ମଲାଖୀ 3:5 - ପବିତ୍ର ବାଇବଲ5 ତା'ପରେ ଆମ୍ଭେ ତୁମ୍ଭ ନିକଟକୁ ଆସିବା ଓ ଉଚିତ୍ ବିଗ୍ଭର କରିବା। ଆମ୍ଭେ ଅତି ଶୀଘ୍ର ସାକ୍ଷ୍ୟ ଦେବା ସେମାନଙ୍କ ବିରୁଦ୍ଧରେ, ଯେଉଁମାନେ ମାୟାବୀ, ବ୍ୟଭିଗ୍ଭରୀ, ମିଥ୍ୟାବାଦୀ ଏବଂ ଯେଉଁମାନେ କାମ କରିବା ଲୋକଙ୍କୁ ଠକନ୍ତି। ଯେଉଁମାନେ ବିଧବା ଓ ଅନାଥମାନଙ୍କୁ ଅତ୍ୟାଗ୍ଭର କରନ୍ତି, ବିଦେଶୀମାନଙ୍କୁ ତଡ଼ି ଦିଅନ୍ତି। ସେହିପରି ଲୋକମାନେ ଆମ୍ଭକୁ ଭୟ ଓ ସମ୍ମାନ କରନ୍ତି ନାହିଁ।” ସର୍ବଶକ୍ତିମାନ ସଦାପ୍ରଭୁ ଏହି କଥା କହିଥିଲେ। Gade chapit laପବିତ୍ର ବାଇବଲ (Re-edited) - (BSI)5 ପୁଣି, ଆମ୍ଭେ ବିଚାର କରିବା ପାଇଁ ତୁମ୍ଭମାନଙ୍କ ନିକଟକୁ ଆସିବା; ଆଉ, ମାୟାବୀ ଓ ପାରଦାରିକ ଓ ମିଥ୍ୟା ଶପଥକାରୀମାନଙ୍କ ପ୍ରତିକୂଳରେ ଓ ଯେଉଁମାନେ ବେତନଜୀବୀର ବେତନ ବିଷୟରେ , ବିଧବା ଓ ପିତୃହୀନ ପ୍ରତି ଅତ୍ୟାଚାର କରନ୍ତି, ଆଉ ବିଦେଶୀର ପ୍ରତି ଅନ୍ୟାୟ କରନ୍ତି ଓ ଆମ୍ଭଙ୍କୁ ଭୟ ନ କରନ୍ତି, ସେମାନଙ୍କ ବିରୁଦ୍ଧରେ ଆମ୍ଭେ ଶୀଘ୍ର ସାକ୍ଷୀ ହେବା, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି। Gade chapit laଓଡିଆ ବାଇବେଲ5 “ପୁଣି, ଆମ୍ଭେ ବିଚାର କରିବା ପାଇଁ ତୁମ୍ଭମାନଙ୍କ ନିକଟକୁ ଆସିବା ଆଉ, ତାନ୍ତ୍ରିକ ଓ ବ୍ୟଭିଚାରୀ ଓ ମିଥ୍ୟା ଶପଥକାରୀମାନଙ୍କ ବିରୁଦ୍ଧରେ ଓ ଯେଉଁମାନେ ବେତନଜୀବୀର ବେତନ ବିଷୟରେ, ବିଧବା ଓ ପିତୃହୀନ ପ୍ରତି ଅତ୍ୟାଚାର କରନ୍ତି, ଆଉ ବିଦେଶୀର ପ୍ରତି ଅନ୍ୟାୟ କରନ୍ତି ଓ ଆମ୍ଭଙ୍କୁ ଭୟ ନ କରନ୍ତି, ସେମାନଙ୍କ ବିରୁଦ୍ଧରେ ଆମ୍ଭେ ଶୀଘ୍ର ସାକ୍ଷୀ ହେବା,” ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT5 “ପୁଣି, ଆମ୍ଭେ ବିଚାର କରିବା ପାଇଁ ତୁମ୍ଭମାନଙ୍କ ନିକଟକୁ ଆସିବା ଆଉ, ତାନ୍ତ୍ରିକ ଓ ବ୍ୟଭିଚାରୀ ଓ ମିଥ୍ୟା ଶପଥକାରୀମାନଙ୍କ ବିରୁଦ୍ଧରେ ଓ ଯେଉଁମାନେ ବେତନଜୀବୀର ବେତନ ବିଷୟରେ, ବିଧବା ଓ ପିତୃହୀନ ପ୍ରତି ଅତ୍ୟାଚାର କରନ୍ତି, ଆଉ ବିଦେଶୀର ପ୍ରତି ଅନ୍ୟାୟ କରନ୍ତି ଓ ଆମ୍ଭଙ୍କୁ ଭୟ ନ କରନ୍ତି, ସେମାନଙ୍କ ବିରୁଦ୍ଧରେ ଆମ୍ଭେ ଶୀଘ୍ର ସାକ୍ଷୀ ହେବା,” ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି। Gade chapit la |
ତୁମ୍ଭେମାନେ ପଗ୍ଭରିବ, “କାହିଁକି ଆମ୍ଭମାନଙ୍କର ଏହି ଭେଟି ଗୃହୀତ ହେବ ନାହିଁ?” କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ବିରୁଦ୍ଧରେ ପ୍ରତ୍ୟକ୍ଷ ସାକ୍ଷୀ। ସେ ଦେଖିଲେ ତୁମ୍ଭେ ତୁମ୍ଭର ସ୍ତ୍ରୀକୁ ପ୍ରତାରଣା କରୁଛ, ଯାହାକୁ ତୁମ୍ଭେ ଯୁବକ ଅବସ୍ଥାରେ ବିବାହ କରିଛ। ସେ ତୁମ୍ଭର ସାଥୀ ଏବଂ ତୁମ୍ଭେ ଶପଥ କରି ତାକୁ ସ୍ତ୍ରୀ ରୂପରେ ଗ୍ରହଣ କରିଛ। ମାତ୍ର ତୁମ୍ଭେ ତାକୁ ପ୍ରତାରଣା କରିଛ।
ସର୍ବଶକ୍ତିମାନ୍ ସଦାପ୍ରଭୁ କହିଲେ, “ପିଲାମାନେ ସେମାନଙ୍କର ପିତାଙ୍କୁ ସମ୍ମାନ କରନ୍ତି, ଗ୍ଭକରମାନେ ସେମାନଙ୍କର ମୁନିବଙ୍କୁ ସମ୍ମାନ କରନ୍ତି, ତେଣୁ ଆମ୍ଭେ ତୁମ୍ଭମାନଙ୍କର ପିତା, ତୁମ୍ଭେମାନେ ଆମ୍ଭକୁ କାହିଁକି ଭୟ ଓ ସମ୍ମାନ କରୁ ନାହଁ? ଆମ୍ଭେ ତୁମ୍ଭମାନଙ୍କର ମୁନିବ, ତୁମ୍ଭେମାନେ ଆମ୍ଭକୁ କାହିଁକି ଭୟ ଏବଂ ସମ୍ମାନ କରୁ ନାହଁ? ତୁମ୍ଭେ ଯାଜକଗଣ ଆମ୍ଭର ନାମ ପ୍ରତି ତାଚ୍ଛଲ୍ୟ ମନୋଭାବ ଦେଖାଉଛ। “କିନ୍ତୁ ତୁମ୍ଭେମାନେ ପଗ୍ଭର, ‘ଆମ୍ଭେମାନେ କିପରି ତୁମ୍ଭର ନାମକୁ ତାଚ୍ଛଲ୍ୟ ମନୋଭାବ ଦେଖାଇଛୁ?’