Biblia Todo Logo
Bib sou entènèt

- Piblisite -




ମଲାଖୀ 4:5 - ପବିତ୍ର ବାଇବଲ

5 ସଦାପ୍ରଭୁ କହିଲେ, “ଦେଖ, ଭବିଷ୍ୟ‌ଦ୍‌ବକ୍ତା ଏଲିୟଙ୍କୁ ଆମ୍ଭେ ତୁମ୍ଭ ନିକଟକୁ ପଠାଇବା। ସଦାପ୍ରଭୁଙ୍କଠାରୁ ମହାନ ଓ ଭୟଙ୍କର ବିଗ୍ଭର ଦିନ ଆସିବା ପୂର୍ବରୁ ସେ ଆସିବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ଦେଖ, ସଦାପ୍ରଭୁଙ୍କର ମହତ ଓ ଭୟଙ୍କର ଦିନର ଆଗମନ ପୂର୍ବେ ଆମ୍ଭେ ତୁମ୍ଭମାନଙ୍କ ନିକଟକୁ ଏଲୀୟ ଭବିଷ୍ୟଦ୍ବକ୍ତାଙ୍କୁ ପ୍ରେରଣ କରିବା।

Gade chapit la Kopi

ଓଡିଆ ବାଇବେଲ

5 ଦେଖ, ସଦାପ୍ରଭୁଙ୍କର ମହତ୍ ଓ ଭୟଙ୍କର ଦିନର ଆଗମନ ପୂର୍ବେ ଆମ୍ଭେ ତୁମ୍ଭମାନଙ୍କ ନିକଟକୁ ଏଲୀୟ ଭବିଷ୍ୟଦ୍‍ବକ୍ତାଙ୍କୁ ପ୍ରେରଣ କରିବା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ଦେଖ, ସଦାପ୍ରଭୁଙ୍କର ମହତ୍ ଓ ଭୟଙ୍କର ଦିନର ଆଗମନ ପୂର୍ବେ ଆମ୍ଭେ ତୁମ୍ଭମାନଙ୍କ ନିକଟକୁ ଏଲୀୟ ଭବିଷ୍ୟଦ୍‍ବକ୍ତାଙ୍କୁ ପ୍ରେରଣ କରିବା।

Gade chapit la Kopi




ମଲାଖୀ 4:5
16 Referans Kwoze  

ଯୋହନ ନିଜେ ଅଗ୍ରଗାମୀ ରୂପେ ପ୍ରଭୁଙ୍କ ପୂର୍ବରୁ ଯିବେ। ସେ ଏଲିୟଙ୍କ ପରି ଶକ୍ତିଶାଳୀ ହେବେ। ସେ ଏଲିୟଙ୍କ ଆତ୍ମା ଲାଭ କରିବେ। ସେ ପିତାଗଣ ଓ ସନ୍ତାନମାନଙ୍କ ମଧ୍ୟରେ ଶାନ୍ତି ସ୍ଥାପନ କରିବେ। ପରମେଶ୍ୱରଙ୍କୁ ଅବଜ୍ଞା କରୁଥିବା ଅନେକ ଲୋକମାନଙ୍କୁ ଧାର୍ମିକମାନଙ୍କ ଦୃଷ୍ଟିର ଠିକ୍ ମାର୍ଗକୁ ସେ ନେଇ ଆସିବେ। ପ୍ରଭୁଙ୍କ ଆଗମନ ପାଇଁ ସେ ଲୋକମାନଙ୍କୁ ପ୍ରସ୍ତୁତ କରିବେ।”


ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି, “ଆମ୍ଭର ପଥ ପରିଷ୍କାର କରିବା ପାଇଁ ଆମ୍ଭେ ଆପଣା ଦୂତକୁ ପ୍ରେରଣ କରିବା। ଆଉ ଦେଖ ତୁମ୍ଭେମାନେ ଯେଉଁ ପ୍ରଭୁଙ୍କୁ ଅନ୍ୱେଷଣ କରୁଛ ସେ ହଠାତ୍ ତାଙ୍କ ମନ୍ଦିରକୁ ଆସିବ। ନିଶ୍ଚୟ ଚୁକ୍ତିର ବାର୍ତ୍ତାବାହକ ତୁମ୍ଭେ ଯାହା ବିଷୟରେ ସନ୍ତୁଷ୍ଟ ସେ ଆସୁଛନ୍ତି।


ସେଥିରେ ସେମାନେ ଯୋହନଙ୍କୁ ପଗ୍ଭରିଲେ, “ତାହାହେଲେ ଆପଣ କିଏ? ଆପଣ କ'ଣ ଏଲିୟ?” ସେ ଉତ୍ତର ଦେଲେ, “ନା, ମୁଁ ଏଲିୟ ନୁହେଁ।” ପୁଣି ସେମାନେ ପଗ୍ଭରିଲେ, “ଆପଣ କ'ଣ ସେହି ଭବିଷ୍ୟ‌‌‌ଦ୍‌‌‌ବକ୍ତା?” ଯୋହନ ଉତ୍ତର ଦେଲେ, “ନା, ମୁଁ ସେହି ଭବିଷ୍ୟ‌‌‌ଦ୍‌‌‌ବକ୍ତା ନୁହେଁ।”


ସଦାପ୍ରଭୁଙ୍କର ସେହି ମହାନ ଓ ଅ‌‌ଦ୍‌‌ଭୂତ ଦିନର ଆଗମନରେ ସୂର୍ଯ୍ୟ ଅନ୍ଧକାରମୟ ଓ ଚନ୍ଦ୍ର ରକ୍ତବର୍ଣ୍ଣ ହୋଇଯିବେ।


ଏକ ବ୍ୟକ୍ତିର ଉଚ୍ଚସ୍ୱର ଶୁଣ, “ତୁମ୍ଭେମାନେ ପ୍ରାନ୍ତରରେ ସଦାପ୍ରଭୁଙ୍କ ପାଇଁ ପଥ ପ୍ରସ୍ତୁତ କର। ମରୁଭୂମିରେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ରାଜପଥ ସଳଖ ଓ ଚି‌କ୍‌କଣ କର।


ସେମାନଙ୍କର କ୍ରୋଧର ମହାଦିନ ଆସି ଗଲାଣି। ଏହା ବିରୁଦ୍ଧରେ କେହି ଠିଆ ହୋଇ ପାରିବେ ନାହିଁ।”


“ସେହି ଦିନ ଆସୁଅଛି ଯାହାକି ଉହ୍ମେଇ ପରି ଜଳିବ। ସେହି ସମସ୍ତ ଅହଙ୍କାରୀ ଲୋକମାନେ ଏବଂ ମନ୍ଦକାର୍ଯ୍ୟ କରୁଥିବା ଲୋକମାନେ ନଡ଼ାପରି ଜଳିଯିବେ। ସେହି ଅଗ୍ନି ଗୋଟିଏ ଶାଖା କି ମୂଳ ମଧ୍ୟ ଛାଡ଼ିବ ନାହିଁ।” ସର୍ବଶକ୍ତିମାନ୍ ସଦାପ୍ରଭୁ ଏହି କଥା କହିଥିଲେ।


ଏହି ଲୋକମାନେ ଯୋହନଙ୍କୁ କହିଲେ, “ଆପଣ କହୁଛନ୍ତି ଯେ ଆପଣ ଖ୍ରୀଷ୍ଟ ନୁହଁନ୍ତି। ଆପଣ କହୁଛନ୍ତି ଯେ ଆପଣ ଏଲୀୟ ନୁହଁନ୍ତି କିମ୍ବା ସେହି ଭବିଷ୍ୟ‌‌‌ଦ୍‌‌‌ବକ୍ତା ନୁହଁନ୍ତି, ତେବେ ଆପଣ କାହିଁକି ଲୋକମାନଙ୍କୁ ବାପ୍ତିସ୍ମ ଦେଉଛନ୍ତି?”


ତା'ପରେ ସେଠାରେ ଦୁଇଜଣ ପୁରୁଷ ଯୀଶୁଙ୍କ ସହିତ କଥାବାର୍ତ୍ତା କରୁଥିଲେ। ସେମାନେ ମୋଶା ଓ ଏଲିୟ ଥିଲେ।


ସଦାପ୍ରଭୁଙ୍କର ସେହି ବିଶେଷ ଦିବସ ଖୁବ୍ ଶୀଘ୍ର ଆସୁଛି। ସେହି ଦିନ ଅତି ସନ୍ନିକଟ। ବିଗ୍ଭରର ସେହି ବିଶେଷ ଦିବସରେ ଲୋକମାନେ ଏକ ଅତି ଦୁଃଖପୂର୍ଣ୍ଣ ଶବ୍ଦ ଶୁଣିବେ। ଏପରିକି ଶକ୍ତିଶାଳୀ ସୈନ୍ୟମାନେ ଚିତ୍କାର କରି ଉଠିବେ।


Swiv nou:

Piblisite


Piblisite