ମଲାଖୀ 4:1 - ପବିତ୍ର ବାଇବଲ1 “ସେହି ଦିନ ଆସୁଅଛି ଯାହାକି ଉହ୍ମେଇ ପରି ଜଳିବ। ସେହି ସମସ୍ତ ଅହଙ୍କାରୀ ଲୋକମାନେ ଏବଂ ମନ୍ଦକାର୍ଯ୍ୟ କରୁଥିବା ଲୋକମାନେ ନଡ଼ାପରି ଜଳିଯିବେ। ସେହି ଅଗ୍ନି ଗୋଟିଏ ଶାଖା କି ମୂଳ ମଧ୍ୟ ଛାଡ଼ିବ ନାହିଁ।” ସର୍ବଶକ୍ତିମାନ୍ ସଦାପ୍ରଭୁ ଏହି କଥା କହିଥିଲେ। Gade chapit laପବିତ୍ର ବାଇବଲ (Re-edited) - (BSI)1 କାରଣ ଦେଖ, ସେଦିନ ଆସୁଅଛି, ତାହା ତୁନ୍ଦୁର ପରି ଜଳୁଅଛି; ପୁଣି, ଅହଙ୍କାରୀ ଓ ଦୁଷ୍ଟାଚାରୀ ସମସ୍ତେ ନଡ଼ା ପରି ହେବେ; ଆଉ, ସେମାନଙ୍କର ମୂଳ କି ଡାଳ ଯେପରି ଅବଶିଷ୍ଟ ନ ରହିବ , ଏଥିପାଇଁ ଯେଉଁ ଦିନ ଆସୁଅଛି, ତାହା ସେମାନଙ୍କୁ ଦଗ୍ଧ କରିବ, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି। Gade chapit laଓଡିଆ ବାଇବେଲ1 “କାରଣ ଦେଖ, ସେହିଦିନ ଆସୁଅଛି, ତାହା ଅଗ୍ନିକୁଣ୍ଡ ପରି ଜଳୁଅଛି; ପୁଣି, ଅହଙ୍କାରୀ ଓ ଦୁଷ୍ଟାଚାରୀ ସମସ୍ତେ ନଡ଼ା ପରି ହେବେ; ଆଉ, ସେମାନଙ୍କର ମୂଳ କି ଡାଳ ଯେପରି ଅବଶିଷ୍ଟ ନ ରହିବ, ଏଥିପାଇଁ ଯେଉଁ ଦିନ ଆସୁଅଛି, ତାହା ସେମାନଙ୍କୁ ଦଗ୍ଧ କରିବ,” ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT1 କାରଣ ଦେଖ, ସେହି ଦିନ ଆସୁଅଛି, ତାହା ଅଗ୍ନିକୁଣ୍ଡ ପରି ଜଳୁଅଛି; ପୁଣି, ଅହଙ୍କାରୀ ଓ ଦୁଷ୍ଟାଚାରୀ ସମସ୍ତେ ନଡ଼ା ପରି ହେବେ; ଆଉ, ସେମାନଙ୍କର ମୂଳ କି ଡାଳ ଯେପରି ଅବଶିଷ୍ଟ ନ ରହିବ, ଏଥିପାଇଁ ଯେଉଁ ଦିନ ଆସୁଅଛି, ତାହା ସେମାନଙ୍କୁ ଦଗ୍ଧ କରିବ, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି। Gade chapit la |
ସେହି ଲୋକମାନଙ୍କ ପାଇଁ ମନ୍ଦଫଳ ଗଚ୍ଛିତ ରହିବ। ସେମାନଙ୍କର ପରବର୍ତ୍ତୀ ବଂଶଧର ସମ୍ପୂର୍ଣ୍ଣ ଭାବରେ ପୋଛି ହୋଇଯିବେ, ଯେପରି ନଡ଼ା ଓ ଶୁଷ୍କପତ୍ର ଅଗ୍ନିରେ ପୋଡ଼ି ଭସ୍ମ ହୋଇଯାଏ। ଯେପରି ବୃକ୍ଷର ମୂଳ ସଢ଼ିଯାଇ ଧୂଳି ହୋଇଯାଏ ଓ ପୁଷ୍ପ ଅଗ୍ନିରେ ଭସ୍ମୀଭୂତ ହୋଇ ତା'ର ପାଉଁଶ ପବନରେ ଉଡ଼ିଯାଏ ସେହିପରି ସେମାନଙ୍କର ବଂଶଧର ଧ୍ୱଂସ ପାଇଯିବେ। କାରଣ ସେମାନେ ସର୍ବଶକ୍ତିମାନ ସଦାପ୍ରଭୁଙ୍କର ଶିକ୍ଷାସମୂହକୁ ଅବଜ୍ଞା କରିଛନ୍ତି ଓ ଇସ୍ରାଏଲର ପବିତ୍ର ପରମେଶ୍ୱରଙ୍କ ବାକ୍ୟକୁ ଅଗ୍ରାହ୍ୟ କରିଛନ୍ତି।