ମାଥିଉ 1:12 - ପବିତ୍ର ବାଇବଲ12 ସେମାନଙ୍କୁ ବାବିଲୋନକୁ ନିଆଯିବା ପରେ: ଯିକନିୟ ଶଲ୍ଟୀୟେଲଙ୍କ ବାପା। ଶଲ୍ଟୀୟେଲ ଜିରୁବାବିଲଙ୍କ ଜେଜେ ବାପା। Gade chapit laପବିତ୍ର ବାଇବଲ (Re-edited) - (BSI)12 ବାବିଲୋନକୁ ନିର୍ବାସିତ ହେବା ପରେ ଯିକନୀୟ ଶଲ୍ଟୀୟେଲଙ୍କୁ ଜନ୍ମ ଦେଲେ, ଶଲ୍ଟୀୟେଲ ଜିରୁବାବିଲଙ୍କୁ ଜନ୍ମ ଦେଲେ, Gade chapit laଓଡିଆ ବାଇବେଲ12 ବାବିଲୋନକୁ ନିର୍ବାସିତ ହେବା ପରେ ଯିକନୀୟ ଶଲ୍ଟୀୟେଲଙ୍କୁ ଜନ୍ମ ଦେଲେ, ଶଲ୍ଟୀୟେଲ୍ ଜିରୁବାବିଲଙ୍କୁ ଜନ୍ମ ଦେଲେ, Gade chapit laପବିତ୍ର ବାଇବଲ (CL) NT (BSI)12 ଯିଖନିୟଙ୍କ ପୁତ୍ର ଶଅଲ୍ଥୀୟେଲ ବାବିଲୋନରେ ଜନ୍ମ ହେଲେ। ଶଅଲ୍ଥୀୟେଲଙ୍କ ପୁତ୍ର ଜିରୁବାବେଲ; Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT12 ବାବିଲକୁ ନିର୍ବାସିତ ହେବା ପରେ ଯିକନୀୟ ଶଲ୍ଟୀୟେଲଙ୍କୁ ଜନ୍ମ ଦେଲେ, ଶଲ୍ଟୀୟେଲ୍ ଜିରୁବାବିଲଙ୍କୁ ଜନ୍ମ ଦେଲେ, Gade chapit la |
ତା'ପରେ ସଦାପ୍ରଭୁ ତାଙ୍କର ନିର୍ମାଣ ବିଷୟରେ ଲୋକମାନଙ୍କୁ ଉତ୍ତେଜିତ କଲେ। ଯିହୁଦାର ଶାସକ ଶଲ୍ଟିୟେଲଙ୍କ ପୁତ୍ର ଯିରୁବ୍ବାବିଲଙ୍କୁ ଓ ମହାଯାଜକ ଯିହୋଷାଦକଙ୍କ ପୁତ୍ର ଯିହୋଶୂୟଙ୍କୁ ମଧ୍ୟ ସଦାପ୍ରଭୁ ଉତ୍ତେଜିତ କଲେ। ତାଙ୍କର ମନ୍ଦିର ନିର୍ମାଣ କରିବା ବିଷୟରେ ସଦାପ୍ରଭୁ ସବୁ ଲୋକଙ୍କୁ ଉତ୍ତେଜିତ କଲେ। ସେମାନେ ସର୍ବଶକ୍ତିମାନ ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କାମ ଆରମ୍ଭ କଲେ।
ପାରସ୍ୟ ରାଜା ଦାରିୟାବସଙ୍କର ରାଜତ୍ୱର ଦ୍ୱିତୀୟ ବର୍ଷର ଛଅମାସର ପ୍ରଥମ ଦିବସରେ ହାଗୟ ପରମେଶ୍ୱରଙ୍କଠାରୁ ଏହି ବାର୍ତ୍ତା ପାଇଲେ। ଏହି ବାର୍ତ୍ତା ଶଲ୍ଟୀୟେଲଙ୍କ ପୁତ୍ର ଯିରୁବ୍ବାବିଲ ଓ ଯିହୋଷାଦକଙ୍କ ପୁତ୍ର ଯିହୋଶୂୟଙ୍କ ପାଇଁ ଥିଲା। ଯିରୁବ୍ବାବିଲ ଯିହୁଦାର ଦେଶାଧ୍ୟକ୍ଷ ଓ ଯିହୋଶୂୟ ଜଣେ ମହାନ ଯାଜକ ଥିଲେ। ଭବିଷ୍ୟଦ୍ବକ୍ତା ହାଗୟଙ୍କ ଦ୍ୱାରା କୁହାଯାଇଥିବା ବାର୍ତ୍ତା ଏହା ହିଁ ଅଟେ।
ଅନନ୍ତର ଯିହୁଦାର ରାଜା ଯିହୋୟାଖୀନଙ୍କ ବନ୍ଦୀତ୍ୱର ସଇଁତିରିଶ୍ ବର୍ଷର ଦ୍ୱାଦଶ ମାସରେ, ମାସର ସତାଇଶ୍ ଦିନରେ ବାବିଲ ରାଜା ଇବିଲ-ମରୋଦକ୍। ସେ ରାଜତ୍ୱ ଆରମ୍ଭ କରିବା ବର୍ଷରେ ବନ୍ଦୀରୁ ଯିହୁଦାର ରାଜା ଯିହୋୟାଖୀନଙ୍କୁ ବାହାର କଲେ ଓ ତାଙ୍କୁ ଅନ୍ୟ ରାଜାଙ୍କଠାରୁ ତାଙ୍କୁ ଅଧିକ ମହତ୍ତ୍ୱପୂର୍ଣ୍ଣ ସ୍ଥାନରେ ବସିବାକୁ ଦେଲେ। ତାହା ବାବିଲୋନରେ ତାଙ୍କ ସହିତ ଏପରି ଥିଲା।