Biblia Todo Logo
Bib sou entènèt

- Piblisite -




ମଲାଖୀ 3:14 - ପବିତ୍ର ବାଇବଲ

14 ତୁମ୍ଭେମାନେ କହିଲ, “ପରମେଶ୍ୱରଙ୍କୁ ଉପାସନା କରିବା ନିରର୍ଥକ। ଆମ୍ଭେମାନେ ସଦାପ୍ରଭୁଙ୍କ ବାକ୍ୟ ପାଳନ କରିଥିଲୁ ମାତ୍ର ଆମ୍ଭେମାନେ କିଛି ଉପକୃତ ହେଲୁ ନାହିଁ। ଆମ୍ଭେମାନେ ଆମ୍ଭମାନଙ୍କର ପାପ ପାଇଁ ଡାକିଲୁ, ମାତ୍ର ତା'ର ଫଳ କିଛି ହେଲା ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

14 ତୁମ୍ଭେମାନେ କହିଅଛ, ପରମେଶ୍ଵରଙ୍କର ସେବା କରିବାର ବ୍ୟର୍ଥ; ଆଉ, ଆମ୍ଭେମାନେ ଯେ ତାହାଙ୍କର ରକ୍ଷଣୀୟ ରକ୍ଷା କରିଅଛୁ, ସୈନ୍ୟାଧିପତି ସଦାପ୍ରଭୁଙ୍କ ଛାମୁରେ ଖେଦଯୁକ୍ତ ହୋଇ ଗମନାଗମନ କରିଅଛୁ, ଏଥିରେ ଆମ୍ଭମାନଙ୍କର କି ଲାଭ?ଆୟୁ.୨୧:୧୪,୧୫

Gade chapit la Kopi

ଓଡିଆ ବାଇବେଲ

14 ତୁମ୍ଭେମାନେ କହିଅଛ, ପରମେଶ୍ୱରଙ୍କର ସେବା କରିବାରେ କି ଲାଭ ? ଆଉ, ଆମ୍ଭେମାନେ ଯେ ତାହାଙ୍କର ଅାଜ୍ଞା ରକ୍ଷା କରିଅଛୁ, ସୈନ୍ୟାଧିପତି ସଦାପ୍ରଭୁଙ୍କ ଛାମୁରେ ଅନୁତପ୍ତ ହୋଇ ଗମନାଗମନ କରିଅଛୁ, ଏଥିରେ ଆମ୍ଭମାନଙ୍କର କି ଲାଭ ?

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 ତୁମ୍ଭେମାନେ କହିଅଛ, ‘ପରମେଶ୍ୱରଙ୍କର ସେବା କରିବାରେ କି ଲାଭ? ଆଉ, ଆମ୍ଭେମାନେ ଯେ ତାହାଙ୍କର ଅାଜ୍ଞା ରକ୍ଷା କରିଅଛୁ, ସୈନ୍ୟାଧିପତି ସଦାପ୍ରଭୁଙ୍କ ଛାମୁରେ ଅନୁତପ୍ତ ହୋଇ ଗମନାଗମନ କରିଅଛୁ, ଏଥିରେ ଆମ୍ଭମାନଙ୍କର କି ଲାଭ?

Gade chapit la Kopi




ମଲାଖୀ 3:14
16 Referans Kwoze  

ସେମାନେ କୁହନ୍ତି, “ଆମ୍ଭେ ତୁମ୍ଭକୁ ଭକ୍ତି କରିବା ପାଇଁ ଉପବାସ କରିଅଛୁ, ମାତ୍ର ତୁମ୍ଭେ କାହିଁକି ଦୃଷ୍ଟି କରୁ ନାହଁ? ଆମ୍ଭେମାନେ କାହିଁକି ଆପଣା ପ୍ରାଣକୁ କ୍ଳେଶ ଦେଇଅଛୁ ଓ ତୁମ୍ଭେ ମନୋଯୋଗ କରୁ ନାହଁ?” ମାତ୍ର ସଦାପ୍ରଭୁ କୁହନ୍ତି, “ଦେଖ, ତୁମ୍ଭେମାନେ ନିଜର ସୁଖପାଇଁ ଉପବାସ ଦିନ ଉପବାସ କରିଅଛ ଓ ବଳପୂର୍ବକ ନିଜର ଦାସମାନଙ୍କୁ କଷ୍ଟ ଦେଇଅଛ।


“ସେହି ଦିନ ଆମ୍ଭେ ଗୋଟିଏ ପ୍ରଦୀପ ନେଇ ଯିରୁଶାଲମ ମଧ୍ୟରେ ଖୋଜିବା। ଓ ସେହି ଆତ୍ମତୃପ୍ତ ଲୋକମାନଙ୍କୁ ବାଛିବା ଯେଉଁମାନେ ସେମାନଙ୍କ ଶୈଳୀରେ ଜୀବନ ଧାରଣ କରିବା ପାଇଁ ସନ୍ତୁଷ୍ଟ। ସେହି ଲୋକମାନେ କୁହନ୍ତୁ, ‘ସଦାପ୍ରଭୁ କାହାରିକୁ ସାହାଯ୍ୟ କରନ୍ତି ନାହିଁ କି କାହାରିକୁ ଆଘାତ କରନ୍ତି ନାହିଁ।’ ଆମ୍ଭେ ସେମାନଙ୍କୁ ଖୋଜି ବାହାର କରିବା ଓ ଦଣ୍ତ ଦେବା।


ଏବଂ ଆୟୁବ ତୁମ୍ଭେ ପରମେଶ୍ୱରଙ୍କୁ ପଗ୍ଭର, ‘ଯଦି ଜଣେ ତାଙ୍କୁ ଖୁସୀ କରିବାକୁ ଚେଷ୍ଟା କରେ, ସେ କ’ଣ ଲାଭ ପାଇବ? ମୁଁ ଯଦି ପାପ ନ କରେ, ତା'ହେଲେ ମୋର କି ଉପକାର ସାଧିତ ହେବ?’


ଏହା ସଦାପ୍ରଭୁଙ୍କର ବାର୍ତ୍ତା: “ବର୍ତ୍ତମାନ ତୁମ୍ଭେମାନେ ସର୍ବାନ୍ତକରଣରେ ଆମ୍ଭ ନିକଟକୁ ଫେରି ଆସ। ମନ୍ଦ କର୍ମ କରିଥିଲ ବୋଲି ବିଳାପ କର। ସେଥିପାଇଁ ଉପବାସ କରି ପ୍ରାର୍ଥନା କର।


ମୁଁ ଏହା କାହିଁକି କହିଲି। କାରଣ ଆୟୁବ କହୁଛି, ‘ଜଣେ ଯଦି ପରମେଶ୍ୱରଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରେ ସେ ଲାଭ ପାଏ ନାହିଁ।’


ଦୁଃଖୀ ହୁଅ, ଦୁଃଖ ପ୍ରକାଶ କର ଓ କ୍ରନ୍ଦନ କର! ତୁମ୍ଭର ହାସ୍ୟକୁ କ୍ରନ୍ଦନରେ ବଦଳାଇ ଦିଅ। ତୁମ୍ଭର ପ୍ରଫୁଲ୍ଲତାକୁ ଦୁଃଖରେ ବଦଳାଅ।


ସେହି ଲୋକମାନେ ପରମେଶ୍ୱରଙ୍କୁ କହିଥିଲେ, ‘ଆମ୍ଭକୁ ଏକା ଛାଡ଼ିଦିଅ! ପରମେଶ୍ୱର ସର୍ବଶକ୍ତିମାନ ଆମ୍ଭକୁ କିଛି କରି ପାରନ୍ତି ନାହିଁ।’


“ତଥାପି ହେ ଯାକୁବ, ତୁମ୍ଭେ ଆମ୍ଭ ନିକଟରେ ପ୍ରାର୍ଥନା କରି ନାହଁ। ହେ ଇସ୍ରାଏଲ, ତୁମ୍ଭେ ଆମ୍ଭ ପ୍ରତି ବିମୁଖ ହୋଇଅଛ।


ହେ ଯିହୁଦୀ, ତୁମ୍ଭେ ନିଶ୍ଚିତ ଯେ, ସେ ଦେବଗଣଙ୍କ ପଶ୍ଚା‌‌ଦ୍‌‌ଗମନରୁ ନିବୃତ୍ତ ହେବା ଉଚିତ୍ ଓ ସେ ଦେବଗଣଙ୍କ ନିମନ୍ତେ ନିଜର କଣ୍ଠ ଶୁଷ୍କ କରିବା ଉଚିତ୍ ନୁହେଁ। ମାତ୍ର ତୁମ୍ଭେ କହିଲ, ‘ଆଉ ଦରକାର ନାହିଁ, କାରଣ ଆମ୍ଭେ ସେହି ବିଦେଶୀୟ ଦେବଗଣଙ୍କୁ ପୂଜା କରିଅଛୁ ଓ ସେମାନଙ୍କର ପଶ୍ଚା‌‌ଦ୍‌‌ଗାମୀ ହେବୁ, ସେମାନଙ୍କୁ ଆମ୍ଭେ ଛାଡ଼ିବୁ ନାହିଁ।’


ମାତ୍ର ଯିହୁଦାବାସୀ କହନ୍ତି, ‘ତୁମ୍ଭ କଥା ଆମ୍ଭେ ଶୁଣିବୁ ନାହିଁ। କାରଣ ତୁମ୍ଭେମାନେ ଆପଣା ଆପଣା ସଂକଳ୍ପ ଅନୁସାରେ କର୍ମ କରିବ। ଆମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ଦୁଷ୍ଟ ଅନ୍ତଃକରଣ ବାଧ୍ୟତାନୁସାରେ କର୍ମ କରି ଗ୍ଭଲିବୁ।’”


କିନ୍ତୁ ସେମାନେ ଆମ୍ଭ ନିକଟକୁ ଫେରି ଆସିଲେ ନାହିଁ। ସେମାନେ ଗୋଟିଏ ତୃଟିପୂର୍ଣ୍ଣ ବୁମେରାଂ ପରି ବ୍ୟବହାର କଲେ। ସେମାନଙ୍କର ନେତାମାନେ ସେମାନଙ୍କର ଶକ୍ତି ଉପରେ ବୃଥା ବଡ଼ିମା ଦେଖାଉଥିଲେ କିନ୍ତୁ ସେମାନେ ଖଣ୍ଡାରେ ନିହତ ହେବେ ଏବଂ ମିଶରବାସୀଙ୍କ ଦ୍ୱାରା ଉପହାସର ପାତ୍ର ହେବେ।


ସଦାପ୍ରଭୁ କୁହନ୍ତି, “ତୁମ୍ଭେମାନେ ଆମ୍ଭ ବିରୁଦ୍ଧରେ କଟୁବାକ୍ୟ ପ୍ରୟୋଗ କରୁଛ।” ତଥାପି ତୁମ୍ଭେ କହୁଛ, “ଆମ୍ଭେମାନେ ଆପଣଙ୍କ ବିରୁଦ୍ଧରେ କ’ଣ କହିଅଛୁ?”


ମାତ୍ର ଆମ୍ଭେମାନେ ଯେତେବେଳେ ଆକାଶ ରାଣୀ ଉଦ୍ଦେଶ୍ୟରେ ଧୂପ ଜଳାଇବା ଓ ପେୟନୈବେଦ୍ୟ ଢାଳିବା ଛାଡ଼ିଦେଲୁ, ଆମ୍ଭମାନଙ୍କ ସବୁ ବିଷୟରେ ଅଭାବ ଘଟିଲା ଓ ଆମ୍ଭେମାନେ ‌‌ଖ‌ଡ଼୍‌ଗ ଓ ଦୁର୍ଭିକ୍ଷରେ ଲୁପ୍ତ ହେଲୁ।”


Swiv nou:

Piblisite


Piblisite