣ୍ଡଳୀକୁ କୁହ। ଯଦି ସେ ଲୋକ ମଣ୍ଡଳୀ କଥା ନ ଶୁଣେ, ତେବେ ପରମେଶ୍ୱରଙ୍କୁ ବିଶ୍ୱାସ କରୁ ନ ଥିବା ଲୋକ କିମ୍ବା ଜଣେ କରଆଦାୟକାରୀକୁ ଯେଭଳି ବ୍ୟବହାର କରାଯାଏ, ତାହାକୁ ସେହିଭଳି ବ୍ୟବହାର କର।


କେତେକ ସ୍ତ୍ରୀଲୋକ କ୍ରୁଶଠାରୁ କିଛି ଦୂରରେ ଠିଆ ହୋଇ ଦେଖୁଥିଲେ। ସେମାନଙ୍କ ମଧ୍ୟରେ ମ‌ଗ୍‌ଦଲୀନୀ ସହରରୁ ଆସିଥିବା ମରିୟମ, ଶଲୋମୀ, ଯାକୁବ ଓ ଯୋସିଙ୍କ ମା ମରିୟମ ଥିଲେ। ଯାକୁବ ମରିୟମଙ୍କର ସାନ ପୁଅ ଥିଲା।


“ଜଣେ ଫାରୂଶୀ ଓ ଜଣେ କରଆଦାୟକାରୀ ଥିଲେ। ଦିନେ ସେହି ଦୁଇଜଣ ପ୍ରାର୍ଥନା କରିବାକୁ ମନ୍ଦିରକୁ ଗଲେ।


ଫାରୂଶୀଜଣକ କରଆଦାୟକାରୀଙ୍କଠାରୁ ଦୂରରେ ଅଲଗା ଠିଆ ହୋଇଥିଲେ। ଫାରୂଶୀ ଜଣକ ପ୍ରାର୍ଥନା କଲାବେଳେ କହିଲେ, ‘ହେ ପରମେଶ୍ୱର, ମୁଁ ଅନ୍ୟ ଲୋକଙ୍କ ଭଳି ଖରାପ ହୋଇ ନ ଥିବାରୁ ତୁମ୍ଭକୁ କୃତଜ୍ଞତା ଜଣାଉଛି। ମୁଁ ଗ୍ଭେରି, ଠକାମି, ବ୍ୟଭିଗ୍ଭର, ପାପ କରୁଥିବା ଲୋକମାନଙ୍କ ଭଳି ନୁହେଁ। ମୁଁ ଏହି କରଆଦାୟକାରୀ ଅପେକ୍ଷା ଭଲ ହୋଇଥିବାରୁ ତୁମ୍ଭ ପାଖରେ କୃତଜ୍ଞତା ଜଣାଉଛି।


“କରଆଦାୟକାରୀ ମଧ୍ୟ ଅଲଗା ଏକାକୀ ଠିଆ ହୋଇଥିଲେ। କିନ୍ତୁ ପ୍ରାର୍ଥନା କଲେ ବେଳେ ସେ ସ୍ୱର୍ଗ ଆଡ଼କୁ ମଧ୍ୟ ଗ୍ଭହିଁଲେ ନାହିଁ। କରଆଦାୟକାରୀ ପରମେଶ୍ୱରଙ୍କ ପାଖରେ ନିଜକୁ ନମ୍ର କରି ପ୍ରାର୍ଥନା କଲେ, “ହେ ପରମେଶ୍ୱର, ମୋ’ ଉପରେ ଦୟା କର। ମୁଁ ଜଣେ ପାପୀ।”


ଯିରୀହୋରେ ଜଖିୟ ବୋଲି ଜଣେ ଲୋକ ଥିଲେ। ସେ ଜଣେ ପ୍ରଧାନ କରଆଦାୟକାରୀ ଥିଲେ ଓ ସେ ବହୁତ ଧନୀ ଥିଲେ।


ନିଥନିୟେଲ ଯୀଶୁଙ୍କୁ ପଗ୍ଭରିଲେ, “ଆପଣ ମୋତେ କିପରି ଜାଣିଲେ?” ଯୀଶୁ ଉତ୍ତର ଦେଲେ, “ଫିଲିପ୍ପ ତୁମ୍ଭକୁ ମୋ’ ବିଷୟରେ କହିବା ପୂର୍ବେ ତୁମ୍ଭେ ଯେତେବେଳେ ଡିମିରି ଗଛ ତଳେ ଥିଲ, ସେତେବେଳେ ମୁଁ ତୁମ୍ଭକୁ ଦେଖିଥିଲି।”


ଥୋମା କହିଲେ, “ପ୍ରଭୁ, ଆପଣ କେଉଁଆଡ଼େ ଯାଉଛନ୍ତି, ଆମ୍ଭେ ଜାଣି ନାହୁଁ। ତେଣୁ ସେଠାକୁ ଯିବାର ପଥ ଆମ୍ଭେ ଜାଣିବୁ କିପରି?”


Swiv nou:

Piblisite


Piblisite